ଚାରୁ ଚନ୍ଦନ ଦାଶ ଏକ୍ ଲଡକି ଥି ଦିୱାନୀ ସି, ଏକ୍ ଲଡକେ ପେ ବୋ ମରତି ଥି....। ବାହାରେ ବର୍ଷା। ଶୀତ ଦିନେ ଅଚାନକ୍ ବର୍ଷା। ବିଶ୍ୱାସ ବି କରି ହେଉନି। ସେଥିପାଇଁ ବୋଧହୁଏ ଆଜି ସକାଳୁ ଟିକେ ମେଘୁଆ ପାଗ ଥିଲା। ବର୍ଷା ସାଙ୍ଗକୁ ଶୀତ। ଗୋଟେ ମୋଟା ବ୍ଲାଙ୍କେଟ୍ ଘୋଡାଇ ହୋଇ ଟିଭିରେ ସନମ୍ ଗୁପ୍ତା ‘ମୋହବତେ’ ଫିଲ୍ମ ଦେଖୁଥିଲା। ସେଥିପାଇଁ ୬-୭ ଥର କଲ୍ କଲା ପରେ ବି ଫୋନ୍ଟା ରିସିଭ୍ କରି ନଥିଲା। ଧଡ୍ କିନା ମେସେଜ୍ ବି କଲି। ଗୋଟିଏ କି ଦୁଇଟି ନୁହେଁ, ପୁରା ୯ଟା ମେସେଜ୍। ଆଉ ଗୋଟେ ଡେଲିଭର୍ ହୋଇ ପାରି ନଥିଲା। କାରଣ ସେତେବେଳେ ମୋ ମୋବାଇଲର ଚାର୍ଜ ସରି ଯାଇଥିଲା। ଆଉ ମୋ ମୋବାଇଲ ସ୍ୱିଚ୍ ଅଫ୍ ହୋଇ ସାରିଥିଲା... ରାତିରେ ତା’ ଫୋନ୍ ଆସିଲା। ପ୍ରଥମ ୧୦ ମିନିଟ୍ କି ଗାଳି ହୋଇଥିବ ସେଇଟା ନଲେଖିଲେ ବି ଜାଣି ହେଉଥବ। ଚୁପ୍ଚାପ୍ ସବୁ ଗାଳି ଶୁଣୁଥାଏ ସେ। ଶେଷରେ ସନମ୍ କହିଲା, ସରି। ମୁଁ ବି ନରମି ଗଲି। ଆଉ ତା’ପରେ ମତେ ସେ ମନେଇବାକୁ ଚେଷ୍ଟା କଲା ଆଉ ମୁଁ ମାନି ବି ଗଲି। କେମିତି ମାନିବିନି ଯେ? ମୁଁ ବା ତାକୁ ଭଲପାଏ! ଆଉ ସେ ବି ମତେ...। କିଛି ସମୟ ପରେ କାମ ଅଛି କହି ସେ ଫୋନ୍ଟା ରଖିଦେଲା। ହ୍ୱାଟସ୍ଅପରେ କାଳେ ଅନଲାଇନ ଥିବ ବୋଲି ମେସେଜ୍ କଲି। ହେଲେ ମୋ ମେସେଜ୍ କେବଳ ଗୋଟିଏ ଟିକ୍ ହୋଇ ରହିଗଲା। କାରଣ ସେ ଅନଲାଇନ ନଥିଲା। କି ଆଉ ଆସିଲାନି ବି। ବହୁତ ସମୟ ଅପେକ୍ଷା କଲି। ହେଲେ ନା ତା’ର ଗୁଡନାଇଟ୍ ମେସେଜ୍ ଆସିଲା ନା ହ୍ୱାଟ୍ସଅପର ସିନ୍ ମେସେଜର ରିପ୍ଲାଏ। ମନ ମାନିଲାନି। ପୁଣି ଥରେ କଲ୍ କଲି। ହେଲେ ସେଇ କଲ୍ଟି ଥିଲା ୱେଟିଙ୍ଗ। ଆଉ ସେତିକି ବେଳେ ସମୟ ଥିଲା ରାତି ପ୍ରାୟ ସାଢେ ଦୁଇଟା... ବୀରମହାରାଜପୁର, ସୁବର୍ଣ୍ଣପୁର, ଫୋନ୍-୯୬୫୮୨୬୩୨୮୫