ମୁଣ୍ଡ ନଥାଇ ମର୍ଦ୍ଦରାଜ!

ମୁଣ୍ଡ ନଥାଇ ମର୍ଦ୍ଦରାଜ!

Share :

  ୨୦୧୬ ନଭେମ୍ବର à­® ତାରିଖ ସନ୍ଧ୍ୟା à­®.à­©à­¦ ଘଣ୍ଟା। ହଠାତ ଭାରତର ପ୍ରାୟ ସମସ୍ତ ଟିଭି ଚାନେଲରେ ଦେଖାଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜାତି ଉଦ୍ଦେଶ୍ୟରେ ବାର୍ତ୍ତା ଦେଲେ। ଘୋଷଣା କଲେ ତାଙ୍କ ସରକାରର ଏକ ବଡ଼ ନିଷ୍ପତ୍ତି। ସେହି ମଧ୍ୟରାତ୍ରରୁ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ନିଷିଦ୍ଧ ହେଲା। ଆତଙ୍କବାଦ, ଜାଲି ନୋଟ୍‌ ଓ ଦୁର୍ନୀତି ସମସ୍ୟାର ମୁକାବିଲା ନିମନ୍ତେ ସେ ଏହି ପଦକ୍ଷେପ ନେଇଛନ୍ତି ବୋଲି କହିଲେ। ହଜାରେ ଟଙ୍କିଆ ଆଉ ବାହାରିବ ନାହିଁ। ଦି’ ହଜାର ଓ ପାଂଚ ଶହ ଟଙ୍କିଆ ଶୀଘ୍ର ମିଳିବ।   ପରେ ପରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଓ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ କହିଲେ, କାହାର କିଛି ଅସୁବିଧା ହେବ ନାହିଁ। ପୁରୁଣା ନୋଟ ବ୍ୟାଙ୍କରେ ଜମା କରିହେବ, ବଦଳାଇ ହେବ। ଦିନକୁ ୪୦୦୦ ଟଙ୍କା ବଦଳାଯିବ, ୧୦ ହଜାର ଟଙ୍କର ଉଠାଯିବ। ଏଟିଏମରୁ à­¨ ହଜାର ଟଙ୍କା ଉଠିପାରିବ। ପେଟ୍ରୋଲ ପମ୍ପ, ଡାକ୍ତରଖାନା, ବିମାନ ବନ୍ଦର ଓ ରେଳ ଷ୍ଟେସନରେ ୧୧ ତାରିଖ ଯାଏଁ ଅଚଳ ଟଙ୍କା ଚଳିବ। ଏହି ନିଷ୍ପତ୍ତି ନେବାକୁ ସରକାରଙ୍କୁ à­¬ ମାସ ଲାଗିଛି। ବହୁ ଗୋପନରେ ସବୁ କାମ ହେଲା। ଯେମିତି ଆତଙ୍କବାଦୀ ଓ କଳାଧନବାଲା ଖବର ନପାଇବେ, ପୂରା ଟାଇଟ୍‌ କରିଦିଆଯାଇଛି! ନୂଆ ପାଞ୍ଚ ଶହ ଓ ଦି’ ହଜାର ଟଙ୍କିଆ ବ୍ୟାଙ୍କଗୁଡ଼ିକୁ ପଠାଗଲାଣି। ନଭେମ୍ବର ୧୯ ତାରିଖ ଭିତରେ ଭାରତର ସବୁଠି ପହଂଚିଯିବ।   ଦି’ ଦିନ ଯାଇନି, ନଭେମ୍ବର ୧୦ ତାରିଖରେ ସରକାର କହିଲେ, ପେଟ୍ରୋଲ ପମ୍ପ ଆଦି ସ୍ଥାନରେ ପୁରୁଣା ଟଙ୍କା ୧୧ ଜାଗାରେ ୧୪ ଯାଏଁ ଚଳିବ। କିଛି ବ୍ୟସ୍ତ ହେବାର ନାହିଁ। ସବୁ ଠିକ୍‌ ହୋଇଯିବ।   ନଭେମ୍ବର ୧୧ ତାରିଖରେ କହିଲେ, କିଛି ବ୍ୟସ୍ତ ହେବାର ନାହିଁ। ଶନିବାର, ରବିବାର ବ୍ୟାଙ୍କ ଖୋଲା ରହିବ। ଲୋକେ ଟଙ୍କା ବଦଳାଇ ନେବେ। ଟଙ୍କା ଗାଡ଼ି ପହଞ୍ଚିବାରେ ଟିକେ ବିଳମ୍ବ ହେଉଛି। ଟଙ୍କାଶାଳରେ ଫୁଲ୍‌ ସ୍ପିଡ଼ରେ ଟଙ୍କା ଛପାଯାଉଛି। ଦି’ ସପ୍ତାହ ଭିତରେ ସବୁ ଠିକ୍‌ ହୋଇଯିବ। ଏବେ ପାଞ୍ଚ ଶହ ଓ ଦି’ ହଜାରିଆ ଯାଉଛି। ଆଗକୁ ପୁଣି ହଜାର ଟଙ୍କିଆ ବି ଛପାଯିବ। ( à­® ତାରିଖରେ କହିଥିଲେ ଏହା ବିଲ୍‌କୁଲ୍‌ ଗଲା!)   ନଭେମ୍ବର ୧୨ ତାରିଖରେ କୁହାଗଲା, ଅଚଳ ଟଙ୍କାକୁ ସରକାରୀ ଦେୟ ଆକାରରେ ଚଳେଇ ହେବ। ପାଣି, ବିଜୁଳି ଆଦି ବିଲ୍‌ ଭରଣା କରିବାବେଳେ ଅଚଳ ଟଙ୍କା ଦେଲେ ସରକାର ନେଇଯିବେ। ଟଙ୍କା ଗାଡ଼ି ଅନେକ ଜାଗାରେ ପହଂଚିଲାଣି। ତିନି ସପ୍ତାହ ଭିତରେ ସବୁ ଠିକ୍‌ ହୋଇଯିବ। ଏଟିଏମଗୁଡ଼ିକୁ ଟିକେ ବାଗା ଯାଉଛି। ନୂଆ ଟଙ୍କା ସାଇଜ୍‌ ଟିକେ ଅଲଗା ତ! ସେଥିପାଇଁ ମେସିନରେ ପୂରେଇବା ବାହାର କରିବା ଅସୁବିଧା ହେଉଛି! (à­¬ ମାସ ଧରି ଏଇ ଯୋଜନା ଚାଲିଥିଲା ତ!)   ନଭେମ୍ବର ୧୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନରୁ ଫେରି ଗୋଆରେ ରାଜନୀତିକ ଭାଷଣ ଦେବାକୁ ଗଲେ। ସେତେବେଳକୁ ଦେଶ ସାରା ଉଚ୍ଛନ୍ନ। ଲୋକେ ଟଙ୍କା ନପାଇ ତହଗଞ୍ଜ। ବ୍ୟାଙ୍କରେ ରଖିଥିବା ନିଜର କଷ୍ଟାର୍ଜିତ ଟଙ୍କାକୁ କାମବେଳେ ଉଠାଇ ପାରୁ ନାହାନ୍ତି ସାଧାରଣ ଲୋକ। ସବୁ ବ୍ୟାଙ୍କ ଓ ଏଟିଏମ ଆଗରେ ଶହଶହ ଲୋକଙ୍କ ଲମ୍ବା ଲାଇନ। ପିଲାପରିବାରଙ୍କ ପେଟରୁ କାଟି ଘରେ ପାଞ୍ଚ ଶହ ଓ ହଜାର ଟଙ୍କିଆ ଆକାରରେ ସଂଚିତ ଥିବା ଟଙ୍କା ଅଚଳ ହୋଇଗଲା ଶୁଣି ଅନେକ ଲୋକ ଅଚେତ। ଏମିତି କେରଳ ଓ ମହାରାଷ୍ଟ୍ରରେ à­« ଜଣଙ୍କର ହୃଦଘାତରେ ମୃତ୍ୟୁ ଖବର ମିଳିଲା।   ୟା ଭିତରେ ଉତ୍ତର ପ୍ରଦେଶର ଗୋଟିଏ ସ୍ଥାନରେ କେହି କିଛି ଅଚଳ ଟଙ୍କା ଗଙ୍ଗାନଦୀର ଭସେଇଥିଲା। ସେହି ରାଜ୍ୟର କାନପୁରରେ କିଛି ଟଙ୍କା କିଏ ଜଳେଇଥିଲା। ପଶ୍ଚିମ ବଙ୍ଗରେ କିଛି ଅଚଳ ନୋଟ୍‌ ରାସ୍ତାରୁ ମିଳିଥିଲା। ଏସବୁ ନିଶ୍ଚୟ କଳାଟଙ୍କା ଥିଲା। କିନ୍ତୁ ଏ ତିନିଟି ଘଟଣା ବ୍ୟତିତ ଭାରତବର୍ଷର ବାକି ଅଞ୍ଚଳରେ ଦହଗଞ୍ଜ ହେଉଥିଲେ ସାଧାରଣ ଜନତା। କିଏ ଡାଲିଚାଉଳ କି ପନିପରିବା କିଣିପାରୁନି। କିଏ ପର୍ଯ୍ୟଟନ ସ୍ଥଳରେ ଅଟକିଯାଇଛି। କିଏ ଘରୋଇ ହସ୍ପିଟାଲରେ ଟଙ୍କା ଦାଖଲ କରୁ ନଥିବାରୁ ଚିକିତ୍ସା ସୁବିଧା ପାଉନି। ଝିଅ ବାହାଘର ପାଇଁ ସାଇତିଥିବା ଟଙ୍କା ଅଚଳ ଜାଣି ବାପା ମୁଣ୍ଡକୋଡ଼ି କାନ୍ଦୁଛି। ଏମିତି ହଜାରେ ଅସୁବିଧା।   ତା’ ସାଙ୍ଗକୁ ଆରମ୍ଭ ହୋଇଯାଇଛି ଟଙ୍କା ବେପାର। ପାଞ୍ଚ ଶହ ଦେଲେ ଚାରି ଶହ, ହଜାରେ ଦେଲେ ଆଠ ଶହ। କୋରାପୁଟରୁ ଆରମ୍ଭ କରି କାଶ୍ମୀର ଯାଏଁ ଏମିତି ବେପାରୀମାନେ ଜମିଗଲେ। ଦେଶ ସାରା ବ୍ୟାଙ୍କ ସାମ୍ନାରେ ଚିହ୍ନଟ ହେଲେ ହଜାର ହଜାର ଦିନ ମଜୁରିଆ। କଳାଧନର ମହଜୁଦକାରୀଙ୍କଠାରୁ ମଜୁରୀ ନେଇ ଟଙ୍କା ବଦଳେଇବାକୁ ଧାଡ଼ି ବାନ୍ଧିଛନ୍ତି। ନେତା, ବାବୁ ଓ ବ୍ୟବସାୟୀଙ୍କ କଳାଟଙ୍କା ଧଳା କରିବାକୁ ବ୍ୟାଙ୍କ ଅଫିସରମାନେ ସେମାନଙ୍କ ଘରେ ପହଂଚିଛନ୍ତି। ଓଡ଼ିଶାର ରାଜ୍ୟସଭା ସଦସ୍ୟ ବିଷ୍ଣୁ ଦାସଙ୍କ ଘରେ ମଧ୍ୟ ଠାବ ହେଲେ ଷ୍ଟେଟ୍‌ ବ୍ୟାଙ୍କ ଅଧିକାରୀ। ହରିଆନା ସିର୍ସାରେ ଏକ ଆକ୍ସିନ ବ୍ୟାଙ୍କରେ ଜମା ହେଲା ଜଣେ ବେପାରୀଙ୍କର କେଇ କୋଟିର କଳାଟଙ୍କା। ଓଡ଼ିଶା ପଂଚାୟତ ନିର୍ବାଚନରେ ବାଣ୍ଟିବାକୁ ଯୋଗାଡ଼ ହୋଇଥିବା ନୋଟସବୁ ଅଗ୍ରୀମ ଆକାରରେ ବଣ୍ଟାଗଲା। ବ୍ଲକ୍‌ ଓ ପଂଚାୟତ ସ୍ତରୀୟ ପଲିଟିକାଲ ଏଜେଣ୍ଟମାନଙ୍କୁ କୁହାଗଲା, ଏହା ବଦଳାଇ ଖର୍ଚ୍ଚ କର, ସେତେବେଳେ ଆଉ ମାଗିବ ନାହିଁ।   ତା’ରି ଭିତରେ ବି ଜଣାଗଲା ଗୋପନୀୟ କୁହାଯାଉଥିବା ନିଷ୍ପତ୍ତିଟି ବାସ୍ତବରେ ଗୁପ୍ତ ନଥିଲା। ଭାରତୀୟ ଜନତା ପାର୍ଟିର ପଶ୍ଚିମ ବଙ୍ଗ ଶାଖାରୁ ଆରମ୍ଭ କରି ପଂଜାବ ଶାଖା ଯାଏଁ ସମସ୍ତେ ଆଗୁଆ ଏ ବିଷୟରେ ଜାଣିଥିଲେ। ସେଥିପାଇଁ ନଭେମ୍ବର à­® ତାରିଖ ଦିନ ଓ ତା’କେଇ ଦିନ ଆଗରୁ କୋଟିକୋଟି ଟଙ୍କାର ପୁରୁଣା ନୋଟ ବ୍ୟାଙ୍କରେ ଜମା କରିଥିଲେ। କେଇ ଜଣ ବିଜେପି ନେତା ନିଜର ଟୁଇଟର ଆକାଉଣ୍ଟରେ ନୂଆ à­¨ ହଜାର ଟଙ୍କିଆ ନୋଟ ସହ ସେଲ୍‌ଫି ଉଠାଇ ପ୍ରକାଶ କରିଥିଲେ। ଅକ୍ଟୋବର ୨୭ ତାରିଖ ଅମର ଉଜାଲା ହିନ୍ଦୀ ଖବରକାଗଜରେ ଏ ବିଷୟରେ ପୂର୍ଣ୍ଣଙ୍ଗ ବିବରଣୀ ବାହାରିଥିଲା।   ଧାଡ଼ି ଓ ବ୍ୟସ୍ତତା ବଢ଼ି ଚାଲିଥିଲା। ଦେଶ ସାରା ଆଶଙ୍କା ଓ ଆତଙ୍କ। ଚାରି ଆଡ଼େ ଟଙ୍କା-ମରୁଡ଼ି!   ପ୍ରଧାନମନ୍ତ୍ରୀ ଜାପାନରୁ ଫେରି କହିଲେ, ୧୦ ମାସ ଆଗରୁ ଯୋଜନା ହୋଇଥିଲା। ଦୁର୍ନୀତି ବିରୋଧରେ ଲଢ଼ିବା ପାଇଁ ମତେ ଲୋକେ ଭୋଟ ଦେଇଛନ୍ତି। କଳାଟଙ୍କାବାଲା ମୋ ବିରୋଧରେ ଚକ୍ରାନ୍ତ କରୁଛନ୍ତି। ମୁଁ ଦେଶ ପାଇଁ ପରିବାର ଛାଡ଼ିଛି। ଦରକାର ହେଲେ ଆହୁରି କଡ଼ା ପଦକ୍ଷେପ ନେବି। ଦେଶବାସୀ ଦି’ ମାସ କଷ୍ଟ କରନ୍ତୁ। ସବୁ ଠିକ ହୋଇଯିବ।   ସେହି ୧୩ ତାରିଖ ସନ୍ଧ୍ୟାରେ ଅର୍ଥ ମନ୍ତ୍ରଣାଳୟ କହିଲା, ଯୋଉ ପୁରୁଣା ନୋଟ୍‌ ୧୪ ତାରିଖ ଯାଏଁ ଚଳିଥାନ୍ତା ତାହା ୨୪ ତାରିଖ ଯାଏଁ ଚଳିବ। କିଛି ଅସୁବିଧା ନାହିଁ। ଏଟିଏମରୁ ଦେନିକ ଉଠାଣ à­¨ ହଜାରରୁ ୨୫୦୦ କରାଗଲା, ବ୍ୟାଙ୍କରୁ à­ª ହଜାର ବଦଳରେ à­ª.à­« ହଜାର ଟଙ୍କା ବଦଳାଇବାକୁ ନିର୍ଦ୍ଦେଶ ଦିଆଗଲା। ସପ୍ତାହକୁ ୨୦ ବଦଳରେ ୨୪ ହଜାର ଉଠିପାରିବ। ମୋବାଇଲ ଏଟିଏମ ବ୍ୟବସ୍ଥା ହେବ। ବ୍ୟାଙ୍କରେ ଅଧିକ କାଉଣ୍ଟର ଖୋଲିବ। ରାତିରେ ପୁଣି ମନ୍ତ୍ରୀମାନଙ୍କୁ ଡାକି ବିଚାର କଲେ ପ୍ରଧାନମନ୍ତ୍ରୀ। ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ଅରୁଣ ଜେଟଲି, ସହର ବିକାଶ ମନ୍ତ୍ରୀ ଭେଙ୍କେୟାହ ନାଇଡ଼ୁ ଓ କୋଇଲା ମନ୍ତ୍ରୀ ପୀୟୂଷ ଗୋଏଲଙ୍କ ସହିତ ଅର୍ଥ ମନ୍ତ୍ରଣାଳୟ ଓ ରିଜର୍ଭ ବ୍ୟାଙ୍କର କେତେକ ଅଧିକାରୀଙ୍କ ସହିତ ସମସ୍ୟା ନେଇ ଆଲୋଚନା ହେଲା। ସଭା ସରିଲା ଭୋର୍‌ରୁ। ଜଣାପଡ଼ିଲା, ନିଷ୍ପତ୍ତି ଘୋଷଣା ପୂର୍ବରୁ ଏମିତି କିଛି ହୋଇ ନଥିଲା।   ନଭେମ୍ବର à­®-୧୩ ତାରିଖ। ମାତ୍ର à­« ଦିନ ଭିତରେ ସ୍ପଷ୍ଟ ହୋଇସାରିଥିଲା ଯେ ମୋଦି ମହାଶୟ ‘କଳାଧନ’ ବିରୋଧରେ ରାତି ଅଧିଆ ଯେଉଁ ‘ସର୍ଜିକାଲ ଷ୍ଟ୍ରାଇକ୍’ କରିଥିଲେ ତା’ ପଛରେ କେହି କିଛି ମୁଣ୍ଡଖର୍ଚ୍ଚ କରି ନଥିଲେ। à­¬/୧୦ ମାସ ଧରି ଯୋଜନା ଚାଲିଥିଲା, ସମସ୍ତେ ଜାଣିଥିଲେ, କାହାରିଠାରୁ କିଛି ପରାମର୍ଶ ନିଆଯାଇ ନଥିଲା। ଏମିତିକି ଏତେ ବଡ଼ ନିଷ୍ପତ୍ତି ପାଇଁ କେନ୍ଦ୍ର କ୍ୟାବିନେଟ୍‌ରେ ମଧ୍ୟ ବିଚାର ଆଲୋଚନା ହୋଇ ନଥିଲା। ହୁଡ଼ୁମୁଷୁଳିଆ ବୁଦ୍ଧିକୁ ଏକଛତ୍ରବାଦୀ ନିଷ୍ପତ୍ତି। ଚିନ୍ତା ନକରି ନିଷ୍ପତ୍ତି। ତେଣୁ ନିଷ୍ପତ୍ତି ପରେ ସଂଶୋଧନ।   ଇତିମଧ୍ୟରେ କଳାଟଙ୍କାରେ ଦେଶସାରା ହଜାର ହଜାର କୋଟି ଟଙ୍କାର ସୁନା ଓ ହୀରାର ଗହଣା କିଣାଗଲା। ଶେୟାର ବଜାରରେ ଅନେକ ଟଙ୍କା ଲାଗିଗଲା। ଅନେକ ନିମ୍ନ ମଧ୍ୟବିତ୍ତ ଘରୋଇ କମ୍ପାନୀ କର୍ମଚାରୀ ଲକ୍ଷପତି ହୋଇଗଲେ। କଳାଧନ ସବୁ ଗାଏବ ହୋଇଗଲା। ନଭେମ୍ବର ୧୪ ତାରିଖ ଭିତରେ କୋଉଠି କେହି କଳାଧନ ମାଲିକ ଆତ୍ମହତ୍ୟା କଲେନି, ଗିରଫ ହେଲେନି କି ସେମାନଙ୍କ କଳାଧନ ନଷ୍ଟ ହେଲା ନାହିଁ। ଆଦାନି, ଅମ୍ବାନି, ଟାଟା, ବିର୍ଲା, ଜିନ୍ଦଲ, ଗୋଏଙ୍କା, ରେଡ୍ଡି, ରାଓ ଆଦି ଶିଳ୍ପ ଓ ବ୍ୟବସାୟୀ ଗୋଷ୍ଠୀର କିଛି ବି କଳାଧନ ବାହାରିବା କିମ୍ବା ନଷ୍ଟ ହେବା ଖବର ମିଳିଲା ନାହିଁ। ବରଂ ଗରୀବ ଓ ମଧ୍ୟବିତ୍ତ ଲୋକମାନେ ନାନାଦି ଦୁର୍ଦ୍ଦଶା ଭୋଗିଲେ।   ୟାକୁ ହିଁ କହନ୍ତି, ତୋଗଲକୀ ଶାସନ! ମୁଣ୍ଡ ନଖେଳେଇ ମର୍ଦ୍ଦରାଜ!

Share :