ପାରାଦୀପରେ ଯୁଦ୍ଧ ଜାହାଜ

ପାରାଦୀପରେ ଯୁଦ୍ଧ ଜାହାଜ

Share :

  ନୌସପ୍ତାହ ପାଳନ ଅବସରରେ ଭାରତୀୟ ନୌସେନାର୨ଟି ଶକ୍ତିଶାଳୀ ଯୁଦ୍ଧ ଜାହାଜ ନଭେମ୍ବର ୧୦ ତାରିଖ ସକାଳ ୧୦ଟା ସମୟରେ ପାରାଦୀପ ବନ୍ଦର ବର୍ଥରେ ଲାଗିଛି। ଆଇଏନଏସ ଶକ୍ତି ଓ ଆଇଏନଏସ କୋରା ନାମକ ଏହି ୨ଟି ଶକ୍ତିଶାଳି ଯୁଦ୍ଧ ଜାହାଜ ପାରାଦୀପକୁ ୩ଦିନ ପାଇଁ ଆସିଛି। ପ୍ରଥମ ଦିନ କେତେକ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଏହା ଉନ୍ମୁକ୍ତ ରହିଥିବା ବେଳେ ଦ୍ବିତୀୟ ଦିନ କେତେକ ନିମନ୍ତ୍ରିତ ଅତିଥିଙ୍କ ଦର୍ଶନ ପାଇଁ ରଖାଯାଇଛି। ଶନିବାର ଦିନ ପ୍ରାୟ ୯ଟା ଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସାଧାରଣ ଲୋକ ଦେଖିବା ପାଇଁ ଜାହାଜ ଖୋଲା ରଖାଯିବ। ଏନେଇ ନୌସେନା ପକ୍ଷରୁ ପାରାଦୀପ ବନ୍ଦର ସହାୟତାରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।   ଏହି ୨ ବିଧ୍ୱଂସକାରୀ ଜାହାଜ ମଧ୍ୟରେ ବଡ ବଡ କ୍ଷେପଣାସ୍ତ୍ର ରହିଛି। ତାଛଡା ଶତ୍ରୁପକ୍ଷଙ୍କୁ ଦମନ କରିବା ପାଇଁ ଷ୍ଟାଣ୍ଡିଂ ରାଇଫଲ, ଗନ ସମେତ ଅତ୍ୟାଧିନୁକ ଅସ୍ତ୍ରଶସ୍ତ୍ର ଗଛିତ ରହିଛି। ଏହାକୁ ସର୍ବ ସାଧାରଣ ଦର୍ଶନ ନିମନ୍ତେ ନୌସେନା ପକ୍ଷରୁ ୭ଟି ବସ‌୍‍ର ବ୍ୟବସ୍ଥା କରାଯାଇ ଲୋକମାନଙ୍କୁ ଗୋପବନ୍ଧୁ ଷ୍ଟାଡିୟମ ନିକଟରୁ ୪ନଂ ଗେଟ‌୍‍ ଦେଇ ଜାହାଜ ପାଖକୁ ନିଆଯିବାର ବ୍ୟବସ୍ଥା କରାଯାଇଛି। ଏନେଇ ଆଜି ଗଣମାଧ୍ୟମ ଗେଟରେ ଛଡାଯାଉନଥିବା ବେଳେ ୧୨ତାରିଖ ଦିନ ସବିଶେଷ ତଥ୍ୟ ପ୍ରଦାନ କରାଯିବ ବୋଲି ନୌସେନା ଅଧିକାରୀ ସୂଚନା ଦେଇଛନ୍ତି। ବିଶାଳ ସମୁଦ୍ର ମଧ୍ୟରେ ନିଜ ଜୀବନର ବାଜି ଲଗାଇ ଶତ୍ରୁ ପକ୍ଷର ଆକ୍ରମଣରୁ ନିଜର ଦେଶର ସୀମାକୁ ସୁରକ୍ଷା ଦେବା ସହିତ ଆମ ନୌସେନା ବାହିନୀର କାର୍ଯ୍ୟକାରିତା, ଦକ୍ଷତା ଓ ଆମ ସାମୁଦ୍ରୀପ ସୀମା କେତେ ସୁରକ୍ଷୀତ ସେ ବିଷୟରେ ଜନ ସାଧାରଣଙ୍କୁ ଅବଗତ କରାଇବା ଏହି ଦର୍ଶନର ମୂଳ ଲକ୍ଷ ବୋଲି ନୌସେନା ପକ୍ଷରୁ କୁହାଯାଇଛି।   ଏହି ପରିଦର୍ଶନ କାର୍ଯ୍ୟକ୍ରମ ପଇଁ ପୋଲିସ ପକ୍ଷରୁ ମଧ୍ୟ କଡା ବନ୍ଦୋବସ୍ତ କରାଯାଇଛି।

Share :