ଲାଞ୍ଚ କେହି ନେବେନି!

ଲାଞ୍ଚ କେହି ନେବେନି!

Share :

   ଫେସବୁକ୍‌ରେ ଧାଡ଼ିଟିଏ ଟିଏ ଲେଖିଥିଲି- ହଜାର ଟଙ୍କିଆ ବଦଳରେ ଦି ହଜାର ଟଙ୍କିଆ ନୋଟ୍‌ କେମିତି ଦୁର୍ନୀତି ଦୂର କରିବ?   ଏହି ପ୍ରଶ୍ନ ଉପରେ ଆସିଥିବା କେତେକ ମନ୍ତବ୍ୟ ପଢ଼ନ୍ତୁ- ମନୋଜ ବିଶ୍ବାଳ- ମୁଁ ବି ସେଇ କଥା ଭାବୁଛି। ମିର୍‌ ଇଫତିକର ଆଲାମ- କଳାଧନ ଜମା ହେବାକୁ ଆଉ କିଛି ସମୟ ଲାଗିବ। ବିଦ୍ୟୁତ ମହାନ୍ତି- ଏବେଠୁଁ ପିସି ହାର ଅଧିକ ହେବ। ରଂଜନ ପାତ୍ର- ଗୋଲକ ଧନ୍ଦା। ସତ୍ୟସ୍ବରୂପ ମହାନ୍ତି- ଦି’ ହଜାର ଟଙ୍କିଆ ନୋଟ୍‌ ବ୍ୟବହାର ପାଇଁ ନିର୍ଦ୍ଦେଶାବଳି ଏବଂ କଟକଣା ଜାରି ହେବ। ମନୋଜ କୁମାର ଦାସ- ପ୍ରଧାନମନ୍ତ୍ରୀ ମୋଦିଙ୍କର ଏକ ଆଖିଧୁଆ କାର୍ଯ୍ୟକ୍ରମ। ରବି ନାରାୟଣ ସେନାପତି- ଭବିଷ୍ୟତରେ କେବେ ପୁଣି ଏ ନୂଆ ଦି’ ହଜାର ଟଙ୍କିଆ ନୋଟ ବି ନିଷିଦ୍ଧ ହେବ। ଏବେ କେବଳ ଛୋଟଛୋଟ କଳାଧନ ମାଲିକ କ୍ଷତି ସହିବେ। ବଡ଼ ବଡ଼ କଳାଧନ ମାଲିକ ଟଙ୍କା ଆକାରରେ କଳାଧନ ରଖି ନାହାନ୍ତି। ଏତେ ଖରାପ ପଦକ୍ଷେପ ନୁହେଁ। କିଛି ଲୋକ ତାଙ୍କ କଳାଧନକୁ ଗରିବ କିମ୍ବା ନିଜ ଲୋକଙ୍କ ମଧ୍ୟରେ ବାଣ୍ଟି ଦେଇପାରନ୍ତି। କଳାଧନ ଜମେଇବା ପାଇଁ ଲୋକେ ପୁଣି ନୂଆ ଉପାୟ ବାହାର କରିବେ।   ଅଶୋକ ନନ୍ଦ-ସେଗୁଡ଼ା ଇଲେକ୍‌ଟ୍ରୋନିକ୍ସ ନୋଟ। ତାକୁ ଗଦା କଲେ ଉପଗ୍ରହ ମାଧ୍ୟମରେ ଧରାପଡ଼ିବ ବୋଧେ। ବିଜୟା ଜେନା- ସେଗୁଡ଼ା ନାନୋ ଟୋକ୍‌ନୋଲୋଜି ପ୍ରୟୋଗ କରି ତିଆରି ହୋଇଛି। ନବୀନ ଦାସ-ଏହା ଆସିଲାଣି କି? ଆସିବ ନାହିଁ। ପ୍ରକାଶ ମହାନ୍ତ- ଗରିବଙ୍କୁ ବୋକା ବନାଇବେ। ସତ୍ୟଶୋଭନ ଦାସ- କେମିତି? ପ୍ରକାଶ ମହାନ୍ତ- ଗାଁଗହଳରେ ଗରିବ ଲୋକମାନେ ଧାରକରଜ କଲେ ମହାଜନମାନେ ସେମାନଙ୍କୁ ବଡ଼ ନୋଟ ଦେଇ ବୁଝେଇଦେବେ। ସେମାନେ ତାକୁ ଭଙ୍ଗେଇବାବେଳେ ସେଇ ମହାଜନମାନେ କିଛି କମିଶନ କାଟି ରଖିବେ। ଅଭିଷେକ ଦ୍ବିବେଦୀ- ଏହା ଜରିଆରେ ଡକ୍ଟର ମୋଦି ୟୁପି ନିର୍ବାଚନ ଜିତିଯିବେ। ଅନୁଗତ ଜେନା-ଏ ଟଙ୍କାଗୁଡ଼ିକରେ ନାନୋ ଜିପିଏସ ଚିପ୍‌ ରହିବ, ତାହା ୧୨୦ ମିଟର ମାଟି ତଳେ ପୋତା ଯାଇଥିଲେ ବି ଉପଗ୍ରହରେ ଧରାପଡ଼ିବ। ଦୀପକ କୁମାର ପୃଷ୍ଟି-ସେମାନେ ଆଗେ ୫୦୦ ଓ ୧୦୦୦ ଟଙ୍କିଆ ଜମା କରନ୍ତୁ।   ସୁରେନ୍ଦ୍ର ବିଶ୍ବାଳ- କିଛି ଗୋଟେ ବାଟ ଥିବ। ଅପେକ୍ଷା କରିବା, ଆଗକୁ କ’ଣ ହଉଛି ଦେଖିବା। ବିମଳ ପ୍ରସାଦ- ଜାଣିବା ପାଇଁ କୌଶଳଗତ ଭାବେ ତିଆରି ହୋଇଛି। କୃଷ୍ଣକାନ୍ତ ଝା-ମାଇକ୍ରୋ ଚିପ୍‌ ଖଂଜା ଯାଇଛି। ବିଦ୍ୟୁତ ମହାନ୍ତି- ଆଗରୁ ଠୁଳ ହୋଇଥିବା କଳାଟଙ୍କା ବାହାରିବ, ଆଗୁ ପୁଣି କଳାଟଙ୍କା ଜମା ହେବ। ପ୍ରଫୁଲ୍ଲ ସ୍ବାଇଁ- ଦି’ ବର୍ଷ ପରେ ପୁଣି ୨୦୦୦ ଓ ୫୦୦ ଟଙ୍କିଆ ନୋଟ ପ୍ରତ୍ୟାହୃତ ହେବ, କାରଣ ପୁଣ କଳାଟଙ୍କା ଜମା ହୋଇଥିବ। ଜିଜ୍ଞାସା ଗୀତ-କଷ୍ଟ କଲେ କୃଷ୍ଣ ମିଳେ। ଦେଶରୁ କଳାଟଙ୍କା ହଟେଇବାକୁ ଏକ ବଡ଼ ପଦକ୍ଷେପ। ରଙ୍ଗା ଚରଣ ପ୍ରଧାନ- କଳାଧନ ମାଲିକଙ୍କର କେତେ ଭାଗ ୧୦୦୦ ଟଙ୍କିଆ ନୋଟ୍‌ ଆକାରରେ କଳାଟଙ୍କା ରଖିଛନ୍ତି? ତାହା କଳା କି ଧଳା ତାହା କେବଳ ଆୟକରବାଲା କହିପାରିବେ। ରୁଦ୍ର ମହାପ୍ତି- ମାଇକ୍ରୋ ଚିପ୍‌ ରହିବ। ଅର୍କଜ୍ୟୋତି ସାମନ୍ତ- କେହି ସରକାରଙ୍କୁ ବୁଝାଇ ଦେଇଛନ୍ତି ୨୦୦୦ ଭିତରେ ୧୦୦୦ ନାହିଁ। ଅଂଜଳି ମହାନ୍ତି- ୨୦୦୦ ଟଙ୍କା ଆସିଲେ ପୁଣି ଆରମ୍ଭ ହେବ। ପ୍ରସାଦ ନନ୍ଦ। ଖୁବଶୀଘ୍ର କଳାଟଙ୍କାର ମାଲିକମାନେ ଆଉ କିଛି ଗମ୍ଭୀର ପଦକ୍ଷେପ ନେବେ।   ଦେବୀ ପ୍ରସାଦ ମହାପାତ୍ର- ଆଗ ଆମକୁ କିଛି ସମସ୍ୟା ଭୋଗିବାକୁ ହେବ ଏବଂ ଭଲ ଆଶା କରିବାକୁ ହେବ। ଭଲ ନୋଟ ଆସିବ। ରିୟାନ ରିୟାନ- ଏହା ଏକ ସମାଧାନ ନୁହେଁ, ସାଧାରଣ ଓ ଗରିବ ଲୋକଙ୍କର ସମସ୍ୟା ହେବ। ...କଳାଟଙ୍କା ରଖିବାବାଲାଙ୍କ ବିରୋଧରେ ସିଧାସଳଖ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାର ଡରୁଛି। ତେଣୁ ଏମିତି ପଦକ୍ଷେପ।  ଉପେନ୍ଦ୍ର ପଣ୍ଡା- ଏ ଟଙ୍କା ଏଯାଏଁ ଆସିନାହିଁ। ଆଶିଷ ଦେ- ଡଲାର ଆମ ପାଇଁ ନିରାପଦ। ଅରୂପ ଅଭିଷେକ- କଳାଟଙ୍କା ରଖିବା ପାଇଁ ଏହା ଅଧା ଜାଗା ନେବ। ବିଭବ ଜେନା- ଏହା ସାଧାରଣ ଜୀବନରେ ସମସ୍ୟା ସୃଷ୍ଟି କରିବ। ପରଂବ୍ରହ୍ମ ତ୍ରିପାଠୀ- ମଧୁ କୋଡ଼ାର ୪ କୋଟି ମାଟିରେ ମିଶିଗଲା ଓ ଗିରିରାଜ ସିଂହଙ୍କର ୧ କୋଟି ଚୋରି ହୋଇଗଲା ବୋଲି ଆମ କ’ଶ ଭୁଲିଗଲେ? ସେମାନେ ସେମାନଙ୍କ ଧଳାଟଙ୍କା ନଗଦ ଆକାରରେ ନରଖି ଅନ୍ୟାୟର ଶିକାର ହେଲେ କି? କୃତ୍ତିବାସ ନାୟକ- କିଛି ବର୍ଷ ପରେ ସରକାର ହଠାତ ୨୦୦୦ ଟଙ୍କିଆକୁ ବନ୍ଦ କରିଦେବେ, ସେତେବେଳକୁ କଳାବଜାରି ଓ ଜାଲ୍‌ନୋଟ ଭର୍ତ୍ତି ହୋଇଥିବ। ଡକ୍ଟର ସୌଭାଗ୍ୟ କର- ଆଶା କରୁଛି ଭବିଷ୍ୟତର ନୋଟ୍‌ରେ ଜିପିଏସ ପରି ବ୍ୟବସ୍ଥା ରହିବ।   ଦେବଦର୍ଶୀ ନାୟକ- ରାମଦେବ କହିଥିଲେ ଛୋଟ ନୋଟ୍‌। ତେଣୁ ୧୦୦୦ ଟଙ୍କିଆ ଗଲା, ୨୦୦୦ ଟଙ୍କିଆ ଆସିଲା। ତ୍ରିଲୋଚନ ସାହୁ- କଳାଟଙ୍କା ଏବେ ବଦଳେଇ ହେବ ନାହିଁ। ତେଣୁ ତାହାର ଆର୍ଥନୀତିକ ମୂଲ୍ୟ ରହିବ ନାହିଁ। ତେଣୁ ଦୁର୍ନୀତି ହଟିବ। ତାରକ ମହାନ୍ତି- ଅପେକ୍ଷା କରିବାକୁ ପଡ଼ିବ, ଭ୍ରଷ୍ଟାଚାରୀଙ୍କର ବୁଦ୍ଧି ମୋଦିଙ୍କଠୁ ଅଧିକ। ତେଣୁ କିଏ କେଉଁ ଉପାୟ ଧରୁଛି ଦେଖାଯାଉ। ରୁଦ୍ର ପ୍ରସନ୍ନ ରଥ- ଜିପିଏସ ଜରିଆରେ କଳାଧନ ଠୁଳକାରୀଙ୍କୁ ମୋଦି ତାଙ୍କର ଆର୍ଥନୀତିକ ଯୁଦ୍ଧ ପ୍ରକୋଷ୍ଠରେ ବସି ଟ୍ରାକ୍‌ କରିବେ। ସୁଚେନ୍ଦୁ ସୁବୁଦ୍ଧି- ନୂଆ ନୋଟ୍‌ରେ ପୁରୁଣା ଦୁର୍ନୀତି। କୃଷ୍ଣମୂର୍ତ୍ତି କେ-ସହଜରେ ପ୍ୟାକିଂ ହୋଇପାରିବ, କିନ୍ତୁ ଏବେକା କଳାଟଙ୍କାଧାରୀମାନେ କ୍ଷତି ସହିବେ। ରତ୍ନାକର ପତି- ଅଧିକ ମୂଲ୍ୟର ନୋଟ୍‌ ଯୋଗୁଁ ଦୁର୍ନୀତି ବଢ଼ିବ।

Share :