କବିତା: ଆତ୍ମନେପଦି

କବିତା: ଆତ୍ମନେପଦି

Share :

ପ୍ରଶାନ୍ତ ଭୂୟାଁ   ଅମରାବତୀରୁ ନେଇ  ପୀୟୁଷକୁ, ତୂଳୀ କରିଥାନ୍ତା ନିରୀହ ଆତ୍ମାକୁ । ଇନ୍ଦ୍ରଧନୁଷରୁ ରଙ୍ଗ ନେଇ ଲେସି , ଧରଣୀ ବୁକୁରେ ଆନନ୍ଦରେ  ବସି ।   ଚିତ୍ରପଟ୍ଟ ନେଇ ସବୁଜଶ୍ୟାମଳ , ଧାର ଦେଇଥାନ୍ତା ରମ୍ୟ ଦୁର୍ବାଦଳ । ଗାରେଇ ନିଅନ୍ତା ସେନେହର ଗାର , କରିଥାନ୍ତା ସୃଷ୍ଟି ଅମର କବିର ।   ସେ କବି ଲେଖନ୍ତା ମଣିଷର କଥା, ବାଛି ନଥାନ୍ତା ସେ ଜାତିଧର୍ମ ଯଥା । ମାନବତା ଜାତି, ମାନବତା ଭାଷା, ମାନବତା ଧର୍ମ କର୍ମ ପରିଭାଷା ।   ସେ କବି ହୁଅନ୍ତା ଅମୃତ ସନ୍ତାନ , ମାତୃଭାଷା, ମାତୃଭୂମିରେ ତା ପ୍ରେମ । ବେନିଭୁଜ ତୋଳି  ବକ୍ଷତା ପ୍ରସାରୀ , ଜାତି ଭାଇଭଗ୍ନି ନିଅନ୍ତା ଆବୋରି ।   ଜାତି ଉଦ୍ଧାରରେ ଦିଅନ୍ତା ସେ ପ୍ରାଣ, ପ୍ରେରଣା ଚେତନା ସତ୍ୟ ଚିରନ୍ତନ । ଗାଁ ରାଜ୍ୟ ଦେଶ ସାରା ଆନନ୍ଦମୟ, ସତ୍ୟ ଶିବ ସୁନ୍ଦର ବିଶ୍ବ କବିତାମୟ ।   ରଚନା  : ୧୮ ମାର୍ଚ୍ଚ ୨୦୧୨ ପ୍ରଭୂ, ଟରୋଣ୍ଟୋ, କାନାଡା, ଜନ୍ମସ୍ଥାନ :ବଡଦାଣ୍ଡ, ଜଗନ୍ନାଥପ୍ରସାଦ ,ଗଞ୍ଜାମ ( ଓଡିଶା ) prasantabhunya@gmail.com, +1 647 996 5280

Share :