ଜିଲ୍ଲାପାଳଙ୍କୁ ଏନଏଚ‌୍‍ଆରସିଙ୍କ ସମନ

ଜିଲ୍ଲାପାଳଙ୍କୁ ଏନଏଚ‌୍‍ଆରସିଙ୍କ ସମନ

Share :

କଳାହାଣ୍ଡି ଜିଲ୍ଲ‌୍‍ା ଥୁ.ରାମପୁର ବ୍ଲକ ଅନ୍ତର୍ଗତ ଏକ କନ୍ୟାଶ୍ରମରେ ରହୁଥିବା ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିଲା। ଏହାପରେ ସେ ଆତ୍ମହତ୍ୟା କରିଥିଲେ। ଏନେଇ ପୁରୀର ମାନବାଧିକାର କର୍ମୀ ସୁବାସ ମହାପାତ୍ରଙ୍କ ଅଭିଯୋଗକୁ ଆଧାର କରି ଜାତୀୟ ମାନବାଧିକାର କମିସନ(ଏନ‌୍‍ଏଚ‌୍‍ଆର‌୍‍ସି) ପୀଡିତାଙ୍କ ପରିବାରକୁ ସରକାରଙ୍କ ନିୟମ ଅନୁଯାୟୀ ତୁରନ୍ତ କ୍ଷତିପୂରଣ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ବାରମ୍ୱାର ଆଦେଶ ସତ୍ତ୍ୱେ ତାହା ପାଳନ କରି ନଥିଲା କଳାହାଣ୍ଡି ଜିଲ୍ଲା ପ୍ରଶାସନ। ଏଣୁ କମିସନ‌୍‍ କ୍ଷୋଭ ପ୍ରକାଶ କରିବା ସହିତ ନଭେମ୍ବର ୧୬ ତାରିଖରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ବ୍ୟତିଗତ ଭାବେ ହାଜର ହେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। କମିଶନଙ୍କ ଆଦେଶକୁ କାହଁିକି ପାଳନ କରାଯାଇ ନାହିଁ ସେନେଇ ଜିଲ୍ଲାପାଳ ହାଜର ହୋଇ ଦର୍ଶାଇବାକୁ ଏନ‌୍‍ଏଚ‌୍‍ଆର‌୍‍ସି ତାଙ୍କ ଆଦେଶରେ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।   ସୂଚନା ଯୋଗ୍ୟ ଉକ୍ତ ଘଟଣାଟି ଘଟିଥିଲା ୨୦୧୨ ଅଗଷ୍ଟ ୨୬ ତାରିଖରେ। ସଂପୃକ୍ତ ଆଦିବାସୀ ଛାତ୍ରୀ ଜଣକ କନ୍ୟାଶ୍ରମରେ ରହିଥିବା ବେଳେ ତାଙ୍କ ଗାଁର ଜଣେ ଯୁବକ ଆସି ‘ତୁମ ମା’ଙ୍କ ସ୍ୱାସ୍ଥ୍ୟ ଗୁରୁତର ରହିଛି, ତୁରନ୍ତ ମୋ ସହିତ ଘରକୁ ଚାଲ‌୍‍’ ବୋଲି କହିଥିଲେ। ଛାତ୍ରୀ ଜଣକ କନ୍ୟାଶ୍ରମ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଜଣାଇ ଯୁବକଙ୍କ ସହିତ ସାଇକଲ‌୍‍ରେ ବସି ଯାଇଥିଲେ। କିନ୍ତୁ ବାଟରେ ଯୁବକ ଜଣକ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇ ବଳାତ୍କାର କରିଥିଲେ। ଏପରିକି ଯୁବକ ଜଣକ ତାଙ୍କର ଜଣେ ସଂପର୍କୀୟଙ୍କ ଘରେ ଛାତ୍ରୀଙ୍କୁ କିଛି ଦିନ ରଖିଥିଲେ।   ପରଦିନ ସକାଳେ ଛାତ୍ରୀ ଜଣକ କୌଶଳ କ୍ରମେ ଖସିଆସି ନିଜ ଗାଁରେ ପହଞ୍ଚି ଥିଲେ। ତାଙ୍କ ପ୍ରତି ହୋଇଥିବା ପାସବିକ ଅତ୍ୟାଚାର ସଂପର୍କରେ  ଘରେ କହିବା ସହ ପୁଣି କନ୍ୟାଶ୍ରମକୁ ଆସି ଲୋକ ଲଜ୍ୟା ଭୟରେ ଆତ୍ମହତ୍ୟା କରିଥିଲେ। ଏହି ମାମଲରେ ଆସନ୍ତା ୮ ତାରିଖ ସୁଦ୍ଧା ସବିଶେଷ ତଥ୍ୟ ଏନ‌୍‍ଏଚ‌୍‍ଆର‌୍‍ସିକୁ ପ୍ରଦାନ ନକଲେ ଜିଲ୍ଲାପାଳ ବ୍ୟକ୍ତିଗତ ଭାବେ କମିଶନ ଆଗରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି।

Share :