କବିତା: ସ୍ବପ୍ନ-୯

କବିତା: ସ୍ବପ୍ନ-୯

Share :

ଶୁଭଶ୍ରୀ ଶୁଭସ୍ମିତା ମିଶ୍ର   ଅନେକ ଥର ଚମକି ପଡ଼େ ଦେଖେ କେହି ଜଣେ ଓଟାରି ନେଉଛି ଲୁଗା ଦିଶୁଛି ଉଲଗ୍ନ ଯୌବନ | ସମସ୍ତେ ଅସହାୟ ଏଠି ଠିକ ପଂଚୁ ପାଣ୍ଡବ ସମାନ ଦୁଃଶାସନ ହାତ ବଢ଼ୁଛି ଆଗକୁ ଅସହାୟ ଦ୍ରୌପଦୀ! ମାଧବର ମନ୍ତ୍ରଲୁଗା କାହିଁ? ଚାରିଆଡ଼େ ଅସୁର ଶକୁନି କୋଟିଏ ଦୁର୍ଯ୍ୟୋଧନ ପାଖେ ଅସାୟ ଯାଜ୍ଞସେନୀ କୁରୁସଭା ସ୍ଥଳେ! ଏ ଦୁଃସ୍ବପ୍ନ ଖାଲି ମୋର ନୁହେଁ ମୋ ପରି ଅନେକ ନିଦର କିଛି ଦିନ ହୋହାଲ୍ଲା ତା’ପରେ ରାଲି ତା’ପରେ ସ୍ତବ୍ଧ ନିଥର ପାଟି | ସାମ୍ବାଦିକ ବନ୍ଧୁ ଗଲେ କାହିଁ ଅନ୍ତନାଡ଼ି ବାହାରେ ବୁଲୁଛି ଡାକ୍ତର ଚେଷ୍ଟାରେ ବିଫଳ ହସୁଛି ମୃତ୍ୟୁ- ସ୍ବପ୍ନସବୁ ପୋଡ଼ି ଦେଇ ଯାଜ୍ଞସେନୀ ତା’ ମୃତ୍ୟୁକୁ ଲୋଡ଼ୁଛି |

Share :