ଦେବେନ୍ଦ୍ର ପୃଷ୍ଟି ପ୍ରେମକଥା କଥା ହେଲାବେଳେ ଲୋକେ କି ଭୁଲନ୍ତି ସଖୀ ଆକାଶକୁ, ପାଣିକୁ, ନିଆଁକୁ, ମାଟିକୁ ଓ ପବନକୁ ନିଜକୁ ଓ ନିଜ ସାଥେ ନିଜ ଦୁନିଆକୁ? ଚାଲ ତେବେ ସଖୀ ଆମେ ପ୍ରେମକଥା ହେବା ଭୁଲିଯିବା ନିଜ କଥା ଭୂତ ଭବିଷ୍ୟତ ଆକାଶରେ ମିଳେଇବା ପାଣିରେ ପହଁରି ନିଆଁ ହୋଇ ଜଳିଜଳି ମାଟିରେ ମିଶିବା ପୁଣି ନେବା ପବନର ରୂପ, କଥା ହେବା ପ୍ରେମକଥା ଭଲ ପାଇବାର ଅଛି ଯେତେ ଇତିବୃତ୍ତ। ଆମ ଏଇ ନାମହୀନ ସଂପର୍କର କାମହୀନ କାମନା ଭିତରେ ତୁମେ ଅଛ, ମୁଁ ଅଛି, ଆମ ସହ ଅଛନ୍ତି ଅନେକ ଆମ ଏଇ ବଗୀଚାର ଫୁଲଫୁଟା ପ୍ରତ୍ୟେକ ସକାଳେ ମଧୁ ଅଛି, ମାଦକତା ଜୀବନର ହାତ ପାଆନ୍ତାରେ। ପ୍ରେମ କି ଈଶ୍ବର ସଖୀ, ଈଶ୍ବର କି ପ୍ରେମ? ଆମେ କି ଦେଖିବା ତାଙ୍କୁ ଆମରି ଭିତରେ? ବାସ୍ନା କି ମହକିବନି ସବୁ ବଗୀଚାରେ? ଫୁଲ କି ଫୁଟିବ ନାହିଁ ପ୍ରତିଟି ଗଛରେ? ମୋ-୯୪୩୭୦୩୬୨୭୬