ଇଂଲଣ୍ଡରେ କୁମାର ପୂର୍ଣ୍ଣମୀ

ଇଂଲଣ୍ଡରେ କୁମାର ପୂର୍ଣ୍ଣମୀ

Share :

  ବ୍ରିଟେନରେ ଥିବା ଓଡ଼ିଆମାନେ ଗତ କୁମାର ପୂର୍ଣ୍ଣିମାରେ କୁମାରୋତ୍ସବ ସହିତ ଲକ୍ଷ୍ମୀପୂଜା ପାଳନ କରିଛନ୍ତି। ଶ୍ରୀମତୀ ନିଲୁ ମିଶ୍ର ଓ ଶ୍ରୀମତୀ ପ୍ରତିମା ମିଶ୍ରଙ୍କ ତତ୍ତ୍ୱାବଧାନରେ ଏହା ଆୟୋଜିତ ହୋଇଥିଲା। ସେମାନେ ରୀତିନୀତି ଅନୁଯାୟୀ ପୂଜାପାଠ କରିଥିଲେ। ଏହି ଉତ୍ସବ ଉପଲକ୍ଷେ ସେଠାରେ ଥିବା ଓଡ଼ିଆମାନେ ବହୁ ପ୍ରକାର ଓଡ଼ିଆ ଖାଦ୍ୟ ଓ ଭୋଗ ପ୍ରସ୍ତୁତ କରିଥିଲେ।   ଡକ୍ଟର ଐଶ୍ୱର୍ଯ୍ୟା ବିଶ୍ୱାଳ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ ୧୯୯୯ ମସିହାରେ ଡକ୍ଟର ନୀଳକଣ୍ଠ ମିଶ୍ର ଓ ପ୍ରତିମା ମିଶ୍ର କୁମାର ପୂର୍ଣ୍ଣିମା ଓ ଲକ୍ଷ୍ମୀପୂଜା ଆରମ୍ଭ କରିଥିଲେ। ତାହା ବ୍ଲାକବର୍ଣ୍ଣରେ ଅନୁଷ୍ଠିତ ହୋଇଥିଲା। ଏହା ପରଠାରୁ ପ୍ରତିବର୍ଷ ଇଂଲଣ୍ଡରେ ଥିବା ଓଡ଼ିଆମାନେ ଏହା ପାଳନ କରି ଆସୁଛନ୍ତି। ଚଳିତ ବର୍ଷ ଏହା ଡକ୍ଟର ପ୍ରଭାସ ମିଶ୍ର ଓ ନୀଲୁ ମିଶ୍ରଙ୍କ ତତ୍ତ୍ୱାବଧାନରେ ବାରୋ-ଅନ‍୍‌-ଫଣ୍ଣେର୍ସ‍୍‌ଠାରେ ଆୟୋଜିତ ହୋଇଥିଲା।   କୁମାର ଉତ୍ସବ ନିମନ୍ତେ ଇଂଲଣ୍ଡର ଓଡ଼ିଆମାନେ କାକରା ପିଠା, ପୋଡ଼ ପିଠା, ଛେନାପୋଡ଼, କ୍ଷୀରି, ଡାଲମା, ଘାଣ୍ଟ, ପଲାଉ, ଖଟା, ଦହିବରା ଆଳୁଦମ, ପୁରି, ସନ୍ତୁଳା, ମିଠା, ଦହି ବାଇଗଣ ଆଦି ପ୍ରସ୍ତୁତ କରିଥିଲେ। କୌଣସି ତରକାରୀରେ ପିଆଜ ଓ ରସୁଣ ବ୍ୟବହୃତ ହୋଇ ନଥିଲା।   କୁମାର ପୂର୍ଣ୍ଣିମାରେ ଓଡ଼ିଶା ପର ଇଂଲଣ୍ଡର ଓଡ଼ିଆମାନେ ମଧ୍ୟ ନୂଆ ପୋଷାକ ପିନ୍ଧିଥିଲେ। ପୂର୍ଣ୍ଣିମାର ଜହ୍ନଙ୍କ ଉଦ୍ଦେଶ୍ୟରେ ଖଇ, ଗୁଡ଼, ନଡ଼ିଆ, କଦଳୀ, ଫଳ, ଆଖୁ ଆଦିରେ ପ୍ରସ୍ତୁତ ଚାନ୍ଦ ଭୋଗ ଲଗାଇଥିଲେ। କେହି କେହି ତାସ ଖେଳି ଥିଲେ। ପିଲାମାନେ ବିଭିନ୍ନ ପ୍ରକାର ଓଡ଼ିଆ ଖେଳ ଖେଳିଥିଲେ। 

Share :