ବହି ମଣିଷର ଶ୍ରେଷ୍ଠ ବନ୍ଧୁ

ବହି ମଣିଷର ଶ୍ରେଷ୍ଠ ବନ୍ଧୁ

Share :

  ପୁସ୍ତକ ମଣିଷର ଶ୍ରେଷ୍ଠବଂଧୁ। ନିୟମିତ ଅଭ୍ୟାସ କରି ପୁସ୍ତକ ପଠନ କରିବା ଆବଶ୍ୟକ। କାରଣ ପୁସ୍ତକ ବିକଳ୍ପ ନାହିଁ। ଭାଷା ଓ ସାହିତ୍ୟକୁ ବଞ୍ଚାଇବା ପାଇଁ ପୁସ୍ତକମେଳା ହେଉଛି ଏକମାତ୍ର ମାଧ୍ୟମ ବୋଲି ବିଶିଷ୍ଟ ବକ୍ତାମାନେ ମତ ପ୍ରକାଶ କରିଛନ୍ତି। କଳିଙ୍ଗନଗର ପୁସ୍ତକମେଳା କମିଟି, ବ୍ୟସନଗର ଓ ବିରଜାମଣ୍ଡଳ ସଂସ୍କୃତି ପରିଷଦ, ଯାଜପୁର ପକ୍ଷରୁ ଆୟୋଜିତ କୁମାର ପୂର୍ଣ୍ଣିମା ଅକ୍ଟୋବର ୧୫ ତାରିଖ ଶନିବାରଠାରୁ ୧୦ ଦିନ ବ୍ୟାପୀ ଚାଲିଥିବା ‘୩ୟ ରାଜ୍ୟସ୍ତରୀୟ କଳିଙ୍ଗନଗର ପୁସ୍ତକମେଳା ଓ କୁମାର ମହୋତ୍ସବ-୨୦୧୬’ ଗତ ଅକ୍ଟୋବର ୨୪ ତାରିଖ ସୋମବାର ସନ୍ଧ୍ୟାରେ ଉଦ‌୍‍ଯାପିତ ହୋଇଯାଇଛି। ଉଦ‌୍‍ଯାପନ ଉତ୍ସବର  ଏହି ମନୋଜ୍ଞ ଓ ବର୍ଣ୍ଣାଢ୍ୟ ସମାବେଶକୁ ରାଜ୍ୟ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ପ୍ରଦୀପ ପ୍ରଜ୍ୱଳନ କରି ଶୁଭ ଉଦ‌୍‍ଘାଟନ କରିଥିଲାବେଳେ ସଂବାଦର ସଂପାଦକ ତଥା ଆମ ଓଡିଶାର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାକ ମୁଖ୍ୟ ଅତିଥି ଭାବେ ଓ ଯୁଗଶ୍ରୀ ଯୁଗନାରୀର  ସଂପାଦିକା ମମତା ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ଯୁବପିଢିଙ୍କୁ ପୁସ୍ତକ ପଠନ କରିବାକୁ ଆଗ୍ରହ ପ୍ରକାଶ କରିବା ନିମନ୍ତେ ଆହ୍ୱାନ ଦେଇଥିଲେ। ଏହି ମହୋତ୍ସବକୁ ଗତ ୧୫ ତାରିଖ କୁମାର ପୂର୍ଣ୍ଣିମା ସନ୍ଧ୍ୟାରେ ଯାଜପୁର ଜିଲ୍ଲାପାଳ ତଥା ବିଶିଷ୍ଟ କବି ଓ ସୁସାହିତ୍ୟିକ ରଞ୍ଜନ କୁମାର ଦାସ ଶୁଭ ଉଦ‌୍‍ଘାଟନ କରିଥିଲାବେଳେ ଓଡିଶାର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ସତ୍ୟଜିତ ମହାନ୍ତି ମୁଖ୍ୟଅତିଥି ଓ ଶ୍ରୀକ୍ଷେତ୍ର ପୁରୀର ବିଶିଷ୍ଟ କବୟିତ୍ରୀ ସୁଚେତା ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ପୁସ୍ତକମେଳା ଓ କୁମାର ମହୋତ୍ସବର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରତ୍ୟହ ପୁସ୍ତକମେଳା କମିଟିର ସଭାପତି ବିଦ୍ୟାଧର ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସମାବେଶରେ ମହୋତ୍ସବ କମିଟିର ସାଧାରଣ ସମ୍ପାଦକ ଘନ ପରିଡା ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲାବେଳେ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷା ତଥା ପୌରାଧ୍ୟକ୍ଷା ସବିତା ରାଉତ ସ୍ୱାଗତ ଭାଷଣ ଓ ବିରଜାମଣ୍ଡଳ ସଂସ୍କୃତି ପରିଷଦର ସଭାପତି ନାରାୟଣ ପ୍ରସାଦ ପତି ସାଂସ୍କୃତିକ ଅଭିଭାଷଣ ପ୍ରଦାନ କରିଥିଲେ।   ଓଡିଶାର କଳା, ସଂସ୍କୃତି, ଐତିହ୍ୟ, ଶିକ୍ଷା, ସାହିତ୍ୟ, ସ୍ୱାସ୍ଥ୍ୟସେବା, ସାମ୍ୱାଦିକତା, ପାଠକୀୟତା, କାର୍ଯ୍ୟଦକ୍ଷତା, କାରିଗରୀ କୌଶଳ ଓ ଅନୁଷ୍ଠାନର ସୁପରିଚାଳନା ତଥା ସମାଜସେବା ଆଦି କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ଅର୍ଜନ କରିଥିବା ୪୨ଜଣ ବ୍ୟକ୍ତି ବିଶେଷଙ୍କୁ ଉତ୍ସବର ବିଭିନ୍ନ ଦିବସରେ ସମ୍ୱର୍ଦ୍ଧିତ କରାଯାଇଥିଲା। ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ଯାଜପୁର ଜିଲ୍ଳାପାଳ ତଥା ସୁସାହିତ୍ୟିକ ରଞ୍ଜନ କୁମାର ଦାସ, ବରିଷ୍ଠ ପୋଲିସ ପ୍ରଶାସକ ସତ୍ୟଜିତ ମହାନ୍ତି ବିଶିଷ୍ଟ ଶିକ୍ଷାବିତ‌୍‍ ପ୍ରଫେସର ଡ. ନିହାର ରଞ୍ଜନ ପଟ୍ଟନାୟକ, ପ୍ରଫୁଲ୍ଲ ଚନ୍ଦ୍ର ସାମଲ, କବି ଇଂ. ବିଜନ କୁମାର ବେହେରା, ଇଂ.ସୁରେଶ ଚନ୍ଦ୍ର ଦଳାଇ, ଇଂ. ତାରା ପ୍ରସାଦ ମିଶ୍ର, ଇଂ. ଶିବପ୍ରସାଦ ବଳ, ତିର୍ତୋଲ ବିଧାୟିକା ଡା. ରାଜଶ୍ରୀ ମଲ୍ଲିକ, ପ୍ରଫେସର ଡା. ସତ୍ୟନାରାୟଣ ରାଉତରାୟ, ଡା. ସସ୍ମିତା ସ୍ୱାଇଁ, ଡା. ଗୋପାଳଚନ୍ଦ୍ର ମିଶ୍ର, ଡା. ବିଦ୍ୟାଧର ପାତ୍ର, ଡା. ପରମେଶ୍ୱର ନାୟକ, ଡା. ବସନ୍ତ ତ୍ରିପାଠୀ, ସାମ୍ୱାଦିକ ଆନନ୍ଦ ଚନ୍ଦ୍ର ସାହୁ, ସାମ୍ୱାଦିକ ଦେବଦତ୍ତ ମିଶ୍ର, ସାମ୍ୱାଦିକ ବିଜୟ କୁମାର ସାହୁ, ସାମ୍ୱାଦିକ ଅରୁଣ କୁମାର ରାଉତରାୟ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବି ଡ. ଫନୀ ମହାନ୍ତି, ଭୁବନେଶ୍ୱର ମହାନଗର ନିଗମର ମୁଖ୍ୟ ଅର୍ଥ ପରାମର୍ଶଦାତା କବି ଲାବଣ୍ୟ ଶବର, ଅକ୍ଷ୍ୟାଂଶର ସମ୍ପାଦକ ଡ. ହରିଶ୍ଚନ୍ଦ୍ର ବେହେରା, କବୟିତ୍ରୀ ପ୍ରମୀଳା ଶତପଥୀ, କବୟିତ୍ରୀ ଯଶୋଧାରା ଦାସ, କବୟିତ୍ରୀ ଶୁଭ୍ରା ନନ୍ଦ, କବୟିତ୍ରୀ କଲ୍ୟାଣୀ ନାୟକ, କବୟିତ୍ରୀ ବୀଣାପାଣି ପଣ୍ଡା, କବି ପ୍ରଭାକର ଶତପଥୀ, ଅଧ୍ୟାପକ ସୁବ୍ରତ ଦାସ, ଡ.ଦାମୋଦର ବେହେରା, ଯଚ୍ଚିନ୍ଦ୍ର କୁମାର ରାଉତ, ଡ. ଗୌତମ ଜେନା, ନିରଞ୍ଜନ ଜେନା, ଡ. ଶ୍ରୀହରି ଧଳ, ପ୍ରାଧ୍ୟାପକ ପ୍ରସନ୍ନ କୁମାର ରାଉତ, କବି ହେମନ୍ତ କୁମାର ରାଉତ, କବୟିତ୍ରୀ ଲୋପାମୁଦ୍ରା ନାୟକ, ଡ. ଚକ୍ରଧର ବିଶ୍ୱାଳ, କବି ମୂରଲୀଧର ସାମଲ, କବି ଡା. ପ୍ରଶାନ୍ତ କୁମାର ବିଶ୍ୱାଳ, ପରିବେଶବିତ‌୍‍ ନଟବର ମହାନ୍ତି, କଳ୍ପତରୁ ପରିଡା, ଅମୀୟ କୁମାର ରାଉତ, କ୍ଷୀରୋଦ କୁମାର ମଲ୍ଲିକ ଓ କବି ପୀତାମ୍ୱର ତରାଇ ପ୍ରମୁଖ ଅନ୍ୟତମ।   ଜଗନ୍ନାଥ ଚେତନାର ପ୍ରବକ୍ତା ପୋଲିସ ପ୍ରଶାସକ ବିଷ୍ଣୁପଦ ଦାସଙ୍କ ସଂପାଦିତ ‘ଜଗନ୍ନାଥ ବାର୍ତ୍ତା’, କବି ହେମନ୍ତ ରାଉତଙ୍କ ସମ୍ପାଦିତ ପରିବେଶ ପତ୍ରିକା ‘ହେନ୍ତାଳ’ ଓ କବୟିତ୍ରୀ ପ୍ରଣତୀ ହୋତାଙ୍କ ସମ୍ପାଦିତ ସାହିତ୍ୟ ପତ୍ରିକା ‘ମୃଗତନ୍ଦ୍ରା’ ଆଦି ୩ଟି ସାହିତ୍ୟ ପତ୍ରିକା ସହିତ ଜିଲ୍ଲାପାଳ ରଂଜନ କୁମାର ଦାସଙ୍କ ରଚିତ ଲଳିତ ନିବନ୍ଧ ସଂକଳନ ‘କଥା କଟାକ୍ଷ’, ଶୁଭ୍ରା ନନ୍ଦଙ୍କ ପ୍ରବନ୍ଧ ସଂକଳନ ‘ଜୀବନ ଜାହ୍ନବୀ’ ଓ କଲ୍ୟାଣୀ ନାୟକଙ୍କ କବତା ସଂକଳନ ‘ସତ୍ୟର ସନ୍ଧାନ’ ପୁସ୍ତକତ୍ରୟ ଉନ୍ନୋଚିତ ହୋଇଥିଲା। ଅନ୍ୟାନ୍ୟ ଦିବସ ଗୁଡିକରେ ଉଚ୍ଚଶିକ୍ଷା ନିଦ୍ଦେର୍ଶକ ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକ, କଟକ ଶ୍ରୀରାମଚନ୍ଦ୍ର ଭେଷଜ ମହାବିଦ୍ୟାଳୟର ହୃଦ‌୍‍ରୋଗ ବିଭାଗର ମୁଖ୍ୟ ପ୍ରଫେସର ଡା. ସତ୍ୟନାରାୟଣ ରାଉତରାୟ, ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଭାଗର ପ୍ରଫେସର ଡା.  ସସ୍ମିତା ସ୍ୱାଇଁ, ଓଡିଆ ଭାଷାର ସୁରକ୍ଷା ଓ ଭବିଷ୍ୟତ ସମ୍ପର୍କରେ ବିଶିଷ୍ଟ ଭାଷାବିତ‌୍‍ ପ୍ରଫେସର ଡ. ଦେବୀ ପ୍ରସନ୍ନ ପଟ୍ଟନାୟକ, ପୂର୍ବତନ ସାଂସଦ ବୈଷ୍ଣବ ଚରଣ ପରିଡା, ଅଧିକାର ସଂପାଦକ ମୋହନ ଜେନା, ସନ୍ତୋଷ ମହାପାତ୍ର, ଓଡିଆ ସାହିତ୍ୟରେ ନାରୀ ଶୀର୍ଷକ ଆଲୋଚନାରେ ତିର୍ତ୍ତୋଲ  ବିଧାୟିକା ଡା. ରାଜଶ୍ରୀ ମଲ୍ଲିକ, ରାଜ୍ୟ ସମାଜ ମଙ୍ଗଳ ବୋର୍ଡର ଅଧ୍ୟକ୍ଷା ଲତିକା ପ୍ରଧାନ, ଓଡିଆ ଭାଷା ପ୍ରତିଷ୍ଠାର ନିଦ୍ଦେର୍ଶକ ତମସାରାଣୀ ମହାପାତ୍ର, ନାରୀନେତ୍ରୀ ସୁଲତା ଦେଓ, ସଂବାଦପତ୍ର ଓ ଓଡିଆ ଭାଷା ସାହିତ୍ୟ ସମ୍ପର୍କରେ ନ୍ୟାୟମୂର୍ତ୍ତି ନିତ୍ୟାନନ୍ଦ ପୃଷ୍ଟି, ପୂର୍ବତନ ମନ୍ତ୍ରୀ ନିରଂଜନ ପଟ୍ଟନାୟକ, ଶିକ୍ଷାବିତ‌୍‍ ପ୍ରଫୁଲ୍ଲ ଚନ୍ଦ୍ର ସାମଲ, ଇଂ. ଶିବ ପ୍ରସାଦ ବଳ, ଓଡିଆ ଗଳ୍ପ ଓ ଉପନ୍ୟାସ ସଂପର୍କରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ‌୍‍ଗୋ, ପୂର୍ବତନ ଅତିରିକ୍ତ ପୋଲିସ ମହାନିଦ୍ଦେର୍ଶକ ଗୋପବନ୍ଧୁ ମଲ୍ଲିକ, ବିଶିଷ୍ଟ ଶ୍ରମିକ ନେତା ତଥା ଓଡିଶା ଭୂଇଁର ସଂପାଦକ ମାୟାଧର ନାୟକ, ଜଗନ୍ନାଥ ବାର୍ତ୍ତାର ସଂପାଦକ ବିଷ୍ଣୁ ପଦ ଦାସ, ଯାଜପୁର ଡି.ଆର.ଡି.ଏ.ପି.ଡି. ବ୍ରଜଗୋପଳ ଆଚାର୍ଯ୍ୟ ଓ ସାହିତ୍ୟିକ ଦଣ୍ଡପାଣି ମହାପାତ୍ର, ଯାଜପୁରର ସଂସ୍କୃତି ଓ ସାହିତ୍ୟ ସମ୍ପର୍କରେ ଗାଳ୍ପିକ ଅଚ୍ୟୁତାନନ୍ଦ ପତି, ବିଶିଷ୍ଟ ଶ୍ରମିକ ନେତା ସୌରୀବଂଧୁ କର, ଡାକ୍ତର ଗୋପାଳ ଚନ୍ଦ୍ର ମିଶ୍ର, ପରିବେଶ ଓ ସାହିତ୍ୟରେ ଏହାର ପ୍ରଭାବ ସମ୍ପର୍କରେ ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ, କବି ଓ ଶିକ୍ଷାବିତ‌୍‍ ହେମନ୍ତ କୁମାର ରାଉତ, ରାଜ୍ୟ ପ୍ରଦୂଷଣ ନିରାକରଣ ପରିଷଦର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ଅନୁପ କୁମାର ମଳ୍ଲିକ ଓ କାବ୍ୟ ସନ୍ଧ୍ୟା କାର୍ଯ୍ୟକ୍ରମରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି ଡ. ଫନୀ ମହାନ୍ତି, ଭୁବନେଶ୍ୱର ମହାନଗର ନିଗମର ମୁଖ୍ୟ ଅର୍ଥ ପରାମର୍ଶଦାତା କବି ଲାବଣ୍ୟ ଶବର ପ୍ରମୁଖ ଯୋଗଦେଇ ଉତ୍ତର ଆଧୁନିକ କାବ୍ୟଧାରାର ଭୂୟସୀ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ୧୫ ଜଣ କବିଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା।

Share :