ସୁପ୍ରଭା ମିଶ୍ର ନିମଗଛ ତଳେ ଠିଆହେଇ ନୀରବରେ ରାସ୍ତାକୁ ଚାହେଁ। ଛୁଇଁଦେଇ ଯାଏ ସୁଲୁସୁଲିଆ ପବନ ପୁଳାଏ ପାଖକୁ ଲାଗିଲାଗି ଆସେ ନିମଫୁଲର ବାସ୍ନା ଓ ଜହ୍ନ। ସଭିଏଁ ଧାଇଁଥାନ୍ତି ବ୍ୟସ୍ତତା ଭିତରେ, ଭିନ୍ନ ଚିନ୍ତା ଭିନ୍ନ ଲକ୍ଷ୍ୟ ଭିନ୍ନ ଗତି ଭିନ୍ନ ପଥ। କାହାର କାହା ଆଡ଼ିକି ନିଘା ନଥାଏ। ଧାଇଁବା ଯେ ନିୟତି, ଫରକ ପାଏନା କେଉଁଠି। ସବୁ ଗାଡ଼ି ଭଲ ଦୁଶେ, ସବୁ ଶଢ଼ୀ ମନ ଝଲସାଏ, ସବୁ କୋଠାଘର ମନ କିଣିନିଏ, ସବୁ ପୋଷାକରୁ ଉତୁରି ଆସେ ସୌନ୍ଦର୍ଯ୍ୟ। ତେବେ ମୁଁ କାହିଁକି ଏତେ ଲେଉଟପାଉଟ କରି ଦୋକାନରେ ବାଛିବସେ ଶାଢ଼ୀ, ସୋ ରୁମ୍ରେ ଗାଡ଼ି, ଫେରିବାଲାଠୁଁ ଚୁଡ଼ି? କାହିଁକି ମୁଁ ଖୋଜିବୁଲେ ମୁଦି, ଘଡ଼ି, ପାଉଁଜି, ପଗଡ଼ି? କାହିଁକି ବା ବାଛି ଲାଗେ ଘର, ଗାଡ଼ି, ଶାଢ଼ୀ? ପ୍ରାଧ୍ୟାପିକା, ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ