କଳିଙ୍ଗ ବାଲିଯାତ୍ରା ଭୂମିପୂଜା ଉତ୍ସବ

କଳିଙ୍ଗ ବାଲିଯାତ୍ରା ଭୂମିପୂଜା ଉତ୍ସବ

Share :

  ପାରାଦୀପରେ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ଓଡିଶାର ଅନ୍ୟତମ ପ୍ରସିଦ୍ଧ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ୨୦୧୬ର ଭୂମି ପୂଜା ସରିଛି। ଏହି ମହୋତ୍ସବ ୮ ଦିନ ଧରି ନଭେମ୍ୱର ୧୩ ତାରିଖ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ବାଲିଯାତ୍ରା କମିଟି ସୂତ୍ରରୁ ପ୍ରକାଶ।   କଳିଙ୍ଗ ବାଲିଯାତ୍ରା ମହୋସିବ କମିଟି ତରଫରୁ ସ୍ଥାନୀୟ ବିଜୁ ମଇଦାନ ବେଳାଭୂମି ଠାରେ ହେବାକୁ ଥିବା ମହୋତ୍ସବର ଭୂମି ପୂଜା ଅନୁଷ୍ଠିତ ହୋଇଥିଲା। ଏହି ଭୂମିପୂଜା ଉତ୍ସବରେ ଜଗତସିଂହପୁର ଜିଲ୍ଳାପାଳ ତଥା ବାଲିଯାତ୍ରା କମିଟିର ଅଧ୍ୟକ୍ଷା ଶ୍ରୀମତୀ ଯାମିନୀ ଷଡଙ୍ଗୀ, କମିଟିର ଉପାଧ୍ୟକ୍ଷ ତଥା ପାରାଦୀପର ଅତିରିକ୍ତ ବିଶ୍ୱଜିତ‌୍‍ ବିଶ୍ୱାଳ, କମିଟିର ଆବାହକ ତଥା କୁଜଙ୍ଗ ତହସିଲଦାର ବାସୁଦେବ ଶତପଥୀ, କମିଟିର କୋଷାଧ୍ୟକ୍ଷ ତଥା ପାରଦୀପ ପୌରପରିଷଦର ନିର୍ବାହୀ ଅଧିକାରୀ ଦୀଲିପ ମହାନ୍ତି, ପୌରପାଳ ବସନ୍ତ କୁମାର ବିଶ୍ୱାଳ, ମାୟାଧର ରାଉତଙ୍କ ସମେତ କମିଟିର ଇଫକୋ, ଏସାର, ପିପିଏଲ, ଏବଂ ପାରଦୀପ ରିଫାଇନାରୀର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।   ପାରାଦୀପ ବିଜୁ ଜନତା ଦଳର ସଭାପତି ସୁମନ୍ତ କୁମାର ବିଶ୍ୱାଳ ଆନୁଷ୍ଠାନିକ ଭାବେ ନଡିଆ ବାଡେଇ ଭୂମି ପୂଜା କରିଥିଲୋ।  

Share :