ଆଇନ ପୋଡ଼ିବ ଭାଷା ଆନ୍ଦୋଳନ

ଆଇନ ପୋଡ଼ିବ ଭାଷା ଆନ୍ଦୋଳନ

Share :

  ଭାଷା ଆନ୍ଦୋଳନ, ଓଡ଼ିଶା ଭାଷା ଆଇନ ୧୯୫୪କୁ କାଯ୍ର୍ୟକାରୀ କରିବା ସରକାର ନିୟାମାବଳୀ ପ୍ରଣୟନ କରିବା ପାଇଁ ନିଜ ହାତକୁ ନେବା ଓ ନିୟାମାବଳୀରେ ଦଣ୍ଡ ବିଧାନ ବ୍ୟବସ୍ଥା ଦାବିରେ ଆନ୍ଦୋଳନ ତଥା କଳାପତାକା ପଟୁଆର ଓଡ଼ିଆ ନୂଆବର୍ଷ (ଏପ୍ରିଲ ୧୩, ୨୦୧୬)ରୁ ଆରମ୍ଭ ହୋଇଅଛି। ଯାହାକି ଗାନ୍ଧୀବାଦୀ ନୀତିରେ, ନୀରବରେ ବିଧାନସଭା ସମ୍ମୁଖ ପୂଣ୍ଣ୍ୟାତ୍ମା ନବକୃଷ୍ଣ ଚ୍ଭୋଧୂରୀଙ୍କ ପ୍ରତିମୂର୍ତ୍ତି ନିକଟରୁ ଆରମ୍ଭ ହୋଇ ମାନ୍ୟବର ରାଜ୍ୟପାଳଙ୍କ ବାସଭବନ ସମ୍ମୁଖସ୍ଥ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସନ୍ଧ୍ୟା ୫ ଘଟିକାରୁ ପ୍ରତିବାଦ ସ୍ୱରୂପ କଳା ପତାକା ପଟୁଆର ଚାଲିଛି। ଏହାର ପ୍ରଭାବରେ ସରକାର ମେ ୨୧, ୨୦୧୬ ତାରିଖରେ ଅଧ୍ୟାଦେଶ ବଳରେ ୧୯୫୪ ଭାଷା ଆଇନକୁ ସଂଶୋଧନ କରି ନିୟମ ପ୍ରଣୟନ ପାଇଁ କ୍ଷମତା ହାତକୁ ନେଲେ ଏବଂ ଅଗଷ୍ଟ ୧୫, ୨୦୧୬ ସୁଦ୍ଧା ଓଡ଼ିଆରେ ଓଡ଼ିଶା ଶାସନ ପାଇଁ ସମସ୍ତ ବାଧ୍ୟା ବିଘ୍ନ ହଟିଯିବ ବୋଲି ଘୋଷଣା କଲେ।   ତତ‌୍‍ପରେ ଭାଷା ଆନ୍ଦୋଳନ, ଓଡ଼ିଶା ମେ ୨୪ ତାରିଖରୁ ପ୍ରତ୍ୟେକ ଦିନ ଚାଲିଥିବା କଳା ପତାକା ପଟୁଆରକୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲା। କିନ୍ତୁ ଆନ୍ଦୋଳନ ପ୍ରତ୍ୟେକ ଦିନ ମଧୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ଚାଲିଥିଲା। ଅଗଷ୍ଟ ୧୫ ତାରିଖରେ ସରକାର ଯେଉଁ ନିୟମ ପ୍ରଣୟନ କଲେ ସେଥିରେ କୌଣସି ଦଣ୍ଡ ବିଧାନ ବା ଆଇନଟି କିପରି ଚାଲିବ ସେଥିରେ ଉଲ୍ଲେଖ ରହିଲା ନାହିଁ। ଯାହା ଫଳରେ ଭାଷା ଆଇନଟି ଓଡ଼ିଶାରେ ଲାଗୁ ହୋଇପାରିଲା ନାହିଁ।   ଏହି ପରିପ୍ରେକ୍ଷୀରେ ଭାଷା ଆନ୍ଦୋଳନ, ଓଡ଼ିଶା ଅଗଷ୍ଟ ୧୫ ପଯ୍ର୍ୟନ୍ତ ସ୍ଥଗିତ ଥିବା କଳା ପତାକା ପଟୁଆର ପୁନର୍ବାର ଅଗଷ୍ଟ ୧୬ ତାରିଖରୁ ଆରମ୍ଭ କରିଛି। ୧୮୭ ଦିନରେ ଆନ୍ଦୋଳନ ଅତିକ୍ରମ କରି କଳା ପତାକା ପଟୁଆର ୧୦୪ ଦିନରେ ପହଞ୍ଚିଛି। ସରକାର ଯଦି ଆସନ୍ତା ସପ୍ତାହକ ମଧ୍ୟରେ ସଂଶୋଧିତ ନିୟାମାବଳୀ (ଦଣ୍ଡଯୁକ୍ତ) ପ୍ରଣୟନ ନ କରନ୍ତି, ତେବେ ଭାଷା ଆନ୍ଦୋଳନ, ଓଡ଼ିଶା ସପ୍ତାହକ ପରେ ଏହି ଅଥର୍ବ, ଅପଙ୍ଗ ଏବଂ ଅକାମୀ ଆଇନଟିକୁ ସର୍ବ ସାଧାରଣରେ ପୋଡିବା ପାଇଁ ନିଷ୍ପତ୍ତି ଏକ ସମ୍ୱାଦିକ ସମ୍ମିଳନୀରେ ପ୍ରକାଶ କରିଛି। ଭାଷା ଆନ୍ଦୋଳନର ଅଧ୍ୟକ୍ଷ ସୁଭାଷା ଚନ୍ଦ୍ର ପଟ୍ଟନାୟକ, ସଭାପତି ପ୍ରଦ୍ୟୁମ୍ନ ଶତପଥୀ, ଆବାହକ ପବିତ୍ର ମହାରଥା, ପ୍ରତିଷ୍ଠାତା ସଦସ୍ୟ ତୁଷାରକାନ୍ତ ଶତପଥୀ, ସାଗର ଶତପଥୀ, ଅଜୟ ଜେନା, ଗୋବିନ୍ଦ ମାହୁନ୍ତ, ନବ କିଶୋର ପ୍ରଧାନ, ବେଣୁଧର ବଳିୟାର ସିଂ, ଆଶିଷ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ବୋଲି ଆବାହକ ପବିତ୍ର ମୋହନ ମହାରଥା ଜଣାଇଛନ୍ତି।   ଏହି ଅବସରରେ ଭାଷା ଆନ୍ଦୋଳନର ନାମକୁ ବ୍ୟବହାର କରି କିଛି ବ୍ୟକ୍ତି ଭାଷା ଆନ୍ଦୋଳନ, ଓଡ଼ିଶାର କୌଣସି ଆଫିସୀୟ ସ୍ଥିତିରେ ନ ରହି ପ୍ରତିବାଦ ସଭା କରୁଛନ୍ତି। ପ୍ରତିବାଦ ସଭାକୁ ଭାଷା ଆନ୍ଦୋଳନ, ଓଡ଼ିଶା ସ୍ୱାଗତ କରେ। କିନ୍ତୁ ଭାଷା ଆନ୍ଦୋଳନ, ଓଡ଼ିଶା ତାର ସଂଗଠନର ନାମକୁ ବ୍ୟବହାର କରିବା ପାଇଁ କାହାକୁ ଅନୁମତି ପ୍ରଦାନ କରି ନାହିଁ। ଯଦି କୌଣସି ଅପ୍ରୀତିକର ପରିସ୍ଥିତି ଘଟେ ସେଥି ପ୍ରତି ଭାଷା ଆନ୍ଦୋଳନ, ଓଡ଼ିଶା ଦାୟୀ ରହିବ ନାହିଁ ବୋଲି ଆବାହକ ଶ୍ରୀ ମହାରଥା ଜଣାଇଛନ୍ତି। 

Share :