ଶାରଦୀୟ ପତ୍ରିକା ସମ୍ଭାର ଉଦ‌୍‍ଘାଟିତ

ଶାରଦୀୟ ପତ୍ରିକା ସମ୍ଭାର ଉଦ‌୍‍ଘାଟିତ

Share :

  ରାଉରକେଲା ସହରର ଅନ୍ୟତମ ପ୍ରମୁଖ ପୁସ୍ତକ ବିକ୍ରେତା ସେକ୍ଟର-୨ସ୍ଥିତ ଶିବଶକ୍ତି ପୁସ୍ତକାଳୟ ପକ୍ଷରୁ ଶାରଦୀୟ ପତ୍ରିକାର ସମ୍ଭାରକୁ ନେଇ ଏକ ସ୍ୱତନ୍ତ୍ର ଷ୍ଟଲ ଉଦଘାଟିତ ହୋଇଯାଇଛି। ଏଥିରେ ଦୈନିକ ସୂର୍ଯ୍ୟପ୍ରଭାର ସମ୍ପାଦକ ରବି କାନୁନଗୋ ସ୍ୱତନ୍ତ୍ର ଅତିଥିଭାବେ ଯୋଗଦେଇଥିବା ବେଳେ ତାଙ୍କ ସହ ଧାନଫୁଲର କବି ବ୍ରଜ ଦାଶ ଉଦ‌୍‍ଘାଟକ ଭାବେ ଯୋଗ ଦେଇଥିଲେ।   ମୁଖ୍ୟ ଅତିଥି ଶ୍ରୀ କାନୁନଗୋ ତାଙ୍କର ବକ୍ତବ୍ୟରେ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ପରେ ଓଡ଼ିଆ ଭାଷାର ପତ୍ରପତ୍ରିକା ପ୍ରତି ପାଠକଙ୍କୁ ଅଧିକ ଆଗ୍ରହୀ କରିବା ପାଇଁ ଶାରଦୀୟ ପତ୍ରିକାର ଏକ ବଳିଷ୍ଠ ଉଦ୍ୟମ ବୋଲି କହିଥିଲେ। ଶ୍ରୀ ବ୍ରଜ ଦାଶ ରାଉରକେଲା ପରି ଏକ ବହୁ ଭାଷାଭାଷୀ ସହରରେ ଶାରଦୀୟ ପତ୍ରିକାର ପ୍ରଦର୍ଶନୀ ଓ ବିକ୍ରୟ ପାଇଁ ଏକ ସ୍ୱତନ୍ତ୍ର ଷ୍ଟଲ‌୍‍ କରାଯାଇଥିବାରୁ ସେ ଶିବଶକ୍ତି ପୁସ୍ତକାଳୟର ସ୍ୱତାଧିକାରୀ କିଶୋର ଦାଶ ଓ ତାଙ୍କର ସହକର୍ମୀମାନଙ୍କୁ ସାଧୁବାଦ ଜଣାଇଥିଲେ।   ଏହି ସ୍ୱତନ୍ତ୍ର ଷ୍ଟଲ‌୍‍ରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ପ୍ରକାଶିତ ୫୦ରୁ ଅଧିକ ପତ୍ରିକାର ଶାରଦୀୟ ସଂଖ୍ୟା ପ୍ରଦର୍ଶିତ ହେଇଥିବାବେଳେ ଆଉ ଅଳ୍ପ ଦିନ ମଧ୍ୟରେ ୬୦ରୁ ଉର୍ଦ୍ଧ୍ୱ ଶାରଦୀୟ ପତ୍ରିକା ଉପଲବ୍ଧ ହେବ ବୋଲି ସୂଚନା ଦିଆଯାଇଛି। ଏହି ଅବସରରେ ଶିବଶକ୍ତି ପୂସ୍ତକାଳୟର ପରିବର୍ଦ୍ଧିତ ବିକ୍ରୟ କେନ୍ଦ୍ରକୁ ମଧ୍ୟ ଅତିଥିମାନେ ଉଦ‌୍‍ଘାଟନ କରିବା ସହିତ ପୁସ୍ତକାଳୟର ଉନ୍ନତି କାମନା କରିଥିଲେ।   କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ସୁନାଫୁଲ ପତ୍ରିକାର ସମ୍ପାଦକ ତଥା କବି ସୁନୀଲ କୁମାର ମହାନ୍ତି ଓ କବି ସନ୍ତୋଷ ରଥ ଯୋଗ ଦେଇଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ସଦାଶିବ ମହାକୁଡ଼, ବିଶେଷ ଦାଶ, ଦିବେଶ ଦାସ, କିଶୋର ସାହୁ, ଚନ୍ଦନ ପାତ୍ର, ରୁଦ୍ର ଚରଣ ପରମାଣିକ, ଅଲେଖ ନାୟକ, ସମୀର ଦାସ, ଶରତ ସାହୁ, ଆଲୋକ ମହି, ପ୍ରଫୁଲ୍ଲ ବେହେରା, ତ୍ରିଲୋଚନ ମିଶ୍ର, ମହେଶ ଚନ୍ଦ୍ର ପ୍ରଧାନ, ସମୀର ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।       

Share :