ଶୁଖିଲା ପତର

ଶୁଖିଲା ପତର

Share :

ଟନି ବୋଷ   କେତେ ସହଜରେ ତୀବ୍ର ଗତିରେ ଚଂଚଳ ଆଉ ହାଲକା ଭାବରେ କୁଆଡ଼େ ଯାଉଛ ହେ ଶୁଷ୍କ ପତର ମୁଁ ଜାଣିପାରେନି କେଉଁ ଲକ୍ଷ୍ୟ ଆଡ଼େ?   ଅବକ୍ଷୟର ଆଶଙ୍କାରେ କମ୍ପିତ ତବ ଦେହଧାରେ ଶୁଷ୍କ ସଂକୁଚିତ ଆତ୍ମା ନେଇ ଅପେକ୍ଷା କରିଛ ନ୍ୟାୟ ଆସି ଜୀବନ ଯନ୍ତ୍ରଣା ନେବ ଶୋଷି!   ମୁଁ ଜାଣିଛି ତୁମ ସମୟ ସରୁଛି ଦ୍ରୁତତରେ ତୁମ ସମାପ୍ତିର ପଥଧାରେ ଉପରୁ ଡାକୁଛି ବଜ୍ର ବିଜୁଳି ମୋକ୍ଷର ଦୁଆର ଆଖି ମାରେ!   ଏବେ ଚାଲିଗଲେ ବଜ୍ର ବିଜୁଳି ବର୍ଷା ପଡ଼ୁଛି ବିନ୍ଦୁ ବିନ୍ଦୁ ଦୁନିଆ ପାଇଛି ଜୀବନ୍ୟାସ, ତୁମ ଆଲିଙ୍ଗନ ଶୂନ୍ୟ କିନ୍ତୁ।   କାନ୍ଦି କାନ୍ଦି ତୁମେ ଡାକୁଛ, ବିଜୁଳି ଆସ ମତେ ଟିକେ ଗେଲ କର, ମତେ ଛାଡ଼ିଦିଅ ମୋହରି ବାଟରେ ଅବକ୍ଷୟୁ ମତେ ପାରିକର!   ତମ ଡାକ କିନ୍ତୁ ଶୁଭିଲାନି ବର୍ଷା ବଢ଼ିଲା ଯନ୍ତ୍ରଣା ହୋଇ ତମ ଗୌରବ ଫେରିଲାନି ମାଟିରେ ମିଶିଲ ଦୁଃଖ ହୋଇ।   ମୁଁ ବି ଫେରିଯିବି ଅମୃତ ନପାଇ ଜୀବନର ନିଜ ପ୍ରତି ନାହିଁ ମୋହ ଯଦି ଭଲ ପାଇବାର।   (ଅନୁବାଦ- ଦେବେନ୍ଦ୍ର ପୃଷ୍ଟି)

Share :