ରବି କାନୁନ୍ଗୋ ମାଳିର ମଜୁରି ସଭିଏଁ ଜାଣନ୍ତି, ଫୁଲ ମୂଲ କିଏ କହିବ? ମଥାମଣି ହୀରା ଭାଉ କେତେ ଜଣା ମଥା ବଥା କିଏ ସହିବ? ଦେହ ମାପ ସିନା ଦରଜି ଖାତାରେ ମନ ମାପ କିଏ କହେ ଯେ? ପ୍ରୀତି ଛନଛନ ଗତି ଉଚ୍ଛନ୍ନ ତା’ର ଦାଉ କିଏ ସହେ ଯେ? କିଏ ଗଢ଼େ ତାଜ, ଫୁଲଟିଏ ଦିଏ ଆଉ ଅବା କିଏ ଚୁମାଟେ। ହୃଦୟର ସାର ହୃତ ସମାହାର ଶିଳା ରୂପ ନେଇ ଜମାଟେ। ଫୁଲ ଯଦି ମନ ଖୋଲି ନ ପଚାରେ ତୋ ବଅସ କେତେ କହରେ। ଲୋଭ କେବେ ତତେ ନିବାରିବ ନାହିଁ- ଏତେ ଯାତନା ତୁ ସହରେ। ଗଳାରେ ରୁଦ୍ରାକ୍ଷ ତ୍ରିକୂଟେ ତିଳକ ମନରେ ମଳୟ ଯାତନା। ଆଶା ପରିଣିତା, ଇଚ୍ଛା ଅଭିଆଡ଼ୀ ବିନା ଗରଭରେ ବେଦନା। ରାଧାକୃଷ୍ଣ ନାମେ ଜୀବନ ଯମୁନା ବହି ଚାଲୁଥାଏ ମିଛକୁ। ରାମନାମ ଶୁଭେ ସ୍ୱରଗ ଦୁଆରେ କୃଷ୍ଣନାମ ରହେ ପଛକୁ। ଭ୍ରାମ୍ୟଭାଷ: ୦୯୪୩୭୧-୯୪୬୦୦)