ଏଏଚଆରସିର କୋର ଗ୍ରୁପ ସଦସ୍ୟ ମନୋଜ

ଏଏଚଆରସିର କୋର ଗ୍ରୁପ ସଦସ୍ୟ ମନୋଜ

Share :

  ବିଶିଷ୍ଟ ମାନବାଧିକାର ପ୍ରବକ୍ତା ମନୋଜ ଜେନାଙ୍କୁ ଜାତୀୟ ମାନବାଧିକାର ଆୟୋଗ ବା ଏନଏଚଆରସିର କୋର ଗ୍ରୁପ ସଦସ୍ୟ ଭାବେ ମନୋନୀତ କରାଯାଇଛି। ମାନବାଧିକାର ସୁରକ୍ଷା ଆଇନର ଧାରା ୧୨(୧) ଅନୁସାରେ ମାନବାଧିକାର କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବେସରକାରୀ ସଂଗଠନମାନଙ୍କୁ ନେଇ ୨୦୦୧ ମସିହାରେ କମିଶନ ଏକ କୋର ଗ୍ରୁପ ଗଠନ କରିଥିଲେ। ୨୦୧୬ ସେପ୍ଟମ୍ବର ୨୩ ତାରିଖରେ ଏହି କୋର ଗ୍ରୁପକୁ ପୁନର୍ଗଠନ କରାଯାଇଛି। ପୁନର୍ଗଠିତ କମିଟିରେ ଓଡ଼ିଶାର ମନୋଜ ଜେନଙ୍କୁ ସଦସ୍ୟ ଭାବେ ଗ୍ରହଣ କରାଯାଇଛି। କମିଟିର ଅନ୍ୟ ପ୍ରମୁଖ ସଦସ୍ୟମାନେ ହେଲେ ଜାତୀୟ ଉପଦେଷ୍ଟା ପରିଷଦର ପୂର୍ବତନ ସଦସ୍ୟ ହର୍ଷ ମନ୍ଦର, ରମଣ ମାଗାସେସେ ପୁରସ୍କାର ବିଜେତା ବେଜୱାଡ଼ା ୱିଲସନ, ପଦ୍ମଶ୍ରୀ ସୁନୀତା କୃଷ୍ଣନ, ରାଜ୍ୟଗୋଷ୍ଠୀ ମାନବାଧିକାର ଅଧ୍ୟକ୍ଷ ମାଜା ଦାରୁୱାଲା ଓ ଜାତୀୟ ଶିଶୁ ସୁରକ୍ଷା ଆୟୋଗର ପୂର୍ବତନ ଅଧ୍ୟକ୍ଷ ପଦ୍ମଶ୍ରୀ ଶାନ୍ତା ସିହ୍ନା।

Share :