ଲକ୍ଷ୍ମଣାନନ୍ଦଙ୍କୁ ମାରିଛି କିଏ?

ଲକ୍ଷ୍ମଣାନନ୍ଦଙ୍କୁ ମାରିଛି କିଏ?

Share :

  ଗତ ୮ ବର୍ଷ ତଳେ କନ୍ଧମାଳରେ ସଙ୍ଗଠିତ ହୋଇଥିବା ଦଙ୍ଗାକୁ ନେଇ ସାମ୍ବାଦିକ ଆଣ୍ଟୋ ଆକାରାଙ୍କ ପୁସ୍ତକ ‘ହୁ କିଲ୍ଡ ଲକ୍ଷ୍ମଣାନନ୍ଦ?’ ଶୀର୍ଷକ ପୁସ୍ତକ ରାଜଧାନୀସ୍ଥିତ ପ୍ରେସ କ୍ଲବ ଅଫ ଓଡ଼ିଶାରେ ଉନ୍ମୋଚ଼ିତ ହୋଇଯାଇଛି। କନ୍ଧମାଳ ଦଙ୍ଗାକୁ ନେଇ ସାରା ବିଶ୍ବରେ ଓଡ଼ିଶା ଚ଼ର୍ଚ୍ଚାରେ ରହିଥିଲା।   ଏହି ବହିର ଲେଖଙ୍କ ଅନୁସାରେ ଏକଦା ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଏକ ବୟାନ ରଖିଥିଲେ, ଯେଉଁଥିରେ ସେ ୟୁରୋପ, ପୋପ୍ ଓ ସୋନିଆ ଗାନ୍ଧୀଙ୍କୁ ଲକ୍ଷ୍ୟ କରି ଏକ ମନ୍ତବ୍ୟ ଦେଇଥିଲେ। ଉପରୋକ୍ତ ତିନି କନ୍ଧମାଳକୁ ସ୍ବାଧୀନ ଖ୍ରୀଷ୍ଟିଆନ ଅଞ୍ଚଳ କରିବା ପାଇଁ ଚାହୁଁ ଥିବା ସେ କହିଥିଲେ। ତାଙ୍କର ଏହି ମନ୍ତବ୍ୟ ଆରଏସଏସ୍, ବିଶ୍ବ ହିନ୍ଦୁ ପରିଷଦ ପରି ସଙ୍ଗଠନକୁ ଉକ୍ତ ଅଞ୍ଚଳରେ ସାଂପ୍ରଦାୟିକ ବିଶୃଙ୍ଖଳା କରିବା ପାଇଁ ଖୋରାକ ଯୋଗାଇଥିଲା। ତାଙ୍କର ମନ୍ତବ୍ୟର ସଂପୂର୍ଣ୍ଣ ଗୈରୀକୀକରଣ କରାଗଲା। ସେ ଖ୍ରୀଷ୍ଟିଆନ ବିରୋଧୀ ଥିବାରୁ ତାଙ୍କୁ ମାରିଥିବା ଗୋଷ୍ଠୀ ଖ୍ରୀଷ୍ଟିଆନ ବୋଲି ପ୍ରଚ଼ାର କରାଗଲା। ଯାହା ଫଳରେ ଦଙ୍ଗା ସଙ୍ଗଠିତ ହୋଇଥିଲା। ତାଙ୍କୁ ମାରିବା ପାଇଁ ମାଓବାଦୀଙ୍କୁ ସୁପାରି ଦିଆଯାଇଥିଲା।   ସେଇ ଦଙ୍ଗାକୁ ପରିଚ଼ାଳନା କରି ସାରା ଦେଶରେ ୨୦୦୯ ନିର୍ବାଚ଼ନ ଜିତିବାକୁ ଆରଏସଏସର ଉଦ୍ୟମ ଥିଲା ବୋଲି ଲେଖକ ନିଜ ପ୍ରତିକ୍ରିୟାରେ କହିଛନ୍ତି। ଏମିତି ଦଙ୍ଗା ଦିନକ ପୂର୍ବରୁ ସ୍ବାମୀଜୀ କଟକରେ ଥିଲେ, ଜାଣିଶୁଣି ତାଙ୍କୁ ଜନ୍ମାଷ୍ଟମୀ ଦିନ କନ୍ଧମାଳ ନିଆଗଲା। ସେହିପରି ତାଙ୍କ ମୃତ୍ୟୃ ପରେ ପ୍ରବୀଣ ତୋଗାଡ଼ିଆ ସେଠାରେ ପହଞ୍ଚିଗଲେ। ଯାହା ଆଶ୍ଚର୍ଯ୍ୟଜନକ। ସେହିପରି ତାଙ୍କୁ ଏସକଟ୍ କରି ରାଜ୍ୟ ସରକାରଙ୍କ ଜଣେ ମନ୍ତ୍ରୀ ନେଇଥିବା କଥା ସେ ଉଲ୍ଲେଖ କରିଛନ୍ତି।   ଏହି ଘଟଣାରେ ହିନ୍ଦୁତ୍ବର ଆଢୁଆଳେ କେବଳ ହିଂସା ସୃଷ୍ଟି କରାଯାଇଥିବା କଥା ସେ କହିଛନ୍ତି। ଏହି ଘଟଣାରେ ଜାତୀୟ ମାନବାଧିକାର କମିଶନ ମଧ୍ୟ ନିଜ ଭୂମିକା ଠିକ୍ ଭାବେ ତୁଲାଇ ପାରିନଥିବା ସେ କହିଥିଲେ। ଦଙ୍ଗା ଓ ସ୍ବାମୀଜୀଙ୍କ ମୁତ୍ୟୃ ସହ କୌଣସି ସମ୍ବନ୍ଧ ନଥିବା ଦୋଷୀ ଏବେ କାରାଗାରରେ। ଏଭଳି ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପୁସ୍ତକରେ ଉଲ୍ଲେଖ ଥିବା ସେ କହିଛନ୍ତି। ଏହି ଉନ୍ମୋଚ଼ନ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଫୁଲ୍ଲ ସାମନ୍ତରାୟ, ଧୀରେନ୍ଦ୍ର ପଣ୍ଡା ଓ ନରେନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Share :