ମାଳତୀ ଓ ଅନ୍ନପୂର୍ଣ୍ଣାଙ୍କୁ ଓଡ଼ିଶାର ଅସମ୍ମାନ!

ମାଳତୀ ଓ ଅନ୍ନପୂର୍ଣ୍ଣାଙ୍କୁ ଓଡ଼ିଶାର ଅସମ୍ମାନ!

Share :

  ସ୍ବାଧୀନତା ସଂଗ୍ରାମରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଢେର ଅଧିକ ସଂଖ୍ୟକ ମହିଳା ଅଂଶଗ୍ରହଣ କରିଥିଲେ ମଧ୍ୟ ଏଯାବତ ଜଣେ ହେଲେ ମହିଳା ସ୍ବାାଧୀନତା ସଂଗ୍ରାମୀଙ୍କ ପ୍ରତିମୂତ୍ତିର୍ କୌଣସି ସ୍ଥାନରେ ରାଜ୍ୟ ସଂସ୍କୃତି ବିଭାଗ ବସାଇନାହିଁ। ଓଲଟା ଏହି ବିଭାଗ ପକ୍ଷରୁ ବିଧାନସଭାରେ ମହିଳା ସ୍ବାଧୀନତା ସଂଗ୍ରାମୀମାନଙ୍କର ଯେଉଁ ତାଲିକା ଉପସ୍ଥାପନ କରାଯାଇଛି ସେଥିରେ କାରାବରଣ କରିଥିବା ଆଗଧାିର ବହୁ ମହିଳା ସଂଗ୍ରାମୀଙ୍କ ନାମ ସ୍ଥାନ ପାଇନାହିଁ। ଏଥିଘେନି ଉତ୍କଳ ଗାନ୍ଧି ସ୍ମାରକ ନିଧି ପକ୍ଷରୁ ଗଭୀର ଉଦ୍ଗେ ପ୍ରକାଶ କରାଯିବା ସହିତ ସରକାର ତାଙ୍କ ତ୍ରୁଟି ସଂଶୋଧନ କରିବାକୁ ଦାବି ହେଉଛି।   ରାଜ୍ୟ ସରକାର ସ୍ବାଧୀନତା ସଂଗ୍ରାମରେ ଓିଶାର ଯୋଗଦାନ ସମ୍ପର୍କରେ ସ୍ବାଧୀନତାର 70 ବର୍ଷ ପରେ ବି ସଠିକ ତଥ୍ୟ ରଖିନାହାନ୍ତି। ଫଳରେ ବିପ୍ଳବିଣୀ ମାଳତୀ ଚୌଧୁରୀ, ଅନ୍ନପୂର୍ଣ୍ଣା ମହାରାଣା, ଉତ୍ତରା ଚୌଧୁରୀ, ଗୋଦାବରୀ ଦେବୀ, କିରଣଲେଖା ମହାନ୍ତି, ସୁଭଦ୍ରା ମହତାବ, ଗୁଣମଞ୍ଜରୀ ଦାସ, ଶକୁନ୍ତଳା ଦାସ, କୃଷ୍ଣକାମିନୀ ଦେବୀ, ସୁଶୀଳା ଦେବୀ, ଅଧରମଣୀ ଦେବୀ, ପ୍ରିୟମ୍ବଦା ଦେବୀ, ଶୋଭା ଦେବୀ, ବାସନ୍ତୀ ମହାପାତ୍ର, ମଙ୍ଗଳା ସେନଗୁପ୍ତା, ଛାୟା ଦେବୀ, ପ୍ରିୟମ୍ବଦା ଦାସ, ଶୋଭାବତୀ ପଣ୍ଡାଙ୍କ ସମେତ ବହୁ ଆଗଧାିର ସ୍ବାଧୀନତା ସଂଗ୍ରାମୀଙ୍କ ନାମ ବିଧାନସଭାରେ ଉପସ୍ଥାପିତ ସରକାରୀ ତାଲିକାରେ ନାହିଁ। ଏମିତିକି ପୁଲିସ ଗୁଳିରେ ରକ୍ତତୀର୍ଥଥ ଇରମରେ ସହିଦ ହୋଇଥିବା ମହିଳା ସଂଗ୍ରାମୀ ପରି ବେୱାଙ୍କ ନାମ ମଧ୍ୟ ସରକାର ଉଚ୍ଚାରଣ କରିବାକୁ ଭୁଲି ଯାଇଛନ୍ତି।   ଏଠାରେ ଉଲ୍ଲେଖନୀୟ ଯେ ଓିଶାର କେତେଜଣ ମହିଳା ସ୍ବାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରି ଅସହଯୋଗ ଆନ୍ଦୋଳନ ଠାରୁ ବିଭିନ୍ନ ସମୟରେ କାରାବରଣ କରିଥିଲେ ସେମାନଙ୍କର ଜିଲ୍ଲାାରୀ ନାମ ତାଲିକା ପ୍ରକାଶ କରିବା ସହିତ ଏହି ମହିଳା ସ୍ବାଧୀନତା ସଂଗ୍ରାମୀମାନଙ୍କ ମଧ୍ୟରୁ କେଉଁମାନଙ୍କ ପ୍ରତିମୂର୍ତ୍ତି ସରକାର କେଉଁସବୁ ଜାଗାରେ ସ୍ଥାପନ କରିଛନ୍ତି ଓ ଅନ୍ୟ କେଉଁ ମହିଳା ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି କେଉଁଠାରେ ସ୍ଥାପନ କରିବାକୁ ପ୍ରସ୍ତାବ ରଖିଛନ୍ତି ସେ ସଂକ୍ରାନ୍ତରେ ବିଧାନସଭାରେ ଏକ ପ୍ରଶ୍ନ ଗତ ବୁଧବାର ଦିନ ଉଠିଥିଲା। ଏହାର ଉତ୍ତରରେ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓିଶାର ବିଭିନ୍ନ ଜିଲ୍ଲାର ମାତ୍ର 65 ଜଣ ମହିଳା ସ୍ବାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିଥିଲେ ବୋଲି ଉଲ୍ଲେଖ କରିବା ସହିତ ସେମାନଙ୍କର ଜିଲ୍ଲାୱାରୀ ତାଲିକା ପ୍ରଦାନ କରିଛନ୍ତି। ଏହି ତାଲିକାରେ କଟକ ଜିଲ୍ଲାର 21 ଜଣ, ପୁରୀ ଜିଲ୍ଲାର 16 ଜଣ, ସମ୍ବଲପୁର ଜିଲ୍ଲାର 14 ଜଣ, ସୁନ୍ଦରଗର 2 ଜଣ, କଳାହାଣ୍ଡିର 2 ଜଣ, ବଲାଙ୍ଗୀରର ଜଣେ, ଢେଙ୍କାନାଳର 5 ଜଣ, କୋରାପୁଟ ଓ ବରଗର ଜଣେ କରି ଓ ଗଞ୍ଜାମ ଜିଲ୍ଲାର ମାତ୍ର 2 ଜଣ ମହିଳା ସ୍ବାଧୀନତା ସଂଗ୍ରାମୀଙ୍କ ନାମ ରହିଛି।   ସ୍ବାଧୀନତା ସଂଗ୍ରାମୀ ମା’ ରମାଦେବୀ ଓ ପାର୍ବତୀ ଗିରିଙ୍କ ପୂର୍ଣ୍ଣାବୟବ ବ୍ରୋଞ୍ଜ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇ ସେଗୁିକର ସ୍ଥାପନ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ଏବଂ ଏଥିଲାଗି ସ୍ଥାନ ନିରୁପଣ କମିଟି ଉପଯୁକ୍ତ ସ୍ଥାନ ବାଛିବା ପରେ ଆବଶ୍ୟକ ପିଣ୍ଡି ନିର୍ମାଣ କରାଯାଇ ଉପରୋକ୍ତ ପ୍ରତିମୂର୍ତ୍ତି ଦ୍ବୟକୁ ସ୍ଥାପନ କରାଯିବ ବୋଲି ସଂସ୍କୃତି ମନ୍ତ୍ରୀ ବିଧାନସଭାରେ ଲିଖିତ ଉତ୍ତର ରଖିବା ସହିତ ରାଜ୍ୟ ସଂଗ୍ରହାଳୟ, ରାଜ୍ୟ ଅଭିଲେଖାଗାର ଓ ସଂସ୍କୃତି ବିଶ୍ବବିଦ୍ୟାଳୟରେ ମହିଳା ସ୍ବାଧୀନତା ସଂଗ୍ରାମୀଙ୍କ ଲାଗି ସ୍ବତନ୍ତ୍ର ଗ୍ୟାଲେରୀ ପ୍ରତିଷ୍ଠା କରାଯିବା ପାଇଁ ସରକାରଙ୍କର କୌଣସି ପ୍ରସ୍ତାବ ନାହିଁ ବୋଲି ଉଲ୍ଲେଖ କରିଛନ୍ତି। ଗତ ମଇ ମାସ 4 ତାରିଖରେ ସଂସ୍କୃତି ମନ୍ତ୍ରୀ ବିଧାନସଭାରେ ଦେଇଥିବା ଅନ୍ୟ ଏକ ଉତ୍ତରରେ ସ୍ବାଧୀନତା ଆନ୍ଦୋଳନ, ଭୂଦାନ ଆନ୍ଦୋଳନ ଓ ସମ୍ପୂର୍ଣ୍ଣକ୍ରାନ୍ତି ଆନ୍ଦୋଳନର ସ୍ମାରକୀ ସହିତ ସେବା ଓ ସଂଗ୍ରାମର ସ୍ବାକ୍ଷର କଟକର ଚୌଧୁରୀ କୋଠି ବହନ କରୁଥିବା ଉଲ୍ଲେଖ କରିଥିଲେ।   ତେବେ ଏହି ଚୌଧୁରୀ କୋଠିରେ 1930 ଜାନୁଅୟରୀ 26 ତାରିଖରେ ପ୍ରଥମ ପୂର୍ଣ୍ଣ ସ୍ବରାଜ ଦିବସ ପାଳନ ହୋଇଥିବା ଓ ଏଠାରୁ ଲବଣ ସତ୍ୟାଗ୍ରହ ପଦଯାତ୍ରା ଓଡ଼ିଶାରେ ଆରମ୍ଭ ହୋଇଥିବା ବିଷୟରେ ସରକାରଙ୍କ ନିକଟରେ ତଥ୍ୟ ଉପଲବ୍ଧ ନାହିଁ ବୋଲି କହିଥିଲେ। କେବଳ ସେତିକି ନୁହେଁ, ସେହିଦିନ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ସଂସ୍କୃତି ମନ୍ତ୍ରୀ କହିଥିଲେ ଯେ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତା ଜ୍ଞାନ ପଟ୍ଟନାୟକଙ୍କର ପୂର୍ଣ୍ଣାବୟବ ବ୍ରୋଞ୍ଜ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇ ରାଜଧାନୀରେ ପ୍ରତିଷ୍ଠା କରିବାକୁ ପଦକ୍ଷେପ ନିଆଯାଉଛି। ସ୍ବର୍ଗୀୟା ଜ୍ଞାନ ପଟ୍ଟନାୟକ ହେଉଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାତା। ସେ ସ୍ବାଧୀନତା ସଂଗ୍ରାମର କୌଣସି ସତ୍ୟାଗ୍ରହରେ ଅଂଶଗ୍ରହଣ କରିନଥିଲେ କିମ୍ବା କେବେ ବି ଜେଲ୍ ଯାଇନଥିଲେୟ ଏଥିଘେନି ବିଭିନ୍ନ ମହଲରୁ ଆପତ୍ତି ଉଠିଥିଲା। ତେବେ ଗତ 21 ତାରିଖରେ ସଂସ୍କୃତି ମନ୍ତ୍ରୀ ଯେଉଁ 65 ଜଣ ମହିଳା ସ୍ବାଧୀନତା ସଂଗ୍ରାମୀଙ୍କ ତାଲିକା ବିଧାନସଭାରେ ଉପସ୍ଥାପନ କରିଛନ୍ତି ସେଥିରେ ଜ୍ଞାନ ପଟ୍ଟନାୟକଙ୍କ ନାମ ମଧ୍ୟ ନାହିଁ।   ଗାନ୍ଧୀ ସ୍ମାରକ ନିଧିର ସଭାପତି ପ୍ରହଲାଦ କୁମାର ସିଂହ ଏକ ବିବୃତ୍ତିରେ କହିଛନ୍ତି ଯେ ସରକାର ସ୍ବାଧୀନତା ସଂଗ୍ରାମର ସଠିକ ଇତିହାସ ଲେଖି ପାରିନଥିବା ବେଳେ ରାଜ୍ୟର ମହିଳା ସ୍ବାଧୀନତା ସଂଗ୍ରାମୀଙ୍କ ସମ୍ପର୍କରେ ଅସମ୍ପୂର୍ଣ୍ଣ ତଥ୍ୟ ଦେଇ ଇତିହାସକୁ ବିକୃତ କରିବାର ଅପଚେଷ୍ଟା କରିଛନ୍ତି। ଗାନ୍ଧୀଜୀଙ୍କ ତ୍ୟାଗ, ସେବା ଓ ସମର୍ପଣ ମନ୍ତ୍ରରେ ଦୀକ୍ଷିତ ହୋଇ ଓଡ଼ିଶାର ଶହ ଶହ ମହିଳା ସ୍ବାଧୀନତା ସଂଗ୍ରାମରେ ସକ୍ରିୟ ଅଂଶଗ୍ରହଣ କରି ଜେଲ୍ ଯାଇଥିବା ବେଳେ ସେମାନଙ୍କ ନାମ ସରକାରଙ୍କ ପ୍ରଦତ୍ତ ତାଲିକାରେ ନଥିବା କେବଳ ଏହି ମହିଳା ସଂଗ୍ରାମୀଙ୍କ ପ୍ରତି ନୁହେଁ ସ୍ବାଧୀନତା ସଂଗ୍ରାମ ପ୍ରତି ଅପମାନ ସଦୃଶ। ଏକ ପୁରୁଷ କୈନ୍ଦ୍ରିକ ବ୍ୟବସ୍ଥାରେ ରାଜନେତାମାନଙ୍କ ଗଣ୍ଡା ଗଣ୍ଡା ପ୍ରତିମୂର୍ତ୍ତି ସରକାର ବସାଉଥିବା ବେଳେ ମହିଳା ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଏକ ପ୍ରକାର ଭୁଲି ଯାଇଛନ୍ତି।   ବିଳମ୍ବରେ ହେଲେ ମଧ୍ୟ ସରକାର ତାଙ୍କ ତ୍ରୁଟି ସଂଶୋଧନ କରି ଓଡ଼ିଶାର ଯେଉଁ ବୀରାଙ୍ଗାନାମାନେ ସ୍ବାଧୀନତା ସଂଗ୍ରାମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ସେମାନଙ୍କ ପୂରା ନାମ ତାଲିକା ପ୍ରକାଶ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ସଂଘର୍ଷମୟ ଜୀବନର କାହାଣୀ ସ୍କୁଲ, କଲେଜର ପାଠ୍ୟପୁସ୍ତକରେ ସ୍ଥାନିତ କରିବା ପାଇଁ ଶ୍ରୀ ସିଂହ ଦାବି କରିଛନ୍ତି।

Share :