ପାରାଦୀପ ବିଶ୍ୱକର୍ମା ପୁରସ୍କାର

ପାରାଦୀପ ବିଶ୍ୱକର୍ମା ପୁରସ୍କାର

Share :

  ଓଡିଶା ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ୨୦୧୬ର ପୁରସ୍କାର ବିତରଣ ଉତ୍ସବ ଶେଷ ହୋଇଛି। ପାରାଦୀପ ପୌର ପରିଷଦର ଅଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଡ. ଦାମୋଦର ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ପୂଜା ମଣ୍ଡପକୁ ପୁରସ୍କୃତ କରିବା ସହିତ ବିଶ୍ୱକର୍ମା ପୂଜାକୁ ଆହୁରି ସରସ ସୁନ୍ଦର କରିବା ପାଇଁ ପରାମର୍ଶ ଦେଇଥିଲେ।   ଚଳିତ ବର୍ଷ ବାହାର ସାଜ୍ଜସଜ୍ଜାରେ ଡମ୍ଫର ମାଲିକ ସଂଘ ପ୍ରଥମ, ଜିଲ୍ଲା ଟ୍ରକ ମାଲିକ ସଂଘ ୨ୟ, ଟ୍ରଲର ଆସୋସିଏସନ‌୍‍ ୩ୟ ସ୍ଥାନ ଅଧିକାର କରିଛି। ସେହିପରି ଭିତର ସାଜ୍ଜସଜ୍ଜାରେ ଟ୍ରଲର ଆସୋସିଏସନ‌୍‍ ପ୍ରଥମ, ଜିଲ୍ଲା ଟ୍ରକ ମାଲିକ ସଂଘ ଓ ଡମ୍ଫର ମାଲିକ ସଂଘ ୨ୟ, ପାରାଦୀପ ଟ୍ରକ ମାଲିକ ସଂଘ ୩ୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଆଲୋକ ସଜ୍ଜାରେ ଜିଲ୍ଲା ଟ୍ରକ ମାଲିକ ସଂଘ ପ୍ରଥମ, ଟ୍ରଲର ଆସୋସିଏସନ‌୍‍ ୨ୟ, ଓ ଜଗନ୍ନଥ ଟ୍ରକ ମାଲିକ ସଂଘ ୩ୟ ସ୍ଥାନ ଅଧିକାର କରିଛନ୍ତି। ଏଫସିଆଇ ୟୁନିଅନକୁ ସାନ୍ତନା ମୂଳକ ପୂରସ୍କାର ଦିଆଯାଇଛି।   ଏହି ବିତରଣୀ ଉତ୍ସବରେ ଜଗତସିଂହପୁର ସଂାସଦ ଡ. କୁଳମଣି ସାମଲ, ପାରାଦୀପର ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ବିଶ୍ୱାଳ, ଆଡିସନାଲ ଏସ.ପି ଗଦାଧର ପ୍ରଧାନୀ, ପାରାଦୀପ ବିଜୁଜନତା ଦଳର ସଭାପତି ସୁମନ୍ତ କୁମାର ବିଶ୍ୱାଳ, ପାରାଦୀପ ପୌର ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ଦିଲ୍ଲିପ କୁମାର ମହାନ୍ତ, ପାରାଦୀପ ପୌର ପରିଷଦର ପୂର୍ବତନ ଅଧ୍ୟକ୍ଷା ମଞ୍ଜୁଲତା ଜେନା, ଉପାଧ୍ୟକ୍ଷା ପ୍ରଭାତୀ ନାୟକଙ୍କ ସମେତ ବହୁ କାଉଁନସିଲର ମାନେ ଉପସ୍ଥିତ ଥିଲେ।   

Share :