ଆଜି ପ୍ରଧାନମନ୍ତ୍ରୀଙ୍କ ଉଜ୍ଜୟିନୀ ଗସ୍ତ

ଆଜି ପ୍ରଧାନମନ୍ତ୍ରୀଙ୍କ ଉଜ୍ଜୟିନୀ ଗସ୍ତ

Share :

ଆଜି ପ୍ରଧାନମନ୍ତ୍ରୀଙ୍କ ମଧ୍ୟପ୍ରଦେଶ ଉଜ୍ଜୟିନୀ ଗସ୍ତ । ବାବା ମହାକାଳେଶ୍ବରଙ୍କୁ ଦର୍ଶନ କରିବା ସହ "ଶ୍ରୀ ମହାକାଳ ଲୋକ ପ୍ରକଳ୍ପ"କୁ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିବେ ପ୍ରଧାନମନ୍ତ୍ରୀ । ଏହା ସହ ସନ୍ଧ୍ୟା 7.15 ମିନିଟରେ ଉଜ୍ଜୟିନୀରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା । "ଶ୍ରୀ ମହାକାଳ ଲୋକ ପ୍ରକଳ୍ପ"ର ପ୍ରଥମ ପର୍ଯ୍ୟାୟ ତୀର୍ଥଯାତ୍ରୀମାନଙ୍କୁ ବିଶ୍ବସ୍ତରୀୟ ଆଧୁନିକ ସେବା ପ୍ରଦାନ କରିବା ସହ ମନ୍ଦିରକୁ ଆସୁଥିବା ତୀର୍ଥଯାତ୍ରୀମାନଙ୍କର ଅନୁଭବକୁ ସ୍ମରଣୀୟ କରିବାରେ ସହାୟତା ପ୍ରଦାନ କରିବ । ଏହି ପ୍ରକଳ୍ପର ଉଦ୍ଦେଶ୍ୟ ସମଗ୍ର କ୍ଷେତ୍ରରେ ଭିଡକୁ କମ କରିବା ଏବଂ ଐତିହ୍ୟର ସଂରକ୍ଷଣ । ଏହି ପ୍ରକଳ୍ପରେ ମନ୍ଦିର ପରିସରକୁ ପ୍ରାୟତଃ ସାତ ଗୁଣା ବିସ୍ତାର କରାଯିବ । ସମ୍ପୂର୍ଣ୍ଣ ପ୍ରକଳ୍ପ ପାଇଁ ମୋଟ 850 କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ମନ୍ଦିରକୁ ବର୍ତ୍ତମାନ ପ୍ରତି ବର୍ଷ 1.5 କୋଟି ଶ୍ରଦ୍ଧାଳୁ ଆସୁଥିବା ବେଳେ ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ତୀର୍ଥଯାତ୍ରୀଙ୍କ ସଂଖ୍ୟା ଦୁଇଗୁଣା ହେବ । ତେବେ ଏହି ପୁରା ପ୍ରକଳ୍ପକୁ ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି । ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ ହୋଇଥିବା ବେଳେ ଏହାକୁ ଆଜି ସଂଧ୍ୟାରେ ପ୍ରଧାନମନ୍ତ୍ରୀ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଉଦଘାଟିତ ହେବାକୁ ଥିବା ଶ୍ରୀ ମହାକାଳ ପଥରେ 108 ସ୍ତମ୍ଭ ରହିଛି, ଯାହା ଭଗବାନ ଶିବଙ୍କ ତାଣ୍ଡବ ସ୍ବରୁପକୁ ଦର୍ଶାଉଛି । ଶ୍ରୀ ମହାକାଳ ପଥ ପାର୍ଶ୍ବରେ ଭଗବାନ ଶିବଙ୍କ ଜୀବନକୁ ଦର୍ଶାଉଥିବା ଅନେକ ଧାର୍ମିକ ମୂର୍ତ୍ତିକୁ ସ୍ଥାପନା କରାଯାଇଛି । ପଥ ସହିତ ଭିତର କାନ୍ଥର ଚିତ୍ର ଶିବ ପୁରାଣର କାହାଣୀ ଉପରେ ଆଧାରିତ ରହିଛି ।

Share :