ଲାଲ ବାହାଦୂରଙ୍କ ଦଶ କଥା

ଲାଲ ବାହାଦୂରଙ୍କ ଦଶ କଥା

Share :

- ନିଜ ଦେଶର ସ୍ବାଧିନତାକୁ ରକ୍ଷା କରିବା କେବଳ ସୈନିକମାନଙ୍କର କାମ ନୁହେଁ, ଏହା ପୁରା ଦେଶର କର୍ତ୍ତବ୍ୟ ଅଟେ - ଲୋକଙ୍କୁ ଲୋକତନ୍ତ୍ର ଏବଂ ସ୍ବରାଜ କେବେ ମଧ୍ୟ ହିଂସା ଦ୍ବାରା ପ୍ରାପ୍ତ ହେଇ ନଥାନ୍ତା - ଦେଶର ବିକାଶ ପାଇଁ ନିଜ ନିଜ ଭିତରେ ଲଢ଼ିବାଠାରୁ ଭଲ ବେରୋଜଗାରୀ, ଗରିବୀ, ଅଜ୍ଞାନତା ତଥା ରୋଗ ସହ ଲଢ଼ିବା ଆବଶ୍ୟକ - ଯଦି କୌଣସି ଜାତି ତଥା ଲୋକଙ୍କୁ ଭାରତରେ ଅଛୁଆଁ କୁହା ଯାଉଛି ତ ଭାରତକୁ ଲଜ୍ଜାରେ ମୁଣ୍ତ ନୁଆଁଇବାକୁ ପଡ଼ିବ - ଆମେ ଶାନ୍ତି ପାଇଁ ସେତିକି ବାହାଦୂରୀ ସହ ଲଢ଼ିବା ଆବଶ୍ୟକ ଯେତିକି ଯୁଦ୍ଧରେ ଲଢ଼ୁଛୁ - ଯେତେ ସାଧାରଣ ଦେଖା ଯାଉଛି, ମୁଁ ସେତେ ସାଧାରଣ ନୁହେଁ - ଯେତେବେଳେ ଆମ ସାମ୍ନରେ ଗରିବୀ ଆଉ ବେରୋଜଗାରୀ ଅଛି, ସେତେବେଳେ ଆମେ ପରମାଣୁ ଶସ୍ତ୍ର ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ପାରିବା ନାହିଁ - ଜୟ ଜବାନ, ଜୟ କିଷାନ - ଆମେ ଦୁନିଆରେ ସେତେବେଳେ ସମ୍ମାନର ସହ ବଞ୍ଚି ପାରିବା ଯେତେବେଳେ ଆମେ ଆନ୍ତରିକ ଭାବରେ ମଜବୁତ ରହିବା - ଆମେ କେବଳ ନିଜ ପାଇଁ ନୁହେଁ, ପୁରା ବିଶ୍ବର ଶାନ୍ତି, ବିକାଶ ତଥା କଲ୍ୟାଣ ଉପରେ ବିଶ୍ବାସ ରଖୁ

Share :