ଆଦାନୀ ଫାଉଣ୍ଡେସନ ପକ୍ଷରୁ ମେଗା ସ୍ୱାସ୍ଥ୍ୟ ଶିବିର

ଆଦାନୀ ଫାଉଣ୍ଡେସନ ପକ୍ଷରୁ ମେଗା ସ୍ୱାସ୍ଥ୍ୟ ଶିବିର

Share :

ଧାମରା, ୨୧.୧୨.୨୦୧୯: ଗ୍ରାମାଞ୍ଚଳରେ ଉତ୍କୃଷ୍ଟ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଲକ୍ଷ୍ୟ ନେଇ ଧାମରା ପୋର୍ଟ ସିଏସ୍ଆର୍ ବିଭାଗ ପକ୍ଷରୁ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଜାଗୁଳା ରେଡ୍କ୍ରସ ବାତ୍ୟା ଆଶ୍ରୟ ସ୍ଥଳଠାରେ ଡିସେମ୍ବର ୨୦ ତାରିଖରେ ଆୟୋଜିତ ହୋଇଯାଇଛି। ଏହି ସ୍ୱାସ୍ଥ୍ୟଶିବିରରେ ପ୍ରାୟ ୮୫୦ ରୁ ଊର୍ଦ୍ଧ୍ୱ ରୋଗୀ ଏବଂ ଶିଶୁମାନଙ୍କୁ ଚିକିତ୍ସା କରାଯାଇ ଔଷଧ ବିତରଣ କରାଯାଇଥିଲା। ଏହି ଶିବିର ଆଦାନୀ ଫାଉଣ୍ଡେସନ, କଟକସ୍ଥିତ ଅଶ୍ୱିନ ହସ୍ପିଟାଲ ଏବଂ ଜାଗୁଳା ଗ୍ରାମପଞ୍ଚାୟତର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା। ଅଶ୍ୱିନୀ ହସ୍ପିଟାଲର ଭେଷଜ, କାର୍ଡିଓଭାସ୍କୁଲାର, ଅସ୍ଥିଶଲ୍ୟ, ଶିଶୁରୋଗ, ଚର୍ମ, ଶିଶୁ ଓ ପ୍ରସୂତି ବିଭାଗର ବିଶେଷଜ୍ଞମାନେ ଯୋଗଦେଇ ରୋଗୀମାନଙ୍କ ସ୍ୱାସ୍ଥ୍ୟପରୀକ୍ଷା କରିଥିଲେ। ଏହାବ୍ୟତୀତ ଗ୍ରାମବାସୀଙ୍କର ମଧୁମେହ ରୋଗର ପରୀକ୍ଷା କରାଯାଇ ସେମାନଙ୍କୁ ପରାମର୍ଶ ଦେବା ସହ ଔଷଧ ବିତରଣ କରାଯାଇଥିଲା। ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆୟୋଜକମାନଙ୍କର ଏଭଳି ପ୍ରୟାସକୁ ଆଦାନୀ ଧାମରା ପୋର୍ଟ ମୁଖ୍ୟ କାର୍ଯ୍ୟନିର୍ବାହୀ ସୁବ୍ରତ ତ୍ରିପାଠୀ ଉଚ୍ଚ ପ୍ରଂଶସା କରିବା ସହ ପଞ୍ଚାୟତର ଯୁବକମାନେ ଏହି ଶିବିରରେ େସ୍ୱଚ୍ଛାକୃତ ଭାବେ ଯୋଗଦେଇଥିବାରୁ ସେମାନଙ୍କୁ ମଧ୍ୟ ଧନ୍ୟବାଦ ଜ୍ଞାପନ କରିଥିଲେ। ଶିକ୍ଷା, ସ୍ୱାସ୍ଥ୍ୟ, ନିରନ୍ତର ଆଜୀବିକା ଏବଂ ଗୋଷ୍ଠୀ ଭିତ୍ତିଭୂମି ବିକାଶ କରିବା ସହ ଉନ୍ନତମାନର ଜୀବନଶୈଳୀ ପ୍ରଦାନ କରିବା ଦିଗରେ ଆଦାନୀ ଧାମରା ପୋର୍ଟ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଅଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ପାରୁ ନ ଥିବା ଗ୍ରାମବାସୀଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ଏକ ଉନ୍ନତମାନର ସ୍ୱାସ୍ଥ୍ୟ ଯୋଗାଇଦେବା ଏହି ସ୍ୱାସ୍ଥ୍ୟ ଶିବିରର ପ୍ରୟାସ ମାତ୍ର। ଗ୍ରାମାଞ୍ଚଗୁଡ଼ିକରେ ଆଦାନୀ ଫାଉଣ୍ଡେସନ ଏହି ପ୍ରୟାସ ଉପରେ ଅଧିକରୁ ଅଧିକ ଗୁରୁତ୍ୱ ଦେଉଅଛି। ଏହି ସ୍ୱାସ୍ଥ୍ୟ ଶିବିରକୁ ଜାଗୁଳା ସରପଞ୍ଚ କାଞ୍ଚନବାଳା ମାହୁନ୍ତ ଏବଂ ଜିଲା ପରିଷଦ ସଦସ୍ୟା ସୁବାସିନୀ ଦାସ ଉଦ୍ଘାଟନ କରିଥିଲେ। ଏହି ଅବସରରେ ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତି ବଳଭଦ୍ର ଲେଙ୍କା, ପ୍ରମୋଦ କୁମାର ନାୟକ ଯୋଗଦେଇଥିବା ବେଳେ ଡଃ ପ୍ରିୟାଂଶୁ ତ୍ରିପାଠୀ (ହୃଦ୍ରୋଗ ବିଶେଷଜ୍ଞ), ଡଃ ଅଭିଷେକ ସ୍ୱାଇଁ (ଅସ୍ଥିଶଲ୍ୟ), ଡଃ ଚିନ୍ମୟ ବାରିକ (ଶିଶୁ ରୋଗ), ଡଃ ପ୍ରଫୁଲ୍ଲ ଦୀକ୍ଷିତ (ଭେଷଜ), ଡଃ ମନାଲି ପଟ୍ଟନାୟକ (ଚର୍ମ ଏବଂ ଭିଡି) ଡଃ ରଶ୍ମି ରଞ୍ଜନ ଦାସ (ଓ ଆଣ୍ଡ ଜି) ଏବଂ ଡଃ ବିଜୟ କୁମାର ସାହୁ ପ୍ରମୁଖ ରୋଗୀମାନଙ୍କ ଚିକତ୍ସା କରିଥିଲେ। କାର୍ଯ୍ୟକ୍ରମଟି ଜାଗୁଳା ପଞ୍ଚାୟତର େସ୍ୱଚ୍ଛାସେବୀ ସୁରେଶ ମାହୁନ୍ତଙ୍କ ତତ୍ତ୍ୱାବଧାନରେ ସଂଚାଳିତ ହୋଇଥିଲା।

Share :