ଜୀବିକା ସୁବିଧା ଓ ସରକାରୀ ସହଯୋଗ ସ୍ଥାନାନ୍ତର ସମସ୍ୟାର ସମାଧାନ

ଜୀବିକା ସୁବିଧା ଓ ସରକାରୀ ସହଯୋଗ ସ୍ଥାନାନ୍ତର ସମସ୍ୟାର ସମାଧାନ

Share :

ଭୁବନେଶ୍ୱର, ୭ା୧୨ : ଜୀବନ ଜୀବିକାର ସୁବିଧା ତଥା ସରକାରୀ ସହଯୋଗ ରହିଲେ ବିଶେଷ କରି ଓଡ଼ିଶାରେ ସ୍ଥାନାନ୍ତର ସମସ୍ୟାର ସମାଧାନ ହୋଇପାରିବ ବୋଲି ଆଜି ମହିଳା ଶ୍ରମିକଙ୍କ ସ୍ଥାନାନ୍ତରଣ ଶୀର୍ଷକ କର୍ମଶାଳାରେ ସାମାଜିକ କର୍ମୀ ଏବଂ ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି। ମହିଳା ଶ୍ରମିକ ସ୍ଥାନାନ୍ତରଣ ବିଷୟକ କାମ କରୁଥିବା େସ୍ୱଚ୍ଛାସେବୀ ଅନୁ।ନ ଏବଂ ତାମିଲନାଡ଼ୁର େେସ୍ୱଚ୍ଛାସେବୀ ସଂଗଠନର ମିଳିତ ଆୟୋଜନରେ ଅନୁ ିତ କର୍ମଶାଳାଟି ନାଓର ଆବାହିକା ପ୍ରମିଳା ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁ ିତ ହୋଇଥିଲା। ବିଶିଷ୍ଟ ସାମାଜିକ କର୍ମୀ ବିଶାଖା ଭଞ୍ଜ କର୍ମଶାଳାର ଉଦ୍ଦେଶ୍ୟ ସମ୍ପର୍କରେ ବ୍ୟକ୍ତ କରିବା ପରେ ଓର୍ମାସ୍ର ଯୁଗ୍ମ ନିର୍ବାହୀ ଅଧିକାରୀ ସୁଜୟ କର, ଦେବାଶୀଷ ମହାପାତ୍ର ପ୍ରମୁଖ ଯୋଗଦାନ କରି ନିଜ ନିଜର ସୁଚିନ୍ତତ ବକ୍ତବ୍ୟ ରଖିଥିଲେ। ଓଡ଼ିଶା ମାଇଗ୍ରେଂଟ ସପୋର୍ଟ ସେଂଟରର ମୁଖ୍ୟ କେ.ରାମସ୍ୱାମୀ ନିଜ ବକ୍ତବ୍ୟରେ ତାମିଲନାଡ଼ୁରେ ବିଭିନ୍ନ ପୋଷାକ ନିର୍ମାଣ କାରଖାନାରେ କାର୍ଯ୍ୟରତ ଓଡ଼ିଆ ଶ୍ରମିକମାନଙ୍କ ସମସ୍ୟା ସମ୍ପର୍କରେ ମତବ୍ୟକ୍ତ କରିବା ସହ ସେମାନଙ୍କ ସମସ୍ୟାର ସମାଧାନ ସକାଶେ ଉଭୟ ରାଜ୍ୟ ସରକାରଙ୍କ ମିଳିତ ପ୍ରଚେଷ୍ଟା ଆବଶ୍ୟକ ବୋଲି କହିଥିଲେ। ଏବଂ ସର୍ବୋପରି ସ୍ଥାନାନ୍ତର ହୋଇଥିବା ମହିଳା ଶ୍ରମିକମାନଙ୍କ ମାନବିକ ଅଧିକାର ଯେପରି ଅକ୍ଷୁଣ୍ଣ ରହିବ, ସେ ଦିଗରେ ସମସ୍ତେ ଯତ୍ନବାନ ହେବା ଉଚିତ ବୋଲି ସର୍ବାଦୌ ମତପ୍ରକାଶ ପାଇଥିଲା। ସାମାଜିକ ସଂଗଠନ ରିଡ଼୍ ତରଫରୁ କରାଯାଇଥିବା ସର୍ଭେ ରିପୋର୍ଟ ଅନୁଯାୟୀ ପ୍ରାୟ ୯୦ପ୍ରତିଶତ ମହିଳା ଶ୍ରମିକ ଯେଉଁମାନେ କି ବୟନ ଶିଳ୍ପ ଏବଂ ପୋଷାକ ନିର୍ମାଣ କାରଖାନାରେ କାର୍ଯ୍ୟରତ ଅଛନ୍ତି, ସେମାନଙ୍କ ମଧ୍ୟରୁ ସଂଖ୍ୟାଧିକ ପ୍ରତିଶତ ଅନୁସୂଚିତ ଜାତି ଓ ଜନଜାତି ଗୋ ୀର ରହିଥାନ୍ତି। ଗରିବୀ, ଜୀବିକାର ଅଭାବ, ଯୌତୁକଜନିତ ସମସ୍ୟାର ସାମ୍ନା କରିବା, ଅଶିକ୍ଷିତ ଆଦି ସାମାଜିକ ବିଭେଦତା ଯୋଗୁଁ ଅନେକେ ନିର୍ଯାତିତ ହେଉଥିବା ସର୍ଭେରୁ ଜଣାପଡ଼ିଛି। ସଂସୃଷ୍ଟିର ଆବାହିକା ପ୍ରଫେସର ଆଶା ହଂସ ଅନ୍ୟତମ ଆଲୋଚକ ଭାବେ ସର୍ଭେରିପୋର୍ଟର ତର୍ଜମା କରି ନିଜର ବକ୍ତବ୍ୟରେ ମହିଳା ଶ୍ରମିକଙ୍କ ସ୍ୱାସ୍ଥ୍ୟ ସମସ୍ୟା, ସଂଖ୍ୟାଧିକତା ନିର୍ଯାତନା,ଶିଶୁମାନଙ୍କୁ ଯତ୍ନର ଅଭାବ, ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ ଅସୁସ୍ଥ ହେବା, ଶାରୀରିକ ଓ ଘରୋଇ ହିଂସା ଏବଂ ଅପହରଣ ଭଳି ଭୟାନକ ସ୍ଥିତି ସମ୍ପର୍କରେ ଆଲୋକପାତ କରିଥିଲେ। ଅନ୍ୟ ଏକ ସର୍ଭେରିପୋର୍ଟରେ ସ୍ଥାନ୍ତରଣ ଏବଂ ଜଳବାୟୁ ପରିବର୍ତନ କିପରି ମହିଳାମାନଙ୍କ ଉପରେ କୁପ୍ରଭାବ ପକାଇଥାଏ, ସେ ସଂକ୍ରାନ୍ତରେ ବକ୍ତବ୍ୟ ରଖିଥିଲେ। ଏହି ସବୁ ବିବିଧ କାରଣ ଯୋଗୁଁ ସ୍ଥାନାନ୍ତରିତ ମହିଳା ଶ୍ରମିକ ଅନେକ ଅକଥନୀୟ ନିର୍ଯାତନା ଭୋଗୁଛନ୍ତି। ଓରମାସର ତରଫରୁ ଗ୍ରହଣ କରାଯାଇଥିବା ଡିଡିକେ- ଜିକେୱାଇ ତାଲିମ ନେଇ ଲକ୍ଷାଧିକ ଯୁବକ ଯୁବତୀ କର୍ମସଂସ୍ଥାନ ପାଇନାହାନ୍ତି, ଯାହାକି ଆଉ ଏକ ସମସ୍ୟା ସୃଷ୍ଟି କରିବା ସହ ସ୍ଥାନାନ୍ତରଣରେ ଏହା ପରୋକ୍ଷରେ ସହାୟକ ହୋଇଥାଏ ବୋଲି ଆଲୋଚନା କାଳରେ ବିଭିନ୍ନ ବକ୍ତା ପ୍ରକାଶ କରିଥିଲେ। ପଳାୟନ ବା ସ୍ଥାନାନ୍ତରଣକୁ ରୋକିବାକୁ ବିଭିନ୍ନ ସରକାରୀ ପଦକ୍ଷେପ ନିଆଯାଉଥିଲେ ହେଁ ତାହା ପର୍ଯ୍ୟାପ୍ତ ହୋଇପାରୁନାହିଁ। ପଳାୟନକୁ ସୁରକ୍ଷିତ କରିବା ସକାଶେ ଅନେକପ୍ରକାର ସୁଚିନ୍ତତ ମତପ୍ରକାଶ କରି ବିଭିନ୍ନ ବକ୍ତା ଉଦବେଗ ପ୍ରକାଶ ମଧ୍ୟ କରିଥିଲେ। ଏଡ଼୍ଆଡଟ୍ ଆକ୍ସନର ଊମି ଡ଼ାନିଏଲ୍, ଆଇନାର ସ୍ନେହ ମିଶ୍ର, ପ୍ରାଧ୍ୟାପିକା ସ୍ୱର୍ଣ୍ଣମୟୀ ତ୍ରିପାଠୀ, ସାମାଜିକ କର୍ମୀ ମହେନ୍ଦ୍ର ପରିଡ଼ା, ଊଷାରାଣୀ ବେହେରା, ପ୍ରଦୀପ୍ତ ନାୟକ ପ୍ଲେସମେଂଟ ଅଫିସର ଧନଞ୍ଜୟ ଦ୍ୱିବେଦୀ, ରାଜ୍ୟ ମହିଳା କମିଶନ ସଦସ୍ୟା ସୁଶ୍ରୀ ପ୍ରିୟଦର୍ଶିନୀ ପ୍ରମୁଖ ଉପାଦେୟ ମତାମତ ରଖିଥିଲେ। ସ୍ନେହ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Share :