ଗାନ୍ଧିବାଦ ଆଜି କବର ତଳେ

ଗାନ୍ଧିବାଦ ଆଜି କବର ତଳେ

Share :

ଶିବ ପ୍ରସାଦ ବିଶ୍ୱାଳ ଅଭୁଲା ସେ ଇତିହାସ, ଏବେ ଅବୁଝା ବି... ତମ ଓଠ ଦୁଇଟି ନୀରବି ଗଲା ପରେ, ତମ ହାଡ଼ ମାଂସ ପୋଡ଼ିଗଲା ପରେ ଫଟୋ ଫ୍ରେମ୍ ଭିତରେ ବାନ୍ଧି ହୋଇଗଲ ବାନ୍ଧି ହେଲା ତମ ମହତବାଣୀ ଇତିହାସ ପୃଷ୍ଠାରେ...। ପୁନଃଜନ୍ମ ନେଇ ଥରୁଟିଏ ଆସ! ଦେଖିବ ପ୍ରଭାତ ଫେରିର ନଗ୍ନ ଚିତ୍ର ସତ୍ୟ, ଅହିଂସାର ଭୟାବହ ଯନ୍ତ୍ରଣା, ତମ ସ୍ୱପ୍ନର ଭାରତେ କେତେ ଯେ ସ୍ୱପ୍ନର ସଂକଳନ ହେଲାଣି ତୁମେ ସ୍ୱପ୍ନରେ ବି ଭାବି ପରିବନି। ରାମଧୁନ୍‌ ଜାଗାରେ ବିକଳ୍ପ ଅନେକ, ହଁ ଗୋଟିଏ ସତ୍ୟ ଅବଶ୍ୟ ଅଛି, ଅଫିସ୍‌ମାନଙ୍କରେ ତମର କାଚ ଫ୍ରେମ ବଂଧା ଫଟୋ ଇଚ୍ଛାରେ ହେଉ ଅବା ଅନିଚ୍ଛା ସତ୍ତ୍ୱେ....। ତମ ସ୍ୱପ୍ନର ଇଲାକା ବଦଳି ଯାଇଛି ତମ ବିଶ୍ୱାସ ଅଣନିଃଶ୍ୱାସୀ ଆଜି ହୃଦୟର ଚଉହଦ ଡେ଼ଇଁ ବାହାରିଥିବା ଅଭିଳାଷ ତୁମର ଆଜି କବର ତଳେ ଦିନ ଗଣୁଛି। ତଥାପି ଗାଉଛି ରଘୁପତି ରାଘବ ରାଜାରାମ। ଡିଏସ୍ପି (ଡିଆଇବି) ଡ଼ୁଙ୍ଗୁରିପାଲି, ଜିଲ୍ଲା-ଦେବଗଡ଼ ଦୂରଭାଷ- ୯୪୩୭୭୨୪୨୭୭

Share :