ରବି କାନୁନ୍ଗୋ ଆଙ୍ଗୁଠି ଭିତରେ କଣା, ମାୟାରୁ ଆଞ୍ଜୁଳେ ହାତେ ନ ଧରିଲେ ପଥ ହୋଇଯାଏ ବଣା। ପାଣି ଝରିଯାଏ ଛାଁ, ମୋହ ଗହଳିରେ ଆତ୍ମା ହଜିଯାଏ, ଆଗେ ହଜେ ନିଜ ନାଁ।ା ହଜିବାକୁ ମନ କଲେ ଖୋଜିବାକୁ କେହି ନାହିଁ। ରାଧା-କୃଷ୍ଣ ରସ ରାସ ଭାଜିବାକୁ କେହି ନାହିଁ।ା ଋତୁ-ରାଗ ରତି ରଭସ ରାସ। ଶୃଙ୍ଗାର ନ ଥାଇ ଭାବ ବିଳାସ। ତିଥି ନାହିଁ ସୁଦୁ ଦଉଡ଼ ଧାପଡ଼- ପାଣି ଟୋପେ ନାହିଁ ବସେ କଳସ! ଆଇନ ବଢ଼ିଲେ ଅନ୍ୟାଚାର ବଢ଼େ, ଧାପେ ବଢ଼ୁନାହିଁ ନୀତି କି ଦୀକ୍ଷା। ପିପାସାର ନାମ ତପସ୍ୟା ହୁଅଇ, ଏଇତ ଆମର ନାରୀ ସୁରକ୍ଷା। ବୁଝିବା ସହଜ ନୁହେଁ, ବୁଝେଇବା ବି କଷ୍ଟ। ନିଜେ ହସ ନ ଜାଣିଲେ, ହସେଇବା ବି କଷ୍ଟ। ପ୍ରେମ କଲେ କେବେକେବେ ଜ୍ଞାନ ହୁଏ ନଷ୍ଟ। ଇଜ୍ଜତରେ ଖସିପଡ଼ୁ -ବୁଦ୍ଧି ହୁଏ ଭ୍ରଷ୍ଟ। ହାତ ପାପୁଲିରେ ଉଠେନି ବଥ। ବାତ୍ଫୁରୁସିରେ ନ ଥାଏ ସତ। କେତେ ମନ ମାପି ଚଳିବା ସଜନୀ- ପଡ଼ୁନି ମୋଟୁରୁ ଆମ ଗତ। ହସିବାକୁ ବେଶି ମନ ହେଲେ ଟିକେ କାନ୍ଦିଦିଏ। ବହୁ ରୋଦନର କଙ୍କାଳ ତଳେ ହସ ଥାଏ। ଦୁହେଁ ମୋର ମିତ, କେ ନୁହେଁ ଅସତ- ଜୀବନରେ ତେଣୁ ରସ ଥାଏ। ହସିବାକୁ ବେଶି ମନ ହେଲେ ତେଣୁ କାନ୍ଦିଦିଏ।ା (ମୋବାଇଲ୍ : ୯୪୩୭୧-୯୪୬୦୦)