ଗଡ଼ସେ ସଂଘୀ ନୁହେଁ!

ଗଡ଼ସେ ସଂଘୀ ନୁହେଁ!

Share :

ଗୋଲଖ ଚନ୍ଦ୍ର ଦାସ   ସମସ୍ତେ କହିଲେ ରାହୁଲ ଗାନ୍ଧିଙ୍କ ସଦବୁଦ୍ଧି ଫେରିଆସିଛି।  ଶେଷରେ ନିଜ ଛେପ ନିଜେ ଢୋକିଛନ୍ତି। ଆଜ୍ଞା, କୁକୁର ଲାଙ୍ଗୁଡ ସଦାବେଳେ ବଙ୍କା। ତାକୁ ଯେତେ ସିଧା କଲେ ମଧ୍ୟ ସିଧା ହେବ ନାହିଁ। ଠିକ‌୍‍ ସେହି ପରି କଂଗ୍ରେସ ନେତାମାନଙ୍କ କଥା। ନିଜର ପ୍ରଚାର ପାଇଁ ସେ ସବୁବେଳେ ମିଛର ଆଶ୍ରୟ ନିଅନ୍ତି। ସେତେବେଳେତ ନିଜ ଭାଷଣରେ ସଂଘ ନାମରେ ମିଛ କହିଥିଲେ ହେଲେ କୋଟରେ ଯେଉଁ ସତ୍ୟପାଠ କଲେ ତାହା ମଧ୍ୟ ମିଛି। ଗତ ୨୪ ତାରିଖ ଦିନ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ତରଫରୁ ତାଙ୍କ ଓକିଲ ସୁପ୍ରିମ କୋର୍ଟରେ କହିଥିଲେ ଯେ, ସେ ମହାତ୍ମା ଗାନ୍ଧିଙ୍କ ହତ୍ୟା ପାଇଁ ସଂଘକୁ ଦୋଷ ଦେଇନାହାଁନ୍ତି। ଯେଉଁ ଭାଷଣକୁ ସମସ୍ତ ଗଣମାଧ୍ୟମ ପ୍ରଚାର କରିଛନ୍ତି, ଶହଶହ ଜନତା ଶୁଣିଛନ୍ତି। ରାହୁଳ କହିଛନ୍ତି ସଂଘ ହେଉଛି ଗାନ୍ଧି ହତ୍ୟାକାରୀ। କୋଟରେ ସତ୍ୟପାଠ ଦାଖଲ କରିବାର କେଇ ଘଣ୍ଟା ମଧ୍ୟରେ ପୁଣି ରାହୁଲ ଓଲଟି ଗଲେ କହିଲେ ଯେ, ସେ ଆରଏସଏସର ନୀତିକୁ ସବୁ ବେଳେ ବିରୋଧ କରିବେ। ସଂଘ ସମାଜରେ ବିଭାଜନ ସୃଷ୍ଟି କରୁଛି। ସଂଘ ମୁସଲମାନଙ୍କ ବିରୋଧୀ। ସାରା ବିଶ୍ୱ ଜାଣିଛି ସଂଘ ସମାଜରେ କେତେ ବିଭାଜନ ସୃଷ୍ଟି କରୁଛି, ସଂଘ କେତେ ମୁସଲମାନ ବିରୋଧୀ ସେ ବିଷୟରେ କଂଗ୍ରେସ କି ରାହୁଲଙ୍କ ପାଖରେ ତଥ୍ୟ ନଥିବ। ରାହୁଲ ଏବେ ଗୋଟିଏ ମିଛକୁ ଲୁଚାଇବାକୁ ଯାଇ ଅନେକ ମିଛ କହୁଛନ୍ତି। ସେ ଠିକ ଜାଣିଛନ୍ତି ଗାନ୍ଧିଙ୍କ ହତ୍ୟାକାରୀ କିଏ, କିନ୍ତୁ ଗଣମାଧ୍ୟମରେ ନିଜର ପ୍ରଚାର ଓ ଅଣହିନ୍ଦୁମାନଙ୍କ ହୃଦୟରେ ରହିବା ପାଇଁ ସେ ସବୁବେଳେ ସଂଘର ନାମ ନେଉଥିଲେ। ଆଜି କାଲି ଭଲକାମ କଲେ ଯେତିକି ନାଁ ନହେଉଛି ଭଲକାମକୁ ବିରୋଧ କଲେ ତାଠାରୁ ଅଧିକ ନାହେଉଛି, ଅଧିକ ପ୍ରଚାର ହେଉଛି ଏବଂ ବେଶି ଲୋକ ମଧ୍ୟ ଜାଣୁଛନ୍ତି। ଠିକ ସେହିନୀତି ଆପଣେଇଛନ୍ତି ରାହୁଲ।   ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଆଲୋଚକମାନେ ସଂଘ ବିରୁଦ୍ଧରେ ହିଂସାଚାର ଓ ଗୋପନୀୟତାର ଅଭିଯୋଗ କରିଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ହିଂସାଚାର ଓ ଗୋପନୀୟତାର ଅଭିଯୋଗକୁ ପ୍ରମାଣିତ କରାଯାଇ ନାହିଁ। ରାଷ୍ଟ୍ରୀୟ ଯୁଦ୍ଧକୁ ଛାଡିଦେଲେ ସଂଘ ହିଂସା ଉପରେ କେବେ ହେଲେ ବିଶ୍ୱାସ ରଖି ନାହିଁ। ରାଷ୍ଟ୍ରୀୟ ଯୁଦ୍ଧ ସମୟରେ ପ୍ରତ୍ୟେକ ଦେଶଭକ୍ତ  ନାଗରିକର କର୍ତ୍ତବ୍ୟ ଏହା ଯେ ସେ ସରକାରଙ୍କ ଆଜ୍ଞା ଅନୁସାରେ ଦେଶର ଶତ୍ରୁମାନଙ୍କ ବିରୁଦ୍ଧରେ ଲଢିବା ଉଚିତ। ସୁବ୍ୟବସ୍ଥିତ ଗଣତାନ୍ତ୍ରିକ ସମାଜରେ ସଂଘର ବିଚାରଧାରା କିମ୍ୱା ବ୍ୟବହାରରେ ହିଂସାର କୌଣସି ସ୍ଥାନ ନାହିଁ। ସଂଘ କାର୍ଯ୍ୟ ପଦ୍ଧତିର ଏହା ଏକ ବିଶେଷତା ଯେ ସଂଘର ଅଧିକାରୀମାନେ ସ୍ୱୟଂସେବକମାନଙ୍କୁ ଯାହା କହିଥାନ୍ତି ସେହି କଥା ସାର୍ବଜନିନ କାର୍ଯ୍ୟକ୍ରମରେ ମଧ୍ୟ କହିଥାନ୍ତି। ବାହାରେ କିଛି ଏବଂ ଭିତରେ କିଛି କହିବାର  ପଦ୍ଧତି ସଂଘ ଆପଣାଏ ନାହିଁ।   ୧୯୪୮ ମସିହା ଫେବୃୟାରୀ ୪ ତାରିଖ ଦିନ କେନ୍ଦ୍ର ସରକାର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଉପରେ ହିଂସାତ୍ମକ କାର୍ଯ୍ୟକଳାପର ଆରୋପ ଲଗାଇ ବେଆଇନ ଘୋଷଣା କରିବା ସହିତ ଦେଶରେ ୨୦ ହଜାରରୁ ଅଧିକ ସ୍ୱୟଂସେବକମାନଙ୍କୁ ଗିରଫ କରି ଜେଲରେ ସେମାନଙ୍କ ଉପରେ ଅତ୍ୟନ୍ତ ଅମାନବୀୟ ଆଚରଣ  କରାଯାଇଥିଲା। ମିଥ୍ୟା ପ୍ରଚାର କରାଯାଇଥିଲା ସଂଘର ଜଣେ ସ୍ୱୟଂସେବକ ଗାନ୍ଧୀଙ୍କୁ ହତ୍ୟା କରିଛି। ଶେଷରେ ନ୍ୟାୟାଳୟର ଅନୁସନ୍ଧାନରୁ ପ୍ରମାଣିତ ହୋଇଥିଲା ଯେ ମହାମିା ଗାନ୍ଧୀଙ୍କ ହତ୍ୟା ସହିତ ସଂଘର କୌଣସି ସଂପର୍କ ନାହିଁ। ଗାନ୍ଧୀଙ୍କ ହତ୍ୟା ଘଟଣାର ଶୁଣାଳୀବେଳେ ନାଥୁରାମ ଗଡସେ ନ୍ୟାୟାଳୟରେ ବୟାନ ଦେଇ କହିଥିଲେ ଯେ ହିନ୍ଦୁଙ୍କ ଉତ୍ଥାନ ଓ ହିନ୍ଦୁଙ୍କର ଅଧିକାର ରକ୍ଷା ନିମନ୍ତେ ରାଜନୀତିରେ ଭାଗ ନେବାକୁ ନିତାନ୍ତ ଦରକାର। ଏଥିପାଇଁ ମୁଁ ସଂଘ ଛାଡି ହିନ୍ଦୁ ମହାସଭାରେ ଯୋଗ ଦେଇଥିଲି।   କିଛି ନଜାଣି ନଶୁଣି, ବାକ ସଂଯମତା ରକ୍ଷା ନକରି ଅନ୍ୟ ମୁଣ୍ଡରେ ଦୋଷ ଲଦିଲେ ଯେ ଅପଦସ୍ତ ହେବାକୁ ପଡେ, ତାହା ଅକ୍ଷରେ ଅକ୍ଷରେ ସତ ହୋଇଛି।  କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀଙ୍କୁ କଣ ଏକଥା ଜଣା ନାହିଁ। ଯଦି ନଜାଣିଛନ୍ତି ତେବେ ଇତିହାସ ପଢିବା ଉଚିତ। ୨୦୧୪ରେ ଏକ ନିର୍ବାଚନ ରାଲି ବେଳେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟା ପଛରେ ଆରଏସଏସର ହାତ ଅଛି ବୋଲି କହି ବିବାଦୀୟ ହୋଇ ପଡିଥିଲେ କଂଗ୍ରେସ ଉପାଧ୍ୟକ୍ଷ। ଏହାପରେ ତାଙ୍କ ବିରୋଧରେ ଏନେଇ ଚାଲିଥିଲା ମାନହାନି ମକଦ୍ଦମା। କିନ୍ତୁ ତାଙ୍କ ବିରୋଧରେ ଲାଗୁ ମାନହାନୀ ମକଦ୍ଦମାକୁ ରଦ୍ଦ କରିଦେବାକୁ ଚାହିଁଥିଲେ ରାହୁଲ ଗାନ୍ଧୀ। ଏନେଇ ସେ ହାଇକୋର୍ଟ ଏବଂ ପରେ ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ। ନିମ୍ନ ଅଦାଲତରେ ବିଚାରାଧୀନ ତଥା ତାଙ୍କ ବିରୋଧରେ ଆଗତ ମାନହାନି ମକଦ୍ଦମାର ଶୁଣାଣି କରିଥିଲେ ବିଚାରପତି ରୋହିତନ ନରିମଣ ଏବଂ ଦୀପକ ମିଶ୍ର। ଗତ ୧୯ ତାରିଖ ଦିନ ସୁପ୍ରିମକୋର୍ଟ କଂଗ୍ରେସ ଉପାଧ୍ୟକ୍ଷଙ୍କୁ ସ୍ପଷ୍ଟ କହିଦେଇଛନ୍ତି ଯେ, ତାଙ୍କୁ ଏନେଇ ମାମଲାର ସମ୍ମୁଖୀନ ହେବାକୁ ପଡିବ, ନଚେତ ନିଜ ମନ୍ତବ୍ୟ ପାଇଁ ଆରଏସଏସଠାରୁ କ୍ଷମା ପ୍ରାର୍ଥନା କରିବାକୁ ପଡିବ।   ଏପରିସ୍ଥିତିରେ ସାଧାରଣରେ ୨ଟି ଚର୍ଚ୍ଚା ଜୋର ଧରିଛି। ଯଦି ରାହୁଲ ଟ୍ରାଏଲର ସମ୍ମୁଖୀନ ହୁଅନ୍ତି, ତେବେ ତାଙ୍କୁ ମାମଲାର ଶୁଣାଣିବେଳେ କୋର୍ଟରେ ଉପସ୍ଥିତ ହେବାକୁ ପଡିବ। ଆଉ ଯଦି କଂଗ୍ରେସର ସମ୍ଭାବ୍ୟ ପ୍ରଧାନମନ୍ତ୍ରୀ ଚେହେରା ରାହୁଲ ଦ୍ୱିତୀୟ ରାସ୍ତାଟି ବାଛନ୍ତି, ତେବେ ଦଳ ପାଇଁ ନିଶ୍ଚିତ ଏକ ଅପମାନଜନକ କଥା ହେବ। ଯଦି ରାହୁଲ ଟ୍ରାଏଲର ସମ୍ମୁଖୀନ ହେବାକୁ ଚାହାନ୍ତିନି, ତେବେ ତାଙ୍କୁ ଆରଏସଏସ ନିକଟରେ କ୍ଷମା ପ୍ରାର୍ଥନା କରିବାକୁ ପଡିବ ବୋଲି ଖଣ୍ଡପୀଠ ଏହି ଅବସରରେ ସ୍ପଷ୍ଟ କରିଥିଲେ। ମାମଲାର ଶୁଣାଣି ସମୟରେ କୋର୍ଟ ଆହୁରି ମଧ୍ୟ କହିଥିଲେ ଯେ, ହୋଇପାରେ ଇତିହାସ ଦୃଷ୍ଟିକୋଣରୁ ଆପଣ ଠିକ କହିଥାଇପାରନ୍ତି। କିନ୍ତୁ ତଥ୍ୟ ଏବଂ ବୟାନ ଜନତାଙ୍କ ହିତ ପାଇଁ ଦିଆଯିବା ଆବଶ୍ୟକ। କିନ୍ତୁ ସାର୍ବଜନୀନ ଭାବେ ଆପଣ କାହାକୁ ନିନ୍ଦା କରିପାରିବେ ନାହିଁ। କାହାର ସ୍ୱାଧୀନତା ଅଧିକାରକୁ କ୍ଷୁଣ୍ଣ କରାଯାଇନାହିଁ। କେବଳ ମାନହାନୀ ବୟାନଗୁଡିକ ଉପରେ ଅଙ୍କୁଶ ଲଗାଯାଇଛି। ଲେଖକ, ରାଜନେତା, ଆଲୋଚକ, ବିରୋଧୀମାନେ ଯାହା କହୁଛନ୍ତି, ତାହାକୁ ସହିବାର ଶକ୍ତି ଆପଣଙ୍କଠାରେ ଥିବା ଆବଶ୍ୟକ ବୋଲି ଖଣ୍ଡପୀଠ ମତ ଦେଇଛନ୍ତି। ଅପରପକ୍ଷେ ରାହୁଲ ମିଛ ଐତିହାସିକ ତଥ୍ୟକୁ ଆଧାର କରି କୌଣସି ଏକ ସଂଗଠନ ଉପରେ ଏତେ ବଡ ଆରୋପ ଲଗାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି କୋର୍ଟ କହିଥିଲେ। ସୁପ୍ରିମ କୋର୍ଟଙ୍କ ଏତାଦୃଶ ରାୟକୁ ସମସ୍ତେ ସ୍ୱାଗତ କରିଛନ୍ତି। ଦୀର୍ଘ ଦିନରୁ କଂଗ୍ରେସ ଏପ୍ରକାର ଭିତ୍ତିହୀନ ଅଭିଯୋଗ ଆରଏସଏସ ଉପରେ ଲଗାଇ ଆସୁଥିଲା। କୋର୍ଟଙ୍କ ଏହି ରାୟ ସହିତ ଆରଏସଏସକୁ ଅପମାନିତ କରିବାକୁ କଂଗ୍ରେସର ହୀନ ଚକ୍ରାନ୍ତ ପଦାରେ ପଡିଯାଇଛି ବୋଲି ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତି।   ପଣ୍ଡିତ ଜବାହରଲାଲ ନେହେରୁଙ୍କ ଠାରୁ ଆରମ୍ଭ କରି ରାହୁଲ ଗାନ୍ଧିଙ୍କ ପର୍ଯ୍ୟନ୍ତ କଂଗ୍ରେସ ନେତାମାନଙ୍କର ସଂଘ ଉପରେ ଖରାପ ନଜର ରହିଛି। ସଂକୀର୍ଣ୍ଣ ନଜର ଏବଂ ବିଦ୍ୱେଷ ଭାବ ଯୋଗୁଁ ଯେତେବେଳେ ଯାହା ମନକୁ ଯାହା ଆସିଛି ସେତେବେଳେ ତାହା କହି ଯାଉଛନ୍ତି। ସମାଜବାଦୀ ଏବଂ ପାଶ୍ଚାତ୍ୟ ବିଚାରଧାରାରେ ଅନୁପ୍ରଣିତ ନେହରୁ ସଂଘର କାର୍ଯ୍ୟକଳାପର ବୃଦ୍ଧିକୁ ସହ୍ୟ କରି ପାରୁନଥିଲେ। ସଂଘକୁ ଶେଷ କରିଦେବାପାଇଁ ସଦାବେଳେ ଉପାୟ ଖୋଜୁଥିଲେ, ଠିକ‌୍‍ ଏହି ସମୟରେ ୧୯୪୮ ମସିହାରେ ନାଥୁରାମ ଗଡସେ ମହାତ୍ମା ଗାନ୍ଧିଙ୍କୁ ହତ୍ୟା କଲା ଏବଂ ସଂଘକୁ ବଦନାମ କରିବା ସହିତ ଶେଷ କରିଦେବା ପାଇଁ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହେରୁଙ୍କୁ ସୁଯୋଗ ମିଳିଗଲା। ନାଥୁରାମ ଗଡସେ ସଂଘର ସ୍ୱୟଂସେବକ ଏବଂ ମହାତ୍ମା ଗାନ୍ଧିଙ୍କ ହତ୍ୟାର ଷଡଯନ୍ତ୍ର ଆରଏସଏସ କରିଥିଲା ବୋଲି ଏହି ଅଭିଯୋଗ ଲଗାଇ ତତ‌୍‍କାଳୀନ କଂଗ୍ରେସ ସରକାର ସଂଘ ଉପରେ କେବଳ ପ୍ରତିବନ୍ଧକ ଲଗାଇଲେ ନାହିଁ, ବରଂ ସାରା ଦେଶରେ  ଏହି ସଂଗଠନ ସହିତ ଜଡିତ ବ୍ୟକ୍ତିମାନଙ୍କୁ ଜେଲରେ ଠୁଙ୍କିଲେ। ରାଜନୈତିକ ଏବଂ ବୈଚାରିକ ଷଡଯନ୍ତ୍ରରେ ସଂଘକୁ ଫସାଇ ଦିଆଯାଇଥିଲା। ଗାନ୍ଧୀ ହତ୍ୟାର ଏଫ‌୍‍ଆଇଆର ତୋଗଲକ ରୋଡ ଥାନାରେ ୧୯୪୮  ମସିହା ଜାନୁୟାରୀ ୩୦ ତାରିଖ ସଂଧ୍ୟା ଘ.୫.୪୫ ମିନିଟ ସମୟରେ ଦିଆଯାଇଥିଲା। ଏଫ‌୍‍ଆଇଆର ନମ୍ୱର ହେଉଛି -୪୮। ଏଥିରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ନାମ ନଥିଲା। ଗାନ୍ଧୀଙ୍କ ହତ୍ୟା ପରେ ତତ‌୍‍କାଳୀନ ପ୍ରଧାନମନ୍ତ୍ରୀ ଏବଂ କଂଗ୍ରେସ ନେତା ପଣ୍ଡିତ ଜବାହରଲାଲା ନେହେରୁ ତାଙ୍କ ଭାଷଣରେ ଗାନ୍ଧୀ ହତ୍ୟା ପାଇଁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘକୁ ଦୋଷ ଦେଇଥିଲେ। କଂଗ୍ରେସର ଶୀର୍ଷନେତାଙ୍କ ସଂଘ ବିରୋଧରେ ଉତ୍ତେଜିତ ଭାଷଣ ଯୋଗୁଁ କଂଗ୍ରେସ କର୍ମୀମାନେ ସଂଘ ସହିତ ଜଡିତ ଥିବା ବ୍ୟକ୍ତିମାନଙ୍କ ଉପରେ ଅକର୍ଥନୀୟ ଅତ୍ୟାଚାର ଚଳାଇଲେ। ସଂଘ କାର୍ଯ୍ୟାଳୟ ଉପରକୁ ପଥର ଫୋପାଡିଲେ, ଭଙ୍ଗାରୁଜା କଲେ ଓ କେତେକ ସ୍ଥାନରେ ନିଆଁ ଲଗାଇଦେଲେ। କିନ୍ତୁ ସଂଘର ଅନୁଶାସିତ ସ୍ୱୟଂସେବକମାନେ କୌଣସି ପ୍ରକାର ପ୍ରତିକ୍ରୀୟା ଦେଖାଇ ନଥିଲେ। କଂଗ୍ରେସର ହିଂସାତ୍ମକ କାଣ୍ଡକୁ ଶାନ୍ତିର ସହିତ ସାମନା କରି ପ୍ରମାଣ କରିଦେଇଥିଲେ ଯେ ସଂଘ ଏକ ଅହିଂସ୍ର ସଂଗଠନ। ଗାନ୍ଧୀ ହତ୍ୟାର ତଦନ୍ତ ପାଇଁ ଏକ କମିଶନର ଗଠନ କରାଯାଇଥିଲା ଏବଂ ତତ୍କାଳୀନ ଗୃହମନ୍ତ୍ରୀ ସରର୍ଦ୍ଦାର ପଟେଲଙ୍କ ନେତୃତ୍ୱରେ ଦେଶର ଅନେକ ସ୍ଥାନରେ ଅଚାନକ ଚଢାଉ କରାଯାଇ ହଜାର ହଜାର ଲୋକଙ୍କୁ ଗିରଫ କରାଯାଇଥିଲା। ହେଲେ ସରକାର କୌଣସିଥିରେ ସଫଳ ହେଲେ ନାହିଁ।   ଗାନ୍ଧୀ ହତ୍ୟାରେ ସଂଘର କୌଣସି ଭୂମିକା ନାହିଁ ବୋଲି ଧିରେ ଧିରେ ସ୍ପଷ୍ଟ ହୋଇଗଲା।  ସଂଘ ଉପରେ ଗାନ୍ଧୀ ହତ୍ୟାର ଅଭିଯୋଗ ନ ଲାଗିବାରୁ ପଣ୍ଡିତ ନେହେରୁ ବିଚଳିତ ହୋଇ ପଡିଲେ। ତଦନ୍ତରେ ଅସନ୍ତୋଷ ପ୍ରକାଶ କରି  ସର୍ଦ୍ଦାର ପଟେଲଙ୍କ ନିକଟକୁ ପତ୍ର ଲେଖିଲେ। ସେ ନିଜ ପତ୍ରରେ ଆରୋପ ଲଗାଇଲେ ଯେ ଦିଲ୍ଲୀ ପୋଲିସ ଅଧିକାରୀ ସଂଘ ପ୍ରତି  ସହାନୁଭୂତି ପ୍ରକାଶ କରୁଛନ୍ତି। ଯେଉଁଥି ପାଇଁକି ସଂଘର ଲୋକମାନଙ୍କୁ ଗିରଫ କରାଯାଉ ନାହିଁ। ସଂଘର ମୁଖ୍ୟମାନେ ଖୋଲା ଖୋଲି ବୁଲୁଛନ୍ତି। ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ସେ ଆହୁରି ମଧ୍ୟ ଲେଖିଥିଲେ ଯେ ସାରା ଦେଶରୁ ସୂଚନା ମିଳୁଛି ଯେ ଗାନ୍ଧୀ ହତ୍ୟା ପାଇଁ ସଂଘ ଷଡଯନ୍ତ୍ର କରିଥିଲା। କିନ୍ତୁ ସେହିସବୁ ସୂଚନାକୁ ଠିକ‌୍‍ ଭାବରେ ଯାଂଚ କରାଯାଉ ନାହିଁ। ଇତ୍ୟାଦି ଇତ୍ୟାଦି.....ା ଏହାପରେ ଅଦାଲତରେ ଚାଲିଲା ବିଚାର। ସରକାର କୌଣସି ପ୍ରକାରରେ ଗାନ୍ଧି ହତ୍ୟା ସହିତ ସଂଘ ଜଡିତ ବୋଲି ପ୍ରମାଣ କରି ପାରିଲେ ନାହିଁ। ସଂଘ ଅଗ୍ନୀ ପରୀକ୍ଷାରେ ନିର୍ଦ୍ଦୋଷ ସାବ୍ୟସ୍ତ ହେଲା। ଫଳ ସ୍ୱରୂପ ସରକାର ସଂଘ ଉପରେ ପ୍ରତିବନ୍ଧକ ହଟାଇଦେଲେ। ଏବେ ଏସବୁ ଜାଣି ସାରିଲା ପରେ ରାହୁଲ ଗାନ୍ଧି ସଂଘ ବିରୋଧରେ କଣ କହିବେ? ଯଦି ସଂଘ ଗାନ୍ଧିଙ୍କୁ ହତ୍ୟା କରିଥିଲା ତେବେ ତତ‌୍‍କାଳୀନ କଂଗ୍ରେସ ସରକାର କାହିଁକି ସଂଘ ଉପରୁ ପ୍ରତିବନ୍ଧକ ହଟାଇ ନେଇଥିଲେ ? ଏ ପ୍ରଶ୍ନର ଉତ୍ତର ରାହୁଳ ଗାନ୍ଧି ଦେଇ ପାରିବେ କି ? ବୋଧହୁଏ  ରାହୁଲ ଗାନ୍ଧୀ ଏ ପର୍ଯ୍ୟନ୍ତ ଜାଣି ପାରିନାହାଁନ୍ତି ଯେ ଗାନ୍ଧୀଙ୍କୁ ନାଥୁରାମ ଗଡସେ ହତ୍ୟା କରିଛି ନା ସଂଘ ! ସେଥିପାଇଁ ରାହୁଲ ଗାନ୍ଧୀ ଅଦାଲତର ରାୟପ୍ରତି  ଦୃଷ୍ଟିଦେବାକୁ ହେବ। ଅଦାଲତ କହିଛି ଗଡସେ ଗାନ୍ଧୀଙ୍କୁ ହତ୍ୟା କରିଛି।   ନାଥୁରାମ ଗଡସେ ସ୍ୱୟଂ କୋର୍ଟରେ କହିଛି ଯେ ସେ ଦିନେ ସଂଘର ସ୍ୱୟଂସେବକ ଥିଲା ଓ ଶାଖା ଯାଉଥିଲା କିନ୍ତୁ ଏବେ ତାର ସଂଘ ସହିତ କୌଣସି ନେଣେ ଦେଣେ ନାହିଁ। ସେ ବହୁଦିନ ହେବ ସଂଘଠାରୁ ଦୁରେଇ ଯାଇଛି। ନାଥୁରାମର ଏହି ବୟାନରୁ ଆମେ ନିଶ୍ଚିତ ରୂପେ ଅବଗତ ହେବା ଯେ ନାଥୁରାମ ଯେଉଁ ସମୟରେ ସଂଘର ସ୍ୱୟଂସେବକ ଥିଲା ଯଦି ସେ ସମୟରେ ଗାନ୍ଧୀଙ୍କୁ ହତ୍ୟା କରିଥାନ୍ତା ତେବେ ନିଶ୍ଚିତ ରୂପେ ସଂଘ ଦୋଷୀ ସାବ୍ୟସ୍ତ ହୋଇଥାନ୍ତା। ତେବେ ଗାନ୍ଧୀ ହତ୍ୟା ସମୟରେ ସେ ସଂଘର ସ୍ୱୟଂସେବକ ନଥିଲା। ଯେଉଁ କଂଗ୍ରେସ ନେତାମାନେ ନାଥୁରାମକୁ ସଂଘର ସଦସ୍ୟ ବୋଲି କହୁଛନ୍ତି ସେମାନେ ନିଶ୍ଚିତ ରୂପେ ଜାଣି ରଖିବା ଉଚିତ ଯେ ନାଥୁରାମ ଦିନେ କଂଗ୍ରେସର କାର୍ଯ୍ୟକର୍ତ୍ତା ଥିଲା। ତେଣୁ ସମସ୍ତେ କହିବେ ଯେ ମହାମିା ଗାନ୍ଧୀଙ୍କୁ ତାହା ହେଲେ କଂଗ୍ରେସ ହତ୍ୟା କରିଛି ! ଯେହେତୁ  ନାଥୁରାମ ପ୍ରଥମେ କଂଗ୍ରେସ ଦଳର ଥିଲା। ତତ‌୍‍କାଳୀନ ବୌଦ୍ଧିକ ନେତୃତ୍ୱ, ବାମପନ୍ଥୀ ଲେଖକ, ଐତିହାସିକ ଏବଂ କଂଗ୍ରେସ ନେତୃବୃନ୍ଦ ସଂଘକୁ ସମାପ୍ତ କରିଦେବାକୁ ଚାହୁଁଥିଲେ ସେଥିପାଇଁ ସଂଘକୁ ଗାନ୍ଧୀ ହତ୍ୟା ସହିତ ଯୋଡିଦେଲେ।   ନାଥୁରାମ ସଂଘର ଗତିବିଧି ସହିତ ତାଳ ଦେଇ ଚାଲି ପାରିନଥିଲା। ସେ ଭାବିଥିଲା ସଂଘ ଏକ କଟ୍ଟରବାଦୀ ହିନ୍ଦୁ ସଂଗଠନ। ଯେଉଁଥି ପାଇଁକି ସେ କଂଗ୍ରେସ ଛାଡି ସଂଘରେ ଯୋଗ ଦେଇଥିଲା। ଯେତେବେଳେ ଜାଣି ପାରିଲା ସଂଘ ଏସବୁ କିଛି ନୁହେଁ ତେଣୁ ସେ ଆରଏସ‌୍‍ଏସ‌୍‍ ଛାଡି ଚାଲି ଯାଇଥିଲା ଏବଂ ଆରଏସ‌୍‍ଏସ‌୍‍ର କଟ୍ଟର ବିରୋଧି ପାଲଟି ଯାଇଥିଲା। ଗଡସେଙ୍କ ଦ୍ୱାରା ସଂଘ ହିନ୍ଦୁରାଷ୍ଟ୍ର ବିରୋଧି ଶୀର୍ଷକ ଏକ ଲେଖା ଏକ ସମ୍ୱାଦ ପତ୍ରରେ ପ୍ରକାଶ ପାଇଥିଲା। ସେହି ଲେଖାରେ ଗଡସେ ସଂଘକୁ ସମାଲୋଚନା କରିଥିଲେ। ସେ ସାବରକରଙ୍କୁ ଏକ ପତ୍ର ଲେଖି ଜଣାଇଥିଲେ ଯେ, ସଂଘ ହିନ୍ଦୁ ଯୁବକମାନଙ୍କର ଶକ୍ତିକୁ ବରବାଦ କରୁଛି। ସଂଘ ଉପରେ କୌଣସି ଭରସା କରି ହେବ ନାହିଁ। ଗାନ୍ଧୀ ହତ୍ୟାର ତଦନ୍ତ କରୁଥିବା କପୁର କମିଶନଙ୍କ ଆଗରେ ଆରଏନ‌୍‍ ବାନାର୍ଜୀ ଦେଇଥିବା ସାକ୍ଷ ଏହି ସତ୍ୟକୁ ଉଦ‌୍‍ଘାଟିତ କରିଛି। ଗାନ୍ଧୀ ହତ୍ୟା ସମୟରେ ଆରଏନ‌୍‍ ବାନାଜୀ କେନ୍ଦ୍ର ଗୃହ ସଚିବ ଥିଲେ। ବାନାର୍ଜୀ ତାଙ୍କ ବୟାନରେ କହିଛନ୍ତି ଯେ ଅପରାଧୀ ଗଣ ସଂଘର ସଦସ୍ୟ ଥିଲେ ବୋଲି ପ୍ରମାଣିତ ହୋଇ ପାରି ନାହିଁ। କିନ୍ତୁ ପ୍ରମାଣିତ ହୋଇଛି ଯେ ସେମାନେ ସଂଘର କାର୍ଯ୍ୟ ପ୍ରଣାଳୀ ପ୍ରତି ସନ୍ତୁଷ୍ଟ ନଥିଲେ। ସେମାନେ ସଦା ସର୍ବଦା ସଂଘକୁ ସମାଲୋଚନା କରୁଥିଲେ। ସେମାନେ କହୁଥିଲେ ସଂଘର ଖେଳକୁଦ, ଶାରୀରିକ ବ୍ୟାୟାମ ସବୁ ବ୍ୟର୍ଥ। ଅପରାଧୀମାନେ ଅଧିକ ଉଗ୍ର ଓ ହିଂସାରେ ବିଶ୍ୱାସ ରଖୁଥିଲେ। (କପୁର ଆୟୋଗ ରିପୋର୍ଟ-ପ୍ରଥମ ଭାଗ, ପୃଷ୍ଠା -୧୬୪)।   କେବଳ ଗାନ୍ଧୀ ହତ୍ୟା ନୁହେଁ, କଂଗ୍ରେସ ସଦା ସର୍ବଦା ସଂଘ ବିରୋଧରେ ମଥ୍ୟା ଅପପ୍ରଚାର ଚଳାଇ ଆସୁଛି। ସଂଘର ଭାବମୂର୍ତ୍ତିକୁ ନଷ୍ଟ କରିବା ପାଇଁ ବାରମ୍ୱାର ଷଡଯନ୍ତ୍ର କରୁଛି, କେନ୍ଦ୍ରରେ ଶାସନ କ୍ଷମତାରେ ଥିବା ବେଳେ କଂଗ୍ରେସ ଏହି ଦେଶଭକ୍ତ ସଂଗଠନ  ଉପରେ ପ୍ରତିବନ୍ଧକ ଲଗାଇଛି। ହେଲେ ଆଜି ପର୍ଯ୍ୟନ୍ତ ସଂଘର ଛବିକୁ ନଷ୍ଟ କରିବା ପାଇଁ ଆଣି ଥିବା ଅଭିଯୋଗ ମଧ୍ୟରୁ କୌଣସି ଗୋଟିଏକୁ ପ୍ରମାଣ କରି ପାରିନାହିଁ। ସମାଜରୂପୀ ସଂଗଠନକୁ ବଦନାମ କରିବା ପାଇଁ ଲାଗିଥିବା କଂଗ୍ରେସ ଦଳ ଶେଷରେ ସବୁଥିରେ ବିଫଳ ହୋଇ ନିଜର ଛବିକୁ ନିଜେ ନଷ୍ଟ କରିଦେଇଛି। କଂଗ୍ରେସ ସବୁବେଳେ ଗାନ୍ଧୀଙ୍କର ବଡ ହିତୈଷୀ ବୋଲି ପ୍ରମାଣିତ କରେ। ସମସ୍ତେ ଜାଣିଛନ୍ତି ଗାନ୍ଧି ହତ୍ୟା ସତ କିନ୍ତୁ ସେହି ହତ୍ୟାକୁ ନେଇ କଂଗ୍ରେସ ଯେଉଁ କାହାଣୀ ସୃଷ୍ଟି କରିଥିଲା ଯେଉଂ ନାଟକ ରଚନା କରିଥିଲା ତାହା ମିଥ୍ୟା ବୋଲି ପ୍ରମାଣିତ ହୋଇ ଯାଇଛି। ଯଦି ଆମେ ଆଜି ଭଲ ଭାବରେ କଂଗ୍ରେସର ଗତିବିଧିକୁ ଲକ୍ଷ କରିବା ଏବଂ ଚିନ୍ତା କରିବା ତେବେ ନିଶ୍ଚିତ ଭାବରେ ଜାଣି ପାରିବା ଯେ କଂଗ୍ରେସ ଗାନ୍ଧୀଙ୍କର କେତେ ହିତକାମୀ। ନିର୍ବାଚନ ସମୟରେ ଲୋକଙ୍କ ନିକଟକୁ ଭୋଟ ପାଇଁ ଗଲାବେଳେ କଂଗ୍ରେସର ମହାମିା ଗାନ୍ଧୀଙ୍କ କଥା ମନେ ପଡେ। ଭାବେ ଏହି ନାମ ଜପି ଜପି ନିର୍ବାଚନ ବୈତରଣୀ ପାର ହୋଇ ଯିବି। ବାସ୍ତବରେ ଦେଖିବାକୁ ଗଲେ ଯଦି ଦେଶରେ କେହି ଗାନ୍ଧୀଙ୍କର ବିଚାରକୁ ହତ୍ୟା କରୁଥାଏ ତାହାର ଶ୍ରେୟ କଂଗ୍ରେସକୁ ଯିବ। ଯେଉଁ ଲକ୍ଷ୍ୟ ନେଇ କଂଗ୍ରେସ ସୃଷ୍ଟି ହୋଇଥିଲା ସେ ଆଶାତ ପୁରଣ ହୋଇ ଯାଇଛି। ତେଣୁ କଂଗ୍ରେସର ଆଉ ଦରକାର ନାହିଁ। କଂଗ୍ରେସକୁ ସେଇଠି ସମପ୍ତା କରିଦେବାର ଥିଲା। ଯଦି ସମାପ୍ତ କରିଦିଆ ହୋଇଥାନ୍ତା ତେବେ ଆଜି ଏଭଳି ଅବସ୍ଥା କଂଗ୍ରେସର ହୋଇ ନଥାନ୍ତା। କଂଗ୍ରେସର ଭୁଲ ନୀତି ଏବଂ ଗାନ୍ଧି ପରିବାରର ମିଥ୍ୟା ଆଧାରିତ ରାଜନୀତି କାରଣରୁ କଂଗ୍ରେସ ଏ ପରିସ୍ଥିତିର ସମ୍ମୁଖିନ ହୋଇଛି। କଂଗ୍ରେସ ନେତାମାନେ ମିଥ୍ୟା କଥା କହିବା ଛାଡୁଛନ୍ତି ନା  ପରିବାରବାଦ ଛାଡୁଛନ୍ତି? ଅଲାଜୁକକୁ ଲଜ୍ଜ୍ୟା ନଥିବାପରି ରାହୁଳ ଗାନ୍ଧି ଓ କଂଗ୍ରେସ ଅନ୍ୟନେତାମାନେ ସଂଘ ନାମରେ ମିଥ&

Share :