ଗାଈ ପାଇଁ ମଣିଷ ମାରିବା ଅଧର୍ମ

ଗାଈ ପାଇଁ ମଣିଷ ମାରିବା ଅଧର୍ମ

Share :

ପ୍ରଫୁଲ୍ଲ ସାମନ୍ତରା   ଗୋ-ରକ୍ଷା ନାମରେ କାର୍ଯ୍ୟ କରୁଥିବା ଅଧିକାଂଶ ସଂସ୍ଥା ବା ବ୍ୟକ୍ତି ଅସାମାଜିକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ କହିବାକୁ ବାଧ୍ୟ ହେଲେ। ଅତୀତରେ ପ୍ରଧାନମନ୍ତ୍ରୀ ସ୍ୱୟଂସେବକ ସଂଘର ସେବକ ଥିଲେ। ବିଶ୍ୱ ହିନ୍ଦୁପରିଷଦର ସମର୍ଥକ ମଧ୍ୟ ଥିଲେ। ଏହି ସଙ୍ଗଠନମାନଙ୍କ ସହଯୋଗୀ ଭାବରେ ବଜରଂଦଳ ମଧ୍ୟ ରହିଛି। ଏ ସମସ୍ତ ସଙ୍ଗଠନ ଗୋ-ରକ୍ଷା ନାମରେ ହାଟକୁ ନେଉଥିବା ଗୋରୁ ଗାଈମାନଙ୍କୁ ଅଟକାଇ ଗୋରୁ-ଗାଈ ବେପାରୀଙ୍କୁ ମାଡ଼ ମାରନ୍ତି। ଅନେକ ସ୍ଥାନରେ ଅର୍ଥ ଆଦାୟ ମଧ୍ୟ କରନ୍ତି। ମଲା ଗାଈକୁ ନେଇ ଅତୀତରେ ଦେଶର ବିଭିନ୍ନ ସ୍ଥାନରେ ସାମ୍ପ୍ରଦାୟିକ ଦଙ୍ଗା କରାଯାଇଛି। ଏପରି ଅମାନବୀୟ ସମ୍ପ୍ରଦାୟକ ହିଂସାର ଶିକାର ହୋଇଛନ୍ତି ବିଶେଷ ଭାବରେ ଦଳି ବର୍ଗର ବ୍ୟକ୍ତିମାନେ ଯେଉଁମାନେ ମୃତ ଗାଈର ଚମଡ଼ା ବାହାରକରି ଜୀବିକା ନିର୍ବାହ କରନ୍ତି।   ଆମ ଦେଶରେ କୃଷିର ଆବଶ୍ୟକତା ଗୋପାଳନ। କୃଷି ଓ ଗୋପାଳନ ଉପରେ ସତୁରୀ ପ୍ରତିାତ ଲୋକଙ୍କ ଜୀବିକା ନିର୍ଭରଶୀଳ। କୃଷିକାର୍ଯ୍ୟରେ ନିୟୋଜିତ ହଳପାଇଁ ବଳଦର ଆବଶ୍ୟକତା ଅନିବାର୍ଯ୍ୟ, ସେହିପରି ଗାଈ ବିନା ବଦଳର ଜନ୍ମ ଅସମ୍ଭବ। କୃଷିପାଇଁ ଗୋବରର ଆବଶ୍ୟକତା ସାଙ୍ଗକୁ ଶିଶୁମାନଙ୍କ ସମେତ ସମସ୍ତ ମଣିଷପାଇଁ ଦୁଧ ଜାତୀୟ ପୁଷ୍ଟିକର ଖାଦ୍ୟ ମଧ୍ୟ ଆବଶ୍ୟକ। ତେଣୁ ଗୋପାଳନ ସହ ଗାଈର ସୁରକ୍ଷା ଆମ କୃଷକ ଓ ଗୋପାଳକଙ୍କ ଜୀବନ ଓ ଜୀବିକାର ସୁରକ୍ଷାପାଇଁ ଏକାନ୍ତ ଜରୁରୀ। ଅନ୍ୟ ପକ୍ଷରେ ଗୋ ମାଂସ ବିଶ୍ୱର ବିଭିନ୍ନ ଦେଶରେ ଏକ ମୁଖ୍ୟ ଖାଦ୍ୟ। ଆମ ଦେଶରେ ମଧ୍ୟ ମୁସଲମାନ, ଖ୍ରୀଷ୍ଟିଆନ ସମେତ ଦଳିତ ଓ ଆଦିବାସୀ ମାନଙ୍କ ମଧ୍ୟରେ ଗୋ ମାଂସ ଭକ୍ଷଣ ଏକ ସ୍ୱାଭାବିକ। ସାଧାରଣ ହିନ୍ଦୁମାନେ ଖାଉଥିବା ଛେଳି ମାଂସ, କୁକୁଡ଼ା ମାଂସର ଦାମ ଅଧିକ। ନବେ ପ୍ରତିଶତ ଦଳିତ ଗରିବ ଏବଂ ଉଚ୍ଚ ବର୍ଣ୍ଣର ସେବାରେ ଦଳିତମାନେ ନିୟୋଜିତ। ସେମାନେ ମୃତ ଗାଈକୁ ଉଠାଇବା, ତାର ଚମଡ଼ା ବାହାରକରି ନିଜ ଜୀବିକା ନିର୍ବାହ କରିଆସୁଛନ୍ତି।   ଏହା ମଧ୍ୟ ସତ୍ୟ ଗାଈ ଗୋରୁ ବୁଢ଼ା ହୋଇଗଲାପରେ ସେମାନଙ୍କ ଯଦି କେହି ନିଅନ୍ତି ନାହିଁ। ଅଧିକାଂଶ ଗାଈ-ଗୋରୁକୁ ହାଟରେ ବିକ୍ରି କରିଦିଆଯାଏ ଯାହା ସିଧା କଂସେଇ ଖାନାକୁ ଯାଏ। ଏହା ମଧ୍ୟ ଐତିହାସିକ ସତ୍ୟ- ବୈଦିକ ଯୁଗରେ ଏବଂ ତାପରେ ପରେ ଗୋ ମାଂସ ଭକ୍ଷଣ କେବଳ ବ୍ରାହ୍ମଣ ଓ ଅତିଥିମାନଙ୍କୁ ପରସା ଯାଉଥିଲା। ଏକଥା ହିନ୍ଦୁ ଧର୍ମର ଦାର୍ଶନିକ ସ୍ୱାମୀ ବିବେକାନନ୍ଦ ସ୍ୱୀକାର କରିଥିଲେ। କିନ୍ତୁ କୃଷିପାଇଁ ଗୋସମ୍ପଦ ଅଭାବ ହେବାଯୋଗୁଁ ଗୋ ମାଂସ ଭକ୍ଷଣ ଉପରେ କଟକଣା ଜାରିହେଲା। ସମୟାନୁକ୍ରମେ ଧାର୍ମିକ ଭାବନା ଉଦ୍ରେକକରି ହିନ୍ଦୁ ସମାଜରେ ଗୋମାଂସ ଭକ୍ଷଣକୁ ଧର୍ମ ବିରୋଧୀରୂପେ ବିବେଚନା କରାଗଲା। କିନ୍ତୁ ହିନ୍ଦୁ ଧର୍ମର ଜାତି ପ୍ରଥା ସବୁଠାରୁ ବିଷାକ୍ତ ଓ ବିଷମତାର ମୂଳ ମଞ୍ଜି। ଯେଉଁମାନଙ୍କୁ ଆଜି ବି ମନ୍ଦିର ପ୍ରବେଶରୁ ବଞ୍ଚିତ କରାଯାଇଛି ସେମାନଙ୍କୁ ଗୋମାତାର ମୃତ ଶରୀରକୁ ସଂସ୍କାରର ଦାୟିତ୍ୱ ଦିଆଯାଇଛି। କିନ୍ତୁ ଗୋମାତାର ସୁରକ୍ଷା ତଥା ଗୋହତ୍ୟାର ନିଷେଧ ପାଇଁ ଯେଉଁ ହିନ୍ଦୁତ୍ୱବାଦୀମାନେ ସଙ୍ଗଠିତ ହୋଇ ଧର୍ମ ରକ୍ଷକ ଭାବେ ସାମ୍ପ୍ରଦାୟିକ ହିଂସାର ନିଆଁ ଜଳାଉଛନ୍ତି ସେମାନେ ନିଜ ଗୋମାତାର ମୃତ ଶରୀରକୁ ଛୁଇଁବାପାଇଁ ପ୍ରସ୍ତୁତି ନୁହନ୍ତି। ଗାଈ କ୍ଷୀର ଦେବା ବନ୍ଦ କରିଦେବାପରେ କିମ୍ୱା ଗୋରୁ ହଳକରିବା ସାମର୍ଥ୍ୟ ହରାଇଲେ ସେମାନଙ୍କୁ ଭଲଭାବେ ଖାଇବାକୁ ଦେବାପାଇଁ ଗୋରକ୍ଷକ ଠିକାଦାରମାନେ କେବେବି ଚିନ୍ତା କରିନାହାନ୍ତି।   ଗୋପାଳନକୁ ଅଧିକ ପ୍ରୋସିାହନ ଦେବା ଉଚିତ। କିନ୍ତୁ ଆଜି ଗାଁ ଗାଁରେ କୃଷିକୁ ବିପର୍ଯ୍ୟସ୍ତ କରି ଚାଷକୁ ଖର୍ଚ୍ଚ ବିରୁଦ୍ଧ କରି ଦିଆଯାଇଛି। କୃଷକର ଆଥିର୍କ ଓ ସାମାଜିକ ସୁରକ୍ଷା ନାହିଁ, କୃଷିପାଇଁ ଆବଶ୍ୟକ ଗାଈ, ବଳଦଙ୍କ ପାଇଁ ଚାରା ନାହିଁ କି ଆଗର ଜମି ନାହିଁ। ଚାରଣ ଜମିକୁ ମଧ୍ୟ ବିଭିନ୍ନ ଅଣଚାଷରେ ବ୍ୟବହୃତ କରାଗଲାଣି। ଗୋଚର ଜମି ଏବେ ବିଭିନ୍ନ କମ୍ପାନୀମାନଙ୍କୁ ହସ୍ତାନ୍ତର କଲାବେଳେ ଗୋରକ୍ଷକ ବାହିନୀର ପ୍ରତିବାଦ ସ୍ୱର କେବେ ବି ଶୁଭିନାହିଁ। ଏବେ ବଳଦଗାଡ଼ି, ହଳ ପରିବତ୍ତେର୍ ଟ୍ରାକ୍ଟର ବ୍ୟବହାର କରାଯିବାପରେ ଗୋ ସମ୍ପଦର ଆବଶ୍ୟକତା ଅତି ମାତ୍ରାରେ କମି ଯାଇଛି। ଯେଉଁମାନଙ୍କ ପାଖରେ ଗୋରୁ-ଗାଈ ଅଛନ୍ତି ସେହି କୃଷକମାନେ ଗୋଖାଦ୍ୟ ଦେଇ ପାରୁନଥିବାରୁ ବିକ୍ରି କରିଦେବାକୁ ବାଧ୍ୟ ହେଉଛନ୍ତି। ସେହି ବିକ୍ରି ହେଉଥିବା ଗୋ ସମ୍ପଦକୁ କିଣିବ କିଏ? ତେଣୁ ସେଗୁଡ଼ିକ ଗୋ ମାଂସ ଆହାର ପାଇଁ ବ୍ୟବହୃତ ହେବା ସ୍ୱାଭାବିକ। ପୁଣି ଆମ ଦେଶର କଂସେଇ ଖାନାରେ ଉତ୍ପାଦିତ ସମସ୍ତ ଗୋମାଂସ ଆମ ଦେଶରେ ଭକ୍ଷଣ କରାଯାଏନି। ଅଧିକାଂଶ ବିଦେଶକୁ ରପିାନୀ ହୁଏ। ମହାରାଷ୍ଟ୍ରର ବିଦର୍ଭ ଅଞ୍ଚଳରେ ବାରମ୍ୱାର ଉତ୍କଟ ମରୁଡ଼ି ଯୋଗୁଁ ଚାଷୀ ବଳଦଗୁଡ଼ିକୁ ବିକ୍ରି କରିଦେବାକୁ ବାଧ୍ୟ ହେଲେ। ୨୦୧୪ରେ କେନ୍ଦ୍ରରେ ଓ ମହାରାଷ୍ଟ୍ରରେ ବିଜେପି ସରକାର ଗୋମାଂସ ନିଷେଧ କରିବାପରେ ବିଦେଶର ଚାଷୀମାନେ ପ୍ରତି ବଳଦ ୨୫ ହଜାର ଟଙ୍କା ପରିବର୍ତ୍ତେ ୫ ହଜାର ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଲେ। ସରକାରୀ ପରିସଂଖ୍ୟାନ କହୁଛି ୨୦୧୫ରେ ଗୋ ମାଂସ ରପ୍ତାନୀ ୧୪ ପ୍ରତିଶତ ବୃଦ୍ଧି ହୋଇଥିଲା ଅଥଚ ବିକ୍ରି କରିଥିବା ଚାଷୀମାନେ କମଦରରେ ବଳଦ ବିକ୍ରିକରି ଋଣ ଶୁଝିପାରି ନପାରିବାରୁ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ। ଏହି ଗୋମାଂସ ରତ୍ପାନୀକାରୀଙ୍କ ମଧ୍ୟରେ ଅଧିକାଂଶ ବେପାରୀ ହିନ୍ଦୁ ଓ ଜୈନ ସମ୍ପ୍ରଦାୟର ବ୍ୟକ୍ତିମାନେ।   ଗୋ ମାଂସ ବ୍ୟବସାୟ କରିବା ହିନ୍ଦୁ ଧର୍ମର ଭାବନାକୁ ଆହତ କରୁନାହିଁ କିମ୍ୱା ଧର୍ମ ବିରୋଧୀ ନୁହଁ। କିନ୍ତୁ ଗୋ ସମ୍ପଦକୁ ବଜାର ହାଟକୁ ନେବା, କିମ୍ୱା ଅଣ ହିନ୍ଦୁମାନେ ଗୋମାଂସ ଭକ୍ଷଣ କରିବା ହିନ୍ଦୁଧର୍ମକୁ ହାନି ପହଞ୍ଚାଉଛି ବୋଲି ଧର୍ମାନ୍ଧ ହିନ୍ଦୁତ୍ୱବାଦୀମାନଙ୍କ ଅଭିଯୋଗ ଅବାସ୍ତବ ଓ ଅଯୌକ୍ତିକ। ଏହା ସଂଖ୍ୟାଲଘୁ ମୁସଲମାନଙ୍କୁ ଟାର୍ଗେଟ କରିବାପାଇଁ ଏକ ଅସ୍ତ୍ର ଯାହାକି ଅସମ୍ୱିଧାନିକ ଓ ଅଗଣତାନ୍ତ୍ରିକ। ଭାରତୀୟ ସମ୍ୱିଧାନ ପ୍ରଦର୍ତ୍ତ ମୌଳିକ ଅଧିକାର ମଧ୍ୟରେ ଖାଦ୍ୟ ଆହାର, ବସ୍ତ୍ର, ପରିଧାନ ପ୍ରତ୍ୟେକ ବ୍ୟକ୍ତିର ନିଜର ଅଧିକାରଭୁକ୍ତ। ଗୋ ସମ୍ପଦର ସୁରକ୍ଷା ଆବଶ୍ୟକ। କେନ୍ଦ୍ର ଓ ରାଜ୍ୟ ସରକାରମାନେ କୃଷିର ବିକାଶପାଇଁ ଏବଂ ଜୈବିକ ଚାଷକୁ ପ୍ରୋସିାହନ ଦେବାପାଇଁ ହଳ-ବଳଦ-ଶଗଡ଼ପାଇଁ ଟ୍ରାକ୍ଟରକୁ ଦିଆଯାଉଥିବା ରିହାତି ଓ ରାସାୟନିକ ସାର କମ୍ପାନୀମାନଙ୍କୁ ଦିଆଯାଉଥିବା ରିହାତି ଚାଷୀମାନଙ୍କୁ ଦିଆଗଲେ ଗାଁ ଗାଁରେ ସ୍ଖଷପାଇଁ ଗୋ ସମ୍ପଦ ବୃଦ୍ଧି ହେବ ଏବଂ କ୍ଷୀର ଉପିାଦନ ପାଇଁ ଅଧିକ ପ୍ରୋତ୍ସାହନ ଦେଇ ସମବାୟ ଜରିଆରେ କ୍ଷୀରଜାତୀୟ ବିଭିନ୍ନ ଖାଦ୍ୟ ସାମଗ୍ରୀ ଉପିାଦନ କରିବାପାଇଁ କେନ୍ଦ୍ର ସରକାର ପର୍ଯ୍ୟାପ୍ତ ଅର୍ଥ ପ୍ରଦାନ କରିପାରିଲେ ମଧ୍ୟ ଗୋ ସମ୍ପଦ ବୃଦ୍ଧି ହେବ। ପରିସଂଖ୍ୟାନ ବି କହୁଛି ଗୋ ମାଂସ ଭକ୍ଷଣ ଦ୍ୱାରା ଗୋ ସମ୍ପଦ ଲୋପ ପାଉନାହିଁ। ଭାରତୀୟ ଅର୍ଥବ୍ୟବସ୍ଥାରେ କୃଷିକୁ ଗୌଣ କରିଦିଆଯିବାରୁ ଏବଂ କମ୍ପାନୀକରଣ ଅର୍ଥନୀତି ଯୋଗୁଁ ଗୋ ସମ୍ପଦ ଉପରେ ବିପଦ ଦେଖାଦେଉଛି। ଏହି ସତ୍ୟତାକୁ ଗ୍ରହଣ କରିବାକୁ ହିନ୍ଦୁତ୍ୱବାଦୀମାନେ ପ୍ରସ୍ତୁତ ନୁହଁନ୍ତି। କାରଣ, ସେମାନଙ୍କ ଲକ୍ଷ୍ୟ ହିନ୍ଦୁ ରାଷ୍ଟ୍ରରେ ବିଶ୍ୱାସ ରଖିଥିବା ଭାରତୀୟ ଜନତାପାର୍ଟି କେନ୍ଦ୍ରରେ କ୍ଷମତା ଆସିବାପରେ ଧାର୍ମିକ ଉନ୍ମାଦନା ସୃଷ୍ଟିକରି ଆର୍ଥିକ ଓ ସାମାଜିକ ଶୋଷଣ ବିରୋଧରେ ଜନଆନ୍ଦୋଳନ କରାଇ ନଦେବାକୁ ଏକ ଷଡ଼ଯନ୍ତ୍ର।   ୨୦୧୫ ସେପ୍ଟେମ୍ୱର ୩୦ ତାରିଖ ଦିନ ଉତ୍ତର ପ୍ରଦେଶର ଦାଦ୍ରି ନିକଟସ୍ଥ ମନ୍ଦିର ଡ଼ାକବାଜି ଯନ୍ତ୍ରରୁ ପ୍ରସ୍ଖର କରାଗଲା ଗୋମାଂସ ରଖିଥିବା ମହମ୍ମଦ ଅଖଖିଙ୍କୁ ଆକ୍ରମଣ କରିବାପାଇଁ। ଅଭିଯୋଗ ମିଥ୍ୟା ଥିଲା। ଆଖଲାଙ୍କୁ ପିଟି ପିଟି ମାରିଦିଆଗଲା। ପରିବାରର ଲୋକଙ୍କୁ ମଧ୍ୟ ମରଣାମିକ ଆକ୍ରମଣ ହୋଇଥିଲା। ଏହି ଅପପ୍ରସ୍ଖର କରାଇଥିବା ବ୍ୟକ୍ତିଟିଥିଲେ ବିଜେପିର ନେତା ଯାହାର ବ୍ୟବସାୟ ମାଂସ ରତ୍ପାନୀ। ସେହିପରି ଅକ୍ଟୋବର ୧୬, ୨୦୧୫ରେ ହିମାଚଳ ପ୍ରଦେଶର ୟେମାଦ ଅଖତାରଙ୍କୁ ଉଗ୍ର ହିନ୍ଦୁତ୍ୱବାଦୀମାନେ ଗୋରୁଚଲାଣ ଗୁଡ଼ିକ କରାଇ ପିଟି ପିଟି ମାରିଦେଲେ। ୨ ନଭେମ୍ୱର ୨୦୧୫ଦିନ ଗୋରୁ ଚୋରୀ ଅଭିଯୋଗରେ ମଣିପୁରର ଏକ ମଦ୍ରାସାର ପ୍ରଧାନ ଶିକ୍ଷକଙ୍କୁ ହତ୍ୟା କରାଗଲା। ମାର୍ଚ୍ଚ ୧୮, ୨୦୧୬ ଦିନ ଝାଡ଼ଖଣ୍ଡର ଲାତେହାରରେ ପଶୁ ବ୍ୟବସାୟୀ ମହମ୍ମଦ ନଜଲୁମ ଓ ଆଜାଦ ଖାନଙ୍କୁ ହତ୍ୟାକରି ଗଛରେ ଝୁଲାଇ ଦେଇଥିଲେ ତଥା କଥିତ ଗୋରକ୍ଷକମାନେ। ଏପ୍ରିଲ ୨, ୨୦୧୬ରେ ହରିଆନାର କୁରୁକ୍ଷେତ୍ର ସହରରେ ୨୭ ବର୍ଷୀୟ ମୁସ୍ତାନୀଙ୍କର କ୍ଷତବିକ୍ଷତ ମୃତ ଶରୀର ମିଳିଥିଲା। ମାର୍ଚ୍ଚ ୭ରେ ତାଙ୍କ ବାପା ୪ ଜଣ ଗୋରକ୍ଷକଙ୍କ ନାମରେ ଏତଲା ଦେଇଥିଲେ ତାଙ୍କ ପୁଅ ନିଖୋଜ ହେବାପରେ। ଚଳିତବର୍ଷ ଜୁଲାଇ ୧୧ ଦିନ ଗୁଜରାଟର ଉନାଠାରେ ମୃତଗାଈର ଚମଡ଼ା ବାହାର କରିଥିବାବେଳେ ଦଳିତ ଯୁବକମାନଙ୍କୁ ଅର୍ଦ୍ଧନଗ୍ନକରି କାରର ପଛପଟେ ବାନ୍ଧ ବିଶ୍ୱହିନ୍ଦୁ ପରିଷଦର କର୍ମୀମାନେ ଲାଠି ପ୍ରହାର କରୁଥିଲେ। ଏପରି ଅମାନୁଷିକ କାର୍ଯ୍ୟ ଚାଲିଥିଲା ପୋଲିସ ଥାନା ସମ୍ମୁଖରେ। ଗତ ଜୁଲାଇ ୨୪ରେ ସ୍ୱଘୋଷିତ ଗୋରକ୍ଷକମାନେ କର୍ଣ୍ଣାଟକର ଏକ ଦଳିତ ପରିବାରକୁ ଆକ୍ରମଣ କରିଥିଲେ ଗୋମାଂସ ଭକ୍ଷଣ କିଖାନ କୁରେସିଙ୍କୁ ହିନ୍ଦୁତ୍ୱ ବାହିନୀ ଆକ୍ରମଣ କରିଥିଲେ ଗୋ ମାଂସ ରୋଷେଇ ଅଭିଯୋଗରେ।   ଏପରି ଘଟଣାଗୁଡ଼ିକ ଆକସ୍ମିକ ନୁହଁ। ହିନ୍ଦୁତ୍ୱବାଦୀ ସମ୍ପ୍ରଦାୟିକ ସଙ୍ଗଠନ କର୍ମକର୍ତ୍ତାମାନଙ୍କ ସଙ୍ଗଠିତ ହିଂସା। ଏହା ମଧ୍ୟ ଲୋକ ଲୋଚନକୁ ଆସୁଛି ସ୍ୱଘୋଷିତ ଗୋରକ୍ଷକମାନେ ଗୋରୁ ବେପାରୀମାନଙ୍କଠାରୁ ଜବରଦସ୍ତ ଅର୍ଥ ଆଦାୟ କରୁଥିବାରୁ, ଆକ୍ରମଣ କରୁଥିବାରୁ ଗାଈ ଗୋରୁ ବ୍ୟବସାୟ ପଞ୍ଜାବର ୨୫୦୦ କୋଟି ଟଙ୍କାରୁ ୨୫୦ କୋଟି ଟଙ୍କାକୁ ହ୍ରାସ ହୋଇଛି ବୋଲି ପଞ୍ଜାବର ପ୍ରୋଗ୍ରେସିଭ ଡ଼ାଏରୀ ଫାମର୍ସ ଏସୋସିଏସନର ସଭାପତି ଦଳଜିତ ସିଂ ପ୍ରକାଶ କରିଛନ୍ତି।   କେବଳ ଗାଈକୁ କେନ୍ଦ୍ରକରି ମୁସଲମାନ ଓ ଦଳିତଙ୍କ ଉପରେ ଆକ୍ରମଣ ସୀମିତ ନୁହଁ। ଯେଉଁମାନେ କୌଣସି ଧର୍ମକୁ ସ୍ୱୀକାର ନକରି ଧର୍ମାନ୍ଧତା, କୁସଂସ୍କାର ଓ ଅନ୍ଧବିଶ୍ୱାସ ବିରୋଧରେ ଜନଜାଗରଣ କରୁଛନ୍ତି, ବୌଦ୍ଧିକ ବିଚାର ରଖୁଛନ୍ତି, ସାହିତ୍ୟ ସୃଷ୍ଟି କରୁଛନ୍ତି ସେମାନଙ୍କୁ ମଧ୍ୟ ହିନ୍ଦୁତ୍ୱବାଦୀମାନଙ୍କର ଆକ୍ରମଣ ଓ ହତ୍ୟା ଉଦ‌୍‍ବେଗଜନକ। ଏହା ଅସହିଷ୍ଣୁତାର ବିଲକ୍ଷଣ। ସମଗ୍ର ଦେଶରେ ସାମ୍ପ୍ରଦାୟିକ ରାଜନୀତିର ଉଗ୍ରତା ସମ୍ୱିଧାନ ପ୍ରତି ବିପଦ ସୃଷ୍ଟିକରିଥିବାବେଳେ ମୁସଲମାନ ବହୁଳ କାଶ୍ମୀରରେ ସେନାବାହିନୀ ଜରିଆରେ ମୁସଲମାନଙ୍କ ପ୍ରତି ଅବିଶ୍ୱାସ ବାତାବରଣ ସୃଷ୍ଟି କରାଯାଉଛି।   ଯେଉଁ ଆମେରିକା ପାଖରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ କେନ୍ଦ୍ର ସରକାର ନିଜକୁ ଅର୍ପଣ କରିଦେଇଛି ସେହି ଆମେରିକାର ଗୃହ ବିଭାଗ ଆନ୍ତର୍ଜ୍ୟାତିକ ଧାର୍ମିକ ସ୍ୱାଧୀନତା ଉପରେ ଏକ ରିପୋର୍ଟରେ ଗତ ଅଗଷ୍ଟ ୧୦ ତାରିଖରେ କହିଛି ଯେ ଧର୍ମୀୟ ସ୍ୱାଧୀନତାର ସୁରକ୍ଷାପାଇଁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରତିଶ୍ରୁତି ଦେଉଥିଲେ ବି ଭାରତୀୟ ଜନତାପାର୍ଟିର ବହୁ ନେତାଙ୍କ ସମେତ କେନ୍ଦ୍ରମନ୍ତ୍ରୀ ମହେଶ ଶର୍ମା ଓ ହରିଆନା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟର ସଙ୍ଖ୍ୟାଲଘୁଙ୍କ ଉପରେ ଆକ୍ରମଣକୁ ଉସକାନୀ ଦେଉଛନ୍ତି। ଏସବୁ ଘଟୁଥିବାବେଳେ ପ୍ରଧାନମନ୍ତ୍ରୀ ସଂସଦରେ ଓ ବାହାରେ ନୀରବତା ଅବଲମ୍ୱନ କରୁଥିଲେ। କିନ୍ତୁ ନିଜ ରାଜ୍ୟ ଗୁଜରାଟରେ ଦଳିତଙ୍କ ଉପରେ ଆକ୍ରମଣର ପ୍ରତିବାଦରେ ସମଗ୍ର ଦେଶରେ ଦଳିତଙ୍କ ସମେତ ଗଣତାନ୍ତ୍ରିକ ସଙ୍ଗଠନ ଗୁଡ଼ିକ ରାସ୍ତାକୁ ଓହ୍ଲାଇଛନ୍ତି ସମ୍ୱିଧାନର ସୁରକ୍ଷାପାଇଁ। ଦଳିତ ଜନଜାଗରଣ ନିଆଁରେ ଭୋଟବ୍ୟାଙ୍କ ଜଳିପୋଡ଼ି ଯିବାର ଆଶଙ୍କା ବାଧ୍ୟ କରିଛି ପ୍ରଧାନମନ୍ତ୍ରୀଙ୍କୁ କହିବାପାଇଁ। ଗୋରକ୍ଷକମାନଙ୍କ ମଧ୍ୟରୁ ଅଧିକାଂଶ ଅସାମାଜିକ। ଦଳିତମାନଙ୍କୁ ନମାରି ମତେ ଗୁଳିକର।ଡ୍ଗ ପ୍ରଧାନମନ୍ତ୍ରୀଙ୍କ ଏପରି ମନ୍ତବ୍ୟରେ ଛଳନା ଓ ପ୍ରତାରଣା ଭରି ରହିଥିଲେ ବି ଏକ ସତ୍ୟତାର ଉଦ‌୍‍ଘାଟିତ ହୋଇଛି। ତାହାହେଲା ଗୋରକ୍ଷା ନାମରେ ଧାର୍ମିକ ରାଜନୀତି ସ୍ଖଲିଛି ଯାହାକି ସାମ୍ୱିଧାନିକ ବ୍ୟବସ୍ଥା ବିରୋଧରେ। ଜାତିପ୍ରଥା ଆଜିବି ବିଷମତାର ମଞ୍ଜି। ତାର ବିଲୋପ ନହେଲେ ଆମ ଦେଶର ଅସଲ ପ୍ରଗତି ଅସମ୍ଭବ। ଦେଶର ଏକତାର ଭିତ୍ତିଭୂମି ଧର୍ମନିରପେକ୍ଷତା ଓ ଜାତିମୁକ୍ତ ହିନ୍ଦୁ ସମାଜ।   ଲୋହିଆ ଏକାଡେମୀ, ଭୁବନେଶ୍ୱର-୨୨, ମୋ-୯୪୩୭୨୫୯୦୦୫

Share :