ପିପିଟିର ସବୁଜ ଭାରତ କାର୍ଯ୍ୟକ୍ରମ

ପିପିଟିର ସବୁଜ ଭାରତ କାର୍ଯ୍ୟକ୍ରମ

Share :

  ପରିବେଶ ସୁରକ୍ଷା ନିମନ୍ତେ ପାରାଦୀପ ବନ୍ଦର ତରଫରୁ ଅନେକଗୁଡିଏ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସେଥି ମଧ୍ୟରୁ ଗ୍ରୀନ‌୍‍ ଇଣ୍ଡିଆ ବା ସବୁଜ ଭାରତ କାର୍ଯ୍ୟକ୍ରମ ଅନ୍ୟତମ। ଏଥି ମଧ୍ୟରେ ଭବିଷ୍ୟତରେ ୧୦ ହଜାର ଫଳନ୍ତି ଗଛର ଚାରା ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଜାଗାରେ ଲଗାଇବା ପାଇଁ ବନ୍ଦର ତରଫରୁ ଯୋଜନା କରାଯାଇଛି। ଅଗଷ୍ଟ ୧୫ ତାରିଖରେ ଦେଶର ୭୦ତମ ସ୍ୱାଧୀନତା ଦିବସ ଉପଲକ୍ଷେ ବିଶ୍ୱାଳୀ ଗ୍ରାମ ସ୍କୁଲରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଏହି ଯୋଜନାରେ ୧୦୦୦ ଚାରା ବଣ୍ଟନ କରାଯାଇଥିଲା।   ଏହି ଅବସରରେ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରାୟଙ୍କ ସମେତ ବନ୍ଦରର ମୁଖ୍ୟ ଅଧିକାରୀ ଓ ସ୍ଥାନୀୟ ଅଞ୍ଚଳର ମୁଖ୍ୟ ବ୍ୟକ୍ତିମାନେ ଚାରା ରୋପଣ କରିଥିଲେ। ବନ୍ଦରର ସହକାରୀ ଯନ୍ତ୍ରୀ ଅମରେଶ ନରେଶ ସାମନ୍ତଙ୍କୁ ତାଙ୍କର ଏହି ଗ୍ରାମରେ ସବୁଜିମା ବଳୟ ସୃଷ୍ଟି କରିବା ଓ ବହୁଳ ମାତ୍ରାରେ ଚାରା ରୋପଣ କରିବା ଉଦ୍ୟମ ଯୋଗୁଁ ସମ୍ମାନିତ କରାଯାଇଥିବାବେଳେ ବି.ବି. ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରବୀର କୁମାର ରାଉତ ଓ ବିଶ୍ୱାଳୀ ଗ୍ରାମର ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ସରୋଜ ମିଶ୍ରଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଥିଲା।

Share :