ରାଜ୍ୟସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ

ରାଜ୍ୟସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ

Share :

  ୭୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଜନମଙ୍ଗଳ ଯୁବ ସଂଗଠନ ଓ କୋଣାର୍କ ଏନଏସି, ନେହେରୁ ଯୁବ କେନ୍ଦ୍ର ପୁରୀ ଓ ଏଫଆଇଡିଆର ଭୁବନେଶ୍ୱରର ମିଳିତ ସହଯୋଗରେ ଏନଏସି ପଡ଼ିଆଠାରେ ୧୮ଶ ରାଜ୍ୟସ୍ତରୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ସୋମବାର ଅପରାହ୍ନରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଟୁର୍ଣ୍ଣାମେଣ୍ଟକୁ  କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ ମୁଖ୍ୟ ଅତିଥିରୂପେ ଯୋଗଦେଇ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କୋଣାର୍କ ଏନଏସି ଅଧ୍ୟକ୍ଷା ଭାନୁମତୀ ରାଉତରାୟ, ପୁରୀ ଜିଲ୍ଲା ନେହେରୁ ଯୁବକେନ୍ଦ୍ରର ଯୁବ ସଂଯୋଜକ ଜୟଶଙ୍କର ଯୋଶୀ, କୋଣାର୍କ ଥାନାଧିକାରୀ ଅରୁଣ କୁମାର ତ୍ରିପାଠୀ, କୋଣାର୍କ ନଗର ବିଜେଡି ସଭାପତି ଗୋପାଳଚନ୍ଦ୍ର ବେହେରା, ସମାଜସେବୀ ପ୍ରଫୁଲ୍ଲ ପାତ୍ରଙ୍କ ସମେତ ପୌରପରିଷଦର ସମସ୍ତ କାଉନସିଲର ଯୋଗ ଦେଇଥିଲେ।   ଏହି ଟୁର୍ଣ୍ଣାମେଣ୍ଟରେ କୋଣାର୍କର ମହାବୀର ଟ୍ରେଡିଙ୍ଗ କମ୍ପାନୀ, ରରାଜ୍ୟ ଅଗ୍ନିଶମ ବିଭାଗ, ନିଆଳି, କୋଣାର୍କର  ଭଲିବଲ ଦଳ ଯୋଗ ଦେଇଥିଲେ। ଯୋଗ ଦେଇଥିବା ଦଳଗୁଡିକ ମଧ୍ୟରୁ ରାଜ୍ୟ ଅଗ୍ନିଶମ ବିଭାଗ ଓ ମହାବୀର ଟ୍ରେଡିଙ୍ଗ କମ୍ପାନୀ ଲିଗି ମ୍ୟାଚରେ ଭଲ ପ୍ରଦର୍ଶନ କରି ଫାଇନାଲ ମ୍ୟାଚ ଖେଳିବାର ସୁଯୋଗ ପାଇଥିଲେ। ବର୍ଷ ବାଧକ ସାଜିଥିଲେ ମଧ୍ୟ ରାତି ୧୧ଟା ପରେ ଫାଇନାଲ ମ୍ୟାଚ କୋଣାର୍କର ମହାବୀର ଟ୍ରେଡିଙ୍ଗ କମ୍ପାନୀ  ଓ ରାଜ୍ୟ ଅଗ୍ନିଶମ ବିଭାଗ ମଧ୍ୟରେ ଖେଳ ହୋଇଥିଲା। ଫାଇନାଲ ମ୍ୟାଚଟି ୩ ସେଟ ବିଶିଷ୍ଟ ହୋଇଥିବା ବେଳେ ମହାବୀର ଟ୍ରେଡିଙ୍ଗ କମ୍ପାନୀ  ଓ ଅଗ୍ନିଶମ ଦଳକୁ ଲଗାତାର ଦୁଇଟି ସେଟ‌୍‍ରେ ପରାସ୍ତ କରି ଚମ୍ପିଆନ ହୋଇଥିଲା।   ଫାଇନାଲ ମ୍ୟାଚରେ ଯୋଗ ଦେଇଥିବା ଅତିଥିମାନେ ବିଜେତା ଦଳକୁ  ଚମ୍ପିଆନ ଟ୍ରଫି ପ୍ରଦାନ କରିଥିଲେ। ଏହି ରାଜ୍ୟସ୍ତରୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟରେ ଶୁଭବ୍ରତ ଜେନା ଓ ଶ୍ରୀକାନ୍ତ ନାୟକ ଯୋଗ ଦେଇ ରେଫେରି ଭାବରେ ଖଳ ପରିଚାଳନା କରିଥିବା ବେଳେ ଜନମଙ୍ଗଳ ଯୁବ ସଂଗଠନର ନିଦ୍ଧେର୍ଶକ ରାମକୃଷ୍ଣ ମହାନ୍ତି, ସଭାପତି ବ୍ରଜକିଶୋର ସାହୁ, ପୂର୍ଣ୍ଣଚନ୍ଦ୍ର ମୁରୁଡି, ଶ୍ରୀଧର ପାଢୀ, ନିରଞ୍ଜନ ତ୍ରୀପପାଠୀ ଓ ଧନଞ୍ଜୟ ପ୍ରଧାନଙ୍କ ସମେତ ସମସ୍ତ ସଦସ୍ୟମାନେ ଖେଳ ପରିଚାଳନା କରିଥିଲୋ। ରାଜ୍ୟସ୍ତରୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟକୁ ଉପଭୋଗ କରିବା ପାଇଁ ବର୍ଷାକୁ ଖାତିର ନ କରି ଏଠାରେ ମଧ୍ୟରାତ୍ର ପର୍ଯ୍ୟନ୍ତ ୫ ହଜାରରୁ ଅଧିକ ଦର୍ଶକଙ୍କ ଭିଡ ପରିଲକ୍ଷିତ ହୋଇଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ କୋଣାର୍କ ପୋଲିସ ପକ୍ଷରୁ  ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା।

Share :