ସୋଲାର ଟେକ୍ନୋଲୋଜି ମାଧ୍ୟମରେ ଏବେ ଗ୍ରାମାଞ୍ଚଳରେ ସହଜ ଓ ସୁବିଧାରେ ପାନୀୟଜଳ ଯୋଗାଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ସରକାର ତତ୍ପରତା ପ୍ରକାଶ କରିଥିବା ବେଳେ ରାଜ୍ୟରେ ଅନେକ ସ୍ଥାନରେ ‘ଗୋପବନ୍ଧୁ ଗ୍ରାମୀଣ ଯୋଜନା’ ତଥା ଜି.ଜି.ୱାଇ. ଦ୍ୱାରା ଏହି ସୋଲାର ଫୋଟୋଭୋଲ୍ଟେଜ (ଏସ୍.ପି.ଭି.) ୱାଟର ପମ୍ପିଂ ସିଷ୍ଟମ କାର୍ଯ୍ୟକାରୀ ହେଉଛି। ସୁନ୍ଦରଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଜରିଆରେ ଜିଲ୍ଲାର ଅନେକ ବ୍ଲକ୍ରେ ତଥା ବିଶେଷ କରି ଉପାନ୍ତ ଓ ଦୁର୍ଗମ ଇଲାକାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ବିଷୟ ଜଣାପଡ଼ିଛି। ସୁନ୍ଦରଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ବେଳେ ଏଥି ପାଇଁ ବିଭିନ୍ନ ଠିକା ସଂସ୍ଥା ଠାରୁ କୋଟେସନ କଲ୍ କରା ଯାଇନଥିଲା। ଜିଲ୍ଲାର କେତେକ ସଂସ୍ଥା କେତେକ ବ୍ଳକ୍ରେ ସେମାନଙ୍କର କୋଟେସନ ଦାଖଲ କରିଥିବା ବେଳେ ଡ଼ି.ଆର୍.ଡ଼ି.ଏ. ର ପ୍ରକଳ୍ପ ନିଦ୍ଦେର୍ଶକ କୁଆଡେ଼ ଏକଚାଟିଆ ଭାବେ ରାଉରକେଲାର ନେସ୍ନାଲ୍ ସ୍ମଲ୍ ଇଣ୍ଡଷ୍ଟ୍ର୍ରିିଜ୍ କର୍ପୋରେସନ ଲିଃକୁ ଏହି ପ୍ରକଳ୍ପ କାର୍ଯ୍ୟ ନିର୍ବାହ ପାଇଁ କାର୍ଯ୍ୟାଦେଶ ଦେଇ ତାଙ୍କ ଚିଠି ନଂ ୧୭୬୪ ତା: ୧୧.୦୩.୨୦୧୬ରେ ସମସ୍ତ ବିଡ଼ିଓଙ୍କୁ ଚିଠି କରିଛନ୍ତି। ତେବେ ସଂପୃକ୍ତ ନିର୍ବାହୀ ସଂସ୍ଥାର କୋଟେସନଠାରୁ ଅନ୍ୟ ବ୍ଳକ୍ରେ ଦେଇଥିବା କେତେକ ସଂସ୍ଥାର ରେଟ୍ କମ୍ ରହିଥିଲେ ସୁଦ୍ଧା ତାଙ୍କୁ ଗୁରୁତ୍ୱ ଦିଆ ଯାଇ ନ ଥିବା ଅଭିଯୋଗ ହୋଇଛି। ଏଭଳିକି ଉକ୍ତ ସଂସ୍ଥାର ନିର୍ମାଣ କାଯ୍ର୍ୟ ତଦାରଖ ପାଇଁ ବ୍ଲକ୍ ଯନ୍ତ୍ରୀମାନେ କୁଆଡେ଼ ଡ଼ରୁଥିବା ଶୁଣିବାକୁ ମିଳୁଛି। ଏହାଛଡ଼ା ସଂପୃକ୍ତ ସଂସ୍ଥା ଦ୍ୱାରା ବ୍ୟବହୃତ ସାମଗ୍ରୀ ତଥା ପାଣିଟାଙ୍କିର ମାନକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରକଳ୍ପର ଟାୱାର ଫାଉଣ୍ଡେସନ ମଧ୍ୟ ସେତେଟା ଉନ୍ନତ ନ ଥିବାରୁ ଏହାର ସ୍ଥାୟୀତ୍ୱ ପ୍ରତି ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରୁଥିିବା ବେଳେ ଟାଙ୍କି ରଖିବା ସୋଲାର ଫିଟ୍ ପାଇଁ ନିର୍ମାଣ ହୋଇତିବା ଷ୍ଟାଣ୍ଡ ଟି ‘ଡ଼ିପ୍ ଗାଲ୍ଭାନାଇଜ୍ଡ ଏମ୍.ଏସ୍. ଷ୍ଟିଲ଼୍’ ରେ ତିଆରି କରାଯିବା ସ୍ଥଳେ ସାଧାରଣ ଲୁହାରେ ତିଆରି କରାଯାଇ ସେଥିରେ ଆଲୁମିନିଅମ୍ ବାର୍ଣ୍ଣିସ ମରାଯାଉତିବା ଜଣାପଡ଼ିଛି। ଜଣେ ସଚ୍ଚୋଟ ଅଧିକାରୀଙ୍କ ଏଭଳି କାର୍ଯ୍ୟ କରାଯିବା ନେଇ ସାଧାରଣରେ ଚର୍ଚ୍ଚା ଚାଲିଛି। ସଂପୃକ୍ତ ସଂସ୍ଥାର ନିର୍ମାଣ କାର୍ଯ୍ୟ ଦେଖିବା ତତା ମାପ ଓ ଯାଞ୍ଚ ପାଇଁ ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଏବଂ ସହକାରୀ ଯନ୍ତ୍ରୀଙ୍କ ଦାୟିତ୍ୱ ରହିଥିଲେ ସୁଦ୍ଧା ସେହି ଅଧିକାରୀଙ୍କୁ ଆଦୌ ପଚରା ନ ଯାଇ କାମ ଚାଲିଛି। ଅପରପକ୍ଷେ କେତେକ ବ୍ଲକରେ ଯନ୍ତ୍ରୀଙ୍କ ଦ୍ୱାରା ଜେକ୍-ମେଜରମେଣ୍ଟ କରି ବିଲ୍ କରିବା ପରିବତ୍ତେର୍ ଅତି କାମକିଆଳି ଭାବେ ଭାଉଚରରେ ବିଲ୍ କରାଯାଇ ଲକ୍ଷ ଲକ୍ଷ ଟଙ୍କାର ବାଟମାରଣା କରାଯାଇତିବା ଅଭିଯୋଗ ହୋଇଛି। ତେବେ ଡ଼ି.ଆର୍.ଡ଼ି.ଏ. ଦ୍ୱାରୋ ହୋଇଥିବା ଏଭଳି ଏକ ଅନିୟମିତତା ତଥା ଗୋବବନ୍ଧୁଙ୍କ ଭଳି ଓଡ଼ିଶାର ଦେଶପ୍ରେମୀ ଓ ଦରଦୀ ମହାପୁରୁଷଙ୍କ ନାମରେ ନାମିତ ଯୋଜନାରେ ଦୁର୍ନୀତିର ବାସ୍ନା ଆସିବା ବାସ୍ତବିକ ଉଦବେଗର ବିଷୟ। ଏହା ଉପରେ ଉଚ୍ଚସ୍ତରୀୟ ତଦନ୍ତ ତଥା ଭିଜିନାନ୍ସ ବିଭାଗ ଅନୁସନ୍ଧାନ କରି ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଳରୁ ଦାବି ହେଉଛି।