ମଧ୍ୟାହ୍ନ ଭୋଜନରେ ମାଣ୍ଡିଆ ଭଲ!

ମଧ୍ୟାହ୍ନ ଭୋଜନରେ ମାଣ୍ଡିଆ ଭଲ!

Share :

  ଭାରତର ପୂର୍ବ ଉପକୂଳ ରାଜ୍ୟ ଓଡ଼ିଶା ପ୍ରାକୃତିକ ସମ୍ପଦରେ ଭରପୂର ହେଲେ ହେଁ  ଏଠାରେ ଗରିବୀ, ପୁଷ୍ଟିହୀନତା ଏବଂ ଅନାହାର ସହଚର ହୋଇଆସିଛି। ଅନ୍ୟାନ୍ୟ କ୍ଷେତ୍ରରେ ଏହାର ଆଖିଦୃଶିଆ ବିକାଶ ଘଟିଥିଲେ ହେଁ ମୌଳିକ ଭାବେ ଅନାହାର ଓ ଶିଶୁ ମୃତ୍ୟୁହାର ଏକ ଚିନ୍ତାଜନକ ବିଷୟ ହୋଇରହିଛି। ରାଜ୍ୟର ଅଧିକାଂଶ ଜିଲ୍ଳାରେ ପୁଷ୍ଟିସାର ଅଭାବଜନିତ ରୋଗ ଏନିମିଆର ପ୍ରାବଲ୍ୟ ରହିଛି।   ଏହା ଏକ ଉଦ‌୍‍ବେଗଜନକ ବିଷୟ ହୋଇଥିବା ବେଳେ ଓଡିଶା ରାଜ୍ୟ ଖାଦ୍ୟ ସୁରକ୍ଷା ଆୟୋଗ ଓ କୋଆଲିସନ‌୍‍ ଫର ଫୁଡ ଆଣ୍ଡ‌୍‍ ନ୍ୟୁଟ୍ରିସନ, ନୂଆଦିଲ୍ଲୀର ମିଳିତ ଆୟୋଜନରେ ସ୍ଥାନୀୟ ଆଂଚଳିକ ଭେଷଜ ଗବେଷଣାଗାର ସଭାଗୃହରେ ନିରନ୍ତର ଖାଦ୍ୟ ଓ ପୃଷ୍ଟି ସୁରକ୍ଷା ଉପରେ ଅନୁଷ୍ଠିତ ଜାତୀୟ ସମ୍ପାନକୁ ରାଜ୍ୟ ଉନ୍ନୟନ କମିଶନର ଆର‌୍‍. ବାଲକ୍ରିଷ୍ଣନ‌୍‍ ଉଦ‌୍‍ଘାଟନ କରି କହିଥିଲେ ଯେ ବତ୍ତର୍ମାନ ଓଡ଼ିଶାରେ ପୁଷ୍ଟିସାଧନକୁ ଏକ ଆନ୍ଦୋଳନରେ ପରିଣତ କରାଇବାର ଆବଶ୍ୟକତା ରହିଛି। କ୍ଷୁଦ୍ରଦାନା ଶସ୍ୟ ମାଣ୍ଡିଆରେ ନ୍ୟୁଟ୍ରିସନ‌୍‍ ମାନକ ଅତ୍ୟଧିକ ରହିଥିବାରୁ ମାଣ୍ଡିଆକୁ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ସାମିଲ କରାଇବା ଦରକାର ।   ରାଜ୍ୟ ଖାଦ୍ୟ କମିଶନ ରଙ୍ଗଲାଲ ଜାମୁଡ଼ା ଉଦ‌୍‍ଘାଟନୀ ପର୍ବରେ  ପୌରୋହିତ୍ୟ କରି କହିଥିଲେ ଯେ ରାଜ୍ୟରେ ଖାଦ୍ୟ ସୁରକ୍ଷାକୁ ଅଧିକ ମାତ୍ରାରେ କ୍ରିୟାଶୀଳ କରାଇବାକୁ ସରକାରଙ୍କ ତରଫରୁ ଅନେକ ଯୋଜନା ହାତକୁ ନିଆଯାଇଛି। ଖାଦ୍ୟ କମିଶନ ପାଇଁ ଏହା ଏକ ଚାଲେଞ୍ଜିଂ କାର୍ଯ୍ୟକ୍ରମ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କମିଶନର ଆରତୀ ଆହୁଜା ଯୋଗ ଦେଇ ଗ୍ଲୋବାଲ ନ୍ୟୁଟ୍ରିସନ ରିପୋର୍ଟ-୨୦୧୬ ଓ ଓଡ଼ିଶା ଶୀର୍ଷକ ସନ୍ଦର୍ଭ ଉପସ୍ଥାପନ କରିଥିଲେ। କେନ୍ଦ୍ର ସରକାରଙ୍କ ପୂର୍ବତନ ସଚିବ ଡଃ ରମେଶ ପଣ୍ଡାଙ୍କ ସ୍ୱାଗତ ସମ୍ଭାଷଣରେ ଆରମ୍ଭ ହୋଇଥିବା ଏହି ଆଲୋଚନା ଚକ୍ରର ପ୍ରଥମ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ୟୁନିସେଫ‌୍‍ ଇଣ୍ଡିଆର ନ୍ୟୁଟ୍ରିସନ‌୍‍ ମୁଖ୍ୟ ଡଃ ସାବା ମେବ୍ରାହାତୁ, ବରିଷ୍ଠ ପରାମର୍ଶଦାତା ବସନ୍ତ କର,  କେ.ବି.ସିଂହ,  ଛତିଶଗଡ଼ର ପୂର୍ବତନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦିବ୍ୟେନ୍ଦୁ ଶେଖର ମିଶ୍ର ପ୍ରମୁଖ ପୁଷ୍ଟିସାଧନ ଶୀର୍ଷକ ସନ୍ଦର୍ଭ ଉପସ୍ଥାପନ କରିଥିଲେ।   ଡଃ ସେବା ମେବ୍ରାହାତୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଓଡ଼ିଶା ରାଜ୍ୟ ଖାଦ୍ୟ ପାଇଁ ଶିକ୍ଷା ଓ ପ୍ରମାଣ ଓ ପ୍ରଭାବ ଶୀର୍ଷକ ଅଧିବେଶନରେ  ସ୍ୱାମୀନାଥନ ଫାଉଣ୍ଡେସନ‌୍‍ର ଅକ୍ଷୟ ପଣ୍ଡା, ଟାଟା ଟ୍ରଷ୍ଟର ବରିଷ୍ଠ ଉପଦେଷ୍ଟା ଡଃ ରାଜନ ଶଙ୍କର, ଏଲାଇଭ ଓ ଥ୍ରାଇଭ‌୍‍ର ସୁମିତ୍ର ରୟ,  ଲିଭିଂ ଫାର୍ମର  ସଲୋମ‌୍‍ ୟେସୁଦାସ, ଏକଜୁଟ‌୍‍ର ଡଃ ପ୍ରଶାନ୍ତ ତ୍ରିପାଠୀ ପ୍ରମୁଖ ପାୱାର ପଏଣ୍ଟ ମାଧ୍ୟମରେ ଖାଦ୍ୟ ଓ ପୁଷ୍ଟିସାଧନ ଶୀର୍ଷକ ବିଭିନ୍ନ ବିଷୟ ଉପସ୍ଥାପନ କରିଥିଲେ ଏବଂ ସିୱାଇଏସ‌୍‍ଡିର ସହପ୍ରତିଷ୍ଠାତା ଜଗଦାନନ୍ଦ  ଓ ଖାଦ୍ୟ କମିଶନ‌୍‍ ସଦସ୍ୟା ସିପ୍ରା ମଲିକ ପ୍ରମୁଖ ସଂଚାଳନ କରିଥିଲେ।   ରାଜ୍ୟ  ଶିଶୁ ଓ ମହିଳା ବିଭାଗର କମିଶନର ବିଶାଲ ଦେବଙ୍କ ସଭାପତିତ୍ୱରେ ନୀତି ନିର୍ଦ୍ଧାରଣ ଶୀର୍ଷକ ତୃତୀୟ ଅଧିବେଶନରେ ଅଜିମ ପ୍ରେମଜୀ ଇନିସିଏଟିଭ‌୍‍ର ସ୍ୱାମୀନାଥନ‌୍‍, ରମାଦେବୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପଦ୍ମଜା ମିଶ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ।   ଓଡିଶା ସରକାରଙ୍କ ବୈଷୟିକ ଉପଦେଷ୍ଠା ଶ୍ୟାମ‌୍‍ ପିଟ୍ରୋଡା ସ୍କାଇପେ ମାଧ୍ୟମରେ ସୁଦୂର ଆମେରିକାରୁ ଉକ୍ତ ଜାତୀୟ ସମ୍ପାନ ସମ୍ପର୍କରେ ମତ ଉପସ୍ଥାପନ କରିଥିଲେ।  ୟୁନିସେଫ‌୍‍, ୱାଲ୍ର୍ଡ ଫୁଡ‌୍‍ ପ୍ରୋଗ୍ରାମ, ଅଜିମ ପ୍ରେମ‌୍‍ଜୀ, ଟାଟା ଟ୍ରଷ୍ଟ, ଏମ‌୍‍ଏସ‌୍‍ ସ୍ୱାମୀନାଥନ‌୍‍ ରିସର୍ଚ ଫାଉଣ୍ଡେସନ ପ୍ରମୁଖ ଅନେକ ପ୍ରତିଷ୍ଠିତ ସଂସ୍ଥା ଏଥିରେ ଭାଗ ନେଇଥିଲେ। ଉକ୍ତ ଆଲୋଚନାଚକ୍ରର ଓଡିଶାର ଖାଦ୍ୟ ଓ ପୃଷ୍ଟିର ସୁରକ୍ଷା କ୍ଷେତ୍ରରେ ଏକ ଗୁରୁତ୍ୱ ଭୂମିକା ଗ୍ରହଣ କରିଛି। ପୁଷ୍ଟିହୀନତାକୁ ମୁକାବିଲା କରିବା ଦିଗରେ ଆଗାମୀ ଦିନରେ  ନିଆଯିବାକୁ ଥିବା ବିଭିନ୍ନ ଯୋଜନା ଓ କୌଶଳ ଉପରେ ମତ ପ୍ରକାଶ ପାଇଥିଲା। ସର୍ବ ଶେଷରେ ଓଡ଼ିଶା ପରିବେଶ କଂଗ୍ରେସର ସମ୍ପାଦକ ସୁଦର୍ଶନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Share :