ଜେଇଇ ଆଡ୍‌ଭାନ୍ସ ପରୀକ୍ଷାରେ ସମ୍ୱିତ ବେହେରାଙ୍କ ରେକର୍ଡ

ଜେଇଇ ଆଡ୍‌ଭାନ୍ସ ପରୀକ୍ଷାରେ ସମ୍ୱିତ ବେହେରାଙ୍କ ରେକର୍ଡ

Share :

ଶିକ୍ଷା କ୍ଷେତ୍ର ପ୍ରତିନିଧି ଇଂଜିନିୟରିଂ ଛାତ୍ରଙ୍କ ନିମନ୍ତେ ଦେଶରେ ସବୁଠାରୁ ପ୍ରତିଷ୍ଠିତ ପ୍ରବେଶିକା ପରୀକ୍ଷା ଜେଇଇ ଆଡ୍ଭାନ୍ସ ୨୦୧୯ରେ ଭୁବନେଶ୍ୱରର ସମ୍ୱିତ ବେହେରା ରେକର୍ଡ କରିଛନ୍ତି। ସମ୍ୱିତ କେବଳ ୨୦୧୯ ଜେଇଥ ଆଡ୍‌ଭାନ୍ସ ପରୀକ୍ଷାରେ ଅନୁସୂଚିତ ଜାତି ବର୍ଗରେ ଟପ୍ପର ହୋଇଛନ୍ତି ତାହା ନୁହେଁ ବରଂ ସର୍ବଭାରତୀୟ ସ୍ତରର ୪୫ ନମ୍ୱର ସ୍ଥାନ ହାସଲ କରିଛନ୍ତି। ଚଳିତ ବର୍ଷ ଜେଇଇ ଆଡ୍‌ଭାନ୍ସ ପରୀକ୍ଷାରେ ସେ ସବୁ ବିଭାଗରେ ଓଡ଼ିଶାର ରାଜ୍ୟ ଟପ୍ପର ହୋଇଛନ୍ତି। ସମ୍ୱିତ ହେଉଛନ୍ତି ଏଲେନ୍‌ର ୨ ବର୍ଷୀୟ କ୍ଲାସ୍‌ ରୁମ୍ ଛାତ୍ର ଏବଂ ସେ କୋଟାରୁ କୋଚିଂ ମଧ୍ୟ ଗ୍ରହଣ କରିଛନ୍ତି। ଭୁବନେଶ୍ୱରସ୍ଥିତ ଏଲେନ୍ କ୍ୟାରିୟର ଇନ୍‌ଷ୍ଟଟ୍ୟୁଟ୍ରେ ସମ୍ୱିତଙ୍କୁ କେନ୍ଦ୍ର ପ୍ରମୁଖ ଅନୁରାଗ ମିଶ୍ରଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା। ଏହି ଅବସରରେ ସମ୍ୱିତ ତାଙ୍କ ମା ନର୍ମଦାଙ୍କ ସହ ଉପସ୍ଥିତ ରହି ଫୁଲତୋଡ଼ା ଗ୍ରହଣ କରିଥିଲେ ଏବଂ ସେଠାରେ ସେ ଶିକ୍ଷକ ଏବଂ ଛାତ୍ରମାନଙ୍କ ସହ ବାର୍ତ୍ତାଳାପ କରିଥିଲେ ଓ ନିଜର ସଫଳତାର ମନ୍ତ୍ର ବିଷୟରେ କହିଥିଲେ। ସମ୍ୱିତ ତାଙ୍କର ଏହି ସଫଳତାର ମୁଖ୍ୟ ଶ୍ରେୟ ନିଜର କଠିନ ପରିଶ୍ରମ ଓ ଅଧ୍ୟବ୍ୟସାୟକୁ ଦିଅନ୍ତି। ସେ ୩ ବର୍ଷ ପୂର୍ବରୁ ଏହି ଦିଗରେ କୋଟାରେ ନିଜ ପଢା ଆରମ୍ଭ କରିଥିଲେ ଏବଂ ସେଠାରେ ନିଜର ପାଠପଢାର ଦିନଚର୍ଯ୍ୟା ବିଷୟରେ ଜଣାଇଥିଲେ ଓ ପରୀକ୍ଷାକାଳୀନ ପ୍ରସ୍ତୁତି ସମୟରେ କିପରି ସେ ନିଜକୁ ଚିନ୍ତାମୁକ୍ତ ରଖୁଥିଲେ ସେ ସମ୍ପର୍କରେ କହିଥିଲେ। ସମ୍ୱିତ କହିଲେ, ନିଜର ପ୍ରସ୍ତୁତିର ମୂଳଦୁଆ ସେ ଏଲେନ୍ କ୍ୟାରିୟର ଇନ୍‌ଷ୍ଟଟ୍ୟୁଟ୍‌ରେ ଆରମ୍ଭ କରିଥିଲେ ଏବଂ କିପରି ଏଲେନ୍ ଶିକ୍ଷକବୃନ୍ଦ ତାଙ୍କୁ ତାଙ୍କର ପ୍ରସ୍ତୁତି ନିମନ୍ତେ ସଠିକ ଦିଗରେ ପରିଚାଳିତ ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ସମ୍ୱିତଙ୍କ ମା’ ନିଜର ଖୁସି ବ୍ୟକ୍ତ କରିବା ସହ ତାଙ୍କ ପୁଅର ସ୍ୱପ୍ନକୁ ବାସ୍ତବ ରୂପ ଦେବାରେ ଏଲେନ୍‌ର ସମସ୍ତ ପ୍ରଣାଳୀକୁ ପ୍ରଂଶସା କରିଥିଲେ। କେନ୍ଦ୍ର ପ୍ରମୁଖ ଅନୁରାଗ ମିଶ୍ର କୋଟାରେ ରହୁଥିବା ସମୟରେ ସମ୍ୱିତଙ୍କର କଠିନ ପରିଶ୍ରମ ଓ ସମର୍ପଣ ଏବଂ ଏହି ସଫଳତା ପାଇବା ଦିଗରେ ଏଲେନ୍‌ର ସମର୍ଥନ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ଅନ୍ୟ ସମସ୍ତ ସଦସ୍ୟବୃନ୍ଦ ମଧ୍ୟ ସମ୍ୱିତଙ୍କ ସଫଳତା ସମ୍ପର୍କରେ ନିଜର ମତାମତ ରଖିଥିଲେ। ଚଳିତ ବର୍ଷ ଆଇଆଇଟି ଆଡ୍‌ଭାନ୍ସ ପରୀକ୍ଷାରେ ଓଡିଶାର ଛାତ୍ରଛାତ୍ରୀ ସଂଖ୍ୟା ୩,୧୬୧ ଥିଲା। ସବୁ ବର୍ଷ ପରି ଏହି ବର୍ଷ ମଧ୍ୟ ଏଲେନ୍ କ୍ୟାରିୟର ଇନ୍‌ଷ୍ଟଟ୍ୟୁଟ୍‌ର ଛାତ୍ରଛାତ୍ରୀମାନେ ଦେଖାଇ ଦେଇଛନ୍ତି ଯେ, ସଠିକ୍ ମାର୍ଗଦର୍ଶନ ଏବଂ ପ୍ରଶିକ୍ଷଣ କ’ଣ କରିପାରେ। ଆଇଆଇଟି ରୁରକି ୧୪ ଜୁନ୍ ସକାଳେ ଜେଇଇ ଆଡ୍‌ଭାନ୍ସ ୨୦୧୯ର ପ୍ରବେଶିକା ପରୀକ୍ଷାର ଫଳ ଘୋଷଣା କଲା ଯେଉଁଥିରେ ଏଲେନ୍ କ୍ୟାରିୟର ଇନ୍‌ଷ୍ଟିଟ୍ୟୁଟ୍‌ର କାର୍ତ୍ତିକେୟ ଗୁପ୍ତା ସମଗ୍ର ଭାରତରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। କାର୍ତ୍ତିକେୟ ଏହି ପ୍ରବେଶିକା ପରୀକ୍ଷାରେ ଶତ ପ୍ରତିଶତ ମାର୍କ ହାସଲ କରିଛନ୍ତି। ଏଲେନ୍ କ୍ୟାରିୟର ଇନ୍‌ଷ୍ଟିଟ୍ୟୁଟ୍‌ର ବରିଷ୍ଠ ଅଧ୍ୟକ୍ଷ ସିଆର୍ ଚୌଧରୀ କହିଲେ, ସମ୍ୱିତ ବେହେରା ଜେଇଇ ଆଡ୍‌ଭାନ୍ସ ପରୀକ୍ଷାରେ ଅନୁସୂଚିତ ଜାତି ବର୍ଗରେ ଟପ୍ପର ହୋଇଛନ୍ତି। ଏହା ବ୍ୟତିତ ଶ୍ରେଣୀର ନିଶାନ୍ତ ଅଭଙ୍ଗୀ, କୌସ୍ତୁଭ ଦିଘେ ଏବଂ ଆଦିତ୍ୟ ବଡୋଲା କ୍ରମଶଃ ୬, ୭ ଏବଂ ୮ ସ୍ଥାନ ହାସଲ କରିଛନ୍ତି। ମାହେଶ୍ୱରୀ କହିଲେ କି ଆଇଆଇଟିର ସାତଟି ଜୋନ୍‌ରୁ ତିନୋଟି ଜୋନ୍‌ରେ ଟପ୍ପର ହୋଇଥିବା ଛାତ୍ରଛାତ୍ରୀମାନେ ଏଲେନ୍ କ୍ୟାରିୟର ଇନ୍‌ଷ୍ଟଟ୍ୟୁଟ୍‌ର ଛାତ୍ର ଅଟନ୍ତି। ଆଇଆଇଟି ମୁମ୍ୱାଇ ଜୋନ୍‌ରୁ କାର୍ତ୍ତିକେୟ ଗୁପ୍ତା, ଖଡଗପୁର ଜୋନ୍‌ରୁ ଗୁଡ୍‌ପେଟେ ଅନିକେତ୍ ଏବଂ ରୁରକି ଜୋନ୍‌ରୁ ଜୟେସ ସିଙ୍ଘାଲା। ଏହି ବର୍ଷ ଆଇଆଇଟି ରୁରକି ୨୭ ମେ ୨୦୧୯ରେ ୧୫୫ ସହରରେ ୨ ଭାଗରେ ଜେଇଇ ଆଡ୍‌ଭାନ୍ସ ପରୀକ୍ଷାର ଆୟୋଜନ କରିଥିଲା। ଜେଇଇଆଡ୍ଭାନ୍ସ ପରୀକ୍ଷାରେ ପ୍ରାୟତଃ ୨.୪୫ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବା ନିମନ୍ତେ ଯୋଗ୍ୟଥିଲେ ହେଲେ ୧.୬୫ ଲକ୍ଷ ପିଲା ପରୀକ୍ଷା ଦେଇଥିଲେ। ସଫଳ ଛାତ୍ରଛାତ୍ରୀମାନେ ୨୩ ଗୋଟି ଆଇଆଇଟିରେ ଅଧ୍ୟୟନ କରିପାରିବେ। ଯେଉଁଥିରେ ପ୍ରାୟତଃ ୧୧,୨୭୯ ସିଟ୍ ରହିଅଛି। ଏହି ଥର ସର୍ବମୋଟ୍ ମାର୍କ ୩୭୩ ଥିଲା ଯାହାକୁ ୧୮୬ ମାର୍କ ଦ୍ୱାରା ୨ ଗୋଟି ପେପର୍‌ରେ ଭାଗ କରାଯାଇଥିଲା।

Share :