ବିପ୍ଳବୀ ଧରଣୀଧର ଭୂୟାଁଙ୍କ ଗାଁର ବିକାଶ ହେବ କେବେ?

ବିପ୍ଳବୀ ଧରଣୀଧର ଭୂୟାଁଙ୍କ ଗାଁର ବିକାଶ ହେବ କେବେ?

Share :

ସତ୍ୟଜିତ ସାମନ୍ତରାୟ କେନ୍ଦୁଝର ସଦର ବ୍ଲକର ସଦର ଥାନା ଅନ୍ତର୍ଗତ ବଣପାହାଡ଼ ଘେରା ଏକ ସୁନ୍ଦର ଗ୍ରାମ ହେଉଛି କୁସୁମିତା। କେନ୍ଦୁଝରଠାରୁ ୨୩ କିମି ଦୂରରେ ଅବସ୍ଥିତ ବରଦାପାଳ ପଞ୍ଚାୟତ ମଧ୍ୟରେ ଥିବା କୁସୁମିତା ଗ୍ରାମରେ ବାସ କରନ୍ତି ପ୍ରୟ ୩୨୬ ପରିବାରର ୨୦୦୦ରୁ ଉର୍ଦ୍ଧ୍ୱ ଲୋକ। ଲୋକମାନେ ତାଙ୍କର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପାଇଁ ନିକଟସ୍ଥ ରାଇସୁଆଁ କିମ୍ୱା କେନ୍ଦୁଝର ବଜାର ଉପରେ ନିର୍ଭର କରନ୍ତି। ଏହି ଗ୍ରାମ ଲୋକଲୋଚନକୁ ଆସେ ୧୯୬୬ ମସିହା ମେ ମାସ ୫ ତରିଖରେ ଜନ୍ମିତ ମହାନ ବିପ୍ଲବି ବୀର ଧରଣୀଧର ନାୟକ(ଭୁୟାଁ)ଙ୍କ ପାଇଁ। ସେମିତି ଆଖିଦୃଶିଆ କାମ ସ୍ୱାଧୀନତାର ୭୧ ବର୍ଷ ପରେ ମଧ୍ୟ ଏହି ଗ୍ରାମରେ ହୋଇ ପାରିନାହିଁ। ସାମାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ହେଲେ ଚିକିତ୍ସା ସେବାପାଇବା ପାଇଁ ସେଠାରୁ ଲୋକମାନଙ୍କୁ କେନ୍ଦୁଝରକୁ ଅସିବାକୁ ହୋଇଥାଏ। କୁସୁମିତାଠାରେ ଏକ ହଷ୍ଟେଲ ରହିଛି। କିନ୍ତୁ କେବଳ ସପ୍ତମ ପର୍ଯ୍ୟନ୍ତ ପିଲାମାନେ ସେଠାରେ ଶିକ୍ଷାଲାଭ କରିପାରନ୍ତି। ଅଷ୍ଟମ ପଢିବାକୁ ହେଲେ ପିଲାମାନଙ୍କୁ ଘାଟୀତଳକୁ ଚାଲି ଚାଲି ଆସିବାକୁ ହୁଏ। ଦୂର ସ୍ଥାନକୁ ଯିବା ପାଇଁ ଗମନାଗମନର ସେମିତି ସୁବିଧା କିଛି ନାହିଁ, ସାଇକେଲରେ କିମ୍ୱା କିଛି ଅଟୋ କଦବା କେମିତି ମିଳିଥାଏ। ପିଇବା ପାଣି ପାଇଁ ଝରଣା ପାଣି କିମ୍ୱା କୁଅ ଉପରେ ଅଧିକାଂଶ ନିର୍ଭରଶୀଳ। କିଛି ସ୍ଥାନରେ ନଳକୂପ ରହିଥିଲେ ମଧ୍ୟ ଅନେକ ସମୟରେ ଅଚଳ ପଡିଥାଏ। ବିଜୁଳି ଆଲୋକ ସେ ଗ୍ରାମକୁ ଆସିଥିଲେ ମଧ୍ୟ ଅଧିକାଂଶ ସମୟ ବିଜୁଳିକାଟ ଜନିତ ସମସ୍ୟା ଲାଗି ରହିଥାଏ। ଦୀର୍ଘ ଦିନ ହେବ କେନ୍ଦୁଝର ଗ୍ରାମଉନ୍ନୟନ ବିଭାଗ ସେଠାକୁ ରାସ୍ତା ତିଆରି କରୁଥିବା ବେଳେ ସରିବାର ନିର୍ଦ୍ଦିଷ୍ଟ ସମୟସୀମା ନାହିଁ। ରାସ୍ତା ସରିବା ପୂର୍ବରୁ ରାସ୍ତା ଖରାପ ହୋଇଯାଇଥାଏ। ୩ ବର୍ଷ ହେବ ୨ କିମି ଘାଟୀ ରାସ୍ତାକୁ ବି ସାରି ପାରୁନାହିଁ ଗ୍ରାମଉନ୍ନୟନ ବିଭାଗ। ସ୍ଥାନୀୟ ବାସିନ୍ଦାମାନେ ଜଙ୍ଗଲରୁ ଜାଳକାଠ ଓ ଜଙ୍ଗଲଜାତ ଦ୍ରବ୍ୟ ବିକ୍ରୟ କରି ଅଥବା କୁଲି ମଜୁରି କରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି। ହାତୀ ଭାଲୁ, ହେଟା ପରି ବନ୍ୟଜନ୍ତୁ ଗ୍ରାମରେ ପ୍ରବେଶ ଲାଗି ରହିଥାଏ। ଅନେକ ସରକାରୀ ତଥା ବେସରାକାରି ସଂସ୍ଥା ଏ ଗ୍ରାମର ବିକାଶ ଦିଗରେ କାହିଁ କେତେ ଦିନରୁ ଲାଗି ରହିଥିଲେ ମଧ୍ୟ ଶିକ୍ଷା ଏବଂ ଯୋଗାଯୋଗର ମାଧ୍ୟମ ଠିକଭାବେ ନଥିବାରୁ ବିକାଶ ନାମରେ କେବଳ ଅର୍ଥ ହରିଲୁଟ କରି ମିଛ ରିପୋର୍ଟ ନାଲି ଫିତା ତଳେ ବାନ୍ଧିବାରେ ବ୍ୟସ୍ତ। ସରକାରୀ ପଦାଧୀକାରିଙ୍କଠାରୁ ବିଭିନ୍ନ ଅନୁଷ୍ଠାନ ସେ ଅଞ୍ଚଳର ବିକାଶ ପାଇଁ କୁମ୍ଭୀରକାନ୍ଦଣା କାନ୍ଦୁଥିଲେ ମଧ୍ୟ ବାସ୍ତବିକାତା କ୍ଷେତ୍ରରେ ତାର ଆଖିଦୃଶିଆ ପ୍ରତିଫଳନ ନଜରକୁ ଆଜିଯାଏ ଆସିପାରିନାହିଁ। ଯଦି ସେ ଅଞ୍ଚଳର ପ୍ରକୃତ ବିକାଶଦିଗରେ ଦୃଷ୍ଟି ଦିଆଯାଆନ୍ତା ତେବେ ଏହି ଆଦିବାସୀ ଲୋକେ ବିକାଶର କିରଣ ପାଇପାରନ୍ତେ।

Share :