ବାର୍ଷିକ ୪୪୦୦୦ ଟଙ୍କା ଲାଂଚ ଦିଅନ୍ତି ସହରୀ

ବାର୍ଷିକ ୪୪୦୦୦ ଟଙ୍କା ଲାଂଚ ଦିଅନ୍ତି ସହରୀ

Share :

  ଭାରତର ପ୍ରତ୍ୟେକ ସହରୀ ପରିବାର ବାଷିର୍କ ହାରାହାରି 4400 ଟଙ୍କାର ଲାଂଚ ଦେଇଥାନ୍ତି | ଗ୍ରାମାଂଚଳ ପରିବାର ପାଇଁ ଏହି ପରିମାଣ ହେଉଛି 2900 ଟଙ୍କା | ଏଭଳି କିଛି ରୋଚକ ତଥ୍ୟ ପ୍ରଦାନ କରିଛି ଜାତୀୟ ପ୍ରୟୋଗାତ୍ମକ ଅର୍ଥନୀତି ପରିଷଦ ବା ନ୍ୟାସନାଲ କାଉନସିଲ ଅଫ ଆପ୍ଲାଏଡ଼ ରିସର୍ଚ୍ଚ (ଏନସିଏଆଇଆର) | ଭାରତ ସରକାରଙ୍କ ଅଧୀନସ୍ଥ ଏହି ସଂସ୍ଥାର ଏକ ସର୍ଭେ ରିପୋର୍ଟ ଅନୁସାରେ ଭୁବନେଶ୍ବର, ପାଟନା, ଲକ୍ଷ୍ନୌ, ଚେନ୍ନାଇ, ହାଇଦ୍ରାବାଦ ଓ ପୁନେ ସହରର ଲୋକମାନେ ବାଷିର୍କ ସର୍ବାଧିକ ଲାଂଚ ପ୍ରଦାନ କରିଥାନ୍ତି| 2012 ଡିସେମ୍ବର ମାସରେ ହୋଇଥିବା ଏହି ସର୍ଭେ ରିପୋର୍ଟ ଏବେ ପ୍ରକାଶ ପାଇଛି | ରିପୋର୍ଟ ଅନୁସାରେ ଭାରତର ସହରଗୁଡ଼ିକରେ ପ୍ରତି ନିଯୁକ୍ତି ଓ ବଦଳି ପାଇଁ ପ୍ରତିବର୍ଷ ହାରାହାରି 18 ହଜାର ଟଙ୍କାର ଲାଂଚ କାରବାର ହୋଇଥାଏ | ସେହିପରି ଟ୍ରାଫିକ…କର୍ମଚାରୀମାନଙ୍କୁ ଜଣେ ସହରୀ ବାସିନ୍ଦା ବାଷିର୍କ ହାରାହାରି 600 ଟଙ୍କାର ଲାଂଚ ଦେଇଥାନ୍ତି | ସର୍ଭେ ଅନୁସାରେ ଠିକା ଚୁକ୍ତି, ବିକାଶ ପ୍ରକଳ୍ପ ଅନୁମୋଦନ, ଖଣି କାରବାର, ତୈଳ କାରବାର ଓ ବ୍ୟାଙ୍କର ନନପର୍ଫିଂ ଆସେଟ…ବା ଅନାଦାୟ ଋଣ ରଦ୍ଦ ଇତ୍ୟାଦି କ୍ଷେତ୍ରରେ ନେତା ଓ ଅଫିସରମାନେ ବହୁ ପରିମାଣର ଲାଂ ଗ୍ରହଣ କରିଥାନ୍ତ | ଏହି ଲାଂଚ କାରବାର ଜରିଆରେ ଦେଶରେ ହଜାର ହଜାର କୋଟି ଟଙ୍କାର କଳାଧନ ଜମା ହୋଇଥାଏ | ନ୍ୟାସନାଲ ଇନଷ୍ଟିଚ୍ୟୁଟ ଫର ପବ୍ଲିକ…ଫାଇନାନ୍ସ ଆଣ୍ଡ ପଲିସି ଏବଂ ନ୍ୟାସନାଲ…ଇନଷ୍ଟିଚ୍ୟୁଟ…ଅଫ…ଫିନାନ୍ସିଆଲ… ମ୍ୟାନେଜମେଣ୍ଟ ସହଯୋଗରେ ହୋଇଥିବା ଏହି ସର୍ଭେରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ ଗ୍ରାମାଂଚଳରେ ଗରୀବ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନାର ହିତାଧିକାରୀ ଚୟନରେ ବ୍ୟାପକ ଲାଂ କାରବାର ହୋଇଥାଏ | ସାଧାରଣ ବଣ୍ଟନ କାର୍ଯ୍ୟକ୍ରମ, ଇନ୍ଦିରା ଆବାସ ଘର ବଣ୍ଟନ, ଏମଜିଏନଆରଇଜିଏସ, ସାମାଜିକ ନିରାପତ୍ତା ଭତ୍ତା ଓ ଛାତ୍ରବୃତ୍ତି ଆଦି କାର୍ଯ୍ୟକ୍ରମ ହିତାଧିକାରୀ ଚୟନରେ ଓଡ଼ିଶା, ବିହାର, ଉତ୍ତର ପ୍ରଦେଶ, ତାମିଲନାଡ଼ୁ,  ଆନ୍ଧ୍ର ପ୍ରଦେଶ ଓ ମହାରାଷ୍ଟ୍ର ଆଦି ରାଜ୍ୟରେ ବ୍ୟାପକ ଲାଂଚ କାରବାର ହୋଇଥାଏ ବୋଲି ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି | ସରକାରୀ ଅର୍ଥ ବିନିଯୋଗରେ ଆରମ୍ଭ ହେଉଥିବା ପ୍ରକଳ୍ପଗୁଡ଼ିକ ନେତା ଓ ଅଫିସରଙ୍କ ପାଇଁ ଲାଂଚ ଓ ଦୁର୍ନୀତିର ମାଧ୍ୟମ ଭାବେ କାର୍ଯ୍ୟ କରିଥାନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି | ପ୍ରକଳ୍ପ ଖର୍ଚ୍ଚର 2-10 ପ୍ରତିଶତ ହିସାବ ବହିର୍ଭୂତ ଭାବେ ବାଟମାରଣା ହୋଇଥାଏ | ପ୍ରକଳ୍ପ କାମ ଶୀଘ୍ର ନସାରି ବିଳମ୍ବିତ କରିବା ଦ୍ବାରା ଆଉ ପ୍ରାୟ 20 ପ୍ରତିଶତ ପର୍ଯନ୍ତ†ଅର୍ଥ ହେରଫେର ହୋଇଥାଏ| ସେହିପରି ପ୍ରକଳ୍ପ ବିଳମ୍ବିତ କରିବା ଦ୍ବାରା ପ୍ରକଳ୍ପ ବ୍ୟୟ ବୃଦ୍ଧି କରି ଅତିରିକ୍ତ ବ୍ୟୟର 5-10 ପ୍ରତିଶତ ହଡ଼ପ କରାଯାଏ ବୋଲି ରିପୋର୍ଟରେ ତଥ୍ୟ†ପ୍ରଦାନ କରାଯାଇଛି | ସର୍ଭେରେ ଭାଗ ନେଇଥିବା ଅନେକ ଅବସରପ୍ରାପ୍ତ ଅଧିକାରୀଙ୍କ ମତାମତ ଉପରେ ଏହି ତଥ୍ୟ ପର୍ଯବସିତ ହୋଇଥିବା ରିପୋର୍ଟରେ କୁହାଯାଇଛି | ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ବିହାର, ଦିଲ୍ଲୀ, ଗୁଜରାଟ, କର୍ଣ୍ଣାଟକ, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ ଓ ପଶ୍ଚିମ ବଙ୍ଗ ଆଦି ରାଜ୍ୟରେ ସର୍ବେକ୍ଷଣରେ ଭାଗ ନେଇଥିବା ପ୍ରାୟ 80 ପ୍ରତିଶତ ଠିକାଦାର କହିଛନ୍ତି ଯେ ଠିକା କାମ ପାଇବାକୁ ସେମାନଙ୍କୁ ଲାଂଚ ଦେବାକୁ ପଡ଼ିଥାଏ | ସେମାନଙ୍କ ହିସାବ ଅନୁସାରେ ପ୍ରକଳ୍ପ ଖର୍ଚ୍ଚର ପ୍ରାୟ 9 ପ୍ରତିଶତ ଲାଂଚ ଆକାରରେ ଯାଏ | ସେହିପରି ମାନୁଫାକଚରିଂ କ୍ଷେତ୍ର ସହିତ ଜଡ଼ିତ ପ୍ରାୟ 91 ପ୍ରତିଶତ ଲୋକ କହିଛନ୍ତି ଯେ ଲାଂଚ ନଦେଲେ କାମ ହୁଏନି | ରାସ୍ତା କଡ଼ରେ ଉଠା ଦୋକାନ କରିଥିବା ଲୋକମାନେ ମାସିକ ହାରାହାରି ପ୍ରାୟ 1100 ଟଙ୍କା ଲାଂଚ ଦେଇଥାନ୍ତି ବୋଲି ସର୍ଭେ ରିପୋର୍ଟରେ ଉଲ୍ଲେଖ ରହିଛି | ଏହି ଛୋଟ ଦୋକାନୀମାନେ ଯାହା ରୋଜଗାର କରନ୍ତି ତା’ର 13 ପ୍ରତିଶତ ଲାଂଚ ଆକାରରେ ଦେଇଥାନ୍ତି ବୋଲି ଦିଲ୍ଲୀ, ନୋଇଡ଼ା, ଲକ୍ଷ୍ନୌ,  ପାଟନା ଓ ହାଇଦ୍ରାବାଦ ପରି ସହରର ମତଦାତାମାନେ ଦେଇଥିବା ହିସାବରୁ ଜଣାପଡ଼ିଛି | ଦେଶରେ କଳାଧନ କେମିତି ସୃଷ୍ଟି ହୁଏ ଓ ତାହା କାହା ପାଖକୁ ଯାଏ ସେ ବିଷୟରେ ଜାଣିବା ପାଇଁ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ପରିଷଦ ବା ସିବିଡିଟି ପକ୍ଷରୁ ଏହି ସର୍ଭ କରାଯାଇଥିଲା | ରିପୋର୍ଟ ପାଇଲା ପରେ ସିବିଡିଟି କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ତାହା ଏଯାଏଁ ଘୋଷଣା କରାଯାଇ ନାହିଁ |

Share :