ମହାନଦୀ ସୁରକ୍ଷା ଅଭିଯାନର ଜନଜାଗରଣ ଜାରି

ମହାନଦୀ ସୁରକ୍ଷା ଅଭିଯାନର ଜନଜାଗରଣ ଜାରି

Share :

ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଝାରସୁଗୁଡ଼ା ଜିଲ୍ଲାର ସୁଖାଶୋଡ଼ା ଏବଂ ବରଗଡ଼ ଜିଲ୍ଲାର ଚିଖଲିଠାରୁ ଶୁଭାରମ୍ଭ ହୋଇଥିବା ମହାନଦୀ ସୁରକ୍ଷା ଜନଜାଗରଣ ଯାତ୍ରା ଆଜି ଷଷ୍ଠ ଦିବସରେ ପହଞ୍ôଚଛି । ଏହି ଜନଜାଗରଣ ଯାତ୍ରାର ଦକ୍ଷିଣ ପାଶ୍ୱର୍ ଅଭିଯାତ୍ରୀ କଟକ ବାରବାଟୀ ଷ୍ଟାଡିୟମ୍‍ରୁ ଖୋର୍ଦ୍ଧା ଅଭିମୁଖେ ଯାତ୍ରା କରିଥିବା ବେଳେ ବାମ ପାଶ୍ୱର୍ର ଅଭିଯାତ୍ରୀ ଆଠଗଡ଼ରୁ ଚୌଦ୍ୱାର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ମହାନଦୀର ଦକ୍ଷିଣ ପାଶ୍ୱର୍ରେ ଉପ-ସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ମହାନଦୀ ସୁରକ୍ଷା ପାଇଁ ଜନଜାଗରଣ ଅଭିଯାନ ସୋମବାର କଟକ ବାରବାଟୀ ଷ୍ଟାଡିୟମରୁ ବାହାରି ଭୁବନେଶ୍ୱର ଅଭିମୁଖେ ଯାତ୍ରାରମ୍ଭ କରିଥିଲା । ପ୍ରଥମେ ଗଡ଼ଗଡ଼େଶ୍ୱର ମନ୍ଦିରରେ ପ୍ରାତଃ ଆଳତି କରି କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ନେତୃତ୍ୱରେ ପୋଲିସ୍‍ ଲାଇନ୍‍, ଅମରେଶ୍ୱର ମନ୍ଦିର ଛକ, ବକ୍ସି ବଜାର, ତିନିକୋଣିଆ ବଗିଚା, ଦରଘା ବଜାର, ନେତାଜୀ ସଦନ ଛକ, କଦମରସୁଲ ଛକ, ହାତୀ ପୋଖରୀ, ସେମିନାର ଛକ, ଶିବା ବଜାର, ଦୋଳମୁଣ୍ଡାଇ, ବଜ୍ରକବାଟୀ, ରାଣୀହାଟ ପୋଲ, ଏବଂ କଟକ-ଚୌଦ୍ୱାର ସଂଯୋଜକ ଆର୍ତ୍ତରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱରେ କଲେଜ୍‍ ଛକରୁ ଓଏମ୍‍ପି ଛକ ଦେଇ ପ୍ରେସ୍‍ ଛକରେ ପହଞ୍ôଚଥିଲେ । ଗଡ଼ଗଡ଼େଶ୍ୱର ମନ୍ଦିର ଛକ, ଦୋଳମୁଣ୍ଡାଇ ଓ ବକ୍ସିବଜାର ଛକରେ ପଥପ୍ରାନ୍ତ ସଭା କରାଯାଇଥିଲା । ଏଥିରେ ମେୟର ମିନାକ୍ଷୀ ବେହେରା, ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ ସିଂହ, ଡେପୁଟି ମେୟର ଅଜୟ ବାରିକ, ନଗର ବିଜେଡି ସଭାପତି ମଧୁସୂଦନ ସାହୁ, କାର୍ଯ୍ୟକାରୀ ସଭାପତି ଧର୍ମେଶ ନାୟକ, ଯୁବ ବିଜେଡି ମହାସଚିବ ଶିଶିର ପରିଜା, ଛାତ୍ର ବିଜେଡି ରାଜ୍ୟ କାର୍ଯ୍ୟକାରୀ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ, ଜିଲ୍ଳା ଯୁବ ବିଜେଡି ସଭାପତି ଜ୍ଞାନଗିରି ଗୋସ୍ୱାମୀ, ଯୁବ ବିଜେଡି ରାଜ୍ୟ ସଂପାଦକ ବିଜୟ ବେହେରା, କର୍ପୋରେଟର ରଞ୍ଜନ ବିଶ୍ୱାଳଙ୍କ ସମେତ ପୂଜା କମିଟିର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ । ପରେ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରାଙ୍କ ନେତୃତ୍ୱରେ ଶୋଭାଯାତ୍ରା ପାଇକ୍‍ ସାହି ରାମଲୀଳ ମଣ୍ଡପ, ଫୁଲନଖରାରେ ପଥପ୍ରାନ୍ତ ସଭା କରି ଭୁବନେଶ୍ୱର ଅଭିମୁଖେ ବାହାରିଥିଲା । ପାହାଳଠାରୁ ଭୁବନେଶ୍ୱର-ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଭୁବନେଶ୍ୱର-ମଧ୍ୟ ବିଧାୟକ ବିଜୟ ମହାନ୍ତି ଏବଂ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଶଶୀଭୂଷଣ ବେହେରା, ମେୟର ଅନନ୍ତ ନାରାୟଣ ଜେନା, ରାଜ୍ୟ ସଂପାଦକ ବିଜୟ ନାୟକ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ବାବୁ ସିଂହ, ଜିଲ୍ଳା ଯୁବ ବିଜେଡି ସଭାପତି ଅମରଜିତ୍‍ ସେନାପତି, ଉପଦେଷ୍ଟା ଅମରେଶ ଜେନା, ରଣଜିତ୍‍ ମହାପାତ୍ରଙ୍କ ସମେତ ବହୁ କର୍ପୋରେଟର୍‍, ମହିଳା ନେତ୍ରୀ ପ୍ରମୁଖ ଜନଜାଗରଣ ଅଭିଯାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ଦୟା ବ୍ରିଜ୍‍ ଅଭିମୁଖେ ପାଛୋଟି ନେଇଥିଲେ । ଦୟାବ୍ରିଜ୍‍ ନିକଟରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଅପରାହ୍ଣ ୪ଟାରେ ଦୟାବ୍ରିଜ୍‍ରୁ ଜନଜାଗରଣ ଅଭିଯାନ ସାମନ୍ତରାପୁର, କପିଳେଶ୍ୱର ଛକ, ଏକାମ୍ର କଲେଜ୍‍ ଛକ, ପୋଖରୀପୁଟ ଓ ଖଣ୍ଡିଗିରି ଦେଇ ଖୋର୍ଦ୍ଧା ଅଭିମୁଖେ ଯାତ୍ରା କରିଥିଲା । ଆଇଗିଣିଆ ଛକରୁ ଖୋର୍ଦ୍ଧା ଜିଲ୍ଲା ସଭାପତି ବିଭୂତି ବଳବନ୍ତରାୟଙ୍କ ନେତୃତ୍ୱରେ ଅଭିଯାତ୍ରୀଙ୍କୁ ସ୍ୱାଗତ କରି ଏକ ବିରାଟ ବାଇକ୍‍ ଶୋଭାଯାତ୍ରାରେ ଖୋର୍ଦ୍ଧା ଟାଉନ୍‍ରେ ଅନୁଷ୍ଠିତ ସାଧାରଣ ସଭାକୁ ପାଛୋଟି ନେଇଥିଲେ । ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଗୀତା ଭବନ ସନ୍ନିକଟ ସଭାରେ ମନ୍ତ୍ରୀ ଶଶୀଭୂଷଣ ବେହେରା, ଜିଲ୍ଲା ପର୍ଯ୍ୟବେକ୍ଷକ ଦେବାଶିଷ ନାୟକ, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବେଗୁନିଆ ବିଧାୟକ ଗଣେଶ ଜଗଦେବ, ପ୍ରିୟଦର୍ଶୀ ମିଶ୍ର, ପୂର୍ବତନ ବିଧାୟକ ରଘୁନାଥ ସାହୁ, ଛାତ୍ର ବିଜେଡି ସଭାପତି ରାଣା ପ୍ରତାପ ପାତ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦଳାଇ, ଖୋର୍ଦ୍ଧା ପୌରପରିଷଦ ଅଧ୍ୟକ୍ଷା ସଂଯୁକ୍ତା ସାହୁ, ଜଟଣୀ ବ୍ଲକ ଅଧ୍ୟକ୍ଷା ବନଜାବାସିନୀ ଜେନା, ଜିଲ୍ଲା ଯୁବ ବିଜେଡି ସଭାପତି ବିଷ୍ଣୁପ୍ରସାଦ ଡେଙ୍ଗ, ଛାତ୍ର ବିଜେଡି ରାଜ୍ୟ ସାଧାରଣ ସଂପାଦକ ସ୍ମୃତିରଞ୍ଜନ ପଟ୍ଟନାୟକଙ୍କ ସମେତ ସମସ୍ତ ନିର୍ବାଚିତ ପ୍ରତିନିଧି, ବୁଦ୍ଧିଜୀବୀ ଏବଂ ସମାଜସେବୀ ପ୍ରମୁଖ ଉପସ୍ଥିତ ଥିଲେ । ଆଜି ଖୋର୍ଦ୍ଧାରେ ରାତ୍ର ରହଣୀ ପରେ ଆସନ୍ତାକାଲି ସକାଳେ ରାମେଶ୍ୱର ଦେଇ ପୁରୀ ଜିଲ୍ଲା ଅଭିମୁଖେ ବାହାରିବ ଜନଜାଗରଣ ଯାତ୍ରା । ସେହିପରି ମହାନଦୀ ବାମ ପାଶ୍ୱର୍ରେ ଯାତ୍ରା କରୁଥିବା ଉପ-ସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ଜନଜାଗରଣ ଯାତ୍ରା ଆଜି ଆଠଗଡ଼ ଛାଡ଼ି ଚୌଦ୍ୱାରରେ ପହଞ୍ôଚଥିଲା । ବାଟରେ କଖଡ଼ି, ଘଣ୍ଟିଖାଲ, ମଞ୍ଚେଶ୍ୱର, ଧବଳେଶ୍ୱର, ନୂଆପାଟଣା ଛକ, ଢିହସାହି ଆଦି ସ୍ଥାନରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ଅପରାହ୍ଣ ୪ଟାରେ ଚୌଦ୍ୱାର ଠାରେ କଟକ-ଚୌଦ୍ୱାର ସଂଯୋଜକ ଆର୍ତ୍ତରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱରେ ଏକ ବିଶାଳ ଜନସଭା ଅନୁଷ୍ଠିତ ହୋଇଥିଲା । ପରେ ସାଲେପୁର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କ ନେତୃତ୍ୱରେ ଏକ ବିଶାଳ ବାଇକ୍‍ ରାଲି ଅଭିଯାତ୍ରୀଙ୍କୁ ମଙ୍ଗୁଳି ଛକରୁ ପାଛୋଟି ନେଇ ଟାଙ୍ଗୀ ଠାରେ ପଥପ୍ରାନ୍ତ ସଭା କରି ଗୋବିନ୍ଦପୁର ଠାରେ ଯାଜପୁର ଅଭିମୁଖେ ମେଲାଣି ଦେଇଥିଲେ । ସେଠାରୁ ଛତିଆ, ବଡ଼ଚଣା, ଚଣ୍ଡିଖୋଲ ଦେଇ ଜାରକା ଅଭିମୁଖେ ଯାତ୍ରା କରି ସେଠାରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଜାରକାରେ ଆଜି ରାତ୍ରରହଣୀ ପରେ ଆସନ୍ତାକାଲି ଯାଜପୁର ଟାଉନ୍‍ ଅଭିମୁଖେ ଜନଜାଗରଣ ଯାତ୍ରା ବାହାରିବ । ବାମ ପାଶ୍ୱର୍ରେ ସାଂସଦ ରୀତା ତରାଇ, ମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅମର ପ୍ରସାଦ ଶତପଥୀ, ପ୍ରମିଳା ମଲ୍ଲିକ, ପ୍ରଣବ ପ୍ରକାଶ ଦାସ, ପ୍ରଣବ କୁମାର ବଳବନ୍ତରାୟ, ଯାଜପୁର ଜିଲ୍ଲା ସଭାପତି ସରୋଜ ମହାପାତ୍ର, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ନରେଶ ମହାନ୍ତିଙ୍କ ସମେତ ବହୁ ନିର୍ବାଚିତ ପ୍ରତିନିଧି, ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Share :