ଲୋପ ପାଇବ ମାତୃଜାତି!

ଲୋପ ପାଇବ ମାତୃଜାତି!

Share :

ଗୋଟିଏ ନୁହେଁ କି ଦୁଇଟି ନୁହେଁ । ପ୍ରାୟ ପ୍ରତିଦିନ ଘଟି ଚାଲିଛି ଏମିତି ହୃଦୟ ବିଦାରକ ଘଟଣା । କୁନି ଝିଅମାନଙ୍କୁ ଧର୍ଷଣ କରାଯାଉଛି । ଅନେକ କ୍ଷେତ୍ରରେ ସେମାନଙ୍କୁ ମାରି ଦିଆଯାଉଛି । କାହାକୁ ଧର୍ଷଣ ପରେ କାନ୍ଥରେ ମୁଣ୍ଡ ପିଟି ମାରି ଦିଆଯାଉଛି ତ କାହାକୁ ତଣ୍ଟି ଚିପି । କାହାକୁ କାଟି ଖଣ୍ଡ ଖଣ୍ଡ କରି ଫୋଫାଡ଼ି ଦିଆଯାଉଛି । କାହାକୁ ପୁଣି ଜୀଅନ୍ତା ପୋତି ଦିଆଯାଉଛି । କେଉଁଠି ଶିକ୍ଷକଙ୍କ ବିରୋଧରେ ଅଭିଯୋଗ ତ’ କେଉଁଠି ଗାଁ ସାହିଭାଇଙ୍କ ବିରୋଧରେ ଅଭିଯୋଗ । ଦୈନିକ ଖବରକାଗଜଗୁଡ଼ିକର ପୃଷ୍ଠା ଓଲଟାଇଲେ ଏମିତିକା ଖବର ଅନେକ ନଜରରେ ପଡ଼େ । ଏସବୁ ଖବର ପଢ଼ିପଢ଼ି ଯେକୌଣସି ସୁସ୍ଥ ଓ ସଚେତନ ମଣିଷ ଭାବିବେ ଏପରି କାଣ୍ଡକାରଖାନା କରୁଥିବା ଲୋକମାନେ କେହି ମଣିଷ ନୁହନ୍ତି, ରାକ୍ଷସ । ବାସ୍ତବରେ, ରାକ୍ଷସ ପ୍ରବୃତ୍ତିର ଲୋକ ହୋଇ ନଥିଲେ କ'ଣ ଏପରି ଦାନବୀୟ କାର୍ଯ୍ୟ କ’ଣ କେହି କରିପାରେ? ପାଞ୍ଚସାତ ବର୍ଷ ବୟସ୍କା ବାଳିକାମାନଙ୍କୁ ଧର୍ଷଣ କରି ସଂପୃକ୍ତ ପିଶାଚମାନେ କି ପିପାସା ମେଣ୍ଟାଇଥିବେ? ଧର୍ଷଣରେ ମୋଟା ମହମବତୀ, କାଚ ବୋତଲ ଓ ଲୁହା ରଡ଼ ବ୍ୟବହାର କରାଯିବା ଘଟଣା କ'ଣ ପ୍ରମାଣିତ କରୁନାହିଁ ଯେ ଯେଉଁ ଅପରାଧୀ ଯୁବକମାନେ ଏହି ଅପରାଧ ଘଟାଇଛନ୍ତି ସେମାନଙ୍କଠାରେ ମାନବିକ ମୂଲ୍ୟବୋଧ ଅପେକ୍ଷା ଆସୁରିକ ପ୍ରବୃତ୍ତି ଅଧିକ ରହିଛି ବୋଲି? କେବଳ ଓଡ଼ିଶାରେ ନୁହେଁ, ସାରା ଭାରତରେ ଏମିତି ଧର୍ଷଣ ଘଟଣାସବୁ ବଢ଼ିବାରେ ଲାଗିଛି । କୁନିଝିଅରୁ ଆରମ୍ଭ କରି ବୁଢ଼ୀଙ୍କ ଯାଏଁ ମହିଳାମାନେ ଏହି ଅପରାଧର ଶିକାର ହେଉଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଛି । ଜଣେ ଯଦି ସଚେତନ ଭାବେ ପର୍ଯ୍ୟବେକ୍ଷଣ କରେ ତେବେ ଜାଣିବାକୁ ପାଏ ଯେ ଏମିତି କୌଣସି ଦିନ ହୁଏତ ଯାଏ ନାହିଁ ଯେଉଁ ଦିନ କୌଣସି ନା କୌଣସି ଗଣମାଧ୍ୟମରେ ଧର୍ଷଣ ସଂପର୍କରେ ଖବର ନାହିଁ । ଅନେକ ଧର୍ଷଣ ଅତି ନାରକୀୟ । ପଶୁ ସମାଜରେ କେବେ କେହି ଧର୍ଷଣ କରୁ ନଥିଲେ ମଧ୍ୟ ମଣିଷ ସମାଜରେ ହେଉଥିବା ଧର୍ଷଣକୁ ପାଶବିକ ଭାବେ ବର୍ଣ୍ଣନା କରାଯାଇ କଥାଟାକୁ ଯେତେ ଗମ୍ଭୀର କରିବାକୁ ଚେଷ୍ଟା କରାଗଲେ ବି ଏହାର ନୃଶଂସତା କମିବା ପରିବର୍ତ୍ତେ ବଢ଼ି ·ଲିଛି । ବଢ଼ି ଚାଲିଥିବା ଏହି ଧର୍ଷଣ ପାଇଁ ବେଳେବେଳେ ପୁଲିସକୁ ଦାୟୀ କରାଯାଉଛି । ମାତ୍ର, ତାହା ମଧ୍ୟ ଧର୍ଷଣ ପରି ଅନ୍ୟ ଏକ ଅପରାଧ । ପୁଲିସ କ'ଣ ପ୍ରତି ଘର ଓ ପ୍ରତି ମଣିଷକୁ ଜଗି ପାରିବ? ଏଥିପାଇଁ ରାଷ୍ଟ୍ର ନିକଟରେ ସମ୍ବଳ ଅଛି କି? ଯଦି ବି ସେପରି ହୁଏ, ତେବେ ତାହା ବ୍ୟକ୍ତିଗତ ସ୍ୱାଧୀନତା ଓ ଗୋପନୀୟତାର ଉଲ୍ଲଙ୍ଘନ ହେବ ନାହିଁ କି? ତେବେ ଏହା ଅବଶ୍ୟ ସତ ଯେ ଧର୍ଷଣର ଶିକାର ହୋଇଥିବା ମହିଳାମାନଙ୍କୁ ପୁଲିସ ଯେପରି ସହାୟତା ଦେବା କଥା ତାହା ହେଉ ନାହିଁ । ଅଧିକାଂଶ କ୍ଷେତ୍ରରେ ପୁଲିସର ଦୁର୍ବଳତା ଯୋଗୁଁ ଧର୍ଷଣକାରୀ ଖସି ଯାଉଛି । ଯଦି ସବୁ ଧର୍ଷଣକାରୀ ବି·ରାଳାୟରେ ତ୍ୱରିତ୍ ଦଣ୍ଡ ପାଆନ୍ତେ ତେବେ ତାହା ଏହି ଅପରାଧ ରୋକିବାରେ କିଛିଟା ସହାୟକ ହୋଇପାରନ୍ତା । ମାତ୍ର, ଅନେକ କ୍ଷେତ୍ରରେ ଦେଖାଯାଉଛି ଯେ ଧର୍ଷିତାକୁ ପୁଲିସ ମାନବିକତା ପ୍ରଦର୍ଶନ କରି ସହାୟତା କରିବା ପରିବର୍ତ୍ତେ ଅଧିକ ନିର୍ଯାତନା ଦେଉଛି । ସେହିପରି ଧର୍ଷଣ ରୋକିବା ଏବଂ ଧର୍ଷଣକାରୀକୁ ତୁରନ୍ତ ଏବଂ କଠୋର ଦଣ୍ଡ ଦେବା ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ଏଯାଏଁ ବାସ୍ତବବାଦୀ ତଥା କଠୋର ଆଇନ ପ୍ରଣୟନ କରିବାରେ ବିଫଳ ହେବା ଏହି ଅପରାଧ ବୃଦ୍ଧିର ଅନ୍ୟତମ କାରଣ ବୋଲି କୁହାଯାଇ ପାରେ । ମାତ୍ର, ବିବାଦୀୟ ହେଲେ ବି ଏହା ସତ ଯେ ଅଧୁନିକ ଶିକ୍ଷା ଓ ସଭ୍ୟତାର ପ୍ରଭାବରେ ମଣିଷ ମନରେ ମାନବିକ ମୂଲ୍ୟବୋଧ ଅପେକ୍ଷା ଆସୁରିକ ପ୍ରବୃତ୍ତି ଓ ତାଡ଼ନା ବୃଦ୍ଧି ପାଇ ଚାଲିଛି । ଜଣେ ପ୍ରକୃତରେ ଶିକ୍ଷିତ ଓ ସଭ୍ୟ ମଣିଷ କଦାପି ଧର୍ଷଣ ପରି ଏକ ଅମାନବିକ କାର୍ଯ୍ୟ କରିବାକୁ ଚାହିଁବ ନାହିଁ । ଯେକୌଣସି ଧର୍ମରେ ବିଶ୍ୱାସ କରୁଥିବା ଲୋକ କେବେ ଏପରି ନୀଚ କାମ କରିବ ନାହିଁ । ଆଧୁନିକ ଶିକ୍ଷା ଓ ସଭ୍ୟତାରେ ମାନବିକ ମୂଲ୍ୟବୋଧ ତ ନାହିଁ, ଅଧିକନ୍ତୁ ଉପଭୋଗବାଦର ପ୍ରଚାର ଓ ପ୍ରସାର ପାଇଁ ଏଥିରେ ସବୁକିଛି କୁଶିକ୍ଷା ଖୁନ୍ଦି ହୋଇ ରହିଛି । ଅଧିକ ଉପଭୋଗ ଓ କାମନାର ତୃପ୍ତି ହେଉଛି ଆଧୁନିକ ଶିକ୍ଷା ଓ ସଭ୍ୟତାର ଏକମାତ୍ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ । ତେଣୁ ଏବେ ଯେଉଁଠି ଅଧିକ ଶିକ୍ଷିତ, ଅଧିକ ଧନୀ, ଅଧିକ ରୋଜଗାର କରୁଥିବା ଲୋକମାନେ ରହୁଛନ୍ତି ସେସବୁ ସ୍ଥାନରେ ଘଟିଯାଉଛି ଏହିପରି ଅଧିକ ଅପରାଧ । ଏଠାରେ ଅନ୍ୟ ଗୋଟିଏ କଥା ମଧ୍ୟ ଲକ୍ଷ୍ୟଣୀୟ । ଏହିସବୁ ଶିକ୍ଷିତ ଓ ଧନୀକ ସଂପ୍ରଦାୟରେ ମଧ୍ୟ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ବେଶ୍ ଦ୍ରୁତଗତିରେ ହ୍ରାସ ପାଇ ଚାଲିଛି । ଏହା କେବଳ ମାତୃଜାତି ପ୍ରତି ବିପଦ ସୃଷ୍ଟି କରୁନାହିଁ, ଏହା ମାନବ ସମାଜର ବିଲୋପ ପାଇଁ ବାଟ ମଧ୍ୟ ଫିଟାଇ ·ଲିଛି । ଯଦି ବିଭିନ୍ନ ଅତ୍ୟାଚାର, ଅବହେଳା, ଅନ୍ୟାୟ ଓ ଅପରାଧର ଶିକାର ହୋଇ ହୋଇ ମାତୃଜାତି ଯଦି ଲୋପ ପାଇଯାଏ ତେବେ ମଣିଷ ସମାଜ ରହିବ ତ? ସେତେବେଳେ କିଏ କାହାକୁ ଜନ୍ମ ଦେବ? ମଣିଷମାନେ କ'ଣ କୁକୁର ବିଲୁଆଙ୍କଠାରୁ ଜନ୍ମ ନେବେ? ମଣିଷ ଯେଉଁ ଯୋନିରୁ ଜନ୍ମ ନେଇଛି ସେହି ଯୋନିକୁ ଯଦି ଏପରି ହୀନସ୍ତା ହେବାକୁ ପଡ଼େ ତେବେ ଭବିଷ୍ୟତରେ ହୁଏତ ମଣିଷର ଭାଗ୍ୟ ଏଇଆ ହୋଇପାରେ । ବୈଜ୍ଞାନିକମାନେ ମଣିଷକୁ କୁକୁର ଗର୍ଭରୁ ଜନ୍ମ କରାଇବା ପାଇଁ ବାଟ ବାହାର କରିବା ଦରକାର ।

Share :