ପ୍ରତିଜ୍ଞା ପଥରେ ଭାଷା ଆନ୍ଦୋଳନ

ପ୍ରତିଜ୍ଞା ପଥରେ ଭାଷା ଆନ୍ଦୋଳନ

Share :

ପବିତ୍ର ମୋହନ ମହାରଥା   ମାତୃଭୂମି, ମାତୃଭାଷା ଓ ‘ମା’ ପାଇଁ କ’ଣ ସେବା କରିବା ମନା ? ସମାଜରେ ବଞ୍ଚିବାକୁ ହେଲେ ସମସ୍ତଙ୍କର ଯେମିତି ସମାନ ଅଧିକାର ରହିଛି ସେହିପରି ମାତୃଭୂମିର ସୁରକ୍ଷା ପାଇଁ ମଧ୍ୟ ସମାନ ଅଧିକାର ଅଛି। ମାତୃଭୂମିର ସୁରକ୍ଷା କଥା ଆସିଲେ ପ୍ରଥମେ ମାତୃଭାଷା ହିଁ ସୁରକ୍ଷାର ମୂଳ ଆଧାର ଭାବେ ପରିଗଣିତ ହୁଏ। ଯାହା ଫଳରେ କି, ଯିଏ ଯେଉଁଠି ଥିଲେ ମଧ୍ୟ ମାତୃଭୂମି କଥା ପଡିଲେ ପ୍ରତ୍ୟେକଙ୍କର ଲୋମ ଟାଙ୍କୁରି ଉଠେ ଏବଂ ମନକୁ ମନ ‘ମା’ ମାଟି ପାଇଁ କିଛି କରିବାର ପଣ କରି ପକାଏ। ଯେତେବେଳେ, ଯେଉଁ ସମୟରେ, ଯେଉଁଠି କିଛି ନା କିଛି ବିଦ୍ରୋହ ଦେଖାଦେଇଛି ପ୍ରାୟ ଅଧିକାଂଶ ଜାଗାରେ କେବଳ ମା, ମାଟି ଓ ମାତୃଭୂମି ପାଇଁ ହିଁ ବିଦ୍ରୋହର ସୂତ୍ରପାତ ହୋଇଛି।   ପୃଥିବୀପୃଷ୍ଠକୁ ଯିଏ ଆସେ ପ୍ରଥମେ ମା’ର ସ୍ନେହକୁ ଜାବୁଡି ଧରିବା ବେଳେ ମା’ର ଓଠରୁ ବାହାରି ଆସୁଥିବା ଶବ୍ଦକୁ ଆହରଣ କରିବାକୁ ଚେଷ୍ଟା କରେ ଏବଂ ସେ ସଫଳ ମଧ୍ୟ ହୁଏ। ତାକୁ ହିଁ କହନ୍ତି ମାତୃଭାଷା। ତେଣୁ ମାତୃଭାଷାର ସୁରକ୍ଷା ଆମ ଦେଶ, ଜାତି ତଥା ପ୍ରତ୍ୟେକଙ୍କର ନୈତିକ ଅଧିକାର। ମାତୃଭାଷାର ସୁରକ୍ଷା ପରିପ୍ରେକ୍ଷୀରେ ଠିଆ ହୋଇଛି ‘ଭାଷା ଆନ୍ଦୋଳନ, ଓଡ଼ିଶା’ ଏହି ଓଡ଼ିଶା ପ୍ରଦେଶରେ।   ଭାରତର ମୁକ୍ତି ଆନ୍ଦୋଳନ ପରେ ପରେ ଓଡ଼ିଶାର ମୁକ୍ତି ଆନ୍ଦୋଳନ କଥା ଯେତେବେଳେ ଉଠିଲା ସେତେବେଳେ ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ରାଜ୍ୟ ସୃଷ୍ଟି ହେଲା। ସେହି ଭାଷାର ପ୍ରାଚୀନତା ଓ ମ୍ଭୋଳିକତା ଦୃଷ୍ଟିରୁ ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ମାନ୍ୟତା ନେଇ ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ମୂଳଦୁଆ ପଡିଲା; ଯାହାର ମୂଳ ଆଧାର ଥିଲା ଓଡ଼ିଆ ଭାଷା। କିନ୍ତୁ ପରବର୍ତ୍ତୀ ସମୟରେ ଭାଷା ଭିତ୍ତିରେ ସୃଷ୍ଟି ହୋଇଥିବା ରାଜ୍ୟ ଓଡ଼ିଶା ବିଲାତି ମାନଙ୍କର ଶାସନରେ ରହିବା ଫଳରେ ଭାଷା ଭିତ୍ତିରେ ଚାଲିଥିବା ସଂଗ୍ରାମରେ ଶିଥିଳତା ପଡିଯାଇଥିଲା ଭଳି ଅନୁଭୂତ ହୁଏ।   ୧୯୪୭ ଅଗଷ୍ଟ ୧୫ରେ ଦେଶ ସ୍ୱାଧୀନ ହେବା ପରେ ୧୯୪୮ ଏପ୍ରିଲ ୧ରେ ଓଡ଼ିଶା ତାର ପ୍ରଥମ ଉତ୍କଳ ଦିବସ ପାଳନ କରିଥିଲା ଏବଂ ଏକ ପ୍ରତିନିଧି ସଭାର ସ୍ୱତନ୍ତ୍ର ଅଧିବେଶନରେ ଏହି ଦିନଟିକୁ ସ୍ମରଣୀୟ କରିବା ପାଇଁ କେବଳ ଗୋଟିଏ ମାତ୍ର କଥା ଆଲୋଚନା ଥିଲା ଯେ, ସମ୍ୱିଧାନ ପ୍ରଣୟନ ହେବା ପରେ ପ୍ରଥମ ବିଧାନସଭାର କର୍ତ୍ତବ୍ୟ ହେବ ଓଡ଼ିଶାର ଶାସନ ଓଡ଼ିଆରେ ଚାଲିବା ପାଇଁ ଆବଶ୍ୟକୀୟ ଆଇନ ପ୍ରଣୟନ ହେବ। ଯାହା ଫଳରେ ୧୯୫୪ ମସିହାରେ ନବକୃଷ୍ଣ ଚ୍ଭୋଧୂରୀ ଭାଷା ଆଇନଟିକୁ ପ୍ରଣୟନ କରିଥିଲେ।   କିନ୍ତୁ, କାହିଁକି କେଜାଣି କେଉଁଠି ଭୁଲ ରହିଗଲା!! ଏବେ ଆମକୁ ଭାଷା ପାଇଁ ଆନ୍ଦୋଳନ କରିବାକୁ ପଡୁଛି। ଯାହା ଜଣା ପଡୁଛି ୧୯୫୪ରେ ଯେଉଁ ଆଇନଟି ପ୍ରଣୟନ ହୋଇଥିଲା, ସେଥିରେ କିଛି ତ୍ରୁଟି ବିଚ୍ୟୁତି ସାମ୍ନାକୁ ଆସିଛି। ବରିଷ୍ଠ ସାମ୍ୱାଦିକ ସୁଭାଷ ଚନ୍ଦ୍ର ପଟ୍ଟନାୟକ ଏହି ଆଇନଟିକୁ ତର୍ଜମା କଲା ବେଳେ ଜାଣିବାକୁ ପାଇଲେ ଯେ, ସେହି ମୂଳ ଆଇନରେ ସରକାରଙ୍କର ନିୟମ ପ୍ରଣୟନ କ୍ଷମତା ନାହିଁ, କି ଯଦି କେହି ଆଇନରେ ଖିଲାପ କରେ ତାର ମଧ୍ୟ କ୍ଭୋଣସି ଦଣ୍ଡ ବିଧାନର ବ୍ୟବସ୍ଥା ମଧ୍ୟ ନାହିଁ।   ଏହି ପରିପ୍ରେକ୍ଷୀରେ ଟିଟିଲାଗଡର ଗଜାନନ ମିଶ୍ରଙ୍କର ଅନଶନରୁ ସୃଷ୍ଟି ମନ୍ତ୍ରୀମଣ୍ଡଳ ସ୍ତରୀୟ କମିଟିରେ ଏହି ପ୍ରସଙ୍ଗ ଉପସ୍ଥାପନ କରି ସରକାରଙ୍କୁ ଆବଶ୍ୟକୀୟ ସଂଶୋଧନ ପାଇଁ ଚିଠା ପ୍ରସ୍ତୁତ କରି ସରକାରଙ୍କୁ ଦେଇଛନ୍ତି। ଯାହାକି ସରକାରଙ୍କ େୱବ‌୍‍ସାଇଟ‌୍‍ www.odia.odisha.gov.inରେ ଉପଲବ‌୍‍ଧ। କିନ୍ତୁ ସରକାର ଦୀର୍ଘ ୮ ମାସ କାଳ ସେ ବିଷୟରେ ଧ୍ୟାନ ନ ଦେବାରୁ ମନ୍ତ୍ରୀମଣ୍ଡଳ ସ୍ତରୀୟ କମିଟିକୁ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ ତତ‌୍‍ସଂଗେ ସଂଗେ ଅନଶନକାରୀ ଗଜାନନ ମିଶ୍ର ମଧ୍ୟ ସେହି କମିଟିକୁ ପ୍ରତ୍ୟାଖ୍ୟାତ କରିଥିଲେ। ଏହା ଫଳରେ ଭାଷା ଆନ୍ଦୋଳନ, ଓଡ଼ିଶା ସୃଷ୍ଟି ହେଲା।   ଭାଷା ଆନ୍ଦୋଳନ ସୃଷ୍ଟି ହେବା ଫଳରେ ଏପ୍ରିଲ ୮, ୨୦୧୬ ତାରିଖରେ ଭାଷା ଆନ୍ଦୋଳନ, ଓଡ଼ିଶା ତରଫରୁ ସରକାରଙ୍କର ମୁଖ୍ୟ ଶାସନ ସଚିବଙ୍କୁ ଏକ ଚରମ ପତ୍ର ପ୍ରଦାନ କରାଗଲା। ଯଦି ଓଡ଼ିଆ ନୂଆବର୍ଷ (୧୩ ଏପ୍ରିଲ, ୨୦୧୬) ଠାରୁ ଓଡ଼ିଆରେ ଓଡ଼ିଶା ଶାସନ ପାଇଁ ବିଧି ବ୍ୟବସ୍ଥା କରା ନଯିବ, ତେବେ ଭାଷା ଆନ୍ଦୋଳନ, ଓଡ଼ିଶା ସେହି ଦିନ ଠାରୁ ଓଡ଼ିଶାର ପିଣ୍ଡ ଅଞ୍ଚଳର (ବିଧାନସଭା ସମ୍ମୁଖ ନବକୃଷ୍ଣ ଚ୍ଭୋଧୂରୀଙ୍କ ପ୍ରତିମୂର୍ତ୍ତି ଠାରୁ ସଚିବାଳୟ ଦେଇ ମହାମହିମ ରାଜ୍ୟପାଳ ବାସଭବନ ସମ୍ମୁଖସ୍ଥ ଓଡ଼ିଆ ପ୍ରଦେଶ ଗଠନର ମୁଖ୍ୟ ମଧୁବାବୁଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ) ପ୍ରତ୍ୟେକ ଦିନ କଳା ପତାକା ପଟୁଆର ଚାଲିବ ଏବଂ ଏହା ଅନିଦ୍ଦିଷ୍ଟ କାଳ ପଯ୍ର୍ୟନ୍ତ ଚାଲିବ। ଯେ ପର୍ଯ୍ୟନ୍ତ ଓଡ଼ିଶାରେ ଓଡ଼ିଆରେ ଶାସନ ନ ହୋଇଛି। ସେହି ଦିନ ଠାରୁ ଦୀର୍ଘ ୪୧ ଦିନ ଚାଲିବା ପରେ ୨୧ ମେ, ୨୦୧୬ ତାରିଖରେ ସରକାର ଅଧ୍ୟାଦେଶ ବଳରେ ଆଇନଟିକୁ କାର୍ଯ୍ୟକାରୀ କରିବାକୁ କ୍ଷମତା ହାତକୁ ନେଲେ ଏବଂ ଅଗଷ୍ଟ ୧୫ ସୁଦ୍ଧା ନିୟମାବଳି କାର୍ଯ୍ୟକାରୀ କରିବେ ବୋଲି ଘୋଷଣା କରିଥିଲେ। ଦୁଭାର୍ଗ୍ୟକୁ ଆମ ଶାସନ କଳର ଇଂରାଜୀ ମନସ୍କତା ଏପର୍ଯ୍ୟନ୍ତ ଗଲା ନାହିଁ। ଯାହା ଫଳରେ ନିୟମାବଳିରେ ଶାସନ ଚଳାଇବାର କୌଣସି ଲକ୍ଷଣ ଦେଖିବାକୁ ମିଳିନଥିଲା। ସାଧାରଣ କଥାଟି ହେଉଛି କିଛି ଆଇନ କାଯ୍ର୍ୟକାରୀ କରିବାକୁ ହୁଏ ତେବେ ସେଥିରେ କିଛି ନା କିଛି ଦଣ୍ଡ ବିଧାନ ବ୍ୟବସ୍ଥା ରହିବା କଥା। କିନ୍ତୁ ସେହି ନିୟମାବଳିରେ ସାଧାରଣ ଜନତାଙ୍କୁ ଆଖି ଠାର ମାରିଲା ଭଳି କୌଣସି ଦଣ୍ଡ ବିଧାନ ବ୍ୟବସ୍ଥା ନାହିଁ। ତେଣୁ ଭାଷା ଆନ୍ଦୋଳନ, ଓଡ଼ିଶା ପୁନର୍ବାର ଅଗଷ୍ଟ ୧୬, ୨୦୧୬ ଠାରୁ ଭାଷା ଆଇନରେ ଦଣ୍ଡ ବିଧାନ ବ୍ୟବସ୍ଥା ନ ହେବାରୁ କଳା ପତାକା ପଟୁଆର ଆରମ୍ଭ ହୋଇଛି। ଆଜିର ଭାଷା ଆନ୍ଦୋଳନର ୧୫୦ତମ ଦିବସ ଅତିକ୍ରାନ୍ତ ହଇଛି। ଏହି ଅବସରରେ ସରକାରଙ୍କୁ ସୂଚାଇ ଦେବାକୁ ଚାହୁଁଛୁ ଓଡ଼ିଶାର ମୂଳ ଆଇନ ଯାହା ଉପରେ ଓଡ଼ିଶା ଆଧାରିତ ତାର ସୁରକ୍ଷା ସରକାରଙ୍କର। ତେଣୁ ସରକାର ତୁରନ୍ତ ନିୟମାବଳୀ ପ୍ରଣୟନ କରି ଜନସାଧାରଣଙ୍କୁ ଉଚିତ‌୍‍ ନ୍ୟାୟ ପ୍ରଦାନ କରନ୍ତୁ।   ଆବାହକ, ଭାଷା ଆନ୍ଦୋଳନ, ଓଡ଼ିଶା, ଫୋନ : ୯୪୩୭୦୨୮୮୭୪

Share :