ଓଡ଼ିଶାରେ ଧାର୍ମିକ ଅସହିଷ୍ଣୁତା

ଓଡ଼ିଶାରେ ଧାର୍ମିକ ଅସହିଷ୍ଣୁତା

Share :

ଗୋଲଖ ଚନ୍ଦ୍ର ଦାସ   ସେପ୍ଟେମ୍ୱର ୯ ତାରିଖ ରାତି ପ୍ରାୟ ୯ଟାରେ ସୋର ମୁନିସପାଲିଟି ଅଧୀନ ଛତ୍ରପୁରସ୍ଥିତ ବିଶେଶ୍ୱରୀ କ୍ଲବ ପକ୍ଷରୁ ଗଣେଶ ମେଢ ଭଷାଣ ଶୋଭାଯାତ୍ରା ବଜାର ଅତିକ୍ରମ କରୁଥିବା ବେଳେ  ଅଡଙ୍ଗ ବଜାର ପଠାଣ ମହଲା ଛକରେ ଥିବା ମସଜିଦ ନିକଟରେ ଏହି ଶୋଭାଯାତ୍ରାକୁ ସଂଖ୍ୟାଲଘୁମାନେ ବିରୋଧ କରିଥିଲେ। ସେମାନେ କହିଥିଲେ ମସଜିଦ ସାମନା ଦେଇ କୌଣସି ଭଷାଣ ବା ଶୋଭାଯାତ୍ରା ଯାଇ ପାରିବ ନାହିଁ। ଏହି ଘଟଣାକୁ ନେଇ ପାଟିତୁଣ୍ଡ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ଅବସ୍ଥାରେ ଏହା ଗଣ୍ଡଗୋଳର ରୂପ ନେଇଥିଲା। ଭଷାଣକାରୀମାନେ ସେମାନଙ୍କ କଥା ନଶୁଣି ଶୋଭାଯାତ୍ରା ନେଇଥିଲେ। କିନ୍ତୁ ସଂଖ୍ୟାଲଘୁ ଗୋଷ୍ଠୀର ଲୋକମାନେ ଏହାକୁ ବିରୋଧକରି ଶୋଭାଯାତ୍ରାକାରୀଙ୍କ ଉପରକୁ ଟେକା ପଥର, କାଚ ବୋତଲ  ମାଡ କରିଥିଲେ। କିଛି ସଂଖ୍ୟାଲଘୁ ଯୁବକ ହାତରେ ଖଣ୍ଡାଧରି ଆକ୍ରମଣ କରିଥିବାର ଦେଖାଯାଇଥିଲା। ଦୀର୍ଘ ସମୟ ଧରି ସେମାନେ ଟେକା ପଥର ମାଡ କରିଥିଲେ। ଯାହା ଫଳରେ ୨୦ ଜଣ ସ୍ଥାନୀୟ ଅଧିବାସୀ ଆହତ ହୋଇଥିଲେ। ଆହତ ଭଗବାନ ଧଡା, ଟୁଟୁ କୁମାର ଦେ, ବିଜୟ ସିଂ, ବିଜୟ ଦାସ ପ୍ରମୁଖଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା କରାଯାଇ ଛାଡି ଦିଆଯାଇଛି।   ଏଠାରେ ଏହା ନୂଆକଥା ନୁହେଁ। ପୂର୍ବରୁ ଅନେକ ଥର ଏହିଭଳି ଆକ୍ରମଣ କରାଯାଇଛି। ୧୯୨୭, ୧୯୩୮, ୧୯୫୦ ଏବଂ ୧୯୯୧ ମସିହାରେ ମସଜିଦ ସାମନା ଦେଇ ଯାଉଥିବା ଭଷାଣ ଶୋଭାଯାତ୍ରା  ଉପରେ ଅତର୍କିତ ଆକ୍ରମଣ କରାଯାଇଥିଲା। ସେଥିରେ ବହୁ ସଂଖ୍ୟାରେ ସ୍ଥାନୀୟ ଜନତା ଆହତ ହୋଇଥିଲେ। ଗଣେଶ ମେଢ ଭଷାଣ ଶୋଭାଯାତ୍ରା  ଉପରେ ହୋଇଥିବା ଅତର୍କିତ ଆକ୍ରମଣ ଘଟଣାରେ ସଂପୃକ୍ତ ଦୁବୁର୍ତ୍ତମାନଙ୍କୁ ତରୁନ୍ତ ଗିରଫ କରିବା, ଯେଉଁ ମସଜିଦ‌୍‍ରୁ ମାରଣାସ୍ତ୍ର ଧରି ବାରମ୍ୱାର ଆକ୍ରମଣ କରାଯାଉଛି ତାକୁ ତନଖି କରିବା ଏବଂ ୧୪୪ ଧାରାକୁ ଆହୁରି ଅଧିକ ଦିନ ବା ପରିସ୍ଥିତି ନିୟନ୍ତ୍ରଣକୁ ଆସିବା ପର୍ଯ୍ୟନ୍ତ ବଳବତ୍ତର ରଖିବା ଦାବି ନେଇ ସେପ୍ଟେମ୍ୱର ୧୦ ତାରିଖ ଦିନ ସୋର ଥାନାରେ  ଆଖପାଖ ଅଂଚଳର ହଜାର ହଜାର ଜନସାଧାରଣ ଦାବି କରିଥିଲେ। ବିଭିନ୍ନ ଅଂଚଳର ଲୋକମାନେ ଥାନାରେ ଅଭିଯୋଗ କରି ଫେରୁଥିବା ବେଳେ ଛତ୍ରପୁର ଛକ ଖପରାନାଳି ସଂଖ୍ୟାଲଘୁ ରହୁଥିବା ବସ୍ତିରୁ ତାଙ୍କ ଉପରକୁ ଅତର୍କିତ ଢେଲା ମାଡ ହୋଇଥିଲା। ପୋଲିସ ଢେଲାମାଡ କରିଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଓଲଟା ଅଭିଯୋଗକାରୀମାନଙ୍କୁ ଘଉଡାଇ ଦେଇଥିଲା। ଶାନ୍ତି କମିଟି ବୈଠକପରେ ମଧ୍ୟ ଥମି ନାହିଁ ହିଂସାକାଣ୍ଡ। ଏ ଘଟଣାରେ ସଂଖ୍ୟାଲଘୁ ସଂପ୍ରଦାୟର ଛତ୍ରପୁରର ସେକ‌୍‍ ସିବୁଲ ଏବଂ ପାରମହଲାର ସେକ‌୍‍ ଆଲ୍ଲାରଖାକୁ ପୋଲିସ ଅଟକ ରଖିଛି।   ଅନ୍ୟ ଏକ ଘଟଣା। ଗତ ସେପ୍ଟେମ୍ୱର ୮ ତାରିଖ ଦିନ ବାସୁଦେବପୁର ଥାନା ଅନ୍ତର୍ଗତ ବାଲିନଗର ଗ୍ରାମର ମୁରଲୀ ଧର ସାହୁଙ୍କ ୨୨ ବର୍ଷର ଝିଅ ମଧୁସ୍ମିତା ସାହୁ(ଛଦ୍ମନାମ)କୁ ସେହି ଅଞ୍ଚଳର ମୁସଲମାନ ଯୁବକ ସେକ‌୍‍ ରାଜୁ (ବୟସ ୨୬) ତାକୁ ଜୋର ଜବରଦସ୍ତି  ଅପହରଣ କରି ନେଇଛି। ଏପର୍ଯ୍ୟନ୍ତ ସେମାନଙ୍କର ଖୋଜ ଖବର ମିଳୁନାହିଁ। ଏ ଘଟଣାକୁ ନେଇ ସ୍ଥାନୀୟ ଲୋକମାନେ ୧୦ ତାରିଖ ଦିନ ବାସୁଦେବପୁର ବନ୍ଦ କରିଥିବା ବେଳେ ରାସ୍ତାରୋକ ମଧ୍ୟ କରିଛନ୍ତି। ଯାହା ଫଳରେ ସାଧାରଣ ଜୀବନଯାତ୍ରା ଅଚଳ ହୋଇ ପଡିଥିଲା। ବାସୁଦେବପୁର ହାଟ ସାଗର ଗ୍ରାମର ସେକ‌୍‍ ବରସାତିଙ୍କ ପୁଅ ଶେଖ‌୍‍ ରାଜୁ  ଏହିପରି ଅନେକ ହିନ୍ଦୁ ଝିଅକୁ ନିଜ ପ୍ରେମ ଜାଲରେ ଫସାଇ  ସେମାନଙ୍କୁ ହଇରାଣ ହରକତ କରେ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ହାଟ ସାଗରର ଏକ ଟେଲରିଂ ଦୋକାନକୁ ଅନେକ ଝିଅକୁ ଟେଲରିଂ ଶିକ୍ଷା ଗ୍ରହଣ କରିବାକୁ ଯାଆନ୍ତି। ସେମାନଙ୍କୁ ମଧ୍ୟ ଶେଖ‌୍‍ ରାଜୁ ନିଜ ପ୍ରେମ ଜାଲରେ ଫସାଇବାକୁ ଉଦ୍ୟମ କରିଛି। ମଧୁସ୍ମିତା ସେଠାକୁ ଟେଲରିଂ ଶିକ୍ଷା ନେବାକୁ ଯାଇଥିବା ବେଳେ ଏହି ଘଟଣା ଘଟିଛି ବୋଲି ତାଙ୍କର ପିତା ଥାନାରେ ଅଭିଯୋଗ କରିଛନ୍ତି।   ଗତ ଅଗଷ୍ଟ ୨୩ ତାରିଖ ଦିନ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରନେତାଙ୍କୁ ବାଦାମବାଡି ପୋଲିସ ଗିରଫ କରିଥିଲା। ଗିରଫ ଛାତ୍ରନେତାଙ୍କ ନାମ ବବି ଓରଫ ଏକ୍ରାମ ଖାନ, ଘର ଲାଲବାଗ ଥାନା ଅଲିଶାବଜାର ଅନ୍ତର୍ଗତ ଏଜୁକେଟେଡ ଲେନ‌୍‍। ଏକ୍ରାମ‌୍‍ ଖାନ ବଜ୍ରକବାଟି ଠାରେ ଥିବା ତାର ଏକ ରୁମ‌୍‍କୁ ଯୁବତୀ ସହପାଠୀମାନଙ୍କୁ ଭୋଜି ପାଇଁ ନିମନ୍ତ୍ରଣ କରି ଥଣ୍ଡା ପାନୀୟରେ ମେଡିସିନ ଦେଇ ଯୁବତୀମାନଙ୍କୁ ଅଚେତ କରାଇ ତାଙ୍କ ସହିତ ଶାରୀରିକ ସଂପର୍କ ରଖୁଥିଲା, ସେହି ଅଶ୍ଳୀଳ ଫଟୋ ଓ ଭିଡିଓ କ୍ଲିପିଂ ଦେଖାଇ ଯୁବତୀମାନଙ୍କୁ ବ୍ଲାକମେଲ କରୁଥିଲା ଏବଂ ସେହି ଛାତ୍ରୀମାନଙ୍କୁ ଦେହଦାନ ପାଇଁ ଅନ୍ୟମାନଙ୍କ ନିକଟକୁ ପଠାଉଥିଲା।   ରେମୁଣାରେ ବାହୁଡା ଯାତ୍ରା ପୂର୍ବରୁ ଶ୍ରୀଜଗନ୍ନାଥଙ୍କ ରଥରେ ମାଂସ ପଡିବା ଘଟଣାରେ ଗତ ଅଗଷ୍ଟ ୧୦ ତାରିଖ ଦିନ ଶିଳ୍ପାଞ୍ଚଳ ଥାନା ଅଧୀନ ସୋମନାଥପୁର ଗାଁର ମିର‌୍‍ ନୁରଉଦ୍ଦିନକୁ ପୋଲିସ ଗିରଫ କରିଥିଲା। ଘଟଣା ଦିନ ରେମୁଣା ଥାନାରେ ଦିଆଯାଇଥିବା କେସ‌୍‍ ନଂ ୧୨୧/୧୪.୦୭.୨୦୧୬ରେ ଅଭିଯୁକ୍ତକୁ ଗିରଫ କରାଯାଇ ତା ବିରୁଦ୍ଧରେ ଦଫା ୧୨୦ ବି/ ୧୫୩ ଏ/ ୪୨୭ ଆଇପିସି ଲଗାଯାଇଛି। ରେମୁଣା ଗିନିପୁର ଅଞ୍ଚଳର ଶଶୁରଘର ଗାଁ ଉପରେ ପ୍ରତିଶୋଧ ପରାୟଣ ହୋଇ ଦଙ୍ଗା ସୃଷ୍ଟି କରିବା ଉଦେଶ୍ୟରେ ସେ ଏହି ଅଭାବନୀୟ କାର୍ଯ୍ୟ କରିଥିବା ବାଲେଶ୍ୱର ଏସ‌୍‍ପି ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ। ବାହୁଡା ଠାରୁ ଏତେ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ଆସାମୀକୁ ଗିରଫ କରିବା ପାଇଁ ପଛ ଘୁଞ୍ଚା ଦେଉଥିଲା। ପୋଲିସର କାଳକ୍ଷେପଣ ନୀତିକୁ ନେଇ ସ୍ଥାନୀୟ ବିଭିନ୍ନ ହିନ୍ଦୁ ସଂଗଠନ, ଜନସାଧାରଣ ବିକ୍ଷୋଭ, ରାସ୍ତାରୋକ ଓ ବଜାର ବନ୍ଦ କରିବାରୁ ପୋଲିସ ବାଧ୍ୟାହେଲା ଆସାମୀକୁ ଗିରଫ କରିବାକୁ।   ସେହିପରି ଆଉ ଏକ ଘଟଣା ଘଟିଥିଲା ଠିକ‌୍‍ ସେହି ପବିତ୍ର ବାହୁଡା ଯାତ୍ରା ଅବସରରେ। ଏକ ଅବାନ୍ତର ଘଟଣାକୁ କେନ୍ଦ୍ର କରି ରାଉରକେଲା ମୁସଲମାନମାନେ ରାସ୍ତା ଅବରୋଧ କରି ହିନ୍ଦୁମାନଙ୍କର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କର ପବିତ୍ର ବାହୁଡା ଯାତ୍ରାକୁ ଯେପରି ଭାବରେ ବ୍ୟାଘାତ ପହଂଚାଇଲେ ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ। ରାଉରକେଲାର ପ୍ରଶାସନ ଓ ପୁଲିସ ପ୍ରଶାସନର ଉଦ୍ଦେଶ୍ୟ ମଧ୍ୟ ସନ୍ଦେହଜନକ ରହିଲା। ରାଉରକେଲାର ପ୍ଲାଂଟସାଇଟ‌୍‍ ଥାନା ଅଧିନରେ ଥିବା ଗାନ୍ଧି ରୋଡ‌୍‍ ଅଂଚଳରେ ରହୁଥିବା ଅଙ୍କିତ ତିୱାରୀ ନାମକ ଜଣେ ଯୁବକ ଘୁଷୁରୀ ଚିତ୍ରରେ ପାକିସ୍ତାନ ପତାକା ଏବଂ ସିଂହ ଚିତ୍ରରେ ଭାରତୀୟ ଜାତୀୟ ପତକାକରି ଫେସ‌୍‍ବୁକ‌୍‍ ଏବଂ ହ୍ୱାଟ୍ସପରେ ପଠାଇଥିଲା। ଯାହାକୁ ନେଇ ରାଉରକେଲାରେ ବସବାସ କରୁଥିବା ମୁସଲମାନମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଶତାଧିକ ମୁସଲମାନ ଲୋକେ ଏକାଠି ହୋଇ ମହାପ୍ରଭୁଙ୍କ ବାହୁଡା ଯାତ୍ରା ସମୟରେ ବାଧା ସୃଷ୍ଟି ପାଇଁ ରାଉରକେଲା ମୁଖ୍ୟ ମାର୍ଗରେ ଥିବା ହୋଟେଲ ଚନ୍ଦ୍ରାଲୋକ ନିକଟରେ ଟାୟାର ଜାଳି ରାସ୍ତାରୋକ କରିଥିଲେ। ଫଳରେ  ସେହି ବାଟଦେଇ ଉଦିତନଗରକୁ ଯିବାକୁ ଥିବା ବାହୁଡାଯାତ୍ରାର ୩ ରଥ ମଝିରେ ଅଟକିଯାଇଥିଲା।   ଏସମ୍ୱନ୍ଧରେ ଖବର ପାଇ ବିଭିନ୍ନ ଥାନାର ଆଇଆଇସିଙ୍କ ସମେତ ପୁଲିସ ବିଭାଗର ଉଚ୍ଚପଦାଧିକାରୀମାନେ ସଶସ୍ତ୍ର ପୁଲିସବାହିନୀ ସହିତ ପହଂଚିଥିଲେ। ତେବେ ତେବେ ବୁଝାସୁଝା କଲେ ମଧ୍ୟ ମୁସଲମାନମାନେ ବୁଝି ନଥିଲେ। ସେ ବା ବୁଝିବେ କେମିତି, ଯେମିତି ସେମାନେ ସରକାରଙ୍କ ଅବୁଝା ପୁଅ।  ପ୍ରାୟ ୪/୫ ଘଂଟା ଧରି ଶତାଧିକ ମୁସଲମାନ ସମ୍ପ୍ରଦାୟର ଉଦ୍ଧତ ଲୋକମାନେ ରାସ୍ତାକୁ ରୋକି ରଖିବାରୁ ପ୍ରଭୁ ଜଗନ୍ନାଥ ବଳଭଦ୍ର ଏବଂ ମା’ ସୁଭଦ୍ରାଙ୍କ ରଥ ଅଟକି ରହିଥିଲା। ଶେଷରେ ମୁସଲମାନ କହିଲେ  ଅଙ୍କିତକୁ ଗିରଫ କରାଯାଉ। ଅଙ୍କିତକୁ ପୁଲିସ ଗିରଫ କରିବା ପରେ ଯାଇ ଉତେଜନା କିଛି ମାତ୍ରାରେ ଶାନ୍ତ ହେବାରୁ ରଥଟଣା ପୁଣିଥରେ ଆରମ୍ଭ ହୋଇଥିଲା। ଘୁଷୁରି ଦେହରେ ପାକିସ୍ତାନ ପତାକା ଅଙ୍କନକୁ ନେଇ ହଜାରହଜାର ହିନ୍ଦୁମାନଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥ ବଳଭଦ୍ର ଏବଂ ମା’ସୁଭଦ୍ରାଙ୍କୁ ରାସ୍ତାରେ ଦୀର୍ଘ ସମୟ ଧରି ଅଟକାଇବା କେତେଦୂର ଯଥାର୍ଥ ତାହା ଆଜି ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଶ୍ୱହିନ୍ଦୁ ପରିଷଦର ପ୍ରାନ୍ତସେବା ପ୍ରମୁଖଙ୍କ କହିବାନୁସାରେ ଏହି ଅଘଟଣ ସମୟରେ ତିନି ରଥ ଟାଣିବାରେ ଉପସ୍ଥିତ ଥିବା ମହିଳାମାନଙ୍କୁ କୁଆଡେ ବିକ୍ଷୋଭକାରୀମାନେ ଦୁର୍ବ୍ୟବହାର ମଧ୍ୟ ପ୍ରଦର୍ଶନ କରିଥିଲେ।   ଓଡିଶାରେ ଏବେ ଗୋ ମାଫିଆ, ଭୋଟ ମାଫିଆ, ସଂଖ୍ୟାଲଘୁମାନଙ୍କୁ ତୁଷ୍ଟିକରଣ କରୁଥିବା ମାଫିଆଙ୍କ ସହିତ ଶାସକବର୍ଗର ସାଣ୍ଠଗାଣ୍ଠ ଦେଖା ଦେଇଛି। ଏପରି ଅବସ୍ଥାରେ ଏଥର ବାହୁଡା ଯାତ୍ରାରେ ରାଉରକେଲାରେ ଯାହାସବୁ ଘଟିଥିଲା, ସବୁକୁ ବଳିଗଲା ମୋଗଲ ଯୁଗର ଘଟଣା ଠାରୁ।  ଏସପି ଅଛନ୍ତି, ଜିଲାପାଳ ଅଛନ୍ତି, ଏହା ପରେ ବି ରଥକୁ ଅଟକା ଗଲା। ରଥର ଭୁଲ ନା ପଥର ଭୁଲ ନା ହିନ୍ଦୁ ସମାଜର ଭୁଲ? କ’ଣ ପାଇଁ ରଥକୁ ଅଟକାଇ ଦିଆଗଲା ?  ହୁଏତ ସଂଖ୍ୟାଲଘୁମାନେ ସରକାରଙ୍କ ଠାରୁ ଅଧିକ ଶକ୍ତିଶାଳୀ, କିମ୍ୱା ସରକାର କ୍ଳୀବ ଓ ହିଂଜଡା। ଏଇ ଦୁଇଟାରୁ ଗୋଟିଏ ସତ୍ୟ। ଏପରି ଅବସ୍ଥାରେ ଏଥର ବାହୁଡା ଯାତ୍ରାରେ ଯାହାସବୁ ଘଟିଥିଲା,ଏହି ଲଜ୍ଜାଜନକ ଘଟଣାକୁ ନିନ୍ଦା କରିବା ପାଇଁ ଶଦ୍ଦ ମଧ୍ୟ କୁଳଉନାହିଁ।   ଯଦି ସୋର, ବାସୁଦେବପୁର, କଟକ, ରାଉରକେଲା ଓ ରେମୁଣା ଘଟଣାରେ ଓଡିଶାର ହିନ୍ଦୁମାନେ ସାମାନ୍ୟ କିଛି ପ୍ରତିକ୍ରିୟା ପ୍ରକାଶ କରିଥାନ୍ତେ ତେବେ ତଥା କଥିତ ସାହିତ୍ୟକାର ଏବଂ ଲେଖକମାନେ ଏ ଦେଶରେ ଏବେ ହଇଚଇ ସୃଷ୍ଟି କରିଦେଇଥାନ୍ତେ। ରାଜ୍ୟରେ ଅସହିଷ୍ଣୁତା ସୃଷ୍ଟି ହୋଇଗଲା ବୋଲି କରିଥାନ୍ତେ। ସାହିତ୍ୟିକମାନେ କହିଥାନ୍ତେ ଆମେ ପାଇଥିବା ସମ୍ମାନ ଫେରାଇ ଦେବୁ। ଏହା ବଡ ଦୁଃଖଦ ଘଟଣା ତେଣୁ ଏହା ବିଚାରଣୀୟ। ପୁରସ୍କାର ଫେରାଉଥିବା ତଥାକଥିତ ପ୍ରଗତିଶୀଳ ଲେଖକଙ୍କୁ ପ୍ରଶ୍ନ, ବିସାହଡା ଗାଁରେ ଅଖଲାକ କ’ଣ ଦୋଷୀ ନୁହେଁ? ଏବେ ତଦନ୍ତ ରିପୋର୍ଟ କ’ଣ କହିଲା? ଅଖଲାକ ଘଟଣା ନେଇ ଭାରତୀୟ ସମାଜକୁ ଯେଉଁଭଳି ଭାବରେ ବଦନାମ କରିଲ ଏବେ ସେହି ସମ୍ମାନ ଫେରାଇ ଦେଇ ପାରିବ କି?  ରେମୁଣାର  ଘଟଣା ମୁଖ୍ୟ ଖଳନାୟକ ମିର‌୍‍ ନୁରଉଦ୍ଦିନ ନିର୍ଦ୍ଦୋଷ ନା ରାଉରକେଲାରେ ରଥ ଅଟକାଇବା ବାଲା ନିର୍ଦ୍ଦୋଷ? କାହିଁକି ସୋରର ମସଜିଦ‌୍‍ ସାମନା ଦେଇ ଶୋଭାଯାତ୍ରା ଯିବାକୁ ବାରଣ କରାଗଲା, ଲଭ‌୍‍ ଜେହାଦ ନାମରେ ବାସୁଦେବପୁର ଓ କଟକରେ ହିନ୍ଦୁ ଝିଅଙ୍କୁ ଅପହରଣ ଓ ବ୍ଲାକ ମେଲ, ରାଉରକେଲା ରଥ ଅଟକାଇବା ଘଟଣା ଓ ରେମୁଣାରେ ରଥ ଉପରକୁ ମାଂସ ପକାଇବା ଘଟଣା ଲେଖକଙ୍କ ମନରେ ଆଘାତ ଦେଲାନାହିଁ ଓ ମନକୁ ବ୍ୟଥିତ କଲାନାହିଁ?    ଏଭଳି ପରିସ୍ଥିତି ସମୟରେ କ’ଣ ପାଇଁ ଲେଖକ ଓ ସାହିତ୍ୟିକାରମାନେ ନିରବ ଥିଲେ? ଏ  ଘଟଣା କଣ ସମ୍ୱେଦନଶୀଳ ନୁହେଁ? ନିଜକୁ ସମ୍ୱେଦନଶୀଳ ବୋଲାଉଥିବା ଏହି ତଥାକଥିତ ପ୍ରଗତୀଶୀଳ ଲେଖକମାନଙ୍କ ନଜରକୁ କ’ଣ ଏହି ସମ୍ୱେଦନଶୀଳ ଘଟଣା ଦେଖାଯାଇ ନାହିଁ? ଏ ଘଟଣା  ସମୟରେ ସେହି ତଥାକଥିତ ପ୍ରଗତିଶୀଳ ଲେଖକମାନେ କେଉଁଠି ଥିଲେ ? ଏହିପରି ଶହଶହ ଘଟଣା ଘଟି ଯାଇଛି ଓଡିଶାରେ। କେହି ବି ପଦେ ହେଲେ କହି ନାହାଁନ୍ତି, କ’ଣ ସମସ୍ତଙ୍କ ମୁହଁରେ ତୁଣ୍ଡି ବନ୍ଧା ଯାଇଥିଲା? ସାମୁହିକ ଘଟଣାରେ ନିରବଦ୍ରଷ୍ଟା ସାଜି  ଛୋଟ ଛୋଟ ଘଟଣାକୁ ତିଳକୁ ତାଳ କରି ହାହାକାର ସୃଷ୍ଟି କରୁଥିବା ଏହିଭଳି ସାହିତ୍ୟିକମାନଙ୍କ  ବଦନକୁ ଜନତା ଭଲ ଭାବରେ ବୁଝିବା ଦରକାର। ଏ ସମସ୍ତ ଘଟଣାକୁ ବିଶ୍ଲେଷଣ କରିବା ପରେ ଆମ ମନକୁ ଏବେ ପ୍ରଶ୍ନ ଉଠୁଛି ରାଜ୍ୟରେ ବିଶୃଙ୍ଖଳା ମଂଜି ବୁଣିଛନ୍ତି କିଏ?  ଏଥିରେ ପାଣି ସିଞ୍ଚୁଛନ୍ତି କିଏ ଏବଂ ସାର ପ୍ରୟୋଗ କରିଛନ୍ତି କେଉଁମାନେ?  ତେବେ ଏ ଘଟଣା ପାଇଁ କାହାକୁ ଦୋଷ ଦେଇ ହେବ?   ଧାର୍ମିକ ଅସହିଷ୍ଣୁତାକୁ ନେଇ ହିନ୍ଦୁମାନଙ୍କୁ ସଦା ସର୍ବଦା ଦୋଷୀ ବୋଲି କହିଲେ ଭାରତରେ ଏହା ହ୍ରାସ ପାଇବ ନାହିଁ। ସବୁଧର୍ମକୁ ଏକାପ୍ରକାର ସମ୍ମାନ ଦିଏ ହିନ୍ଦୁ। କୌଣସି ପ୍ରକାର ଧାର୍ମିକ ହିଂସାକୁ ଆଦୌ ବରଦାସ୍ତ କରେନାହିଁ। ଯଦି ଆତଙ୍କବାଦୀଙ୍କୁ ଆତଙ୍କବାଦୀ କହିବା ନାହିଁ, ଦୋଷୀକୁ ଦଣ୍ଡ ଦେବା ନାହିଁ, ଭୋଟ ଭୟରେ ସେମାନଙ୍କୁ ଗେହ୍ଲାପୁଅ କରି ରଖିବା ତେବେ  ଧାର୍ମିକ ଅସହିଷ୍ଣୁତା କମିବ କେମିତି? ଏହି ସୁଯୋଗ ନେଇ ଓଡିଶା ଏବେ ଆତଙ୍କବାଦୀଙ୍କ ସୁରକ୍ଷାର କେନ୍ଦ୍ର ପାଲଟିଛି। ଏଠି ଆତଙ୍କବାଦୀ ତିଆରି ପାଇଁ କାରଖାନା ଚାଲୁଛି। ଓଡିଶା ବାସୀଙ୍କ ଅର୍ଥରେ ଆତଙ୍କବାଦୀମାନେ ବଢୁଛନ୍ତି ଓ ରାଜ୍ୟ ସରକାରଙ୍କ ସୁରକ୍ଷାରେ ଖେଳୁଛନ୍ତି। ଯଦି କେହି ହିନ୍ଦୁ ସେମାନଙ୍କୁ କୁହେ ଏମାନେ ଆତଙ୍କବାଦୀ, ସଙ୍ଗେ ସଙ୍ଗେ ତାଉପରକୁ ଅଙ୍ଗୁଳି ନିର୍ଦ୍ଦେଶ ହେବ ଏ ସାଂପ୍ରଦାୟୀକତାବାଦୀ। ଓଡିଶା ଏବେ ଆତଙ୍କବାଦୀଙ୍କ ଚରାଭୂଇଁ ପାଲଟିଛି। ରାଜ୍ୟ ପୋଲିସ ପ୍ରଶାସନ ଜାଣି ମଧ୍ୟ ଧ୍ରୁତରାଷ୍ଟ୍ର ସାଜିଛି। ସେମାନଙ୍କ ବିରୁଦ୍ଧରେ କୌଣସି ପଦକ୍ଷେପ ନେଇ ପାରିନାହିଁ। ଅବଦୁଲ ରେହମାନ ଓଡିଶାରେ ଆତଙ୍କବାଦୀ ପ୍ରଶିକ୍ଷଣ ଦେବା ପାଇଁ ମୁକ୍ତ ବିଦ୍ୟାଳୟ ଖୋଲିଥିଲା। ଓଡିଶା ପୋଲିସ ଓ ପ୍ରଶାସନ ତାର ରୁମ ବି ଓପାଡି ପାରୁନଥିଲେ ଶେଷରେ ବାହାର ରାଜ୍ୟର ପୋଲିସ ଆସି ତାକୁ ଉଠାଇ ନେଲେ।   ଠିକ‌୍‍ ସେହିପରି ଗତ ଅଗଷ୍ଟ ୧୩ ତାରିଖରେ ରାଉରକେଲା ଏସଡିଜେଏମ କୋର୍ଟରେ ଚାର୍ଜସିଟ ଦାଖଲ ହୋଇଛି  ୫ ଜଣ ଆତଙ୍କବାଦୀଙ୍କ ବିରୋଧରେ। ସେମାନେ ଦେଶ ବିରୋଧୀ କାର୍ଯ୍ୟକଳାପ ଓ ଷଡଯନ୍ତ୍ର କରିବା, ମାରଣାସ୍ତ୍ର ରଖିବା ଓ ଆତଙ୍କବାଦ କାର୍ଯ୍ୟକଳାପରେ ଲିପ୍ତଥିବା ଦର୍ଶଯାଇଛି। ସେହି ୫ ଆତଙ୍କବାଦୀ ଓଡିଶାରେ ଖାଇ, ଓଡିଶା ପାଣି ପବନରେ ବଢି ଓଡିଶାରେ ଆତଙ୍କ ସୃଷ୍ଟି କରୁଥିଲେ, ଓଡିଶା ପୋଲିସିକୁ ଜଣା ନଥିଲା ନା ଜାଣି ଅଜଣ ଚାଉଳର ଭାତ ଖାଉଥିଲେ। ଷ୍ଟୁଡେଣ୍ଟ ଇସଲାମିକ ମୁଭମେଂଟ ଅଫ ଇଣ୍ଡିଆ (ସିମି)ର ୪ ଆତଙ୍କବାଦୀଙ୍କ ସମେତ ୫ ଜଣଙ୍କୁ ରାଉରକେଲାର ନାଲାରୋଡ଼  ଅଂଚଳରୁ ଗତ ଫେବୃଆରୀରେ  ଆମଜାଦ ଖାଁ, ଏମଡି ସଲିକ, ଶେଖ ସମୀର ଓ ଜାକିର ହୁସେନ ଏବଂ ସେମାନଙ୍କ ସହ ଆମଜଦଙ୍କ ମା’ ନଜମାଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କଠାରୁ ବିପୁଳ ପରିମାଣର ମାରଣାସ୍ତ୍ର, କୋରାନ ବହି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିଲା। ଏହି ଆତଙ୍କବାଦୀଙ୍କ ବିଷୟରେ ଓଡିଶା ପୋଲିସ  ଜାଣି ଥିଲା ନା ଜାଣିଶୁଣି ଚୁପ ରହିଥିଲା ନା ସେମାନେ ସଂଖ୍ୟାଲଘୁ ବୋଲି ଭାବି ନିରବଦ୍ରଷ୍ଟା ସାଜିଥିଲା। ପଡୋଶୀ ରାଷ୍ଟ୍ର ଦ୍ୱାରା ପ୍ରୋତ୍ସାହିତ  ଆତଙ୍କବାଦୀମାନେ ଓଡିଶାକୁ ସବୁଠାରୁ ଅଧିକ ନିଶାଣ କରିଚାଲିଛନ୍ତି।   ଅଲକାଏଦା, ଆଇଏସଆଇଏସ ଭଳି ବିଶ୍ୱରସ୍ତରୀୟ ଆତଙ୍କବାଦୀ ସଂଗଠନ ଠାରୁ ଆରମ୍ଭ କରି ଜମାତ ଉଲ ଦାୱା, ଇଣ୍ଡିଆନ ମୁଜାହିଦ୍ଦିନ ଭଳି ଆଂଚଳିକ ସଂଗଠନଗୁଡିକର ଲକ୍ଷ୍ୟ ସର୍ବଦା ଓଡିଶା  ଉପରେ ରହିଆସିଛି। କାରଣ ଓଡିଶାରେ ଅଛନ୍ତି ହିନ୍ଦୁଙ୍କର ମଊଡମଣି ଶ୍ରୀଜଗନ୍ନାଥ। କୋଣାର୍କର ସୂର୍ଯ୍ୟ ମନ୍ଦିର, କ୍ଷେପଣାସ୍ତ୍ର ଘାଟି। ଏବେ ଆଇଏସଆଇଏସ ଆତଙ୍କବାଦୀ ସଂଗଠନ ଓଡିଶାରୁ  ସଦସ୍ୟ ସଂଗ୍ରହ ପାଇଁ ଯୋଜନା ଚଳାଇଛି। ଓଡିଶା ପାଇଁ  ଚିନ୍ତାର ବିଷୟ ହେଉଛି ଯେ ଆତଙ୍କବାଦୀ ଅବଦୁଲ ରହେମାନ ଗିରଫ ପରେ ଗତ ଡିସେମ୍ୱର ମାସରେ ତାର ସମର୍ଥକ ମାନେ ପଟ୍ଟାମୁଣ୍ଡାଇ ସହରରେ ଗୋରୁ କଟାମୁଣ୍ଡ ଫିଙ୍ଗି ସାମ୍ପ୍ରଦାୟିକ ଗଣ୍ଡଗୋଳ ସୃଷ୍ଟି ପାଇଁ ଉଦ୍ୟମ କରିବା ଏବଂ ସାଲେପୁର କୋର୍ଟରେ ଆତଙ୍କବାଦୀକୁ ସ୍ୱାଗତ କରି  ପ୍ରଦର୍ଶନ। ଉକ୍ତ ପ୍ରଦର୍ଶନରେ ଅନେକ ଲୋକ ସାମିଲ ହୋଇଥିଲେ।  ଏସବୁ ଘଟଣାରୁ ସଂଖ୍ୟାଲଘୁମାନଙ୍କ ନଗ୍ନ ରୂପ ସମ୍ମୁଖକୁ ଆସିଯାଉଛି। ମୁସଲମାନ ଶାସକ ସମୟରେ ଓଡିଶାରେ ଯାହା ସବୁ ହୋଇ ନଥିଲା ଏବେ ତାହା ଓଡିଶାରେ ଦେଖାଦେଉଛି।   ଘିଗିଡିଆ, ବାରୁଅ, କେନ୍ଦ୍ରାପଡା, ମୋ-୯୮୬୧୦୨୮୫୫୩

Share :