କିସ‍୍‌ ଛାତ୍ରୀଙ୍କ କ୍ରୀଡ଼ାକୃତିତ୍ବ

କିସ‍୍‌ ଛାତ୍ରୀଙ୍କ କ୍ରୀଡ଼ାକୃତିତ୍ବ

Share :

ବିଭିନ୍ନ କ୍ଷେତ୍ରରେ କଳିଙ୍ଗ ଇନ‍୍‌ଷ୍ଟିଚ୍ୟୁଟ‍୍‌ ଅଫ୍ ସୋସିଆଲ‍୍‌ ସାଇନ‍୍‌ସେସ‍୍‌ (କିସ‍୍‌)ର ଛାତ୍ରଛାତ୍ରୀ ପାରଦର୍ଶିତା ପ୍ରଦର୍ଶନ କରିଆସୁଥିବା ବେଳେ ଏବେ କିସ‍୍‌ର ତିନି ଛାତ୍ରୀ ଭାରତୀୟ ମହିଳା ଫୁଟ‍୍‌ବଲ‍୍‌ ଓ ଭାରତୀୟ ବେସ୍‌ବଲ‍୍‌ ଦଳରେ ସାମିଲ‍୍‌ ହୋଇ କିସ‍୍‌ ତଥା ସମଗ୍ର ଜନଜାତି ବର୍ଗକୁ ଗୌରବାନ୍ୱିତ କରିଛନ୍ତି। କିସ‍୍‌ର ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରୀ ଜାନକୀ ମୁର୍ମୁ ଅଗଷ୍ଟ ୨୮ରୁ ସେପ୍ଟେମ୍ୱର ୫ ତାରିଖ ପର୍ଯ୍ୟନ୍ତ ଚୀନ‍୍‌ର ୟିପିନ‍୍‌ଠାରେ ଚାଲୁଥିବା ଆଇଆଇଏସ‍୍‌ସି ୧୬ବର୍ଷରୁ କମ‍୍‌ ଭାରତୀୟ ମହିଳା ଦଳରେ ସ୍ଥାନ ପାଇଛନ୍ତି। ସେ ମଧ୍ୟ ପୂର୍ବରୁ ୨୦୧୫ରେ ନେପାଳର କାଠମାଣ୍ଡୁଠାରେ ଅନୁଷ୍ଠିତ ଏସିଆନ‍୍‌ ୧୪ ବର୍ଷରୁ କମ‍୍‌ ଭାରତୀୟ ମହିଳା ଫୁଟ‍୍‌ବଲ ଦଳରେ ସାମିଲ‍୍‌ ହୋଇ ଭାରତ ପାଇଁ ଖେଳିଥିଲେ।   କିସ‍୍‌ର ଅନ୍ୟତମ ଫୁଟ‍୍‌ବଲର‍୍‌ ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରୀ ସୁଂଯୁକ୍ତା ତିର୍କୀ ସର୍ବଭାରତୀୟ ଫୁଟ‍୍‌ବଲ‍୍‌ ସଂଘ (ଏଆଇଏଫ୍ଏଫ୍) ଦ୍ୱାରା ଆଇଆଇଏଏଫସି ୧୯ ବର୍ଷରୁ କମ‍୍‌ ମହିଳା ଫୁଟ‍୍‌ବଲ‍୍‌ ଚାମ୍ପିଅନ‍୍‌ସିପ‍୍‌ ପାଇଁ ମନୋନୀତ ହୋଇ ତାଲିମ ଶିବିରରେ ତାଲିମ‍୍‌ ନେଉଛନ୍ତି। ତାଲିମ‍୍‌ ପରେ ଭିଏତନାମ‍୍‌ରେ ଅନୁଷ୍ଠିତ ହେବାକୁ ଥିବା ଆଇଆଇଏଏଫସି ୧୯ ବର୍ଷରୁ କମ‍୍‌ ମହିଳା ଫୁଟ‍୍‌ବଲ‍୍‌ ଚାମ୍ପିଅନ‍୍‌ସିପ‍୍‌ ପାଇଁ ଭାରତୀୟ ଦଳରେ ଖେଳିବାର ସୁଯୋଗ ପାଇବେ।   କିସ‍୍‌ର ଇଣ୍ଟନ୍ୟାସ‍୍‌ନାଲ‍୍‌ ବେସ‍୍‌ବଲ ଖେଳାଳି ଗୀତା ଭୂୟାଁ ଦକ୍ଷିଣ କୋରିଆର ଗିଜାଙ୍ଗଠାରେ ସେପ୍ଟେମ୍ୱର ୩ରୁ ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ମହିଳା ବେସ‍୍‌ବଲ‍୍‌ ବିଶ୍ୱକପ‍୍‌ରେ ଭାରତୀୟ ଦଳରେ ଖେଳିବା ପାଇଁ ମନୋନୀତ ହୋଇଛନ୍ତି। ୩୧ ତାରିଖରେ ସେ ଦକ୍ଷିଣ କୋରିଆ ଅଭିମୁଖେ ଯାତ୍ର କରିଛନ୍ତି। ନିଜ ପ୍ରତିକ୍ରିୟାରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି ଯେ, କିସ‍୍‌ ଛାତ୍ରଛାତ୍ରୀଙ୍କୁ ସମସ୍ତ ଅନୁଷଙ୍ଗିକ ସୁବିଧା ଓ ତାଲିମ ତଥା ଯନି ନିଆଯାଉଥିବାରୁ ଏବଂ ସେମାନଙ୍କ ନିଷ୍ଠା ଯୋଗୁଁ ଏହି ସବୁ କିଛି ସମ୍ଭବ ହୋଇପାରିଛି।

Share :