ଘାଟି ମୁଣ୍ଡିଆଣୀଦେବୀଙ୍କ ଡଙ୍ଗର ଯାତ୍ରା

ଘାଟି ମୁଣ୍ଡିଆଣୀଦେବୀଙ୍କ ଡଙ୍ଗର ଯାତ୍ରା

Share :

କଳାହାଣ୍ଡି ଜିଲା କୋକସରାବ୍ଲକ ଗୋତୋମୁଣ୍ଡା ସୀମାନ୍ତ ସାହାଜଖୋଲ ଜଙ୍ଗଲ ପାଦଦେଶରେ ଥିବା ଅଠର ନଳା ଘାଟିଠାରେ ମାଁ ଘାଟି ମୁଣ୍ଡିଆଣୀଓ ସର୍ବମଙ୍ଗଳା ଦେବୀଙ୍କ ବାର୍ଷିକ ଡଙ୍ଗରଯାତ୍ରା ମହାସମାରୋହରେ ସଂପନ୍ନ ହୋଇଯାଇଛି। ପ୍ରତିବର୍ଷ ଶ୍ରାବଣ ପୂର୍ଣ୍ଣିମାର ପରବର୍ତ୍ତୀ ମଙ୍ଗଳବାର ଦିନ ଏହି ଯାତ୍ରାପାଳିତ ହୋଇଥାଏ। ଭୁଞ୍ଜିଆ ଆଦିବାସୀ ପରମ୍ପରା ଅନୁଯାୟୀ ଏହାର ପୂଜାବିଧି ସଂପନ୍ନ ହୋଇଥାଏ।   ସାହାଜଖୋଲ ସଂରକ୍ଷିତ ଜଙ୍ଗଲରେପାଦ ଦେଶରେ ମାଁ ଘାଟିମୁଣ୍ଡିଆଣୀଙ୍କ ଆସ୍ଥାନ। ଏକଦା ଏହି ଅଂଚଳ ଘଞ୍ଚ ଜଙ୍ଗଲ ପରିପୂର୍ଣ୍ଣଥିଲା। ଘଞ୍ଚ ଜଙ୍ଗଲ ମଧ୍ୟରେ ବିପଦପୂର୍ଣ୍ଣ ଅବସ୍ଥାରେ ଏଠାକାର ଆଦିବାସୀ ଜୀବନଜୀବିକା ନିବାର୍ହ କରୁଥିଲେ। କାରଣ ଏହି ଅଂଚଳର ଅଧିବାସୀଙ୍କ ଜୀବିକାର ଏକମାତ୍ର ମାଧ୍ୟମ ଥିଲା ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ। ଏହା ସହ ଏହି ଅଂଚଳର ଲୋକେ ପ୍ରାୟତଃ ପଡୋଶୀ ନବରଙ୍ଗପୁର ଜିଲ୍ଳାର ଲୋକଙ୍କ ସହ ବନ୍ଧୁବାନ୍ଧୁଥିଲେ। ଜଙ୍ଗଲର ପାଦ ଦେଶରେ ଗୋତୋମୁଣ୍ଡା ଥିବାବେଳେ ଜଙ୍ଗଲର ଆର ମୁଣ୍ଡରେ ନବରଙ୍ଗପୁର ଜିଲ୍ଳାର ଝରିଗାଁ ବ୍ଳକ ଅବସ୍ଥିତ। ଏହିଦୁଇ ଜିଲ୍ଲା ମଧ୍ୟରେ ସଂପର୍କର ସେତୁ ଯୋଡୁଥିଲା ଏହିଜଙ୍ଗଲ। ସେ ସମୟରେ ଗମନା ଗମନର କୌଣସିସୁବିଧା ନଥିଲା। ଗୋଟିଏପଟେ ଘଞ୍ଚ ଜଙ୍ଗଲ। ତା’ ସାଙ୍ଗକୁ ହିଂସ୍ରଜନ୍ତୁଙ୍କ ଭୟ। ଏଭଳି ବିପଦପୂର୍ଣ୍ଣ ଅବସ୍ଥାରେ ଏଠାକାର ଲୋକଙ୍କୁ ଜୀବନ ଯାପନ କରିବାକୁ ପଡୁଥିଲା। ତେବେ ଲୋକଙ୍କ ବିଶ୍ୱାସଥିଲା ମାଁ ଘାଟି ମୁଣ୍ଡିଆଣୀଙ୍କୁ ସୁମରଣା କରି ଘାଟି ଚଢ଼ିଲେ କିମ୍ୱା ଜଙ୍ଗଲରେ ବୁଲାବୁଲି କଲେ କୌଣସି ଅସୁବିଧା ହୁଏନାହି।   ଲୋକଙ୍କ ବିଶ୍ୱାସ କାହିଁ କେଉଁ କାଳରୁ ମାଁ ଘାଟି ମୁଣ୍ଡିଆଣୀ ଅଠରନଳା ଘାଟି ତଳେ ପୂଜା ପାଉଛନ୍ତି। ମାଁଙ୍କ ଠାରେ ଉଭୟ ଶୁକ୍ଳ ଭୋଗ ଓ ରକ୍ତ ଭୋଗ ଦିଆଯାଉଥିବାବେଳେ ପାର୍ଶ୍ୱ ଦେବୀ ଦୁଆରମୁଡେନ ଠାରେ ପାରାବଳି, ଲକ୍ଷେ ଦେବାଦେବୀଙ୍କଠାରେ କୁକୁଡା ବଳି ଓ ଜେନା ମାଝୀଙ୍କ ନିକଟରେ ଉଭୟ ଶୁକ୍ଳ ଓ ରକ୍ତ ଭୋଗ ଲାଗିହୋଇଥାଏ। ମାଁ ଘାଟି ମୁଣ୍ଡିଆଣୀଙ୍କ ପୂଜା ପରେ ଅନ୍ୟ ଏକ ପାହାଡରେ ଅବସ୍ଥାନ କରୁଥିବା ମାଁ ସର୍ବମଙ୍ଗଳାଙ୍କ ପୂଜା ହୋଇଥାଏ। ତେବେ ଏହି ପୂଜା ଗୁପ୍ତ ନୀତିରେ ସଂପନ୍ନ କରାଯାଏ। ଏହା ସାଧାରଣ ଲୋକଙ୍କ ପାଇଁ ମନା ହୋଇଥାଏ। କୁହାଯାଏ ସର୍ବ ମଙ୍ଗଳାଙ୍କ ପୂଜା ସମୟରେ ପୂଜକ ଶିଆଳ ପତ୍ରକୁ ଅନ୍ତବସ୍ତ୍ର କରି ଭୁଞ୍ଜିଆ ପରପଂରା ଦେବୀଙ୍କ ଆବାହାନ କରିଥାନ୍ତି।   ଚଳିତ ବର୍ଷ ଏହି ଯାତ୍ରାରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ହଜାର ହଜାର ଭକ୍ତ ନିଜ ନିଜର ମାନସିକ ପୂରଣ, ଚଳିତ ବର୍ଷ ଭଲ ବର୍ଷା ଓ ଚାଷ ହେବା ସହ ଦେବୀଙ୍କ ରାସ୍ତା ଦେଇ ଗମନା ଗମନ କରୁଥିବା ପଥିକମାନଙ୍କୁ ସୁରକ୍ଷା ଦେବା ଆଦି ବିଶ୍ୱାସ ରଖି ବୋଦା, କୁକୁଡାବଳି ଦେଇଥିଲେ। ବଳି ଦିଆଯାଇଥିବାବୋଦା ଓ କୁକୁଡାକୁ ଭକ୍ତମାନେ ଅଠର ନଳା କୁଳ ଓ ଦେବୀ ପୀଠ ଚାରିପାଖେ ରୋଷେଇ କରି ଖାଇଥିଲେ। ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଙ୍ଗଳବାର ଲୋକାରଣ୍ୟ ହୋଇଥିଲା।

Share :