ଅନ୍‌ଲାଇନ୍‌ରେ ଚାଲିବ ଭେଷଜ ନିୟନ୍ତ୍ରଣ ପ୍ରଶାସନ

ଅନ୍‌ଲାଇନ୍‌ରେ ଚାଲିବ ଭେଷଜ ନିୟନ୍ତ୍ରଣ ପ୍ରଶାସନ

Share :

  ଜନ ସାଧାରଣଙ୍କୁ ଉଚିତ‌୍‍ ମୂଲ୍ୟରେ ଗୁଣାତ୍ମକ ଔଷଧ ଉପଲବ୍ଧ ହେବା ଭେଷଜ ନିୟନ୍ତ୍ରଣ ପ୍ରଶାସନର ଗୁରୁଦାୟିତ୍ୱ। ଏହାକୁ ଅଧିକ ଲୋକାଭିମୁଖୀ ତଥା କ୍ରିୟାଶୀଳ କରିବା ନିମନ୍ତେ ଅଟୋମେସନ ବା ଅନ‌୍‍-ଲାଇନ ବ୍ୟବସ୍ଥା କରାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ନାୟକ କହିଛନନ୍ତି ଯେ ରାଜ୍ୟର ଜନସାଧାରଣ ଯେପରି ଉଚିତ ମୂଲ୍ୟରେ ଗୁଣାତ୍ମକ ଔଷଧ ପାଇପାରିବେ, ଔଷଧ ଦୋକାନ ଯାଂଚ ଓ ତଦାରଖ, ନୂତନ ଲାଇସେନ୍ସ ଏବଂ ଲାଇସେନ୍ସ ନବୀକରଣ ଆଦି କାର୍ଯ୍ୟକୁ ତ୍ୱରାନ୍ବିତ କରିବା ଏବଂ ଲୋକମାନଙ୍କୁ ଦୌଡିବାକୁ ପଡିବ ନାହିଁ ସେଥି ନିମନ୍ତେ ଏହି ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ଏହି ବ୍ୟବସ୍ଥା ମାଧ୍ୟମରେ ଲାଇସେନ୍ସ ବ୍ୟବସ୍ଥା, ଫାର୍ମାସିଷ୍ଟ ସୂଚନା ବ୍ୟବସ୍ଥା ଏବଂ ଯାଂଚ ଓ ତଦାରଖ ବ୍ୟବସ୍ଥା ସୁପରିଚାଳନା ସହ ଅଧିକ କ୍ରିୟାଶୀଳ ହୋଇପାରିବ। ରାଜ୍ୟର ସମସ୍ତ ଲାଇସେନ୍ସ ପ୍ରାପ୍ତ ଔଷଧ ଦୋକାନୀ େୱବ କ୍ୟାମେରା ଲଗାଇବାକୁ କୁହାଯାଇଛି। ମାସକ ମଧ୍ୟରେ ଯେପରି ସମସ୍ତ ଦୋକାନରେ ଏହା ଲାଗିବ ତାହା ସୁନିଶ୍ଚିତ କରିବାକୁ ମନ୍ତ୍ରୀ ଶ୍ରୀ ନାୟକ ଭେଷଜ ନିୟନ୍ତ୍ରକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।   ପ୍ରକାଶ ଥାଉକି ରାଜ୍ୟରେ ମୋଟ ୧୬୩୧୩ ଟି ଲାଇସେନ୍ସ ପ୍ରାପ୍ତ ଔଷଧ ଦୋକାନ ରହିଛି। ସେଥିରୁ ୧୨୦୬୮ ରିଟେଲ ଏବଂ ୪୨୪୫ ଟି ହୋଲ‌୍‍ସେଲ‌୍‍ ଦୋକାନ ରହିଛି। ଏତଦ‌୍‍ବ୍ୟତୀତ ୬୪ ଟି ଔଷଧ ପ୍ରସ୍ତୁତକାରୀ ସଂସ୍ଥା ରହିଛି।  ଏହି ସବୁ ଦୋକାନ ଓ ସଂସ୍ଥାଗୁଡିକ ଉପରେ ନଜର ରଖିବା ଦିଗରେ େୱବ କ୍ୟାମେରା ସହାୟକ ହେବ।   ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବ ଆରତୀ ଆହୁଜା ଭେଷଜ ନିୟନ୍ତ୍ରଣ ପ୍ରଶାନର ଭୁମିକା ଉପରେ ଆଲୋତପାତ କରି ଏହାକୁ ଅଧିକ କ୍ରିୟାଶିଳ ଓ ସୁଦୃଢ କରିବା ଦିଗରେ ଗ୍ରହଣ କରାଯାଉଥିବା କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ। ସାଧାରଣ ଲୋକମାନେ ମଧ୍ୟ ଅନ‌୍‍-ଲାଇନରେ ଅଭିଯୋଗ ଦାଖଲ କରିପାରିବେ। ସେ ନେଇ ବ୍ୟବସ୍ଥା କରାଯାଇଛି। ଉକ୍ତ ପୋର୍ଟାଲରେ ଔଷଧ ରିଟେଲ ଓ ହୋଲ‌୍‍ସେଲ‌୍‍ ଦୋକାନ, ପ୍ରସ୍ତୁତକାରୀ ସଂସ୍ଥା, କେଉଁ କେଉଁ ଔଷଧ ନିମ୍ନମାନର ଆଦି ସଂପର୍କରେ ମଧ୍ୟ ସୂଚନା ରହିବ।   ଏହି ଅନ‌୍‍-ଲାଇନ‌୍‍ ବ୍ୟବସ୍ଥା ଉଦ‌୍‍ଘାଟନ ସମୟରେ ଯୁଗ୍ମ ସଚିବ ସୁରଜିତ ଦାଶ , ଅତିରିକ୍ତ ଏମ‌୍‍.ଡି ଜାତୀୟ ସ୍ୱାସ୍ଥ୍ୟ ମିଶନ ସରୋଜ ସାମଲ, ଡାକ୍ତରୀ ଶିକ୍ଷା ଓ ତାଲିମ‌୍‍ ନିର୍ଦ୍ଦେର୍ଶକ ଡାଃ ପ୍ରକାଶ ମହାପାତ୍ର, ସ୍ୱାସ୍ଥ୍ୟସେବା ନିଦ୍ଦେର୍ଶକ ଡାଃ କୈଳାସ ଚନ୍ଦ୍ର ଦାଶ, ଭେଷଜ ନିୟନ୍ତ୍ରକ ହୃଷିକେଶ ମହାପାତ୍ର, ଉପନିୟନ୍ତ୍ରକ ମାମିନା ପଟ୍ଟନାୟକ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନ ଉପସ୍ଥିତ ଥିଲେ।

Share :