ଆଉ ଏକ ନଗଡ଼ା! ମାସକରେ ୧୬ ମୃତ!

ଆଉ ଏକ ନଗଡ଼ା! ମାସକରେ ୧୬ ମୃତ!

Share :

  ଆଦିବାସୀ ଅଧ୍ୟୁସିତ ଥୁଆମୁଳରାମପୁରର ବୁଡି ଅଞ୍ଚଳ ଭାବେ ପରିଚିତ ତଳନାଗୀ ଗ୍ରାମ ପଞ୍ଚାୟତର ବିଭିନ୍ନ ଗାଁରେ ଅଜଣା ରୋଗ ବ୍ୟାପୀ ଗୋଟିଏ ମାସ ମଧ୍ୟରେ ପ୍ରାୟ ୫ ଜଣ ଶିଶୁଙ୍କ ସମେତ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଲଗାଣ ବର୍ଷା ଏବଂ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଅଧିକ ଜଳ ରହିବା ଯୋଗଁୁ ବୁଡି ଅଞ୍ଚଳର ଲୋକେ ଝାଡାବାନ୍ତି ଓ ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ମେଡିକାଲ ପହଞ୍ଚି ନପାରି ମୃତ୍ୟୁ ମୁଖରେ ପଡିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।   ଲିଟିମସ୍କା ଗ୍ରାମର ରାନୀ ମାଝି (୪୦), କଲାଇ ମାଝି (୦୩), ସୁବର୍ଣ୍ଣି ମାଝି (୪୦), ଲାଞି ଯାନୀ (୪୦), ସୁନୀଲ ମାଝି (୫୦), ଅଇଁଳା ମାଝି (୦୩), ସଂିହ ହରିଜନ (୬୫)ଙ୍କ ଅଜଣା ରୋଗ ଏବଂ ଚିକିସ‌୍‍ା ଅବହେଳାରୁ ମୃତ୍ୟୁ ହୋଇଥିବା ବେଳେ ପୁଡିପଦର ଗ୍ରାମର ବୁଦୁ ମାଝି (୪୫), ରାମ ମାଝି (୨୨), କୋଲାଇ ମାଝି (୨୦)ଙ୍କର ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଛି। ସେହିପରି ଭୁରଭୁରୀ ଟେମରା ଗ୍ରାମର ସୁବାଷ ଯାନୀ (୨୨), ରାମ ଚନ୍ଦ୍ର ମାଝି, ସାନତିରୋ ମାଝି(୪୦), ଭିତର ଡୁଙ୍ଗା ଗାଁର ତନୁ ମାଝି (୫୦), କାରବାଲି ଗାଁର ଜଲପା ମାଝି (୫୦), ବିଶୁ ମାଝି (୫୨)ଙ୍କ ମୃତ୍ୟୁ ହୋଇଥିବା ଜାଣା ପଡିଛି।   ଏନେଇ ଥୁଆମୂଳରାମପୁରର ଏକ ମେଡିକାଲ ଟିମ ସଂପୃକ୍ତ ଅଞ୍ଚଳ ଗସ୍ତ କରି ପରସ୍ଥିତିର ଅନୁଧ୍ୟାନ କରିଥିବା ବେଳେ ପୁଣି ଜିଲ୍ଲା ସ୍ତରୀୟ ଏକ ଡାକ୍ତରୀ ଦଳ ସଂପୃକ୍ତ ଅଞ୍ଚଳ ଗସ୍ତ କରିବାର କାଯ୍ର୍ୟକ୍ରମ ରାହିଛି। ଏକମାସ ମଧ୍ୟରେ ୧୬ ଜଣଙ୍କ ମୃତ୍ୟୁକୁ ଜିଲ୍ଲା ମୁଖ୍ୟ ଚିକିସ‌୍‍ା ଅଧିକାରୀ ବ୍ରଜକିଶୋର ବ୍ରହ୍ମା ସ୍ୱୀକାର କରିବା ସହ ମୁତ୍ୟୁର କାରଣ ଅଷ୍ପଷ୍ଟ ଏବଂ ଏଦିଗରେ ପଦେକ୍ଷପ ନିଆଯିବ ବୋଲି ପ୍ରକାଶ କରିଛନ୍ତି।

Share :