ବିବାହ ସଂପର୍କରେ

ବିବାହ ସଂପର୍କରେ

Share :

୧. ସନା ଓ ମୁନା ଅନକ ଦିନ ବର୍ଷ ଧରି ଦେଖା ହୋଇନଥିଲେ | ୟା ଭିତରେ ସନା ବାହା ହେଇ ସାରିଛି | ତିନି ବର୍ଷ ହେଲାଣି | ତ’ ମୁନା ପଚାରିଲା, ଆରେ ତୋ ଘର କଥା କହ | ସୁନ୍ଦୁରିଆ ସ୍ତ୍ରୀ ପାଇଛୁ ମାନେ ଫୁଲ୍ ମସ୍ତି କରୁଥିବୁ, ନାଇଁ ରେ! ଦିନରାତି ଗପ ସରୁ ନଥିବ...! ସନା କହିଲା, ହଁ ଭାଇ, ତା’ ନୁହେଁ ଆଉ କ’ଣ? ଆମ ଅଂଚଳରେ ଆମେ ପୂରା ପପୁଲାର୍ | ସମସ୍ତେ ଜାଣିଗଲେଣି | ମୁନା ପଚାରିଲା, ମାନେ ? ସନା କହିଲା, ବିବାହର ପ୍ରଥମ ବର୍ଷ, ସେ ଭାରି ଲାଜ କଲା, ଖାଲି ମୁଁ କହିଲି, ସେ ଶୁଣିଲା | ଦ୍ବିତୀୟ ବର୍ଷ, ତା’ ଲାଜ ଛାଡ଼ି ଯାଇଥାଏ, ତ’ ସେ କହିଲା ମୁଁ ଶୁଣିଲି | ଆଉ ତା’ ପର ବର୍ଷ ତ’ ଆମ ଦି’ ଜଣ ଯାକ କହିଚାଲିଲୁ, ଶୁଣିଲେ କେବଳ ପଡ଼ୋଶୀ ! ୨. ବିବାହ ଇଚ୍ଛାରେ ଜଣେ ଲୋକ ଭୁବନେଶ୍ପରର ଏକ ବହୁଳ ପ୍ରସାରିତ ଖବରକାଗଜରେ ଏକ ବିଜ୍ଞାପନ ଦେଲେ- ସ୍ତ୍ରୀ ଦରକାର | ତ’ ପର ଦିନ ତାଙ୍କ ପୋଷ୍ଟ ବକ୍ସରୁ ମିଳିଲା ଶତାଧିକ ଚିଠି | ସବୁଥିରେ ଲେଖା ଥିଲା- ମୋରଟା ନେଇ ଯାଅ ! ୩. ସନାକୁ ଆସି ୩୩ ବର୍ଷ ହେଲାଣି | ତଥାପି ସେ ବାହା ହେଇନି | ଏ କଥା ଜାଣିବା ପରେ ଦିନେ ତା’ର ପିଲାବେଳର ସାଙ୍ଗ ମୁନା ପଚାରିଲା, କିରେ ତତେ କ’ଣ କନିଆ ମିଳୁନି ! ବୁଢ଼ା ହେଲୁଣି ଆସି, ଆଉ ବାହା ହବୁ କୋଉ ଦିନ ? ସନା ଦୁଃଖଭରା କଣ୍ଠରେ କହିଲା,  ନାଇଁରେ.. କେତେ ଝିଅ ଦେଖିଲିଣି, କେତେ ବି ପସନ୍ଦ ହେଲେଣି | କିନ୍ତୁ ମୋ ମା’ କାହାକୁ ପସନ୍ଦ କରୁନି | ସେଇଠୁ ମୁନା ଜଣେ ଅଭିଜ୍ଞ ଲୋକ ଭଳି ତା’କୁ ପରାମର୍ଶ ଦେଲା, ଏଥର ତୁ ତୋ ମା’ଙ୍କ ଭଳି ଗୋଟେ ଝିଅ ଠିକ କର, ଦେଖିବୁ ସେ ରାଜି ହୋଇଯିବେ | ଏହାର ଦି’ ବର୍ଷ ପରେ କଟକ ରେଳ ଷ୍ଟେସନରେ ପୁଣି ଥରେ ସନା ଓ ମୁନାର ଭେଟ ହେଲା | ମୁନା ପଚାରିଲା, ଆରେ କନିଆ ମିଳିଲା ? ବାହା ହେଲୁ ? ସନା ପୂର୍ବପରି ମନଦୁଃଖରେ କହିଲା, ହଁଅଁରେ, ଝିଅ ମିଳିଲା, ବାହା ବି ହେଲି | ମୁନା କହିଲା, ତେବେ ମନଦୁଃଖ କରିଛୁ କାହିଁକି ? ସନା କହିଲା, ତୋ କଥା ଅନୁସାରେ ମା’କୁ ପସନ୍ଦ ହେଲା ଭଳି ଗୋଟେ ଝିଅ ମିଳିଲା | ସେ ଦେଖିବାକୁ ମା’ ଭଳି, ଆଉ ଗୁଣଗ୍ରାମରେ ମଧ୍ୟ ମା’ ଭଳି | କିନ୍ତୁ ସମସ୍ୟା ହଉଚି, ତା’କୁ ବାପା ପସନ୍ଦ କରୁ ନାହାନ୍ତି !

Share :