ପ୍ରେମ ସଂପର୍କରେ
 

ପ୍ରେମ ସଂପର୍କରେ  

Share :

୧. ପ୍ରେମରେ ପଡ଼ିବା ପାଇଁ ତୁମେ ମାଧ୍ୟାକର୍ଷଣ ଶକ୍ତିକୁ ଦୋଷ ଦେଇପାରିବ ନାହିଁ : ଆଲବର୍ଟ ଆଇନଷ୍ଟାଇନ୍ ୨. ଅପରିପକ୍ବ ପ୍ରେମ କହେ, ମୁଁ ତୁମକୁ ଲୋଡ଼ୁଛି ବୋଲି ମୁଁ ତୁମକୁ ଭଲ ପାଉଛି; ପରିପକ୍ବ ପ୍ରେମ କହେ, ମୁଁ ତୁମକୁ ଭଲ ପାଉଛି ବୋଲି ମୁଁ ତୁମକୁ ଲୋଡ଼ୁଛି | - ଏରିକ୍ ଫ୍ରୋମ୍ ୩. ଚାଲ ଆମେ ପରସ୍ପରକୁ ହସି ହସି ଭେଟିବା, କାରଣ ହସରୁ ହିଁ ପ୍ରେମର ଆରମ୍ଭ ହୋଇଥାଏ | - ମଦର ଟେରେସା ୪. ହୃଦୟରେ ସବୁବେଳେ ପ୍ରେମ ସାଇତି ରଖ | ପ୍ରେମ ବିନା ଜୀବନ ହେଉଛି ସୂର୍ଯ୍ୟାଲୋକ ରହିତ ଏକ ବଗୀଚା ଯେଉଁଠି ଫୁଲସବୁ ମରି ଯାଇଛନ୍ତି | - ଓସ୍କାର ଉଆଇଲ୍ଡ ୫. ତୁମ ସ୍ନେହ ଓ ପ୍ରେମ ପାଇବାକୁ ତୁମଠାରୁ ଅଧିକ ଯୋଗ୍ୟ ଲୋକକୁ ସାରା ସଂସାର ଖୋଜିଲେ ବି ତୁମେ ପାଇବ ନାହିଁ | ତୁମେ ହିଁ ହେଉଛି ସେହି ଯୋଗ୍ୟ ବ୍ୟକ୍ତି | -ଗୌତମ ବୁଦ୍ଧ ୬. ଯେଉଁଠି ପ୍ରେମ ସେଇଠି ଜୀବନ | -ମହାତ୍ମା ଗାନ୍ଧୀ ୭. ଭଲ ନପାଇବାଠାରୁ ଭଲ ପାଇ ହଜିଯିବା ଖୁବ ଭଲ | - ଆଲଫ୍ରେଡ଼ ଲର୍ଡ଼ ଟେନ୍ନିସନ୍

Share :