ଫାଇଲେରିଆ ଔଷଧ ବିତରଣ

ଫାଇଲେରିଆ ଔଷଧ ବିତରଣ

Share :

  ଫାଇଲେରିଆ ରୋଗ ନିରାକରଣ ପାଇଁ ସମୂହ ଔଷଧ ସେବନ ପ୍ରକ୍ରିୟା ସଂପର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପାଇଁ ଏକ କର୍ମାଳା ଆୟୋଜିତ ହୋଇଯାଇଛି। ଫାଇଲେରିଆ ରୋଗ ଏକ ମୁଖ୍ୟ ଜନସ୍ୱାସ୍ଥ୍ୟ ସମସ୍ୟା। ଏହି ରୋଗରେ ରୋଗୀ ମୃତ୍ୟୁବରଣ କରନ୍ତି ନାହିଁ। କିନ୍ତୁ ଶରୀର ବିକଳାଙ୍ଗ ହେବା ଦ୍ୱାରା ସମାଜରେ ଘୃଣାର ସମ୍ମୁଖୀନ ହୁଅନ୍ତି। ଏହି ରୋଗର ନିରାକରଣ ପାଇଁ ୨୦୦୪ ମସିହାରୁ ବାତରୋଗ ସମୂହ ଔଷଧ ସେବନ କାର୍ଯ୍ୟଛକ୍ରମ ଜାରି ରହିଛି।   ଏଥି ପାଇଁ ପ୍ରତ୍ୟେକ ବର୍ଷ ଥରେ ସମସ୍ତଙ୍କୁ ଉଚିତ ମାତ୍ରାରେ ଡି.ଇ.ସି ଓ ଆଲବେଣ୍ଡାଜୋଲ ବଟିକା ଖାଇବାକୁ ଦିଆଯାଉଛି। କିନ୍ତୁ ୨ ବର୍ଷରୁ କମ‌୍‍ ବୟସର ଶିଶୁ, ଗର୍ଭବତୀ ମହିଳା, ଅତ୍ୟଧିକ ବୟସ୍କ ଏବଂ ଅସୁସ୍ଥ ବ୍ୟକ୍ତି ଏହି ଔଷଧ ଖାଇବେ ନାହିଁ। ଏହି ରୋଗର ନିରାକଣ ପାଇଁ ସମାଜର ଅନ୍ୟୁନ ୮୫ ପ୍ରତିଶତ ବ୍ୟକ୍ତି କ୍ରମାଗତ ଭାବେ ୫ ବର୍ଷ ଔଷଧ ସେବନ କରିବା ଆବଶ୍ୟକ।   ଏହି ସାମୂହିକ ଔଷଧ ସେବନ ପ୍ରକ୍ରିୟାରେ ଆମ ରାଜ୍ୟର ୨୦ ଟି ଜିଲ୍ଲା ସାମିଲ ହୋଇଥିଲା। ସେଥିରୁ ୧୪ ଟି ଜିଲ୍ଲ‌୍‍ାକୁ ବାଦ‌୍‍ ଦେଇ ଚଳିତ ବର୍ଷ ୬ ଟି ଜିଲ୍ଲାରେ ଏହି ଅଭିଯାନ କରାଯିବ। ସେହି ଜିଲ୍ଲାଗୁଡିକ ହେଉଛି ଅନୁଗୋଳ, ବୌଦ୍ଧ, ଦେବଗଡ, ଗଞ୍ଜାମ, ଝାରସୁଗୁଡା ଓ ନୟାଗଡ। ବାକି ଜିଲ୍ଲାମାନଙ୍କରେ ସମୂହ ଔଷଧ ସେବନ ଦ୍ୱାରା ବାତଜ୍ୱର ବା ଫାଇଲେରିଆ ରୋଗ ଜୀବାଣୁ ନିଦ୍ଧାର୍ରିତ ହାର ୧ ପ୍ରତିଶତରୁ କମ‌୍‍ ହୋଇଥିବା କାରଣରୁ ସେହି ସବୁ ଜିଲ୍ଲ‌୍‍ାମାନଙ୍କରେ କାର୍ଯ୍ୟକ୍ରମ କରାଯାଉନାହିଁ।   ସମଗ୍ର ବିଶ୍ୱରେ ପ୍ରାୟ ୭୫୦ ନିୟୁତ ଲୋକ ବାତଜ୍ୱର ପ୍ରବଣ ହୋଇଥିବା ବେଳେ ୧୨୦ ନିୟୁତ ଆକ୍ରାନ୍ତ ହୋଇଛନ୍ତି। ଆମ ଦେଶର ପ୍ରାୟ ୪୫୦ ନିୟୁତ ଲୋକ ବାତଜ୍ୱର ପ୍ରବଣ ବା ବିପଦ ମଧ୍ୟରେ ଥିବା ବେଳେ ଓଡିଶାରେ ମଧ୍ୟ ଅନେକ ଲୋକ ବାତଜ୍ୱର ବିପଦ ମଧ୍ୟରେ ରହିଥିବା ଜଣାପଡିଛି। ତେବେ ଏହି ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ମାଧ୍ୟମରେ ସେହି ବିପଦକୁ ନିଶ୍ଚିତ ଏଡାଇ ଦିଆଯାଇ ପାରିବ।   ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ କେନ୍ଦ୍ର କ୍ଷେତ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କାର୍ଯ୍ୟାଳୟ ତରଫରୁ ଆୟୋଜିତ ଏହି କର୍ମଶାଳାରେ ଆଂଚଳିକ ନିଦ୍ଦେର୍ଶକ ଡାଃ ଏନ‌୍‍.ଏମ‌୍‍ ସୋମାଲକର , ଆର‌୍‍.ଏମ‌୍‍.ଆର‌୍‍.ସି ନିଦ୍ଦେର୍ଶକ ଡାଃ ସଂଘମିତ୍ରା ପତି ଏବଂ ଏନ‌୍‍.ଭି.ବି.ଡି.ସି.ପି ଯୁଗ୍ମ ନିଦ୍ଦେର୍ଶକ ଡାଃ ମଦନ ମୋହନ ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। (ପ୍ରଭାକର ସାହୁ)

Share :