କୋଣାର୍କରେ ଦିବାରାତ୍ର ଭଲିବଲ

କୋଣାର୍କରେ ଦିବାରାତ୍ର ଭଲିବଲ

Share :

ଅଗଷ୍ଟ ୧୫ ତାରିଖ ୭୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ କୋଣାର୍କ ଏନଏସି ଓ ଜନମଙ୍ଗଳ ଯୁବ ସଂଗଠନର ମିଳିତ ସହଯୋଗରେ କୋଣାର୍କ ଏନଏସି ପଡ଼ିଆଠାରେ ରାଜ୍ୟସ୍ତରୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ଏହି ଟୁର୍ଣ୍ଣାମେଣ୍ଟରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବଛା ବଛା ଦଳମାନେ ଭାଗ ନେବାର କାର୍ଯ୍ୟକ୍ରମ ରହିଛି।   ଦୀର୍ଘ ୧୮ ବର୍ଷ ଧରି କୋଣାର୍କ ଏନଏସି ପଡ଼ିଆଠାରେ ରାଜ୍ୟସ୍ତରୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଆସୁଛି। ବିଗତ ବର୍ଷମାନଙ୍କରେ ଏହି ଟୁର୍ଣ୍ଣାମେଣ୍ଟରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ଥରର ବହୁ ପ୍ରତିଭାସମ୍ପନ୍ନ ଖେଲାଳି ଯୋଗଦେଇ ଥିବା ବେଳେ ସେମାନଙ୍କ  କ୍ରୀଡା ପ୍ରଦର୍ଶନକୁ ଉପଭୋଗ କରିବା ପାଇଁ ଏଠାରେ ପ୍ରବଳ ଜନସମାଗମ ହୋଇଥାଏ।   ସ୍ୱାଧୀନତା ଦିବସ ପାଳନ ଅବସରରେ କୋଣାର୍କ ଏନଏସି ପକ୍ଷରୁ ପତକା ଉତ୍ତ୍ୱଳନ, ପ୍ୟୋରେଡ, ଦେଶାତ୍ମକବୋଧ ସଂଗୀତରେ ନୃତ୍ୟ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଶେଷ  ହେବା ପରେ ଅପରାହ୍ନ ୨ଟାରେ ଅତିଥିମାନଙ୍କ ଦ୍ୱାରା ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇ ଖଳ ଶେଷ ହେବା ପର୍ଯ୍ୟନ୍ତ ଚାଲୁ ରହିବ। ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ବିଜୟୀ ଦଳକୁ ଚମ୍ପିଆନ ଟ୍ରଫି ଓ ପରାଜିତ ଦଳକୁ  ରନର୍ସ ଅଫ ଟ୍ରଫି ଉପସ୍ଥିତ ଅତିଥିମାନେ ପ୍ରଦାନ କରିବେ ବୋଲି ଜନମଙ୍ଗଳ ଯୁବ ସଂଗଠନର ନିଦ୍ଧେର୍ଶକ ରାମକୃଷ୍ଣ ମହାନ୍ତି ସୁଚନା ଦେଇଛନ୍ତି।   ଏହି ଟୁର୍ଣ୍ଣାମେଣ୍ଟରେ ଭାଗନେବାପାଇଁ ଇଛୁକ ଦଳମାନେ ଏହି ମୋବାଇଲ ନମ୍ୱର ୯୪୩୯୪୯୦୯୩୭ରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି। ଆୟୋଜକଙ୍କ ପକ୍ଷରୁ ରାଜ୍ୟସ୍ଥରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ପାଇଁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଛି। ଟୁର୍ଣ୍ଣାମେଣ୍ଟ ହେଉଥିବା ଅଞ୍ଚଳକୁ ବ୍ୟାରିକେଟ କରାଜିବା ସହ ଉଜ୍ଜଳ ଆଲୋକରେ ଆଲୋକିତ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। କୋଣାର୍କ ପୁଲିସ ପକ୍ଷରୁ ଏହି ଟୁର୍ଣ୍ଣାମେଣ୍ଟ ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Share :