ଓଏଚପିସି ମୁଖ୍ୟଙ୍କ ମୁଖିଗୁଡ଼ା ଗସ୍ତ

ଓଏଚପିସି ମୁଖ୍ୟଙ୍କ ମୁଖିଗୁଡ଼ା ଗସ୍ତ

Share :

ଓଡିଶା ଜଳ ବିଦ୍ୟୁତ ନିଗମଙ୍କ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ରାଜେଶ ବର୍ମା ବିଭାଗୀୟ ବିଭିନ୍ନ କାର୍ଯ୍ୟର ତଦାରଖ କରିବାକୁ ମୁଖିଗୁଡ଼ା ଗସ୍ତରେ ଯାଇଥିଲେ। ଇନ୍ଦ୍ରାବତୀ ପ୍ରକଳ୍ପ ଅଂଚଳର ବିକାଶ ଦାୟିତ୍ବ ଏହି ନିଗମର ହୋଇଥିଲେ ମଧ୍ୟ ନିଗମ ଏଯାଏଁ ସେହି ଦାୟିତ୍ବ ତୁଲାଇ ନାହିଁ। ଗସ୍ତ ସମୟର ଲୋକଙ୍କ ଅଭିଯୋଗ ଶୁଣି ନିୟମ ଅନୁଯାୟୀ ଖୁବଶୀଘ୍ର ପାୱାର ହାଉସର ୧୦ କିମି ଦୂରତା ମଧ୍ୟରେ ରାସ୍ତା, ପାନୀୟ ଜଳ, ସ୍ବାସ୍ଥ୍ୟ ଓ ବିଜୁଳ ସଂଯୋଗ କ୍ଷେତ୍ରର ବିକାଶ କରାଯିବ ବୋଲି ବର୍ମା କହିଛନ୍ତି।   ଏନେଇ ବିଭାଗୀୟ ଅଧିକାରୀମାନଙ୍କ ଉପସ୍ଥିତି ଜରୁରୀ ହୋଇପଡିଥିବା ବେଳେ ସରଗରମ ହୋଇ ଉଠିଥିଲା ମୁଖିଗୁଡା ସ୍ଥିତ ଜଳ ବିଦ୍ୟୁତ ନିଗମ କାର୍ଯ୍ୟାଳୟ, ମୁଖିଗୁଡା ଶକ୍ତିଗୃହ, ମଙ୍ଗଳପୁର ହାତୀ ବ୍ୟାରେଜ, ପ୍ରୋଜେକ୍ଟ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରକାଶ କରିଥିଲେ। ମୁଖିଗୁଡା ପାୱାର ହାଉସଠାରୁ ୧୦ କି.ମି. ଦୂରତା ମଧ୍ୟରେ ରାସ୍ତା, ପାନୀୟ ଜଳ, ଶିକ୍ଷା ସ୍ୱାସ୍ଥ୍ୟ, ବିଜୁଳି ଯୋଗାଣ ନିମନ୍ତେ ନିୟମ ପ୍ରଣୀତ ଥିଲେ ହେଁ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ଦିନରୁ ଅଦ୍ୟାବଧି ଅଞ୍ଚଳକୁ ଅଣଦେଖା କରାଯାଇଥିବାରୁ ଲୋକେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ପରେ ଶ୍ରୀ ବର୍ମା ଅତି ଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ।

Share :