ଜୀବନ ପାଇଁ କଥା

ଜୀବନ ପାଇଁ କଥା

Share :

 ୧. ଜ୍ଞାନୀଙ୍କ ପାଇଁ ଜୀବନ ଗୋଟେ ସ୍ବପ୍ନ, ମୁର୍ଖଙ୍କ ପାଇଁ ଖେଳ, ଧନୀଙ୍କ ପାଇଁ କମେଡ଼ି ଓ ଗରୀବଙ୍କ ପାଇଁ ଟ୍ରାଜେଡ଼ି।– ସୋଲୋମ ଆଲଚେମ   ୨. ଜଣେ କଳାକାର ଏପରି ଜଣେ ସ୍ବପ୍ନପ୍ରବଣ ବ୍ୟକ୍ତି ଯିଏ କି ସବୁବେଳେ ଏକ ସୁନ୍ଦର ପୃଥିବୀର ସ୍ବପ୍ନ ଦେଖିଥାନ୍ତି। -ଜର୍ଜ ସାନ୍ତାୟନ   ୩. ବେଳେବେଳେ ନୀରବତାର ଶବ୍ଦ ଝଡ଼ଠାରୁ ମଧ୍ୟ ଅଧିକ ତୀବ୍ର ହୋଇଥାଏ। -ଲେରୋ ବ୍ରାଉନଲୋ   ୪. ବନ୍ଦ ଆଖି ଖୋଲିଲେ ଯେମିତି ସୁନ୍ଦର ପୃଥିବୀ ଦେଖାଯାଏ, ହୃଦୟର ବନ୍ଦ ଦ୍ବାର ଖୋଲିଦେଲେ ଠିକ ସେମିତି ଈଶ୍ବରଙ୍କ ସତ୍ତାକୁ ଅନୁଭବ କରିହୁଏ। -ସ୍ବାମୀ ବିବେକାନନ୍ଦ   ୫.ସ୍ଥିର ଚିନ୍ତାଧାରା ସଫଳତା ଆଣିଥାଏ। -ବେଞ୍ଜାମିନ ଦିସ୍ରାଏଲ   ୬. ସତ୍ୟର ଆଧାର ଉପରେ ପ୍ରତିଷ୍ଠିତ ସଫଳତା ହିଁ ପ୍ରକୃତ ଆନନ୍ଦ ଦେଇଥାଏ। -ଫ୍ରାନ୍ସିସ ବ୍ୟାକନ   ୭. ଜଣେ ନିଜ ଚିନ୍ତାଧାରାକୁ ବଦଳେଇ ପାରିଲେ ପୃଥିବୀକୁ ବଦଳେଇ ପାରିବେ। -ନର୍ମାନ ଭିନସେଣ୍ଟ ପିଲେ   ୮. ଶାନ୍ତି ହେଉଛି ମନର ଏକ ସ୍ଥିତି। ଏହା ଆତ୍ମାର ସ୍ଥିରତାରୁ ଆସିଥାଏ। - ଜବାହରଲାଲ ନେହରୁ   ୯. ସମସ୍ତେ ନିଜ ଚିନ୍ତାଧାରା ଅନୁଯାୟୀ ବିଶ୍ବର ପରିକଳ୍ପନା କରିଥାନ୍ତି। -ଆୟିନ ରାଣ୍ଡ୍   ୧୦. ଜଣେ ଭଲ ମା’ ଶହେ ଶିକ୍ଷକଙ୍କ କାମ ତୁଲାଇଥାନ୍ତି। -ଜର୍ଜ ହର୍ବାଟ

Share :