ମୁଣ୍ଡବ୍ୟଥାର ଉପଚାର

ମୁଣ୍ଡବ୍ୟଥାର ଉପଚାର

Share :

ଡା. କବିକାନ୍ତ ସାମନ୍ତରାୟ   ଶରୀରର ଯେଉଁ ଅଙ୍ଗରେ ବ୍ୟଥା ହେଉନା କାହିଁକି, ମଣିଷକୁ କଷ୍ଟ ଦେଇଥାଏ। ଆଉ ଯଦି ସେହି ବ୍ୟଥା ମଣିଷର ମସ୍ତିଷ୍କକୁ ଆକ୍ରାନ୍ତ କରେ, ତେବେ ଦୁଃଖ କହିଲେ ନସରେ। ସେତେବେଳେ ଯେତେ ସୁଖର ସମୟ ହୋଇଥିଲେ ବି ମଣିଷକୁ ସବୁ ବିଷ ସଦୃଶ ଲାଗେ। ତେଣୁ ତୁରନ୍ତ ମୁଣ୍ଡବ୍ୟଥାରୁ ରକ୍ଷା ପାଇବା ପାଇଁ ବିକଳରେ ଲୋକେ ମୁଣ୍ଡରେ କନା ବାନ୍ଧିବା, ମନଇଚ୍ଛା କୌଣସି ଔଷଧ ଲଗେଇବା ବା ଏଣୁତେଣୁ ଔଷଧଟେ କିଣି ସେଥିରୁ ମୁକୁଳିବାକୁ ଚେଷ୍ଟା କରିଥାଆନ୍ତି। କିନ୍ତୁ ଏହାଦ୍ବାରା ସେମାନେ ସମୟ ସମୟରେ ଅସୁବିଧାରେ ପିଥାଆନ୍ତି। ଅତ୍ୟଧିକ ବ୍ୟଥା ନିବାରକ ଔଷଧ ସେବନ ଦ୍ବାରା ଏସିଡିଟି ଓ ରକ୍ତବାନ୍ତି ଆଦି ରୋଗରେ ପୀଡ଼ିତ ହୋଇଥାଆନ୍ତି। ମୁଣ୍ଡବିନ୍ଧା ଅନେକ କାରଣରୁ ହୋଇଥାଏ। ସାଧାରଣତଃ ଏହା କେତେକ ରୋଗର ଲକ୍ଷଣ ହୋଇଥାଏ। ମୁଣ୍ଡବିନ୍ଧା ଛୋଟପିଲାଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ କ୍ଷେତ୍ରରେ ଦେଖାଦେଇଥାଏ।   ପିଲାମାନଙ୍କ ମୁଣ୍ଡବ୍ୟଥା- ସାଧାରଣତଃ ଆଖି ଦୋଷ ଯୋଗୁଁ ପିଲାମାନଙ୍କର ମୁଣ୍ଡବିନ୍ଧା ହୋଇଥାଏ। ବିଶେଷତଃ ପିଢ଼ବା ସମୟରେ ଆଖିପାଖ ଓ ମୁଣ୍ଡର ପଛପଟ ବିନ୍ଧିବା ଭଳି ଲକ୍ଷଣ ଦେଖାଦିଏ। ପିଲାମାନେ ପଢ଼ିବା ସମୟରେ ଯଦି ଏଭଳି ମୁଣ୍ଡବିନ୍ଧାର ଅଭିଯୋଗ ଆଣନ୍ତି, ତେବେ ସେମାନଙ୍କ ଆଖି ପରୀକ୍ଷା କରିବା ଆବଶ୍ୟକ। ଆଖି ପରୀକ୍ଷା କରି ଉପଯୁକ୍ତ ଚଷମା ବ୍ୟବହାର କଲେ ଏଥିରୁ ଉପଶମ ମିଳିଥାଏ।   ପିଲାମାନଙ୍କଠାରେ ଅର୍ଦ୍ଧକପାଳୀ ବା ମିଗ୍ରେନ୍ ରୋଗ ମଧ୍ୟ ଦେଖାଦିଏ। ଏଥିରେ ମୁଣ୍ଡର ଗୋଟିଏ ଫାଳ ବିନ୍ଧିବା ସହିତ ଅଣନିଃଶ୍ବାସୀ ଲାଗିବା, ମୁଣ୍ଡ ବୁଲେଇବା, ବାନ୍ତି ବାନ୍ତି ଲାଗିବା ଆଦି ଲକ୍ଷଣ ପ୍ରକାଶ ପାଇଥାଏ। ଏହା ପୁଅ ପିଲାଙ୍କ ଅପେକ୍ଷା ଝିଅ ପିଲାଙ୍କ କ୍ଷେତ୍ରରେ ଅଧିକ ଦେଖା ଦେଇଥାଏ।   ଅନ୍ୟ ଏକ ମୁଣ୍ଡବିନ୍ଧା, ଯାହା ମିଗ୍ରେନ୍ ଭଳି ସାମଞ୍ଜସ୍ୟ ଥାଏ, ତାହା ପିଲାମାନଙ୍କ ପାଖରେ ଦେଖାଦେଇଥାଏ। ସେଥିରେ ମୁଣ୍ଡବିନ୍ଧା ହେବା ସହିତ ଅତ୍ୟଧିକ ବାନ୍ତି ହୋଇଥାଏଛ ଏହାକୁ ସାଇକ୍ଲିକ୍ ଭୋମିଟ୍ ସିଣ୍ଡ୍ରୋମ୍ ବା ସିଭିଏସ୍ କୁହାଯାଏ।   ଉପଚାର- ଏଭଳି ମୁଣ୍ଡବ୍ୟଥା ସହିତ ବାନ୍ତି ଦେଖା ଦେଉଥିଲେ, ପିଲାମାନଙ୍କୁ ପ୍ରଥମେ ଶୁଆଇ ପକେଇବା, ବାନ୍ତି ବନ୍ଦ କରିବା ପାଇଁ ଔଷଧ ଦିଆଯାଏ। ଫ୍ଲୁନାରିଜାଇନ୍ ବୋଲି ଏକ ଔଷଧ ଏହି ରୋଗ ପାଇଁ ଅମୋଘ ଅସ୍ତ୍ର ଭାବରେ ବିବେଚନା କରାଯାଏ। ଏହି ମୁଣ୍ଡବିନ୍ଧା ଛେନା, ଲହୁଣି ଓ ଚକୋଲେଟ୍ ପିଥିବା ଖାଦ୍ୟ ଖାଇଲେ ବଢ଼ିଥାଏ। ତେଣୁ ଅର୍ଦ୍ଧକପାଳୀ ଭୋଗୁଥିବା ରୋଗୀମାନେ ଏଭଳି ଖାଦ୍ୟବସ୍ତୁଠାରୁ ଦୂରେଇ ରହିବା ବାଞ୍ଛନୀୟ।   ପିଲାମାନଙ୍କ କ୍ଷେତ୍ରରେ ସାଇନୋସାଇଟ୍ସ ମଧ୍ୟ ଦେଖାଦିଏ। ଯେଉଁଥିରେ ନାକ ପାଖ ଓ କପାଳ ବିନ୍ଧା ହୋଇଥାଏଛ ଇଥନୋଡ୍ ନାମକ ସିନୋସ୍ର ସଂକ୍ରମଣ ପିଲାମାନଙ୍କ ପାଖରେ ଅଧିକ ଦେଖାଦିଏ। ମାତ୍ର ବୟସ୍କଙ୍କ ପାଖରେ ମାକ୍ସିଲାରି ସିନୋସ୍ର ସଂକ୍ରମଣ ଅଧିକ ହୋଇଥାଏ। ପିଲାମାନଙ୍କ କ୍ଷେତ୍ରରେ କ୍ରମାଗତ ଥଣ୍ଡାରୋଗ ଲାଗି ରହିବା ବା କୋହଲା ପାଗରେ ବୁଲାବୁଲି କରିବା ଓ ବର୍ଷାରେ ତିନ୍ତିବା ଯୋଗୁଁ ଏହି ସାଇନୋସାଇଟ୍ସ ହୋଇଥାଏ। ସମୟ ସମୟରେ ନାସିକା ରନ୍ଧ୍ର ବନ୍ଦ ହେଲାଭଳି ହୋଇଥାଏ ଓ ପ୍ରଚଣ୍ଡ ମୁଣ୍ଡବିନ୍ଧା ହୋଇଥାଏ।   ଉପଚାର- ଏହି ରୋଗରେ ଜ୍ବର ଦେଖାଦେଲେ ଏହା ଅଧିକ ସଂକ୍ରମଣର ଲକ୍ଷଣ। ସେଥିପାଇଁ ଉପଯୁକ୍ତ ଏଣ୍ଟିବାୟୋଟିକ୍, ଏଣ୍ଟିହିଷ୍ଟାମିନ୍ ଓ ପାରାସିଟାମଲ ଭଳି ଔଷଧମାନ ବ୍ୟବହାର କରାଯାଇଥାଏ। ଯଦି ପିଲାମାନଙ୍କର ନାକ ବନ୍ଦ ହୋଇଥାଏ, ତେବେ ବଜାରରେ ମିଳୁଥିବା ସାଲାଇନ୍ ଡ୍ରପ୍ ବ୍ୟବହାର କରାଯାଇଥାଏ ପ୍ରାରମ୍ଭିକ ପର୍ଯ୍ଯାୟରେ। ପରେ ଜାଇଲୋମେଟାଜୋଲିନ୍ ବୋଲି ଏକ ଔଷଧ ବ୍ୟବହାର କରାଯାଏ। ଅମୃତାଞ୍ଜନ ବା ଭିକ୍ସ ଭଳି ଜିନିଷ ଆଘ୍ରାଣ କଲେ କିଛି ମାତ୍ରାରେ ଉପଶମ ମିଳିଥାଏ। ଏଲେପାାଥି ଚିକିତ୍ସାରେ ମିଳୁଥିବା ଭାପୋକେପ୍ ମାନ ମଧ୍ୟ ଏଥିପାଇଁ ବହୁତ ଉପଯୋଗୀଛ ଏହାକୁ ରୁମାଲରେ ଚିପୁଡ଼ି ବା ଗରମ ପାଣିରେ ପକେଇ ବାମ୍ଫ ଆକାରରେ ନିଆଯାଇପାରେ।   ଜ୍ବର ଏକ ସାଧାରଣ ବ୍ୟାଧି। ଜ୍ବରରେ ଦେହର ଉତ୍ତାପ ବୃଦ୍ଧି ଘଟିଲେ ମୁଣ୍ଡବ୍ୟଥା ହୋଇଥାଏ। ଏହା ମ୍ୟାଲେରିଆ ଜ୍ବରରେ ଅତ୍ୟଧିକ ହୋଇଥାଏ। ଏପରି ହେଲେ ଜ୍ବରର ପ୍ରକୃତ କାରଣ ନିରୂପଣ କରି ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ସେବନ କରିବା ବାଞ୍ଛନୀୟ।   ଯୁବା ବୟସରେ ମୁଣ୍ଡବିନ୍ଧା-ଯୁବକ ଯୁବତୀମାନଙ୍କ କ୍ଷେତ୍ରରେ ଚକ୍ଷୁରୋଗ, ଅର୍ଦ୍ଧକପାଳୀ ଆଦି ରୋଗ ମଧ୍ୟ ଦେଖା ଦେଇଥାଏଛ ଯାହାର ଲକ୍ଷଣ ଓ ଉପଚାର ସମାନ ଭାବରେ ପିଲାମାନଙ୍କ ଭଳି କରାଯାଇଥାଏ।   ସାଇନୋସାଇଟ୍ସ- ଯେଉଁ ଯୁବକ ଯୁବତୀମାନଙ୍କୁ ବାରମ୍ବାର ଥଣ୍ଡା ହୋଇଥାଏ, ସେମାନଙ୍କର ନାସିକା ହାଡ଼ ପାଖରୁ ଏକ ପ୍ରକାର ବିନ୍ଧା ଆରମ୍ଭ ହୋଇ କପାଳ ଆଡ଼କୁ ଯାଇଥାଏ। ଏହା ପ୍ରକାରାନ୍ତରେ ସାଇନୋସାଇଟ୍ସ ଆକାର ଧାରଣ କରିଥାଏ। ଏଥିରେ ମୁଣ୍ଡ ତଳକୁ କଲେ ଓଜନିଆ ଲାଗିଥାଏ। ସାଇନୋସାଇଟ୍ସ ପାଇଁ ଥିବା ଚିକିତ୍ସା ପଦ୍ଧତି ଅନୁସରଣ କଲେ ଏଥିରୁ ଉପଶମ ମିଳେ।   ଅତ୍ୟଧିକ ମାନସିକ ଚିନ୍ତା କଲେ ଉଭୟ ପୁରୁଷ ଓ ସ୍ତ୍ରୀ ଟେନ୍ସନ୍ ହେଡେକ୍ ବା ଉତ୍ତେଜନା ମୁଣ୍ଡବିନ୍ଧାର ଶିକାର ହୋଇଥାଆନ୍ତି। ଦୁଶ୍ଚିନ୍ତାରୁ ମୁକ୍ତ ରହିଲେ ଏ ପ୍ରକାର ମୁଣ୍ଡବିନ୍ଧାରୁ ଉପଶମ ମିଳିଥାଏ।   ବୟସ୍କମାନଙ୍କ ମୁଣ୍ଡବ୍ଯଥା-ଅର୍ଦ୍ଧକପାଳୀ, ସାଇନୋସାଇଟ୍ସ ଓ ଦୃଷ୍ଟିଶକ୍ତିଜନିତ ମୁଣ୍ଡବିନ୍ଧା ବୟସ୍କ ଲୋକଙ୍କ ପାଖରେ ଦେଖାଦିଏ। ଉଚ୍ଚ ରକ୍ତଚାପ ଯୋଗୁଁ ଉଭୟ ବୟସ୍କ ସ୍ତ୍ରୀ ଓ ପୁରୁଷଙ୍କର ଏକପ୍ରକାର ମୁଣ୍ଡବିନ୍ଧା ଦେଖାଦେଇଥାଏ। ଏହି ସମୟରେ ସେମାନଙ୍କର ତୁରନ୍ତ ରକ୍ତଚାପ ମପାଯିବା ଦରକାର। ଉଚ୍ଚ ରକ୍ତଚାପ ଥିଲେ ତା’ର ଚିକିତ୍ସା ବିଧାନ କରିବା ନିତାନ୍ତ ଜରୁରୀ। ଉପଯୁକ୍ତ ସମୟରେ ଚିକିତ୍ସା ନକଲେ ମୁଣ୍ଡ ମଧ୍ୟରେ ଥିବା ଧମନୀ ଫାଟି ରକ୍ତକ୍ଷରଣ ଘଟେ ଏବଂ ମସ୍ତିଷ୍କ ବିଘଟନ ଓ ପାରାଲେସିସ୍ ଭଳି ମାରାତ୍ମକ ଓ ଦୁଃଖଦାୟକ ପରିସ୍ଥିତି ସୃଷ୍ଟି ହୁଏ। ତେଣୁ 35 ବର୍ଷରୁ ଊର୍ଦ୍ଧ୍ବ ବ୍ଯକ୍ତିଙ୍କର ମୁଣ୍ଡବ୍ୟଥା ହେଉଥିଲେ ରକ୍ତଚାପ ମାପିବା ନିତାନ୍ତ ଜରୁରୀ। ରକ୍ତଚାପ ଠିକ୍ ଥିଲେ ଚିନ୍ତାର କୌଣସି କାରଣ ନାହିଁ।   ରକ୍ତପ୍ରବାହର ଦୋଷ- ଧମନୀର ରକ୍ତ ପ୍ରବାହର ଦୋଷ ପାଇଁ ଯୁବକ, ଯୁବତୀ ତଥା ବୟସ୍କଙ୍କ ମଧ୍ୟରେ ଅର୍ଦ୍ଧକପାଳୀ ଭଳି ଆଉ ଏକପ୍ରକାର ମୁଣ୍ଡବ୍ୟଥା ଦେଖାଦିଏ। ଏଥିରେ ପ୍ରଚଣ୍ଡ ଭାବରେ ମୁହଁ ଓ ମୁଣ୍ଡବିନ୍ଧା ହୋଇଥାଏଛ ଶେଷରେ ପରିସ୍ଥିତି ଏପରି ହୁଏ ଯେ ମୁଣ୍ଡକୁ କାନ୍ଥରେ ବାେଇବାକୁ ଇଚ୍ଛା ହୁଏ। ଏହାକୁ କ୍ଲଷ୍ଟର୍ ହେଡେକ୍ ବୋଲି କୁହାଯାଏ। ଏହି ମୁଣ୍ଡବିନ୍ଧା ଆରମ୍ଭ ହୋଇ ବେଳେବେଳେ 24 ଘଣ୍ଟା ରହିଥାଏଛ ମଦ୍ୟପାନ କଲେ ଏହା ବିବାର ଦେଖାଯାଏ। ଏପରି ହେଉଥିଲେ ମଦ୍ୟପାନ ତ୍ୟାଗକରି ଡାକ୍ତରଙ୍କ ପରାମର୍ଶ ଲୋଡ଼ିବା ଦରକାର।   କର୍କଟ ରୋଗ ସମ୍ବନ୍ଧୀୟ ମୁଣ୍ଡବିନ୍ଧା- ମସ୍ତିଷ୍କ କର୍କଟ ରୋଗ ବା ବ୍ରେନ୍ ଟ୍ୟୁମରରେ ମୁଣ୍ଡବିନ୍ଧା ମୁଣ୍ଡ ଫାଟିଗଲା ପରି ଲାଗେ। ମୁହଁ, ନାକ, ତାଳୁ, କର୍ଣ୍ଣ ଯେକୌଣସି ଜାଗାକୁ କର୍କଟ ରୋଗ ଆକ୍ରାନ୍ତ କରିଥିଲେ ପ୍ରଚଣ୍ଡ ମୁଣ୍ଡବିନ୍ଧା ହୋଇଥାଏ। ଏପରି ହୋଇଥିଲେ କର୍କଟ ରୋଗର ପ୍ରକାର ନିରୂପଣ କରି ଉପଯୁକ୍ତ ଚିକିତ୍ସା ବିଧାନ କଲେ ପୂରା ନହେଲେ ବି କିଛିମାତ୍ରାରେ ବ୍ୟଥାରୁ ଉପଶମ ମିଳିଥାଏ।   ଦନ୍ତରୋଗ ଜନିତ- ଦାନ୍ତ ବା ମାଢ଼ିର ସଂକ୍ରମଣ ହୋଇଥିଲେ ଏବଂ ଦାନ୍ତ ଉଠୁଥିଲେ ମୁଣ୍ଡବିନ୍ଧା ହୋଇଥାଏ।   ଉପଚାର-ଲୁଣପାଣି ଉଷୁମ କରି କୁଳି କରିବା, ଦରକାର ପିଲେ ଦାନ୍ତ ଉପାିବା ବା ଦାନ୍ତ ଚିକିତ୍ସକଙ୍କ ସହ ପରାମର୍ଶ କରିବା ଦରକାର।   ଚକ୍ଷୁରୋଗଜନିତ- ଆଖିରେ କୌଣସି ରୋଗ ସଂକ୍ରମଣ କରିଥିଲେ ମୁଣ୍ଡ ବିନ୍ଧା ହୋଇଥାଏ। ଏପରି କ୍ଷେତ୍ରରେ ଆଦୌ ବିଳମ୍ବ ବା ଏପଟ ସେପଟ ଚିକିତ୍ସା ନକରି ଡାକ୍ତରଙ୍କ ସହ ପରାମର୍ଶ କରି ଉପଯୁକ୍ତ ଚିକିତ୍ସା ନେବା ଦରକାର।   ଗ୍ଲୁକୋମା ବା ଡୋଳାର ଚାପ ବିଲେ ମୁଣ୍ଡବିନ୍ଧା ହୋଇଥାଏ। ଏହି ଗ୍ଲୁକୋମା ଡାଇବେଟିସ୍ ଏବଂ ଅନେକ ପୁନଃ ପୁନଃ ସଂକ୍ରମଣର ଏକ ପରିପ୍ରକାଶ। ତେଣୁ ଚକ୍ଷୁର ଚାପ ମାପିବା ଓ ଚକ୍ଷୁରୋଗ ବିଶେଷଜ୍ଞଙ୍କ ପରାମର୍ଶ କରି ଉପଯୁକ୍ତ ଚିକିତ୍ସା ବିଧାନ କରିବା ଦରକାର।   ମାନସିକ ରୋଗଜନିତ- ପ୍ରାୟ ସବୁ ପ୍ରକାର ମାନସିକ ରୋଗୀଙ୍କ କ୍ଷେତ୍ରରେ ମୁଣ୍ଡବିନ୍ଧା ଦେଖାଦିଏ। ଏ ପ୍ରକାରର ମୁଣ୍ଡବିନ୍ଧା ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ହୋଇଥାଏ। ତେଣୁ ସେଭଳି ହେଉଥିଲେ ରୋଗୀ ମନସ୍ତତ୍ତ୍ବ ବିଶେଷଜ୍ଞଙ୍କ ପରାମର୍ଶ କରିବା ଉଚିତ।   ଚିକିତ୍ସା-ମୁଣ୍ଡବିନ୍ଧା ହେବା ମାତ୍ରେ ପ୍ରଥମେ ତା’ର ଉପଯୁକ୍ତ କାରଣ ନିରୂପଣ କରିବା ନିତାନ୍ତ ଆବଶ୍ୟକ। ପ୍ରାରମ୍ଭିକ ସମୟରେ ଅଳ୍ପ ସମୟ ପାଇଁ ବ୍ୟଥାଦୂରକ ଔଷଧ ସେବନ କରି ଡାକ୍ତରଙ୍କ ପରାମର୍ଶ ନେବା ବାଞ୍ଛନୀୟ। ରୋଗ ଅନୁସାରେ ଚିକିତ୍ସା କଲେ ପ୍ରକୃତ ରୋଗରୁ ଉପଶମ ମିଳେ। କୌଣସି ଛୋଟ କାରଣରୁ ମୁଣ୍ଡ ବିନ୍ଧୁଥିଲେ ଉପଯୁକ୍ତ ସମୟରେ ତୁରନ୍ତ ଚିକିତ୍ସା କଲେ, ତାହା ଉପଶମ ହୋଇଥାଏ। କିନ୍ତୁ ମୁଣ୍ଡବିନ୍ଧା ଯଦି ଉଚ୍ଚ ରକ୍ତଚାପ ବା କର୍କଟ ରୋଗ ଭଳି ମାରାତ୍ମକ ଅବସ୍ଥାରୁ ଉପୁଜିଥାଏ, ତେବେ ଏହା ବ୍ୟକ୍ତିବିଶେଷଙ୍କୁ ଅନେକ କ୍ଷତିରେ ପକେଇଥାଏ। ତେଣୁ ମୁଣ୍ଡବ୍ୟଥାକୁ ଆଦୌ ହେୟଜ୍ଞାନ କରିବା ଅନୁଚିତ। ତୁରନ୍ତ ଡାକ୍ତରଙ୍କ ପରାମର୍ଶ ଲୋଡ଼ିବା ଦରକାର।   ମୁଣ୍ଡବ୍ୟଥା ପାଇଁ ଡାକ୍ତରଙ୍କ ବିନା ଅନୁମତିରେ ଦୀର୍ଘଦିନ ଧରି କୌଣସି ଔଷଧ ସେବନ କରିବା ଅନୁଚିତ। ଅଳ୍ପ ସମୟ ପାଇଁ ଅମୃତାଞ୍ଜନ ବା ଭିକ୍ସ ଭଳି ଜିନିଷର ସାହାୟତା ନିଆଯାଇପାରେ। ବଜାରରେ ମିଳୁଥିବା ବ୍ୟଥାନିବାରକ ଔଷଧ ବାରମ୍ବାର ବ୍ୟବହାର କରିବା ଉଚିତ ନୁହେଁ।   ଦେହ ଓ ମନ ଉପରେ ମୁଣ୍ଡବ୍ୟଥାର ପ୍ରଭାବ ସହଜରେ ଅନୁମେୟ। କୌଣସି କର୍ମରେ ମନ ନଲାଗିବା, ବିରକ୍ତ ଲାଗିବା, ଚିି ଚିି ହେବା ଇତ୍ୟାଦି ଦେଖାଦେଇଥାଏ। କିଛି ଲୋକ ସର୍ବଦା ଶୋଇ ରହିବାକୁ ଭଲ ପାଆନ୍ତି। ଯେକୌଣସି ପ୍ରକାର କାର୍ଯ୍ୟରେ ମନୋନିବେଶ କରିବା କଷ୍ଟକର ହୋଇପଡ଼େ। ମଣିଷ ଅତ୍ୟନ୍ତ ହତାଶାରେ ଦିନକାଟେ। ଅନେକ ଲୋକ କ୍ରମାଗତ ମୁଣ୍ଡବ୍ୟଥାର ଶିକାର ହୋଇ ଡିପ୍ରେସିଭ୍ ସାଇକୋସିସ୍ ନାମକ ମାନସିକ ରୋଗର ଶିକାର ହୋଇଥାଆନ୍ତି।   ମୁଣ୍ଡବିନ୍ଧା ସାଧାରଣ ପ୍ରତୀୟମାନ ହେଉଥିଲେ ହେଁ ପ୍ରାରମ୍ଭିକ ପର୍ଯ୍ୟାରୁ ଏହାର ଉପଯୁକ୍ତ ପ୍ରତିକାର କରିବା ନିତାନ୍ତ ଜରୁରୀ। ବୟସ ଅନୁସାରେ ଏହାର ଗୁରୁତ୍ବ ଉପଲବ୍ଧି କରି ଏହାର ଚିକିତ୍ସା କରେଇଲେ ଲୁକ୍କାୟିତ କୌଣସି ବଧରଣର ବିପଦକୁ ଏେଇଯାଇ ହେବ। ମାନସିକ ସ୍ତରରେ ମଣିଷ ସୁଖୀ ରହିଲେ ମୁଣ୍ଡବ୍ୟଥା ସହିତ ଅନେକ ଶାରୀରିକ ବ୍ୟଥାରୁ ମୁକ୍ତି ମିଳିଥାଏ।   କର୍ଣ୍ଣ, ନାସା, ଗଳା ବିଭାଗ, କିମ୍ସ୍, ଭୁବନେଶ୍ବର

Share :